୩ ବର୍ଷ ପରେ ଗଡ଼ିବ ଓଡ଼ିଶାର ଟାବ୍‌ଲୋ

ଭୁବନେଶ୍ୱର, ୫ା୧(ସୁନିତ୍‌ ମିଶ୍ର):ଆସନ୍ତା ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀର କର୍ତ୍ତବ୍ୟପଥରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼(ଟାବ୍‌ଲୋ) ଗଡ଼ିବାକୁ ଯାଉଛି। ଲଗାତର ୩ ବର୍ଷ ୨୦୨୧,୨୦୨୨ ଏବଂ ୨୦୨୩ ସାଧାରଣତନ୍ତ୍ର ଦିବସରେ ଓଡ଼ିଶା ପ୍ରଦର୍ଶିତ କରିବାକୁ ଥିବା ପ୍ରଜ୍ଞାପନ ମେଢ଼କୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ଖାରଜ କରିଦେଉଥିଲା। ହେଲେ ଆସନ୍ତା ଜାନୁଆରୀ ୨୬ ପାଇଁ ଏଥର ଓଡ଼ିଶା ଯେଉଁ ମେଢ ପ୍ରଦର୍ଶନ କରିବାକୁ ଯୋଜନା ରଖିଥିଲା ସେଥିରେ କେନ୍ଦ୍ର ଅନେକ କିଛି ଜିନିଷ ପରିବର୍ତ୍ତନ କରିଥିଲେ ମଧ୍ୟ ଶେଷରେ ମନୋନୀତ କରିଛି। ଗତମାସ ଶେଷ ସପ୍ତାହ ବେଳକୁ ଓଡ଼ିଶାର ପ୍ରଜ୍ଞାପନ ମେଢ ମନୋନୀତ ହୋଇଥିବା କୁହାଯାଇଥିଲା। ପ୍ରାୟ ସବୁ ଗଣମାଧ୍ୟମ ଏନେଇ ଖବର ମଧ୍ୟ ପ୍ରକାଶ କରିଥିଲେ। ହେଲେ ଏନେଇ ସରକାରୀ ଭାବେ ବିଧିବଦ୍ଧ କେନ୍ଦ୍ର ସରକାରଙ୍କ ତରଫରୁ କିଛି ଚୂଡ଼ାନ୍ତ ଖବର ଦିଆଯାଇ ନ ଥିଲା। ଯେଉଁ ତାରିଖ ସୁଦ୍ଧା କେନ୍ଦ୍ର ସରକାରଙ୍କ ଚୂଡ଼ାନ୍ତ ଚିଠି ଆସିବ ବୋଲି କୁହାଯାଇଥିଲା ସେଥିରେ ମଧ୍ୟ ବ୍ୟତିକ୍ରମ ଦେଖାଦେଇଥିଲା। ଫଳରେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଏକ ପ୍ରକାର ଚିନ୍ତାରେ ପଡ଼ିଯାଇଥିଲେ। ଏନେଇ ଧରିତ୍ରୀ ବୁଧବାର ସଂସ୍କରଣରେ ‘ପ୍ରଜ୍ଞାପନ ମେଢ଼: ଚିଠି ଆସିଲାନି’ ଶୀର୍ଷକ ଏକ ଖବର ପ୍ରକାଶ ପାଇଥିଲା। ଏହାପରେ ଗୁରୁବାର କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ରାଜ୍ୟର ପ୍ରଜ୍ଞାପନ ମେଢକୁ ମନୋନୀତ କରାଯାଇଥିବା ସମ୍ପର୍କରେ ଚିଠି ଆସି ପହଞ୍ଚିଛି। ଏହାପରେ ରାଜ୍ୟ ସରକାର ବେଶ୍‌ ଉତ୍ସାହିତ ଅଛନ୍ତି।

ଏଥର ରାଜ୍ୟ ସରକାର ବିକଶିତ ଭାରତ ଉପରେ ପ୍ରଜ୍ଞାପନ ମେଢ ପ୍ରସ୍ତୁତ କରିବାକୁ ଯୋଜନା କରିଛନ୍ତି। ସେଥିରେ ରଘୁରାଜପୁର ଗ୍ରାମରେ ମହିଳାମାନେ କିପରି ବିଭିନ୍ନ ପ୍ରକାର ଅଦରକାରୀ ଜିନିଷରୁ ପଟ୍ଟଚିତ୍ର ପ୍ରଦର୍ଶନ କରିବା ଚିତ୍ର, ଏହାସହ ସେଥିରେ ସମ୍ବଲପୁରୀ ସଙ୍ଗୀତ ରଖିବେ। ଏହାକୁ ବିକଶିତ ଭାରତରେ ମହିଳା ସଶକ୍ତୀକରଣ ପ୍ରଜ୍ଞାପନ ମେଢ ବୋଲି କୁହାଯାଇଛି। ଦେଶରୁ ମୋଟ୍‌ ୧୬ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରଜ୍ଞାପନ ମେଢ ପ୍ରଦର୍ଶନ ଲାଗି ମନୋନୀତ କରାଯାଇଛି। ପ୍ରଥମେ ଦେଶକୁ ୬ଟି ଜୋନ୍‌ରେ ବିଭକ୍ତ କରାଯାଇଥିଲା। ଯେଉଁ ଜୋନ୍‌ ଭିତରେ ୮ ରାଜ୍ୟ ଆସୁଛି ସେଥିରୁ ୪ଟି, ଯେଉଁ ଜୋନ୍‌ରେ ୬ଟି ରାଜ୍ୟ ଅଛି ସେଥିରୁ ୩ଟି ଏବଂ ଯେଉଁ ଜୋନ୍‌ରେ ୪ଟି ରାଜ୍ୟ ଥିଲା ସେଥିରୁ ୨୩ଟି ରାଜ୍ୟର ପ୍ରଜ୍ଞାପନ ମେଢ ମନୋନୀତ କରାଯିବାର ଥିଲା। ସେହି କ୍ରମରେ ପୂର୍ବ ଜୋନ୍‌ରେ ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ବିହାର ରାଜ୍ୟ ରହିଥିଲେ। ଏହି ଜୋନ୍‌ରୁ ଝାଡ଼ଖଣ୍ଡ ଏବଂ ଓଡ଼ିଶାର ପ୍ରଜ୍ଞାପନ ମେଢକୁ ମନୋନୀତ କରାଯାଇଛି। ଏହାବାଦ୍‌ ପ୍ରଜ୍ଞାପନ ମଡେଲ ମନୋନୀତ ଏ ସମ୍ପର୍କିତ ଗାଇଡଲାଇନ ସମ୍ପର୍କିତ ଚିଠି ମଧ୍ୟ ଜାରି କରାଯାଇଛି। ଆସନ୍ତା ୭ ତାରିଖରେ ଓଡ଼ିଶା ଟିମ୍‌ ଦିଲ୍ଲୀ ଯାଇ ପ୍ରଜ୍ଞାପନ ମେଢ ପ୍ରସ୍ତୁତ ଲାଗି ମନ୍ତ୍ରଣାଳୟଠାରୁ ଟ୍ରଲି ଏବଂ ଟ୍ରେଲର ଗ୍ରହଣ କରିବେ। ଆସନ୍ତା ୧୪ରେ ପ୍ରଜ୍ଞାପନ ମେଢ କାର୍ଯ୍ୟ ଆରମ୍ଭ ହେବ। ଭୁବନେଶ୍ୱରର ଇମାଜେରିକୁ ପ୍ରଜ୍ଞାପନ ମେଢ ପ୍ରସ୍ତୁତ ଲାଗି କାମ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଆଗାମୀ ୪ ଦିନ ଯାଏ ପ୍ରବଳ ବର୍ଷା, ୧୦ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୨୭।୭: ଉତ୍ତର ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପ୍ରଭାବରେ ଉତ୍ତର ଓ ଓ ଉପକୂଳ ଓ ପ୍ରବଳ ବର୍ଷା ହେବାର...

ନୂଆ ବିଧାୟକମାନେ ଶୁଣାଇଲେ ନିଜ ଅଞ୍ଚଳର ସମସ୍ୟା

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ଅପରାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ସୁରୁଖୁରୁରେ ଚଳାଇବା ଲାଗି ପ୍ରଥମେ ପରାମର୍ଶଦାତା କମିଟି ଗଠିତ ହୋଇଛି। ଏଥିରେ ବାଚସ୍ପତି...

ଚତୁର୍ଥ ଲଘୁଚାପରୁ ବନ୍ୟା ଆଶଙ୍କା

ଭୁବନେଶ୍ୱର,୨୭ା୭(ଅନୁରାଧା ମହାରଣା): ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ ବିଲବାଡ଼ି ଜଳାର୍ଣ୍ଣବ...

ବଢ଼ିପାରେ ମଧ୍ୟାହ୍ନଭୋଜନ ମୁଣ୍ଡ ପିଛା ଖର୍ଚ୍ଚ

ଭୁବନେଶ୍ୱର,୨୭ା୭(ଅନିଲ ଦାସ): ସ୍କୁଲରେ ଛାତ୍ରୀଛାତ୍ରମାନଙ୍କୁ ଦିଆଯାଉଥିବା ମଧ୍ୟାହ୍ନଭୋଜନ ମୁଣ୍ଡପିଛା ମୂଲ୍ୟ ବଢ଼ିପାରେ। ଏ ନେଇ ରାଜ୍ୟ ସରକାର ଚିନ୍ତା କରୁଛନ୍ତି। ବିଜେଡି ସଭ୍ୟ ରଣେନ୍ଦ୍ର ପ୍ରତାପ...

ଆଳୁ ଅଭାବ: ଦର ବଢ଼ିଲା

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ସପ୍ତାହକ ମଧ୍ୟରେ ଆଳୁ ଦର ୧୫ ଟଙ୍କାରୁ ଅଧିକ ବୃଦ୍ଧି ପାଇସାରିଲାଣି। ଆଳୁ ଏବେ କେଉଁଠି ୪୫ ଟଙ୍କା ତ ଆଉ...

ସରକାର ନିଜ ଦୋଷ ଲୁଚାଉଛନ୍ତି: ବିରୋଧୀ

ଭୁବନେଶ୍ୱର,୨୭ା୭(ଅନିଲ ଦାସ): ରଥ ଉପରୁ ବଡ଼ ଠାକୁର ଖସିପଡ଼ିବା, ଦଳାଚକଟାରେ ଜଣଙ୍କ ମୃତ୍ୟୁ ହେବା, ଟ୍ରାଫିକ ଅବ୍ୟବସ୍ଥା, ଅଣ ସେବାୟତ ରଥ ଉପରେ ଚଢ଼ିବା ପ୍ରସଙ୍ଗକୁ...

ବିଜେଡି ସରକାରର ବଜେଟଠାରୁ ଏଥର ୧୫% ଅଧିକ: ସମୀର

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ନୂତନ ରାଜନୈତିକ ସଂସ୍କୃତିର ପ୍ରତିଷ୍ଠାକରି ଭାଜପା ପ୍ରଥମ ଥର ଓଡ଼ିଶାରେ ସରକାର ଗଠନ କରିଛି। ଭାଜପା ସରକାରର ପ୍ରଥମ ବଜେଟ ଓଡ଼ିଶା...

ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ ବିରୋଧୀ-ଶାସକ ମୁହାଁମୁହିଁ

ଭୁବନେଶ୍ୱର,୨୭।୭(ଅନିଲ ଦାସ): ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ ବିଜେଡି -ଭାଜପା ବିଧାନସଭାରେ ମୁହାଁମୁହିଁ ହୋଇଛନ୍ତି। ଯୋଜନାର ନଁା ବଦଳିବାକୁ ନେଇ ବିଜେଡି ବିଧାୟକ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri