ସୋନପୁର: ହୋର୍ଡିଂ ହଟୁନି

ସୋନପୁର,୧୮।୩(ମୃତ୍ୟୁଞ୍ଜୟ ଶତପଥୀ): ଆସନ୍ତା ଲୋକସଭା ଓ ଓଡିଶା ବିଧାନସଭା ନିର୍ବାଚନ ପାଇଁ ଭାରତର ନିର୍ବାଚନ କମିଶନର ଶନିବାର ତାରିଖ ଘୋଷଣା କରିଛନ୍ତି। ଓଡିଶାରେ ୪ ପର୍ଯ୍ୟାୟରେ ନିର୍ବାଚନ ହେବ। ନିର୍ବାଚନ କମିଶନର ଶନିବାର ଅପରାହ୍ନ ୩ଟାରେ ନିର୍ବାଚନ ତାରିଖ ଘୋଷଣା କରିବା ପରେ ସାରା ଦେଶରେ ତତ୍କାଳ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି। କ୍ଷମତାସୀନ ସରକାର ଓ ରାଜନୈତିକ ଦଳ ଆଦର୍ଶ ଆଚରଣ ବିଧି ନିୟମାବଳୀକୁ ଅନୁପାଳନ କରିବା କଥା। ତେବେ ସୁବର୍ଣ୍ଣପୁର ଜିଲାରେ ଆଚରଣବିଧି ଲାଗୁ ହେବାର ୨୪ ଘଣ୍ଟା ପରେ ବି ଏହାକୁ ଅନୁପାଳନ କରାଯାଉ ନ ଥିବା ଦେଖିବାକୁ ମିଳିଛି। ପୌରପରିଷଦ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ବିଦ୍ୟୁତ୍‌ ବିଭାଗ ଓ ମୃତ୍ତିକା ସଂରକ୍ଷଣ ଭଳି ଜିଲାର କିଛି ବିଭାଗ ସରକାରଙ୍କ ପ୍ରଚାର ହୋଡିଂକୁ ଏ ପର୍ଯ୍ୟନ୍ତ ହଟାଇ ନାହାନ୍ତି। ସୁବର୍ଣ୍ଣପୁର ମୃର୍ତ୍ତିକା ସଂରକ୍ଷଣ ବିଭାଗ କାର୍ଯ୍ୟାଳୟ ପରିସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଥିବା କ୍ଷେତ ପୋଖରୀ ଚାଷୀଙ୍କ ପାଇଁ ବହୁ ଉପକାରୀ ଶୀର୍ଷକ ରାଜ୍ୟ ସରକାରଙ୍କ ବାର୍ତ୍ତା ଓ ଯୋଜନା ସମ୍ପର୍କିତ ହୋର୍ଡିଂ ସେମିତି ରହିଛି। ସୋନପୁର ତହସିଲ ଅଫିସ ସମ୍ମୁଖରେ ବିଦ୍ୟୁତ୍‌ ବିଭାଗର ପ୍ରଚାର ହୋଡିଂ ଲାଗିଥିବା ବେଳେ ତାହାକୁ ଢଙ୍କା ଯାଇନି। ସେହିପରି ଜିଲା ସଦର ମହକୁମା ପଟାଭାଡି ରାସ୍ତାର କଳିଙ୍ଗନଗର ବସ୍ତି ସମ୍ମୁଖରେ ସରକାରଙ୍କ ଜାଗା ମିଶନ ଯୋଜନା ସମ୍ପର୍କିତ ହୋର୍ଡିଂକୁ ହଟାଯାଇନି। ଗ୍ରାମାଞ୍ଚଳରେ ସରକାରଙ୍କ ଯୋଜନାର ପ୍ରଚାର ସମ୍ପର୍କିତ ଏଭଳି ବହୁ ହୋଡିଂ ପୂର୍ବ ଭଳି ରହିଥିବା ଦେଖିବାକୁ ମିଳିଛି। ଏହା ଆଦର୍ଶ ଆଚରଣ ବିଧିର ଖୋଲା ଉଲ୍ଲଂଘନ ହୋଇଥିବାରୁ ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ଦାବି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଗରମରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ଏମିତି ନିର୍ଦ୍ଦେଶ ଦେଲେ କିମ୍‌ ଜୋଙ୍ଗ୍‌ ଉନ୍‌, ସାରା ବିଶ୍ୱ ଜାଣି ଆଶ୍ଚର୍ଯ୍ୟ…

ପ୍ୟୋଙ୍ଗୟାଙ୍ଗ,୭ା୮: ଉତ୍ତର କୋରିଆରେ ବର୍ତ୍ତମାନ ପ୍ରବଳ ଗରମ ଅନୁଭୂତ ହେଉଛି। ଏହି ଗରମ ଯୋଗୁ ସେଠାକାର ଲୋକମାନଙ୍କୁ ଏମିତି ନିର୍ଦ୍ଦେଶ ଦିଆଯାଇଛି ଯାହା ଆଶ୍ଚର୍ଯ୍ୟଜନକ। ଉତ୍ତର କୋରିଆର…

ନାହିଁ ଆଧାର କାର୍ଡ: ସରକାରୀ ଯୋଜନାରୁ ଦିବ୍ୟାଙ୍ଗ ଯୁବତୀ

କର୍ଲାମୁଣ୍ଡା,୭।୮(ପ୍ରଦୀପ କୁମାର ସାହୁ):ପ୍ରଶାସନିକ ଅବହେଳା ଓ ପରିଚୟପତ୍ରର ଅଭାବ ଯୋଗୁ ଜଣେ ଦୃଷ୍ଟିବାଧିତ ଦିବ୍ୟାଙ୍ଗ ଯୁବତୀ ବିଭିନ୍ନ ସରକାରୀ ସହାୟତାରୁ ବଞ୍ଚିତ ରହିଥିବା ଘଟଣା ସାମ୍ନାକୁ ଆସିଛି।…

‘ହସ୍ତତନ୍ତ ଦିବସ’ରେ କୁକୁର ସହ ଭିଡ଼ିଓ କଲେ ରାହୁଲ, କହିଲେ ମା’ ସୋନିଆ ଦେଖିଲେ..

ନୂଆଦିଲ୍ଲୀ,୭।୮: ଭାରତୀୟ ଜାତୀୟ କଂଗ୍ରେସ (INC) ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ଭିନ୍ନ ସ୍ବାଦର ଭିଡିଓ ଶେୟାର କରିଛି। ଭିଡିଓରେ ଲୋକ ସଭାର ବିରୋଧୀ…

IND vs SL: ବଦଳିଲେ ଟିମ ଇଣ୍ଡିଆର ଅଧିନାୟକ, ଶୁବମନ ଗିଲଙ୍କ ସ୍ଥାନ ନେଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୭।୮: ଶ୍ରୀଲଙ୍କା ଏକାଦଶ ଟସ ଜିତି ଅଭ୍ୟାସ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା; ଫଳରେ, କଲମ୍ବୋରେ ଖେଳାଯାଉଥିବା ଏହି ମ୍ୟାଚରେ ଭାରତୀୟ ଦଳ ପ୍ରଥମେ…

ରାହୁଲ ଗାନ୍ଧୀଙ୍କ ଘର ବାହାରେ ସାଧୁ-ସନ୍ଥଙ୍କ ହଙ୍ଗାମା! ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୭।୮: ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କ ଦିଲ୍ଲୀସ୍ଥିତ ବାସଭବନ ବାହାରେ ଶୁକ୍ରବାର ସାଧୁ-ସନ୍ଥଙ୍କ ସମେତ ଅନେକ ଲୋକ ବିରୋଧ ପ୍ରଦର୍ଶନ କରିଥିଲେ।…

ତ୍ରିଷାଙ୍କୁ ନେଇ ମୁହଁ ଖୋଲିଲେ ମୁଖ୍ୟମନ୍ତ୍ରୀ ବିଜୟ, ଉଦୟନିଧିଙ୍କୁ କହିଲେ ମୁଁ…

ନୂଆଦିଲ୍ଲୀ, ୭।୮: ତାମିଲନାଡୁ ଏବଂ କର୍ନାଟକ ମଧ୍ୟରେ କାବେରୀ ନଦୀ ଜଳକୁ ନେଇ ବିବାଦ ଜାରି ରହିଛି। ଏହି ସମୟରେ ମୁଖ୍ୟମନ୍ତ୍ରୀ ବିଜୟ ଥାଲାପତି କହିଛନ୍ତି ଯେ,…

ଆସନ୍ତାକାଲିଠୁ Flipkart Freedom Sale ଆରମ୍ଭ: ଜାଣନ୍ତୁ ୫ ଧମାକାଦାର ଡିସ୍‌କାଉଣ୍ଟ, କରନ୍ତୁ ନାହିଁ ମିସ୍‌

ନୂଆଦିଲ୍ଲୀ, ୭।୮: Flipkart Freedom Sale ୨୦୨୬ ଆସନ୍ତାକାଲି ଅର୍ଥାତ୍‌ ୮ ଅଗଷ୍ଟରୁ ଆରମ୍ଭ ହେଉଛି। ଯଦି ଆପଣ ଏହି ସେଲ୍‌ରେ ନୂଆ ଫୋନ କିଣିବାକୁ ଯୋଜନା…

ମାଛ ଧରିବାକୁ ଯାଇଥିଲେ ବୃଦ୍ଧ, ଟାଣିନେଲା କୁମ୍ଭୀର, ନଦୀକୂଳରେ ପଡ଼ିଛି…

ମହାକାଳପଡ଼ା,୭ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଦେଇ ପ୍ରବାହିତ ମହାନଦୀ ଶାଖା ଗୁପ୍ତଗିରୀ ନାଳରେ ଜଣେ ମାଛ ଧରାଳିଙ୍କୁ କୁମ୍ଭୀର ଟାଣି ନେଇଥିବା ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri