ଏନଡିଏରେ ସାମିଲ ହେଲା ଜେଡିଏସ
ନୂଆଦିଲ୍ଲୀ,୨୨।୯: ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ତାଙ୍କ ବାସଭବନରେ ଶୁକ୍ରବାର ଜନତା ଦଳ ସେକ୍ୟୁଲାର (ଜେଡିଏସ) ନେତା ଏଚଡି କୁମାରସ୍ବାମୀ ଭେଟିଛନ୍ତି। ଏହି ସମୟରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଉପସ୍ଥିତ ଥିଲେ। ଲୋକ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି…
ବିଶ୍ୱରେ ୪୫୦କୋଟି ଲୋକ ମୌଳିକ ସ୍ବାସ୍ଥ୍ୟସେବା ପାଉନାହାନ୍ତି
ନୂଆଦିଲ୍ଲୀ,୨୨।୯: ବିଶ୍ୱ ଜନସଂଖ୍ୟାର ପ୍ରାୟ ଅଧା ଅର୍ଥାତ୍ ୪୫୦କୋଟି ଲୋକ ମୌଳିକ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ଅଛନ୍ତି ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ନିଜ ସଦ୍ୟତମ ରିପୋର୍ଟରେ ଦର୍ଶାଇଛି। ବିଶ୍ୱରେ ପ୍ରାୟ ୨୦୦ କୋଟି ଲୋକଙ୍କୁ ଚିକିତ୍ସା ଖର୍ଚ୍ଚ ନିଜେ ବହନ…
ଦାନିଶ ଅଲିଙ୍କ ଉପରେ ବିବାଦୀୟ ବୟାନ ମାମଲାରେ ରମେଶ ବିଧୁରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲେ ନଡ୍ଡା
ନୂଆଦିଲ୍ଲୀ,୨୨।୯: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏମପି ରମେଶ ବିଧୁରୀଙ୍କୁ ଶୁକ୍ରବାର ଏକ ଅସଂସଦୀୟ ଭାଷା ବ୍ୟବହାରକୁ ନେଇ ଏକ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ୧୫ଦିନ ମଧ୍ୟରେ ବିଧୁରୀଙ୍କୁ ଏହାର ଜବାବ ଦେବାକୁ ପଡିବ। ନୋଟିସରେ ବିଧୁରୀଙ୍କୁ…
ରମେଶ ବିଧୁରୀଙ୍କ ବୟାନକୁ ନେଇ ସ୍ପିକରଙ୍କୁ ଚିଠି ଲେଖିଲେ ଦାନିଶ ଅଲି
ନୂଆଦିଲ୍ଲୀ,୨୨।୯: ବହୁଜନ ସମାଜ ପାର୍ଟି (ବିଏସପି) ଏମପି ଦାନିଶ ଅଲି ସଂସଦରେ ଭାଜପା ଏମପି ରମେଶ ବିଧୁରୀଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟ ସମ୍ପର୍କରେ ଶୁକ୍ରବାର ଲୋକ ସଭା ବାଚସ୍ପତି ଓମ ବିର୍ଲାଙ୍କୁ ଏକ ଚିଠି ଲେଖିଛନ୍ତି। ସେ ଏଥିରେ ଲେଖିଛନ୍ତି ଯେ…
ସଚ୍ଚୋଟତାରେ ‘ନମ୍ବର-୧’ ଥିଲେ ବିହାରର ପ୍ରଥମ ମୁଖ୍ୟମନ୍ତ୍ରୀ, ସିନ୍ଦୁକ ଖୋଲାଯିବା ପରେ ମିଳିଥିଲା ମାତ୍ର ୪ ଲଫାପା…
ଦିବଂଗତ ନେତା ଶ୍ରୀକୃଷ୍ଣ ସିଂହ ବିହାରର ପ୍ରଥମ ମୁଖ୍ୟମନ୍ତ୍ରୀ ଥିଲେ। ତାଙ୍କୁ ଆଧୁନିକ ବିହାରର ନିର୍ମାତା ବୋଲି କୁହାଯାଏ। ବିଶେଷକରି ସେ ନିଜର ସଚ୍ଚୋଟତାକୁ ନେଇ ଜନମାନସରେ ପରିଚିତ ଥିଲେ। ୧୯୬୧ରେ ତାଙ୍କ ପରଲୋକ ହୋଇଥିଲା। ଏହାପରେ ତାଙ୍କର ଘରେ ଥିବା…
ଭାରତର ଆକ୍ସନ ପରେ ହୋସକୁ ଆସିଲା କାନାଡା, ହିନ୍ଦୁଙ୍କୁ ଧମକ ମାମଲାରେ ପନ୍ନୁଙ୍କୁ ଚେତବାନୀ ଦେଲେ କାନାଡା ମନ୍ତ୍ରୀ
ଓଟାଓ୍ବା,୨୨।୯: ଭାରତ ଓ କାନାଡାର ସମ୍ପର୍କ ମଧ୍ୟରେ ସବୁବେଳେ ତିକ୍ତତା ଦେଖିବାକୁ ମିଳୁଛି। ଏହି ତିକ୍ତତା ଖଲିସ୍ତାନ ଚରମପନ୍ଥୀ ହରଦିପ ସିଂ ନିଜ୍ଜରଙ୍କ ହତ୍ୟା ପରେ ବଢି ଯାଇଛି। ଇତିମଧ୍ୟରେ ହିନ୍ଦୁଙ୍କୁ ଧମକ ଦିଆଯାଉଥିବା ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ…
କେନାଲରୁ ମିଳିଲା କ୍ଷତାକ୍ତ ମୃତଦେହ
ହିଞ୍ଜିଳିକାଟୁ,୨୨ା୯(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ମୋହନାପଲ୍ଲୀ ଗ୍ରାମ ନିକଟ ୧୦ ନମ୍ବର କେନାଲରୁ ଶୁକ୍ରବାର ଜଣେ ବ୍ୟକ୍ତିଙ୍କ ମୃତଦେହକୁ ହିଞ୍ଜିଳି ପୋଲିସ ଜବତ କରିଛି। ମୃତକ ହେଲେ ହିଞ୍ଜିଳି ଥାନା ଦୁର୍ବନ୍ଧ ଗ୍ରାମ ବେଲପଡ଼ା ସାହିର କୃଷ୍ଣ ସାହୁ।…
ବୈବାହିକ ବଳାତ୍କାରକୁ ଅପରାଧ ଘୋଷଣା ପାଇଁ ସୁପ୍ରିମକୋର୍ଟରେ ମାମଲା ଦାୟର, ଅକ୍ଟୋବରରେ ହେବ ଶୁଣାଣି
ନୂଆଦିଲ୍ଲୀ,୨୨।୯: ବୈବାହିକ ବଳାତ୍କାରକୁ ଅପରାଧ ଘୋଷଣା ପାଇଁ ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରାଯାଇଛି। ଅକ୍ଟୋବର ମଧ୍ୟଭାଗରେ ଏହି ମାମଲାର ଶୁଣାଣି କରିବା ନେଇ ଶୁକ୍ରବାର ଉଚ୍ଚ ନ୍ୟାୟାଳୟ କହିଛନ୍ତି। ସୁପ୍ରିମକୋର୍ଟରେ ଏପ୍ରସଙ୍ଗରେ ଅନେକ ପିଟିସନ ଦାଖଲ କରାଯାଇଛି, ଯେଉଁଥିରେ ଏକ ଗୁରୁତ୍ୱପୂର୍ଣ୍ଣ…
ଅଶ୍ୱିନ ଇନ୍, ଓ୍ବାଶିଂଟନ ସୁନ୍ଦର ଆଉଟ୍
ମୋହାଲି,୨୨।୯: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଶୁକ୍ରବାର ଖେଳାଯାଉଛି। ଏହି ମ୍ୟାଚ୍ରେ ଭାରତୀୟ ଟିମ୍ ୫ ପରିବର୍ତ୍ତନ ସହ ମଇଦାନକୁ ଓହ୍ଲାଇଛି। ଋତୁରାଜ ଗାୟକଓ୍ବାଡ, ଶ୍ରେୟାସ ଆୟର, ସୂର୍ଯ୍ୟକୁମାର ଯାଦବ, ରବିଚନ୍ଦ୍ରନ ଅଶ୍ୱିନ ଏବଂ…
ଲାଇଭ୍ ପ୍ରୋଗ୍ରାମରେ ଏହି ଅଭିନେତ୍ରୀଙ୍କ ସହ ଘଟିଲା ଏମିତି…
ମୁମ୍ବାଇ: ଭୋଜପୁରୀ ଇଣ୍ଡଷ୍ଟ୍ରି ଗାୟିକା ତଥା ଅଭିନେତ୍ରୀ ଅକ୍ଷରା ସିଂଙ୍କ ଲୋକପ୍ରିୟତା କୌଣସି ବଲିଉଡ୍ ଅଭିନେତ୍ରୀଙ୍କଠାରୁ କମ୍ ନୁହେଁ। ତାଙ୍କର ଫିଲ୍ମ ଏବଂ ମ୍ୟୁଜିକ ଭିଡିଓଗୁଡ଼ିକ ବାହାରକୁ ଆସିବା ମାତ୍ରେ ହିଟ୍ ହୋଇଯାଏ। ସେ ଯୁଆଡେ ଯାଆନ୍ତି, ହଜାର ହଜାର ସଂଖ୍ୟାରେ…
ବିଶ୍ୱରେ ସ୍କୁଲ ଶିକ୍ଷାରୁ ବଞ୍ଚିତ ଅଛନ୍ତି ୨୫କୋଟି ପିଲା: ଜାତିସଂଘ
ନୂଆଦିଲ୍ଲୀ,୨୨।୯: ଖାଦ୍ୟ, ପୋଷାକ ଓ ବାସଗୃହ ପରି ଶିକ୍ଷା ମଧ୍ୟ ପ୍ରତିଟି ମନୁଷ୍ୟର ମୌଳିକ ଅଧିକାର। ସେଥିପାଇଁ ଭାରତରେ ୬ରୁ ୧୪ବର୍ଷ ଯାଏଁ ପିଲାଙ୍କ ପାଇଁ ଶିକ୍ଷାକୁ ମାଧ୍ୟତାମୂଳକ କରାଯାଇଥିବାବେଳେ ବିଶ୍ୱରେ ଏହାକୁ ୧୫ବର୍ଷ ଯାଏଁ ବାଧ୍ୟତାମୂଳକ କରାଯାଇଛି। କିନ୍ତୁ ଏସବୁ…
ଭାରତ ସହ ତୁତୁମେମେ ଭିତରେ କାନାଡା ପ୍ରଧାନମନ୍ତ୍ରୀଙ୍କୁ ଝଟକା, ପ୍ରଧାନମନ୍ତ୍ରୀ ରେସରେ ପଛରେ ଟ୍ରୁଡୋ
ଓଟାଓ୍ବା,୨୨।୯: ଖାଲିସ୍ତାନ ପ୍ରସଙ୍ଗରେ ଭାରତ ଏବଂ କାନାଡା ମଧ୍ୟରେ ବିବାଦ ବଢିବାରେ ଲାଗିଛି। ଖାଲିସ୍ତାନୀ ନେତାଙ୍କ ହତ୍ୟାକୁ ନେଇ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ବୟାନ ପରେ ଦୁଇ ଦେଶ ମଧ୍ୟରେ ବିବାଦ ଲାଗି ରହିଥିଲା। ବର୍ତ୍ତମାନ କାନାଡା ପ୍ରଧାନମନ୍ତ୍ରୀଙ୍କ ପାଇଁ…
Archives


