ପଦ୍ମଶ୍ରୀ କମଳା ପୂଜାରୀ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର
ଜୟପୁର,୫ା୧(ପବନ ପାଣିଗ୍ରାହୀ):କୋରାପୁଟ ଜିଲା ଜୟପୁର ବ୍ଲକ ପାତ୍ରପୁଟସ୍ଥିତ ଘରେ ରହୁଥିବା ପଦ୍ମଶ୍ରୀ କମଳା ପୂଜାରୀ ଗୁରୁବାର ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ଜୟପୁରସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟର ସ୍ବତନ୍ତ୍ର କ୍ୟାବିନରେ ରଖି ଚିକିତ୍ସା କରାଯାଉଥିଲା। କିନ୍ତୁ ଜିଲାପାଳ ଅବଦୁଲ ମହମ୍ମଦ ଅଖତାର ତାଙ୍କୁ…
ଆଜିଠୁ ଭିତରକନିକା ବନ୍ଦ
ରାଜନଗର, ୫ା୧ (ଭାସ୍କର ରାଉତରାୟ):ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀ ନାଳରେ ବସବାସ କରୁଥିବା ବଉଳା କୁମ୍ଭୀରଙ୍କ ଗଣନା ଜାନୁଆରୀ ୫ରୁ ଆରମ୍ଭ ହୋଇ ୧୩ ତାରିଖରେ ଶେଷ ହେବ। ଏଥିଲାଗି ଆଜିଠୁ ପର୍ଯ୍ୟଟକଙ୍କ ଲାଗି ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ…
ଆଜି ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା
ଭୁବନେଶ୍ୱର, ୫।୧(ସୁନିତ୍ ମିଶ୍ର):୨୦୨୪ ସାଧାରଣ ନିର୍ବାଚନ ନିମନ୍ତେ ଗୁରୁବାର ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସବୁ ଜାତୀୟ/ରାଜ୍ୟସ୍ତରୀୟ ସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳର କର୍ମକର୍ତ୍ତାମାନଙ୍କୁ ନେଇ ଏକ ସର୍ବଦଳୀୟ ବୈଠକ କରିଛନ୍ତି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ…
ଚିଲିକାରେ ୧୧ଲକ୍ଷ ୩୭ ହଜାର ୭୫୯ ପକ୍ଷୀ
ବାଲୁଗାଁ,୫ା୧(ସଂଗ୍ରାମ ପାଇକରାୟ):ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ଆନୁକୂଲ୍ୟରେ ଗୁରୁବାର ଚିଲିକାରେ ପକ୍ଷୀ ଗଣନା ଶେଷ ହୋଇଛି। ଚଳିତବର୍ଷ ଚିଲିକାରେ ୧୧ଲକ୍ଷ ୩୭ହଜାର ୭୫୯ ପକ୍ଷୀଙ୍କ ସମାଗମ ହୋଇଛି। ସେଥିମଧ୍ୟରୁ ୧୦୮ପ୍ରଜାତିର ୧୦ଲକ୍ଷ ୯୮ହଜାର ୮୧୩ଟି ବିଦେଶୀ ପକ୍ଷୀ ଥିବା ବେଳେ ସ୍ଥାନୀୟ ୭୯…
୩ ବର୍ଷ ପରେ ଗଡ଼ିବ ଓଡ଼ିଶାର ଟାବ୍ଲୋ
ଭୁବନେଶ୍ୱର, ୫ା୧(ସୁନିତ୍ ମିଶ୍ର):ଆସନ୍ତା ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀର କର୍ତ୍ତବ୍ୟପଥରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼(ଟାବ୍ଲୋ) ଗଡ଼ିବାକୁ ଯାଉଛି। ଲଗାତର ୩ ବର୍ଷ ୨୦୨୧,୨୦୨୨ ଏବଂ ୨୦୨୩ ସାଧାରଣତନ୍ତ୍ର ଦିବସରେ ଓଡ଼ିଶା ପ୍ରଦର୍ଶିତ କରିବାକୁ ଥିବା ପ୍ରଜ୍ଞାପନ ମେଢ଼କୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ଖାରଜ…
ଷ୍ଟିୟରିଂ ଛାଡ଼ିବେ ୫ ଲକ୍ଷ ଡ୍ରାଇଭର
ଭୁବନେଶ୍ୱର,୫ା୧(ଅନିଲ ଦାସ):କେନ୍ଦ୍ର ସରକାରଙ୍କ ହିଟ୍ ଆଣ୍ଡ ରନ୍କୁ ନେଇ ହୋଇଥିବା ନୂଆ ଆଇନ ଓ ଦୀର୍ଘଦିନ ଧରି ରାଜ୍ୟ ସରକାରଙ୍କ ନିକଟରେ କରାଯାଇଥିବା ଦାବିକୁ ନେଇ ଓଡ଼ିଶା ଡ୍ରାଇଭର ସଂଘ ଆନ୍ଦୋଳନକୁ ଓହ୍ଲାଇଛି। ହିଟ୍ ଆଣ୍ଡ ରନ୍ ଆଇନକୁ ବିରୋଧ କରି…
ଚର୍ଚ୍ଚାରେ ହାଇଟେକ୍ ହସ୍ପିଟାଲ ବିସ୍ଫୋରଣ ଘଟଣା:ଦିଲ୍ଲୀପ ମୃତ ନୁହନ୍ତି ଜୀବିତ
ଭୁବନେଶ୍ୱର,୫ା୧(ସତ୍ୟଜିତ୍ ରାଉତ):ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ହାଇଟେକ୍ ହସ୍ପିଟାଲ୍ରେ ଗତ ୨୯ତାରିଖରେ ଏସି କମ୍ପ୍ରେସରରେ ଗ୍ୟାସ୍ ଭର୍ତ୍ତିବେଳେ ଘଟିଥିବା ବିସ୍ଫୋରଣରେ ମୃତ୍ୟୁବରଣ କରିଥିବା ଡେଲାଙ୍ଗ ଥାନା ଅନ୍ତର୍ଗତ ବଅଙ୍ଗ ଗ୍ରାମର ଦିଲ୍ଲୀପ ସାମନ୍ତରାୟ ମୃତ ନୁହେଁ ବରଂ ଜୀବିତ ଥିବା ଶୁଣିବାକୁ ମିଳୁଛି।…
ଆସନ ଭାଗବଣ୍ଟା ପୂର୍ବରୁ ଜେଡିୟୁର ବଡ ବୟାନ, ସଂଯୋଜକ କାହିଁକି… ନୀତୀଶ ହୁଅନ୍ତୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ
ପାଟନା,୪।୧: ଜେଡିୟୁ କୋଟାରୁ ମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା ମଦନ ସହନି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ଦାବି କରିଛନ୍ତି। ଇଣ୍ଡି ଆଲାଇନ୍ସରେ ସିଟ ବାଣ୍ଟିବା ପୂର୍ବରୁ ମଧ୍ୟ ଜେଡିୟୁ ନେତା ଏହି ବିବୃତ୍ତି ଦେଇ ରାଜନୈତିକ…
ଟେଷ୍ଟ କ୍ରିକେଟରୁ ସନ୍ୟାସ ନେଇଥିବା ଡିନ ଏଲଗରଙ୍କୁ ଟିମ ଇଣ୍ଡିଆ ଦେଲା ବିଶେଷ ଉପହାର
ନୂଆଦିଲ୍ଲୀ,୪।୧: କେପଟାଉନରେ ଭାରତ ବିପକ୍ଷରେ ଡିନ ଏଲଗାର ତାଙ୍କ କ୍ୟାରିୟରର ଶେଷ ଟେଷ୍ଟ ମ୍ୟାଚ ଖେଳିଥିଲେ। ଏଲଗାରର ଶେଷ ଟେଷ୍ଟରେ ଆଫ୍ରିକାକୁ ୭ ୱିକେଟରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। କ୍ୟାରିୟରର ଶେଷ ଟେଷ୍ଟରେ ଏଲଗାର ଯଥାକ୍ରମେ ଉଭୟ ଇନିଂସରେ ୦୪…
ଧମେନ୍ଦ୍ର ପ୍ରଧାନ,ମନମୋହନ ସିଂ, ସଞ୍ଜୟ ସିଂଙ୍କ ସମେତ ୬୮ ରାଜ୍ୟ ସଭା ସଦସ୍ୟଙ୍କ କାର୍ଯ୍ୟକାଳ ଏହି ବର୍ଷ ଶେଷ ହେବ
ନୂଆଦିଲ୍ଲୀ,୪।୧: ଚଳିତ ବର୍ଷ ୯ କେନ୍ଦ୍ରମନ୍ତ୍ରୀଙ୍କ ସମେତ ୬୮ ରାଜ୍ୟ ସଭା ସଦସ୍ୟଙ୍କ ୬ ବର୍ଷିଆ କାର୍ଯ୍ୟକାଳ ଶେଷ ହେବ। ୬୮ ଆସନ ମଧ୍ୟରୁ ଦିଲ୍ଲୀର ୩ ଆସନ ଲାଗି ନିର୍ବାଚନ ଘୋଷଣା କରାଯାଇଛି। ଉକ୍ତ ଆସନର ଏଏପି ନେତା ସଞ୍ଜୟ…
ପ୍ଲାଟଫର୍ମରେ ନାଚୁ ନାଚୁ ଯୁବତୀଙ୍କ ଉଡିଲା ହୋସ, ଖାଇଲେ ଶକ୍ତ ଚାପୁଡା
ଅନେକ ଥର ସୋସିଆଲ ମିଡିଆରେ ମଜାଳିଆ ଭିଡିଓ ଦେଖାଯାଏ। ଏହିପରି ଭିଡିଓ ଲୋକମାନଙ୍କୁ ହସାଇଥାଏ। ଆଜିକାଲି ଇଣ୍ଟରନେଟରେ ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଜଣେ ଯୁବତୀ ନାଚିବାବେଳେ ଏପରି କାର୍ଯ୍ୟ କରିଥିଲେ ଯେ ତାଙ୍କ ସାମ୍ନାରେ…
ଅଭିନେତ୍ରୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ଗହଣା ଚୋରି
ମୁମ୍ବାଇ: ଟିଭିର ଗୌରୀ ମ୍ୟାମ ଅର୍ଥାତ୍ ଅଭିନେତ୍ରୀ ନେହା ପେଣ୍ଡସେଙ୍କ ବିଷୟରେ ଏକ ବଡ଼ ଖବର ଆସିଛି। ଅଭିନେତ୍ରୀଙ୍କ ଘରୁ ବଡ ଧରଣର ଚୋରି ହୋଇଛି। ଖବର ଅନୁଯାୟୀ ନେହାଙ୍କ ମୁମ୍ବାଇ ଘରୁ ୬ଲକ୍ଷ ଟଙ୍କା ମୂଲ୍ୟର ଅଳଙ୍କାର ଚୋରି ହୋଇଯାଇଛି।…

