Posted inଜାତୀୟ

ଧମେନ୍ଦ୍ର ପ୍ରଧାନ,ମନମୋହନ ସିଂ, ସଞ୍ଜୟ ସିଂଙ୍କ ସମେତ ୬୮ ରାଜ୍ୟ ସଭା ସଦସ୍ୟଙ୍କ କାର୍ଯ୍ୟକାଳ ଏହି ବର୍ଷ ଶେଷ ହେବ

ନୂଆଦିଲ୍ଲୀ,୪।୧: ଚଳିତ ବର୍ଷ ୯ କେନ୍ଦ୍ରମନ୍ତ୍ରୀଙ୍କ ସମେତ ୬୮ ରାଜ୍ୟ ସଭା ସଦସ୍ୟଙ୍କ ୬ ବର୍ଷିଆ କାର୍ଯ୍ୟକାଳ ଶେଷ ହେବ। ୬୮ ଆସନ ମଧ୍ୟରୁ ଦିଲ୍ଲୀର ୩ ଆସନ ଲାଗି ନିର୍ବାଚନ ଘୋଷଣା କରାଯାଇଛି। ଉକ୍ତ ଆସନର ଏଏପି ନେତା ସଞ୍ଜୟ ସିଂ, ନାରାୟଣ ଦାସଗୁପ୍ତା ଏବଂ ସୁଶୀଲ କୁମାର ଗୁପ୍ତାଙ୍କ କାର୍ଯ୍ୟକାଳ ଜାନୁଆରୀ ୨୭ରେ ଶେଷ ହେବାକୁ ଯାଉଛି। ସେହିପରି ସିକିମ୍‌ରୁ ଖାଲିହେବାକୁ ଥିବା ଏକମାତ୍ର ଆସନ ପାଇଁ ମଧ୍ୟ ନିର୍ବାଚନ ଘୋଷଣା କରାଯାଇଛି। ଫେବୃୟାରୀ ୨୩ରେ ଉକ୍ତ ଆସନରୁ ଏମ୍‌ପି ଥିବା ଏସ୍‌ଡିଏଫ୍‌ ନେତା ହିଶେୟ ଲାଚୁଙ୍ଗପା ଅବସର ନେବେ। ଆସନ୍ତା ଏପ୍ରିଲରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ କାର୍ଯ୍ୟକାଳ ଶେଷ ହେବ। ସେହିପରି ଓଡ଼ିଶାରୁ ବିଜେଡି ସଦସ୍ୟ ପ୍ରଶାନ୍ତ ନନ୍ଦ, ଅମର ପଟ୍ଟନାୟକ, ଭାଜପା ମୁଖ୍ୟ ମୁଖପାତ୍ର ଅନିଲ ବାଲୁନି (ଉତ୍ତରାଖଣ୍ଡ), ମତ୍ସ୍ୟ ସମ୍ପଦ ମନ୍ତ୍ରୀ ପରଷୋତ୍ତମ ରୁପାଲା, ବହିର୍ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି. ମୁରଲୀଧରନ, ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ନାରାୟଣ ରାଣେ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡ୍‌କର ପ୍ରମୁଖଙ୍କ କାର୍ଯ୍ୟକାଳ ସରିବାକୁ ଯାଉଛି।
ଉତ୍ତରପ୍ରଦେଶରୁ ସର୍ବାଧିକ ୧୦ ରାଜ୍ୟ ସଭା ଆସନ ଖାଲି ହେବାକୁ ଥିବାବେଳେ ବିହାର ଏବଂ ମହାରାଷ୍ଟ୍ରରୁ ୬ଟି ଲେଖାଏ, ମଧ୍ୟପ୍ରଦେଶ ଓ ପଶ୍ଚିମବଙ୍ଗରୁ ୫ ଲେଖାଏ, କର୍ନାଟକ ଓ ଗୁଜରାଟରେ ୪ଟି ଲେଖାଏ, ଓଡ଼ିଶା, ତେଲଙ୍ଗାନା, କେରଳ ଓ ଆନ୍ଧ୍ର୍ରପ୍ରଦେଶରେ ୩ଟି ଲେଖାଏ ଆସନ ଖାଲି ହେବ। ସେହିପରି ଝାଡ଼ଖଣ୍ଡ ଓ ରାଜସ୍ଥାନରୁ ୨ଟି ଲେଖାଏ ଆସନ ଖାଲି ହେବାକୁ ଥିବାବେଳେ ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ, ହରିୟାଣା ଏବଂ ଛତିଶଗଡ଼ରୁ ଗୋଟିଏ ଲେଖାଏ ଆସନ ଖାଲି ହେବାକୁ ଯାଉଛି। ଜୁଲାଇରେ ୪ ମନୋନୀତ ସଦସ୍ୟ ମଧ୍ୟ ଅବସର ନେବେ। ହିମାଚଳପ୍ରଦେଶରେ କଂଗ୍ରେସ କ୍ଷମତାରେ ଥିବାରୁ ଭାଜପା ଅଧ୍ୟକ୍ଷ ଜେ.ପି. ନଡ୍ଡା ଅନ୍ୟ କୌଣସି ରାଜ୍ୟରୁ ରାଜ୍ୟ ସଭାକୁ ନିର୍ବାଚିତ ହେବାକୁ ପଡ଼ିବ। ସେହିପରି କର୍ନାଟକ ଓ ତେଲଙ୍ଗାନାରେ କଂଗ୍ରେସ କ୍ଷମତାରେ ଥିବାରୁ ସେଠାରୁ ଦଳୀୟ ପ୍ରତିନିଧିଙ୍କୁ ରାଜ୍ୟ ସଭାକୁ ପଠାଇବ। କର୍ନାଟକରୁ ୪ ସଦସ୍ୟ ଚଳିତ ବର୍ଷ ଅବସର ନେଉଥିବାବେଳେ ତେଲଙ୍ଗାନାରୁ ୩ ଜଣଙ୍କ କାର୍ଯ୍ୟକାଳ ଶେଷ ହେଉଛି। ଏହିସବୁ ଆସନ ପାଇଁ ଚଳିତ ବର୍ଷ ନିର୍ବାଚନ ହେବାକୁ ଯାଉଛି। ମନୋନୀତ ସଦସ୍ୟଙ୍କ ମଧ୍ୟରୁ ମହେଶ ଜେଠମାଲାନି, ସୋନାଲ ମାନ୍‌ସିଂ, ରାମ ଶକଲ ଏବଂ ରାକେଶ ସିହ୍ନା ଜୁଲାଇରେ ଅବସର ନେବେ।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

ଇତିହାସ ରଚିଲେ ଭାରତର ସୁନା ଝିଅ, ହକି ଇଣ୍ଡିଆ କଲା ନୋଟ୍ ବର୍ଷା!

ନୂଆଦିଲ୍ଲୀ,୨।୧୦: ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା ହକି ଦଳ ଇତିହାସ ସୃଷ୍ଟି କରିଛି। ଫାଇନାଲ୍ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍ ଚାଇନାକୁ ୧-୦ ଗୋଲ୍‌ରେ ପରାସ୍ତ କରି ସଲିମା…

ଗୁଜରାଟ ୟୁସିସି ବିଲ୍‌କୁ ରାଷ୍ଟ୍ରପତିଙ୍କ ମିଳିଲା ମଞ୍ଜୁରୀ

ଅହମଦାବାଦ,୨ା୧୦: ଗୁଜରାଟ ସମାନ ନାଗରିକ ସଂହିତା (ୟୁସିସି) ବିଲ୍‌କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଫଳରେ ଏହା କାର୍ଯ୍ୟକାରୀ ହେବା ଲାଗି ପଥ ପରିଷ୍କାର…

IND vs WI Playing 11: ତୃତୀୟ ଦିନିକିଆରେ ଅଧିନାୟକ ନେବେ ସାହସିକ ପଦକ୍ଷେପ! Playing 11ରେ ପରିବର୍ତ୍ତନ ନିଶ୍ଚିତ !

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟ ଇଣ୍ଡିଜ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ ଶନିବାର, ଅକ୍ଟୋବର ୩ରେ ଖେଳାଯିବ। ନିୟୁ ଚଣ୍ଡିଗଡ଼ସ୍ଥିତ ପିସିଏ (PCA) ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ…

୪୪ ବର୍ଷ ପରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କଲା ଭାରତୀୟ ମହିଳା ହକି ଦଳ

ନୂଆଦିଲ୍ଲୀ,୨।୧୦: ଭାରତୀୟ ମହିଳା ହକି ଦଳ ୨୦୨୬ ଏସୀୟ କ୍ରୀଡ଼ାରେ ଇତିହାସ ସୃଷ୍ଟି କରିଛି। ଫାଇନାଲ ମ୍ୟାଚରେ ଚାଇନାକୁ ୧-୦ ଗୋଲରେ ପରାସ୍ତ କରି ଭାରତୀୟ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?