ଚିଲିକାରେ ୧୧ଲକ୍ଷ ୩୭ ହଜାର ୭୫୯ ପକ୍ଷୀ

ବାଲୁଗାଁ,୫ା୧(ସଂଗ୍ରାମ ପାଇକରାୟ):ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ଆନୁକୂଲ୍ୟରେ ଗୁରୁବାର ଚିଲିକାରେ ପକ୍ଷୀ ଗଣନା ଶେଷ ହୋଇଛି। ଚଳିତବର୍ଷ ଚିଲିକାରେ ୧୧ଲକ୍ଷ ୩୭ହଜାର ୭୫୯ ପକ୍ଷୀଙ୍କ ସମାଗମ ହୋଇଛି। ସେଥିମଧ୍ୟରୁ ୧୦୮ପ୍ରଜାତିର ୧୦ଲକ୍ଷ ୯୮ହଜାର ୮୧୩ଟି ବିଦେଶୀ ପକ୍ଷୀ ଥିବା ବେଳେ ସ୍ଥାନୀୟ ୭୯ ପ୍ରଜାତିର ୩୮ହଜାର ୯୪୬ଟି ପକ୍ଷୀ ରହିଛନ୍ତି। ଗତବର୍ଷ ଚିଲିକାରେ ୧୧ଲକ୍ଷ ୩୧ହଜାର ୯୨୯ଟି ପକ୍ଷୀଙ୍କ ସମାଗମ ହୋଇଥିଲା। ଚଳିତ ବର୍ଷ ୫ ହଜାର ୮୩୦ଟି ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ସେହିପରି ଗତ ବର୍ଷ ୧୮୪ପ୍ରଜାତିର ପକ୍ଷୀଙ୍କ ସମାଗମ ହୋଇଥିବା ବେଳେ ଚଳିତ ବର୍ଷ ୧୮୭ପ୍ରଜାତିର ପକ୍ଷୀଙ୍କ ଆଗମନ ହୋଇଛି। ଏଥର ନୂତନ ଅତିଥିଭାବେ ଗୋଟିଏ ପଲାସ ଫିସ୍‌ ଇଗଲ୍‌ ନାମକ ପକ୍ଷୀ ଦୃଷ୍ଟିଗୋଚର ହୋଇଛି। ଚିଲିକାର ଶୋଭା ବର୍ଦ୍ଧନକାରୀ ଫ୍ଲେମିଂ ଗୋ (ଏରା) ହଂସଜାତୀୟ ପକ୍ଷୀ ଗତବର୍ଷ ୩୭୩ଟି ଦୃଷ୍ଟି ଗୋଚର ହୋଇଥିବା ବେଳେ ଚଳିତବର୍ଷ ଏହି ସଂଖ୍ୟା ବୃଦ୍ଧି ପାଇ ୮୨୦ରେ ପହଞ୍ଚତ୍ଛି। ବିଦେଶୀ ପକ୍ଷୀଙ୍କ ମଧ୍ୟରେ ସର୍ବାଧିକ ସଂଖ୍ୟାାରେ ନର୍ଦ୍ଦର୍ନ ପିଣ୍ଟେଲ୍‌ ୨ଲକ୍ଷ ୧୮ହଜାର ୬୫୪, ଗଡଓ୍ବାଲ୧ଲକ୍ଷ ୫୬ହଜାର ୬୩୬, ୟୁରାସିଆନ୍‌ ଓ୍ବିଜିଅନ୍‌ ୧ଲକ୍ଷ ୪୦ହଜାର ୩୨୨, ବ୍ଲାକ୍‌ ଟେଲ୍ଡ ଗଡଓ୍ବିଟ୍‌ ୬୬ହଜାର ୮୫୩, କମନ କୁଟ୍‌ ୬୬ହଜାର ୫୫୨ ଏବଂ ନର୍ଦ୍ଦର୍ନ ସୋଭଲର ୩୯ହଜାର ୪୪୭ ସଂଖ୍ୟାରେ ଅଛନ୍ତି। ନୂତନ ଅତିଥି ପଲାସ ଫିସ୍‌ ଇଗଲ ଏବଂ ପେଲିକାନ୍‌ ଗୋଟିଏ ଲେଖାଏ ଦେଖାଯାଇଛି। ସର୍ବାଧିକ ସଂଖ୍ୟାରେ ବାଲୁଗାଁ ରେଞ୍ଜ ଅନ୍ତର୍ଗତ ନଳବଣରେ ପକ୍ଷୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଦ୍ୱିତୀୟରେ ଟାଙ୍ଗୀ ରେଞ୍ଜ ଅନ୍ତର୍ଗତ ମଙ୍ଗଳାଯୋଡ଼ି, ଭୂଷଣ୍ଡପୁର ଏବଂ ସର୍ବନିମ୍ନଭାବେ ରମ୍ଭା ରେଞ୍ଜରେ ପକ୍ଷୀଙ୍କ ଚିହ୍ନଟ ହୋଇଛି।
ବାଲୁଗଁା ବନ୍ୟପ୍ରାଣୀ ବିଭାଗ ଅଧୀନ ୫ଟି ରେଞ୍ଜ ଚିଲିକା, ସାତପଡ଼ା, ରମ୍ଭା, ବାଲୁଗାଁ ଓ ଟାଙ୍ଗୀ ଚିଲିକାଞ୍ଚଳରେ ଏହି ପକ୍ଷୀ ଗଣନା କରାଯାଇଥିଲା। ବିଭାଗ ପକ୍ଷରୁ ଚିଲିକାକୁ ୨୧ଟି ଜୋନ୍‌ରେ ବିଭକ୍ତ କରାଯାଇ ୨୧ଟି ଦଳକୁ ନିୟୋଜିତ କରାଯାଇଥିଲା। ସଡ଼କ ପଥରେ ଦୁଇଟି ଗ୍ରୁପ ଏବଂ ଜଳପଥରେ ୧୯ଟି ଗ୍ରୁପ ରହି ପକ୍ଷୀଗଣନା କରିଥିଲେ। ନଳବଣରେ କେବଳ ୬ଟି ଦଳ ପକ୍ଷୀ ଗଣନା କରିଥିବା ବେଳେ ସ୍ଥଳଭାଗରେ ୨ଟି ଏବଂ ଅବଶିଷ୍ଟ ୧୩ଟି ଦଳ ଅନ୍ୟାନ୍ୟ ଜୋନ୍‌ ବାଲିପାଟପୁରଠାରୁ ସାତଭାୟା, ରମ୍ଭା, ମଙ୍ଗଳଯୋଡ଼ିଠାରୁ ଭୂଷୁଣ୍ଡପୁର, ସୋରଣଠାରୁ ନଈରୀ, କୃଷ୍ଣପ୍ରସାଦ, କାଳିଜାଈଠାରୁ ଚନ୍ଦ୍ରାପୁଟ, ସାତପଡ଼ାଠାରୁ ଗମ୍ଭାରୀ ଓ ଗୁରୁବାଇ, ଅରଖକୁଦା, ଗୋଠକୁଦଠାରୁ ନୂଆପଡ଼ା ଆଦି ଅଞ୍ଚଳରେ ଗଣନା କରିଥିଲେ। ପକ୍ଷୀ ଗଣନାକାରୀଙ୍କୁ ୧୯ଟି ଡଙ୍ଗା ଯୋଗାଇ ଦିଆଯାଇଥିଲା। ଗୁରୁବାର ସକାଳ ୬ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ପକ୍ଷୀ ଗଣନା କରାଯାଇଥିଲା। ଏହି ପକ୍ଷୀ ଗଣନାରେ ବମ୍ବେ ନାଚୁରାଲ ହ୍ରିଷ୍ଟ୍ରି ଅଫ୍‌ ସୋସାଇଟ୍‌ର ଡାଇରେକ୍ଟର ପି.ସାଥିଆ ସେଲଭମ, ଆରସିସିଏଫ୍‌ ଡ.ସଞ୍ଜିତ୍‌ କୁମାର, ପିସିସିଏଫ୍‌ ବିକାଶ ରଞ୍ଜନ ଦାଶ, ଅବସରପ୍ରାପ୍ତ ଆଏଫଏସ୍‌ ପି.କେ. ମିଶ୍ର, ପ୍ରଫେସର ଡ.ଶ୍ୱେତାଶ୍ରୀ ପୁରୋହିତ, ଡିଏଫ୍‌ଓ ଅମ୍ଲାନ ନାୟକ,ଏସିଏଫ୍‌ ପ୍ରମୋଦ ସେଠୀଙ୍କ ସମେତ ସିଡିିଏ କର୍ତ୍ତୃପକ୍ଷ, ବାଲୁଗଁା ବନ୍ୟପ୍ରାଣୀ ବିଭାଗ ସମେତ ଓୟୁଏଟି, ଓ୍ବାଇଲ୍ଡ ଓଡ଼ିଶା, ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରୀଛାତ୍ର ମୋଟ ୧୩୨ ଜଣ ଗଣନା କାର୍ଯ୍ୟରେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

ଉପକୂଳ ଓଡ଼ିଶାରେ ବହିବ ସାମୁଦ୍ରିକ ଝଡ଼

ଭୁବନେଶ୍ୱର,୨୯ା୪: ସୋମବାର ସକାଳ ସାଢ଼େ ୮ଟା ସୁଦ୍ଧା ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ କରାଯାଇଛି। ବାରିପଦାରେ ତାପମାତ୍ରା ୩୬ ଡିଗ୍ରୀ ଥିବା ବେଳେ ବାଲେଶ୍ୱରରେ ୩୬,...

ପଖାଳକୁ ଭାରି ପଡ଼ିଲାଣି ପିଆଜ, ଆଳୁ

ବଲାଙ୍ଗୀର,୨୯ା୪(ବୀରେନ୍ଦ୍ର କୁମାର ଝାଙ୍କର): ପ୍ରଚଣ୍ଡ ଖରାରେ ତାପମାତ୍ରା ବୃଦ୍ଧି ଏବେ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି। ଏତିକି ବେଳେ ଆଳୁ, ପିଆଜ ଏବଂ ପନିପରିବା ଦରବୃଦ୍ଧି...

ବାସି, ଦୂଷିତ ଖାଦ୍ୟ ବିକ୍ରି ବଢ଼ୁଛି

ନୟାଗଡ଼,୨୯।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ବିଭିନ୍ନ ହୋଟେଲ, ଢ଼ାବା, ଜଳଖିଆ ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ ଆଖିକୁ ଭଲ ଦେଖାଯାଉଥିଲେ ହେଁ ଗୁଣବତ୍ତା(ମାନ) ଠିକ୍‌ ରହୁନି...

ଲୁରୁ ଗ୍ରାମରେ ପଡ଼ିନାହିଁ ବିକାଶର ପାଦଚିହ୍ନ

ପାରଳାଖେମୁଣ୍ଡି,୨୯ା୪ (ଗିରିଧାରୀ ପରିଛା): ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। ହେଲେ ଅନେକ ଯୋଜନା ବହୁ ଜାଗାରେ ପହଞ୍ଚି ପାରୁନାହିଁ। ଦୀର୍ଘ ବର୍ଷର ସ୍ଥାୟୀ ସରକାର...

ସରୁନି ପୋଲ ସଂଯୋଗୀକରଣ ରାସ୍ତା

ବାଲେଶ୍ୱର,୨୯ା୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ତେନ୍ତୁଳିଦା ପଞ୍ଚାୟତ ବୋଇତବାଙ୍କ ଘାଟରେ ଦୀର୍ଘ ଦିନ ହେବ ବିଜୁ ସେତୁ ନିର୍ମାଣ ସରିଥିଲେ ମଧ୍ୟ ସଂଯୋଗୀକରଣ...

୮ ଟଙ୍କାରେ ବିକିଥିଲେ, ୩୦ରେ କିଣୁଛନ୍ତିି

ରାମଚନ୍ଦ୍ରପୁର,୨୯ା୪(ଗଣେଶ୍ୱର ସା): ରାଜ୍ୟକୁ ଆଳୁ ଉତ୍ପାଦନ କ୍ଷେତ୍ରରେ ସ୍ବାବଲମ୍ବୀ କରିବାପାଇଁ ସରକାର ଉଦ୍ୟାନ ବିଭାଗ ଜରିଆରେ ଆଳୁ ମିଶନ କାର୍ଯ୍ୟକାରୀ କରିଛନ୍ତି। ମାତ୍ର ଏହା ଠିକ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri