Posted inଜାତୀୟ

ଏସ୍‌ବିଆଇକୁ ପୁଣି ‘ସୁପ୍ରିମ’ ଝଟ୍‌କା: ବଣ୍ଡ ନମ୍ବର ସହ ସବୁକିଛି ଏସ୍‌ବିଆଇକୁ ଦେବାକୁ ପଡିବ

ନୂଆଦିଲ୍ଲୀ,୧୮ା୩:ରାଜନୈତିକ ଦଳଗୁଡ଼ିକୁ ଚାନ୍ଦା ଦେବା ପାଇଁ ଉଦ୍ଦିଷ୍ଟ ଇଲେକ୍ଟୋରାଲ୍‌ ବଣ୍ଡ୍‌ ସମ୍ପର୍କିତ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରି ନ ଥିବାରୁ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ)କୁ ସୋମବାର ସୁପ୍ରିମକୋର୍ଟ ଭର୍ତ୍ସନା କରିଛନ୍ତି। ନିର୍ବାଚନ ବଣ୍ଡ ସମ୍ପର୍କରେ ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ଚାହୁଁଥିବା ସୂଚନା ଦେବାରେ ଏସବିଆଇ ସକ୍ଷମ ହୋଇ ନାହିଁ। ଆମେ ଯାହା ପଚାରିଛୁ ତାହା ପ୍ରଦାନ କରିବାକୁ ଏସବିଆଇ ବାଧ୍ୟ। ପ୍ରତ୍ୟେକ ସୂଚନା ବିସ୍ତୃତ ଭାବରେ ଦେବାକୁ ପଡିବ।
କୋର୍ଟ ଆହୁରି କହିଛନ୍ତି,ଏସବିଆଇକୁ ବଣ୍ଡ ନମ୍ବର ଦେବାକୁ ପଡ଼ିବ। ଏହା ବ୍ୟତୀତ ବଣ୍ଡ ସହ ଜଡିତ ପ୍ରତ୍ୟେକ ସୂଚନା ମଧ୍ୟ କୋର୍ଟକୁ ଦେବାକୁ ପଡିବ। କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଏସବିଆଇ କୌଣସି ସୂଚନା ଲୁଚାଇ ନାହିଁ ବୋଲି ଏକ ଆଫିଡେଭିଟ ଦେବା ଉଚିତ୍‌। ଏହା ଉପରେ ଏସବିଆଇ କହିଛି ଯେ, ଆମେ ଭୋଟର ବଣ୍ଡ ନମ୍ବର ଦେବୁ।
ଏସ୍‌ବିଆଇ ଗତ ୫ ବର୍ଷରେ ଜାରି ବଣ୍ଡ୍‌ ଉପରେ ପୂରା ବିବରଣୀ ଦାଖଲ କରିବାକୁ ବାଧ୍ୟ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ରାଜନୈତିକ ଦଳଗୁଡ଼ିକୁ ଚାନ୍ଦା ଦେଇଥିବା କମ୍ପାନୀଗୁଡ଼ିକ ସମ୍ପର୍କରେ ଇଂଲିଶ୍‌ ଅକ୍ଷର କ୍ରମାନ୍ବୟ ଓ ସଂଖ୍ୟା ଅନୁଯାୟୀ ବଣ୍ଡ୍‌ ନମ୍ବର ପ୍ରଘଟ କରିବାକୁ ନିର୍ଦ୍ଦେଶ ରହିଛି।
ଇଂଲିଶ୍‌ ଅକ୍ଷର କ୍ରମାନ୍ବୟ ଓ ସଂଖ୍ୟା ଅନୁଯାୟୀ ବଣ୍ଡ୍‌ ନମ୍ବରଗୁଡ଼ିକ ସାମ୍ନାକୁ ଆସିଲେ ବଣ୍ଡ୍‌ କ୍ରେତାମାନେ କେଉଁ ଦଳକୁ କେତେ ଟଙ୍କା ଚାନ୍ଦା ଆକାରରେ ଦେଇଛନ୍ତି ତାହା ସ୍ପଷ୍ଟ ହୋଇଯିବ। ଏହି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଏସ୍‌ବିଆଇ ଦାଖଲ କରିନାହିଁ, ଯାହାକି ପ୍ରଘଟ ହେବା ଜରୁରୀ ବୋଲି ସିଜେଆଇ କହିଛନ୍ତି। ପ୍ରକାଶ ଯେ, ମାର୍ଚ୍ଚ ୧୧ ରାୟର ମୁଖ୍ୟାଂଶରେ ପରିବର୍ତ୍ତନ ପାଇଁ ନିର୍ବାଚନ କମିଶନ ସୁପ୍ରିମକୋର୍ଟରେ ପିଟିଶନ ଦାଖଲ କରିଥିଲେ। ଏସ୍‌ବିଆଇ ଦାଖଲ କରିଥିବା ତଥ୍ୟ ଜଉମୁଦ ଲଫାଫାରେ ଥିଲା। ଇସି ନିଜ ପାଖରେ ଏହାର କପି ରଖି ନ ଥିବା ଉକ୍ତ ପିଟିଶନରେ ଦର୍ଶାଇଥିଲେ। ଏହାର ଶୁଣାଣି ବେଳେ ସାମ୍ବିଧାନିକ ପୀଠ ଉପରୋକ୍ତ ରାୟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପତ୍ନୀଙ୍କଠାରୁ ଅଲଗା ହେବେ ନାହଁ ମୁଖ୍ୟମନ୍ତ୍ରୀ ବିଜୟ! ୨୭ ବର୍ଷ ପରେ ଭାଙ୍ଗିବାକୁ ବସିଥିଲା ସମ୍ପର୍କ

ଅମରାବତି,୭।୮: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଥାଲାପତି ବିଜୟ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସମ୍ପ୍ରତି ଚର୍ଚ୍ଚାରେ ଅଛନ୍ତି। ତାଙ୍କ ପତ୍ନୀ ସଙ୍ଗୀତାଙ୍କ ସହ ତାଙ୍କ ସମ୍ପର୍କରେ ଫାଟ ସୃଷ୍ଟି…

୪୫ ଜଣ ଏମପିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି; ବ୍ରେକଫାଷ୍ଟରେ ବାଣ୍ଟିଲେ ଏହି ମନ୍ତ୍ର

ନୂଆଦିଲ୍ଲୀ,୭।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର (୭ ଅଗଷ୍ଟ, ୨୦୨୬) ଦିନ ବ୍ରେକଫାଷ୍ଟ ସମୟରେ ଶିବସେନା, NCPI ଏବଂ ଅଜିତ ପାୱାରଙ୍କ ନେତୃତ୍ୱାଧୀନ NCP ଗୋଷ୍ଠୀର ସାଂସଦ…

ଜିଲା ଶିକ୍ଷାଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ଶିକ୍ଷକ-କର୍ମଚାରୀଙ୍କ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

କୋରାପୁଟ,୭ା୮(ଅମିତାଭ ବେହେରା): ଓଡ଼ିଶା ସ୍କୁଲ-କଲେଜ ଶିକ୍ଷକ କର୍ମଚାରୀ ସମନ୍ବୟ ସମିତି ପକ୍ଷରୁ ଶୁକ୍ରବାର କୋରାପୁଟ ଜିଲା ଶିକ୍ଷାଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ସମିତିର…

ଚାରି ବର୍ଷର ବଳାତ୍କାର ପୀଡିତାଙ୍କ ଚିକିତ୍ସା କରିବାକୁ ମନା କଲେ; ଏବେ ହସ୍ପିଟାଲ ଗଣିବ ୧୨ ଲକ୍ଷ

ଗାଜିଆବାଦ,୭।୮: ସୁପ୍ରିମକୋର୍ଟ ଶୁକ୍ରବାର ଉତ୍ତର ପ୍ରଦେଶ ଗାଜିଆବାଦର ଦୁଇଟି ଘରୋଇ ହସ୍ପିଟାଲକୁ ଜଣେ ଚାରି ବର୍ଷୀୟ ବଳାତ୍କାର ପୀଡିତାଙ୍କ ପରିବାରକୁ ଯଥାକ୍ରମେ ୧୦ ଲକ୍ଷ ଏବଂ ୨…

ଭାଜପା ସହ ମେଣ୍ଟ କରିବ ଅକାଳୀ ଦଳ! ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ସୁଖବୀର ବାଦଲ

ଚଣ୍ଡିଗଡ଼/ନୂଆଦିଲ୍ଲୀ,୭।୮: ଶିରୋମଣି ଅକାଳୀ ଦଳ (ଏସଏଡି) ସଭାପତି ସୁଖବୀର ସିଂହ ବାଦଲ ଶୁକ୍ରବାର ସଂସଦ ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ସଂସଦର ମୌସୁମୀ ଅଧିବେଶନ ସମୟରେ…

ସାମାଜିକ ଦାୟିତ୍ୱବୋଧ, ସ୍ବଚ୍ଛତା ଆପଣାଇବାକୁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ

ଦିଗପହଣ୍ଡି,୭ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ଗ୍ରାମସ୍ଥିତ ସେବାନନ୍ଦ ସରସତୀ ଡିଗ୍ରୀ କଲେଜ ଜାତୀୟ ସେବା ଯୋଜନା (NSS) କୋ-ୟୁନିଟ୍‌ ପକ୍ଷରୁ ଶୁକ୍ରବାର…

ଘର ଦେବେ ସଲମାନ: ଚାରିଆଡ଼ୁ ଛୁଟୁଛି ପ୍ରଶଂସା

ଆସାମରେ ହୋଇଥିବା ଭୟଙ୍କର ବନ୍ୟାରେ ପ୍ରଭାବିତ ପରିବାରକୁ ସହାୟତା କରିବା ପାଇଁ ବଲିଉଡ ସୁପରଷ୍ଟାର ସଲମାନ ଖାନ ଆଗେଇ ଆସିଛନ୍ତି। ସେ ଏହି ମହାନ କାର୍ଯ୍ୟ ପାଇଁ…

ଆକ୍ସନ ମୋଡରେ ବିଜୟ ଥଲାପଥି: ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୭।୮: କେନ୍ଦ୍ର ସରକାର ସୀମା ନିର୍ଦ୍ଧାରଣ ବିଲ ପୁନଃଆଗତ କରିପାରନ୍ତି ବୋଲି ଆଲୋଚନା ହୋଇଛି। ତାମିଲନାଡୁରେ ଏହି ପ୍ରସଙ୍ଗକୁ ନେଇ ରାଜନୈତିକ ବିବାଦ ଆରମ୍ଭ ହୋଇଛି। କେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri