Posted inଫୁରସତ

ଜାଣନ୍ତି କି ମୃତବ୍ୟକ୍ତିଙ୍କ କାନ, ନାକରେ କାହିଁକି ଦିଆଯାଏ ତୁଳା

ଆପଣ ନିଶ୍ଚୟ ଦେଖିଥିବେ ଯେତେବେଳେ ବି ଜଣେ ବ୍ୟକ୍ତି ମରିଯାନ୍ତି ତାଙ୍କ କାନ ଏବଂ ନାକରେ ଧଳାସୁତା ଦିଆଯାଏ। ଆପଣଙ୍କ ମନରେ ପ୍ରଶ୍ନ ଉଠିଥିବା ଏପରି କାହିଁକି କରାଯାଏ। ଏହା ପଛରେ ଧାର୍ମିକ କାରଣ ନା ବୈଜ୍ଞାନିକ କାରଣ ରହିଛି କି? ଏହାକୁ ନେଇ ଅନ୍‌ଲାଇନ୍‌ ପ୍ଲାଟ୍‌ଫର୍ମ ‘କୋରା’ ଉପରେ ପ୍ରଶ୍ନ ପଚରାଯାଇଥିଲା। ଅନେକ ୟୁଜର ସେମାନଙ୍କର ଜ୍ଞାନ ଅନୁଯାୟୀ ଉତ୍ତର ଦେଇଥିଲେ। ତେବେ ଜାଣନ୍ତୁ ଏହା ପଛର କାରଣ ସମ୍ପର୍କରେ…

ଯେତେବେଳେ ପ୍ରସିଦ୍ଧ ଅଭିନେତ୍ରୀ ଶ୍ରୀଦେବୀଙ୍କର ମୃତ୍ୟୁ ହୋଇଥିଲା, ସେତେବେଳେ ତାଙ୍କର ଗୋଟିଏ ଫଟୋ ଭାଇରାଲ ହୋଇଥିଲା। ଫଟୋରେ ସେ ଏକ ଶାଢ଼ି ସହ ଅଳଙ୍କାର ପିନ୍ଧିଥିବାର ନଜର ଆସିଥିଲେ। କିନ୍ତୁ ତାଙ୍କ ନାକ ଏବଂ କାନ ମଧ୍ୟ ସୁତା ଦ୍ୱାରା ଆଚ୍ଛାଦିତ ହୋଇଥିଲା। ତା’ପରେ ପ୍ରଶ୍ନ ଉଠିଥିଲା ଏହା କାହିଁକି ଘଟେ? ଏହା ପଛରେ ଏକ ବୈଜ୍ଞାନିକ କାରଣ ରହିଛି। ଜଣେ ୟୁଜର ଲେଖିଛନ୍ତି, ମୃତ ବ୍ୟକ୍ତିଙ୍କ ନାକ ଏବଂ କାନରେ ସୁତା ରଖିବାର କାରଣ ହେଉଛି ମୃତ୍ୟୁ ପରେ ମଧ୍ୟ ନାକ ପଟେ ପେଟକୁ ବାୟୁ ଯାଇଥାଏ। ମୃତ ବ୍ୟକ୍ତିଙ୍କ ଶରୀର ଘୁଞ୍ଚାଇବା କିମ୍ବା ଉଠାଇବା ସମୟରେ ପେଟ ଭିତରକୁ ପବନ ପ୍ରବେଶ କରେ। ଏହି କାରଣରୁ ପେଟ ଫୁଲିଯାଏ। ଫଳସ୍ବରୂପ ମୃତଦେହ ବିକୃତ ଏବଂ ଭାରୀ ହୋଇଯାଏ। ବେଳେବେଳେ ପେଟ ଫାଟିଯିବାର ଭୟ ମଧ୍ୟ ଥାଏ।

ଆଉ ଏକ କାରଣ ହେଲା ନାକ ଏବଂ କାନ ସୁତା ଦ୍ୱାରା ବନ୍ଦ ନ ହେଲେ ଜୀବାଣୁ ମୃତ ଶରୀରକୁ ପ୍ରବେଶ କରିପାରନ୍ତି। ଏହା ବ୍ୟତୀତ ମୃତ ଶରୀରର ନାକରୁ ଏକ ତରଳ ପଦାର୍ଥ ବାହାରିଥାଏ, ଏହାକୁ ବନ୍ଦ କରିବା ପାଇଁ କପାତୁଳା ବ୍ୟବହାର କରାଯାଏ। ଯଦି ମୃତ ବ୍ୟକ୍ତିଙ୍କର କୌଣସି ରୋଗ ଥାଏ, ତେବେ ମୃତ୍ୟୁ ପରେ ପେଟରୁ ମଧ୍ୟ ବାୟୁ ବା ପବନ ବାହାରିଥାଏ, ଯେଉଁ କାରଣରୁ ଜୀବାଣୁ ବାହାରକୁ ଆସନ୍ତି, ସେଠାରେ ଥିବା ଅନ୍ୟ ଲୋକମାନଙ୍କ ପାଇଁ ମଧ୍ୟ ଏହି ରୋଗ ହୋଇପାରେ। ତେଣୁ ସୁତା ନାକରେ ରଖାଯାଏ ଯାହା ସଂକ୍ରମଣ ବ୍ୟାପେ ନାହିଁ।

ଏହା ପଛରେ ଏକ ଧାର୍ମିକ କାରଣ ମଧ୍ୟ ଅଛ। ଗରୁଡ଼ ପୁରାଣଙ୍କ ଅନୁଯାୟୀ, ମୃତ ଶରୀରର ଖୋଲା ଅଂଶରେ ସୁନା ଖଣ୍ଡ ରଖିବା ପାଇଁ ବ୍ୟବସ୍ଥା ରହିଛି। ଏହା ଶରୀରର ୯ ଭାଗରେ ରଖାଯାଏ।ଯେହେତୁ ସୁନା ଖଣ୍ଡ ଖସିଯିବାର ଭୟ ଅଛି। ଏହି ଅଂଶଗୁଡିକ କପା ପ୍ରୟୋଗ କରି ବନ୍ଦ ହୋଇଯାଏ। ଯାହାଫଳରେ ଯେତେବେଳେ ଶବଦାହ ସ୍ଥାନକୁ ନିଆଯାଏ, ସେତେବେଳେ ଏହି ସୁନା ଖଣ୍ଡଗୁଡ଼ିକ ଖସିଯାଏ ନାହିଁ। ବିଶ୍ୱାସ କରାଯାଏ, ଏହି ସୁନା ଖଣ୍ଡଗୁଡ଼ିକ ଅତ୍ୟନ୍ତ ପବିତ୍ର, ଏହାକୁ ମୃତ ଶରୀରରେ ରଖିବା ଦ୍ୱାରା ଆତ୍ମାକୁ ଶାନ୍ତି ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କୁ CJPର ଚେତାବନୀ: ଛାତ୍ରଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ବନ୍ଦ କର, ନଚେତ୍ ପୁଣି…

ନୂଆଦିଲ୍ଲୀ, ୨୭।୭: ଜନ୍ତର ମନ୍ତରରେ ସିଜେପିର ଧାରଣା ଶେଷ ହୋଇଥିଲେ ମଧ୍ୟ ପୁଣିଥରେ ଆନ୍ଦୋଳନକୁ ନେଇ ସରକାରଙ୍କୁ ଚେତାବନୀ ଦେଇଛି । CJP ମୁଖପାତ୍ର ଆଶୁତୋଷ ରାଙ୍କା…

ଇସ୍ତଫା ଦିଅନ୍ତୁ ଗଣଶିକ୍ଷା ମନ୍ତ୍ରୀ: ଗର୍ଜିଲା ସିପିଆଇ

ଛତ୍ରପୁର,୨୭।୭(ଦିଲ୍ଲୀପ ସାମଲ): ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଗଞ୍ଜାମ ଜିଲା କମିଟି ପକ୍ଷରୁ ଦିଲ୍ଲୀସ୍ଥିତ ଜନ୍ତରମନ୍ତରଠାରେ ହୋଇଥିବା ଯୁବଛାତ୍ର ଆନ୍ଦୋଳନର ସଫଳତା ପରିପ୍ରେକ୍ଷୀରେ ଦେଶର ଅଗଣିତ ଛାତ୍ରୀଛାତ୍ର ଓ…

ପୁଣି ଚର୍ଚ୍ଚାରେ ଦାନ ମାଝୀ, ଏହି କାରଣକୁ ନେଇ ଫିଲ୍ମ ‘ଲାଶ୍’ର ପ୍ରଯୋଜକଙ୍କ ନାଁରେ ଦେଲେ ଏତଲା

ଭବାନୀପାଟଣା,୨୭।୭(ଉତ୍ତମ କୁମାର ଦାଶ): କାନ୍ଧରେ ପତ୍ନୀଙ୍କ ମୃତ ଦେହ ବୋହି ସାରା ବିଶ୍ୱରେ ଏକଦା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିବା କଳାହାଣ୍ଡିର ଦାନ ମାଝୀ ପୁଣି ଚର୍ଚ୍ଚାକୁ ଆସିଛନ୍ତି…

ରଥଯାତ୍ରାର ଅନ୍ତିମ ଯାତ୍ରା ଦେଖିବା ପାଇଁ ଶ୍ରୀକ୍ଷେତ୍ରକୁ ଭକ୍ତଙ୍କ ଆଗମନ

ପୁରୀ,୨୭ା୭: ଆଜି ଘୋଷଯାତ୍ରାର ଅନ୍ତିମ ପର୍ବ ନୀଳାଦ୍ରିବିଜେ। ନୀଳକନ୍ଦରକୁ ବିଜେ କରିବେ ନୀଳାଦ୍ରିନାଥ। ଗୋଟି ପହଣ୍ଡିରେ ଶ୍ରୀମନ୍ଦିର ରତ୍ନବେଦିକୁ ବିଜେ କରିବେ ଦାରୁବିଗ୍ରହ। ଏଥିସହ ଚଳିତବର୍ଷର ବିଶ୍ୱପ୍ରସିଦ୍ଧ…

ଅଗଷ୍ଟ ୧ରୁ ବଦଳିବ ଗ୍ୟାସ ସିଲିଣ୍ଡର ଦର! ମହଙ୍ଗା ହେବ କି ଶସ୍ତା ଜାଣନ୍ତୁ

ନୂଆଦିଲ୍ଲୀ, ୨୭।୭: ଇରାନ ଏବଂ ଆମେରିକା ମଧ୍ୟରେ ସଂଘର୍ଷ ଯୋଗୁଁ ସାଧାରଣ ଜନତାଙ୍କୁ ମହଙ୍ଗା ମାଡ଼ର ସମ୍ମୁଖୀନ ହେବାକୁ ପଡିଥିଲା । ତେଲ, ଗ୍ୟାସ ଏବଂ ଅନେକ…

ରେଳ ଟ୍ରାକ୍‌ରେ ଦୁଇ ଫୁଟ ପାଣି, ଦୁଇ ଘଣ୍ଟା ଧରି ଅଟକିଲା କୋରାପୁଟ–ବିଶାଖାପାଟଣମ୍ ଟ୍ରେନ୍

ଟିକିରି, ୨୭।୭ (ପ୍ରଫୁଲ୍ଲ କୁମାର ବେହେରା): ଲଗାଣ ବର୍ଷାର ପ୍ରଭାବ ଏବେ ରେଳ ଚଳାଚଳ ଉପରେ ପଡ଼ିଛି। ରାୟଗଡ଼ା ଜିଲାର ଟିକିରି ଷ୍ଟେଶନ୍ ନିକଟରେ ରେଳ ଟ୍ରାକ୍‌…

ଏହି ଅଭିନେତ୍ରୀଙ୍କ ପ୍ରେମରେ ବୋଲ୍ଡ ହେଲେ ଅର୍ଶଦୀପ ସିଂ

ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ଅର୍ଶଦୀପ ସିଂହ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି। ଅର୍ଶଦୀପ ଇନଷ୍ଟାଗ୍ରାମରେ ମଡେଲ ତଥା ଅଭିନେତ୍ରୀ…

ଘଣ୍ଟାପ୍ରତି ୮୫ କିମି ବେଗରେ ପବନ! IMD ଜାରି କଲା ଚେତାବନୀ, ୧୩ ଘଣ୍ଟା ଭିତରେ ଭୟଙ୍କର ହେବ….

ନୂଆଦିଲ୍ଲୀ, ୨୭।୭: ଦେଶରେ ମୌସୁମୀ ବର୍ଷାର ପ୍ରଭାବ ଜୋରଦାର ଭାବେ ଜାରି ରହିଥିବା ବେଳେ ପୁଣିଥରେ ପାଗ ଅଧିକ ଖରାପ ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri