ମା’ ମଝିଘରିଆଣୀ ମନ୍ଦିର ହୁଣ୍ଡି ଗଣତି ଆରମ୍ଭ
ରାୟଗଡ଼ା,୧୮ା୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀ ମନ୍ଦିର ହୁଣ୍ଡି ସୋମବାର ଖୋଲାଯାଇଛି। ଏହି ଗଣତିରେ ଉତ୍କଳ ଗ୍ରାମୀଣ ବ୍ୟାଙ୍କର କର୍ମଚାରୀଙ୍କ ସମେତ ମଝିଘରିଆଣୀ ମନ୍ଦିର ମହିଳା କର୍ମଚାରୀ, ଭେଙ୍କେଟେଶ୍ୱର ମନ୍ଦିରର ମହିଳା ଓ ଅନ୍ୟମାନେ ଗଣତିରେ…
‘ଦେଶର ପ୍ରତ୍ୟେକ ମା’-ଝିଅ ଶକ୍ତିଙ୍କ ରୂପ, ମୁଁ ତାଙ୍କ ପୂଜାରୀ’
ହାଇଦ୍ରାବାଦ,୧୮ା୩: ଦେଶରେ ୨୦୨୪ ଲୋକ ସଭା ନିର୍ବାଚନ ନେଇ ବିଗୁଲ୍ ବାଜି ସାରିଛି। ଲୋକ ସଭା ନିର୍ବାଚନର ତାରିଖ ଘୋଷଣା କରାଯାଇଛି। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ତେଲଙ୍ଗାନାର ଜଗତିଆଲରେ ଏକ ଜନ ସମାବେଶକୁ ସମ୍ବୋଧିତ କରିଛନ୍ତି। ଏହି…
ଏକତରଫା ବିଜୟ ହାସଲ କଲେ ଭ୍ଲାଡିମିର ପୁଟିନ: ଲଗାତର ପଞ୍ଚମଥର ପାଇଁ ହେବେ ରାଷ୍ଟ୍ରପତି
ମସ୍କୋ,୧୮।୩: ଭ୍ଲାଡିମିର ପୁଟିନ ପଞ୍ଚମ ଥର ପାଇଁ ରୁଷିଆର ରାଷ୍ଟ୍ରପତି ହେବାକୁ ଯାଉଛନ୍ତି। ପୁଟିନ ବିପୁଳ ବ୍ୟବଧାନରେ ବିଜୟ ହାସଲ କରିଛନ୍ତି। ପ୍ରାରମ୍ଭିକ ଧାରା ଅନୁଯାୟୀ ପୁଟିନଙ୍କୁ ପ୍ରାୟ ୮୮ ପ୍ରତିଶତ ଭୋଟ ମିଳିଛି। ଗତ ୨୫ ବର୍ଷ ମଧ୍ୟରେ ପୁଟିନଙ୍କୁ…
ଚାଇନାକୁ ପାନେ ଦେଲା ଭାରତ
ନୂଆଦିଲ୍ଲୀ,୧୮।୩: ସ୍ମାର୍ଟଫୋନ ଉତ୍ପାଦନରେ ଚାଇନା ବହୁତ ମଜଭୁତ। କିନ୍ତୁ ଏହି ଏକଚାଟିଆକୁ ଭାଙ୍ଗିବା ପାଇଁ ଆମେରିକୀୟ କମ୍ପାନୀଗୁଡିକ ଚାଇନାରୁ ଭାରତକୁ ଆସି ଉତ୍ପାଦନ ଆରମ୍ଭ କଲେ। କିଛି ବର୍ଷ ମଧ୍ୟରେ ଭାରତ ଚାଇନାକୁ ପାନେ ଦେବା ଆରମ୍ଭ କରିଛି। ଭାରତ ବର୍ତ୍ତମାନ…
ମେଣ୍ଟକୁ ନେଇ ଥମୁନି ଚର୍ଚ୍ଚା, ନବୀନ ନିବାସରେ ପୁଣି ବସିଲା ବୈଠକ
ଭୁବନେଶ୍ୱର,୧୮ା୩: ବିଜେଡି-ଭାଜପା ମେଣ୍ଟକୁ ନେଇ ରାଜ୍ୟରେ ଚର୍ଚ୍ଚା ଥମି ନ ଥିବା ବେଳେ ସୋମବାର ନବୀନ ନିବାସରେ ପୁରୀ ସଂସଦୀୟ କ୍ଷେତ୍ର ନେତା ଏବଂ ବିଧାୟକଙ୍କ ପୁଣି ଏକ ବୈଠକ ବସିଛି। ବିଧାୟକ ଏବଂ ଦାୟିତ୍ୱରେ ଥିବା ପର୍ଯ୍ୟବେକ୍ଷକଙ୍କୁ ନେଇ ଉକ୍ତ…
ଇସ୍ତଫା ଦେଲେ ରାଜ୍ୟପାଳ: ଲଢିପାରନ୍ତି ନିର୍ବାଚନ
ହାଇଦ୍ରାବାଦ୍,୧୮।୩: ତେଲେଙ୍ଗାନା ରାଜ୍ୟପାଳ ତାମିଲିସାଇ ସୌନ୍ଦରାଜନ ଇସ୍ତଫା ଦେଇଛନ୍ତି। ତାମିଲନାଡୁରୁ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାର ସମ୍ଭାବନା ରହିଛି। ୨୦୧୯ ପର୍ଯ୍ୟନ୍ତ ତାମିଲନାଡୁ ଭାଜପା ମୁଖ୍ୟ ଥିବା ସୌନ୍ଦରାଜନଙ୍କୁ ସେପ୍ଟେମ୍ବର ୨୦୧୯ର ତେଲେଙ୍ଗାନା ରାଜ୍ୟପାଳ ଭାବରେ ନିଯୁକ୍ତ କରାଯାଇଥିଲା। ବର୍ତ୍ତମାନର…
ମେଣ୍ଟକୁ ନେଇ କୌଣସି ଦ୍ୱନ୍ଦ ନାହିଁ: ଜୁଏଲ
ଭୁବନେଶ୍ୱର,୧୮ା୩: ବିଜେଡି-ଭାଜପା ମେଣ୍ଟକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଏବେ ବି ଥମିନାହିଁ। ଅନ୍ୟପକ୍ଷରେ ଏହି ପ୍ରସଙ୍ଗକୁ ନେଇ ଭାଜପା ଏମ୍ପି ଜୁଏଲ ଓରାମ କହିଛନ୍ତି, ମେଣ୍ଟକୁ ନେଇ କୌଣସି ଦ୍ୱନ୍ଦ୍ୱ ନାହିଁ। କେନ୍ଦ୍ର ସଂସଦୀୟ ବୋର୍ଡ ଯାହା ନିଷ୍ପତ୍ତି ନେବ…
ଏସ୍ବିଆଇକୁ ପୁଣି ‘ସୁପ୍ରିମ’ ଝଟ୍କା: ବଣ୍ଡ ନମ୍ବର ସହ ସବୁକିଛି ଏସ୍ବିଆଇକୁ ଦେବାକୁ ପଡିବ
ନୂଆଦିଲ୍ଲୀ,୧୮ା୩:ରାଜନୈତିକ ଦଳଗୁଡ଼ିକୁ ଚାନ୍ଦା ଦେବା ପାଇଁ ଉଦ୍ଦିଷ୍ଟ ଇଲେକ୍ଟୋରାଲ୍ ବଣ୍ଡ୍ ସମ୍ପର୍କିତ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରି ନ ଥିବାରୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସ୍ବିଆଇ)କୁ ସୋମବାର ସୁପ୍ରିମକୋର୍ଟ ଭର୍ତ୍ସନା କରିଛନ୍ତି। ନିର୍ବାଚନ ବଣ୍ଡ ସମ୍ପର୍କରେ ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି…
ଭୁଶୁଡିଲା ପାଞ୍ଚ ମହଲା କୋଠା: ମୁଣ୍ଡରେ ବ୍ୟାଣ୍ଡେଜ୍ ବାନ୍ଧି ଘଟଣାସ୍ଥଳରେ ପହଞ୍ଚିଲେ ମମତା
କୋଲକାତା,୧୮।୩: ଦକ୍ଷିଣ କୋଲକାତାର ମେଟିଆବ୍ରୁଜରେ ପାଞ୍ଚ ମହଲା ବିଶିଷ୍ଟ ନିର୍ମାଣାଧୀନ କୋଠା ଭୁଶୁଡି ପଡିଛି। ଏହି ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ପଶ୍ଚିମବଙ୍ଗ ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା ନିର୍ଦ୍ଦେଶକ ଅଭିଜିତ ପାଣ୍ଡେ କହିଛନ୍ତି, ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ଉପସ୍ଥିତ…
ମାଲାମାଲ୍ ହେଲେ ଅଶ୍ୱିନ୍: ମିଳିଲା ୫୦୦ ସୁନା ମୁଦ୍ରା, ୧ କୋଟି ଟଙ୍କା
ଚେନ୍ନାଇ,୧୮।୩: କିଛି ସପ୍ତାହ ପୂର୍ବରୁ ଅନୁଷ୍ଠିତ ଭାରତ ବନାମ ଇଂଲଣ୍ଡ ସିରିଜରେ ଭାରତୀୟ କ୍ରିକେଟର ରବିଚନ୍ଦ୍ରନ ଅଶ୍ୱିନ ଏକ ଐତିହାସିକ ରେକର୍ଡ ସ୍ଥାପନ କରିଥିଲେ। ଟେଷ୍ଟ କ୍ରିକେଟ ଇତିହାସରେ ଅଶ୍ୱିନ ନବମ ଖେଳାଳି ଭାବେ ୫୦୦ ଉଇକେଟ ପୂରଣ କରିଥିଲେ। ସେ…
ସୋନପୁର: ହୋର୍ଡିଂ ହଟୁନି
ସୋନପୁର,୧୮।୩(ମୃତ୍ୟୁଞ୍ଜୟ ଶତପଥୀ): ଆସନ୍ତା ଲୋକସଭା ଓ ଓଡିଶା ବିଧାନସଭା ନିର୍ବାଚନ ପାଇଁ ଭାରତର ନିର୍ବାଚନ କମିଶନର ଶନିବାର ତାରିଖ ଘୋଷଣା କରିଛନ୍ତି। ଓଡିଶାରେ ୪ ପର୍ଯ୍ୟାୟରେ ନିର୍ବାଚନ ହେବ। ନିର୍ବାଚନ କମିଶନର ଶନିବାର ଅପରାହ୍ନ ୩ଟାରେ ନିର୍ବାଚନ ତାରିଖ ଘୋଷଣା କରିବା…
ଆରସିବିର ବିଜୟ ପରେ ଖୁସିରେ ଗଦ୍ଗଦ୍ ହେଲେ ବିରାଟ କୋହଲି: ଭିଡିଓ କଲ୍ରେ କଥା ହେଲେ
ନୂଆଦିଲ୍ଲୀ,୧୮।୩:ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମହିଳା ପ୍ରିମିୟର ଲିଗ ୨୦୨୪ ଟାଇଟଲ ଜିତିଛି। ଫାଇନାଲରେ ଦଳ ନିଜ ପଡ଼ିଆରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରି ଟାଇଟଲ ଜିତିଥିଲା। ଏହା ସହିତ ବାଙ୍ଗାଲୋରର ଟାଇଟଲ ମରୁଡ଼ି ସମାପ୍ତ ହୋଇଛି। ବାଙ୍ଗାଲୋର ପୁରୁଷ ଦଳ ୧୬…

