ଛିଣ୍ଡିବ ଅଛିଣ୍ଡା ଅଙ୍କ, ନବୀନ ନିବାସରେ ଆଜି ମେଣ୍ଟ ଘୋଷଣା!
ଭୁବନେଶ୍ୱର,୧୪।୩: ବିଜେପି-ଭାଜପା ମେଣ୍ଟକୁ ନେଇ ଏବେ ବି ସସପେନ୍ସ ଜାରି ରହିଛି । ଗତକାଲି ଗୃହମନ୍ତ୍ରୀ ଅମିତ ଶାହାଙ୍କ ନୂଆଦିଲ୍ଲୀ ବାସଭବନରେ ରାଜ୍ୟ ନେତାଙ୍କ ରୁଦ୍ଧଦ୍ବାର ବୈଠକ ବସିଥିଲା । ପୁଣି ଅପରାହ୍ନଣରେ ନବୀନ ନିବାସରେ ବୈଠକ ବସିଥିଲା। ଆଜି ସକାଳୁ…
ସିଏଏ କାହାର ନାଗରିକତ୍ୱ ଛଡାଇ ନେବ ନାହିଁ, ଭୟ କରନ୍ତୁ ନାହିଁ: ଶାହା
ନୂଆଦିଲ୍ଲୀ,୧୪।୩: ନାଗରିକତ୍ୱ ସଂଶୋଧନ ଅଧିନିୟମ (ସିଏଏ)କୁ ନେଇ ରାଜନୀତି ଜୋର ଧରିଛି। କେବଳ ଭାରତରେ ନୁହେଁ, ବିଦେଶରୁ ମଧ୍ୟ ଏହାକୁ ନେଇ ବିରୋଦର ସ୍ବର ଉଠିଛି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି, ନାଗରିକତ୍ୱ ସଂଶୋଧନ ଅଧିନିୟମ (ସିଏଏ) କୁ…
ଦିଲ୍ଲୀରୁ ଫେରି ମେଣ୍ଟ ନେଇ ବିସ୍ଫୋରକ ବୟାନ ଦେଲେ ମନମୋହନ ସାମଲ
ଭୁବନେଶ୍ୱର,୧୪।୩: ଓଡିଶା ରାଜନୀତିର ଭାଗ୍ୟ ଝୁଲୁଛି ଏବେ ଦିଲ୍ଲୀରେ। ମେଣ୍ଟ ହେଉଛି ନା ହେଉନି? ଏହା ଉପରେ ଏବେ ସମସ୍ତଙ୍କର ନଜର। କୁହାଯାଉଛି, ଆସନ ବୁଝାମଣା ସରିଛି ହେଲେ ସ୍ପଷ୍ଟତା ଆସିବାକୁ ଏତେ ବିଳମ୍ବ କାହିଁକି? ନା ଆସନ ଭାଗବଣ୍ଟାକୁ ନେଇ…
ସୁବର୍ଣ୍ଣପୁର ରାଜନୀତିକୁ ଉଷ୍ମ କରିଛି ମେଣ୍ଟ ଚର୍ଚ୍ଚା
ସୋନପୁର,୧୪।୩(ମୃତ୍ୟୁଞ୍ଜୟ ଶତପଥୀ)ସାଧାରଣ ନିର୍ବାଚନକୁ ନେଇ ବାତାବରଣ ସରଗରମ ଥିବା ବେଳେ ଏବେ ମେଣ୍ଟ ଚର୍ଚ୍ଚା ସୁବର୍ଣ୍ଣପୁର ରାଜନୀତିକୁ ଆହୁରି ଉଷ୍ମ କରିଛି। ଯଦିଓ ମେଣ୍ଟର ରୂପରେଖ ସମ୍ପର୍କରେ ଚିତ୍ର କିଛି ସ୍ପଷ୍ଟ ହୋଇନି, କିନ୍ତୁ ଖୁବ୍ଶୀଘ୍ର ବିଜେଡି-ଭାଜପା ଏ ବାବଦରେ ଗୁରୁତ୍ୱପୂର୍ଣ୍ଣ…
ବିଜେଡି କର୍ମୀଙ୍କ ମଧ୍ୟରେ ଉତ୍ସାହ
ଲୋଇସିଂହା,୧୪।୩(ସୁଶାନ୍ତ ବାରିକ) ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଛି। ବୁଧବାର ବଲାଙ୍ଗୀର ଜିଲା ଲୋଇସିଂହାକୁ ଏନଏସି ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏହାକୁ ନେଇ ଲୋଇସିଂହା ବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ସନ୍ଧ୍ୟାରେ ସ୍ଥାନୀୟ ବିଜେଡ଼ି ପକ୍ଷରୁ ବିଜୟ ଉତ୍ସବ ପାଳନ…
ରୋଜଗାର ଦେଉଛି ମିଠା ମକା ଚାଷ
ଭବାନୀପାଟଣା,୧୪।୩(ଉତ୍ତମ କୁମାର ଦାଶ)ପରିବାର ଗୁଜୁରାଣ ମେଣ୍ଟାଇବାରେ ସହାୟକ ହୋଇଛି ମିଠା ମକା ଚାଷ (ସୁଇଟକର୍ଣ୍ଣ)। ସକାଳ ହେଉ କି ସନ୍ଧ୍ୟା ଛୋଟପିଲାଙ୍କଠାରୁ ଆରମ୍ଭ କରି ଯୁବପିଢ଼ୀ ଏହାକୁ ଖାଇବାକୁ ସମସ୍ତେ ପସନ୍ଦ କରୁଛନ୍ତି। ତେବେ ଏହି ସୁଇଟକର୍ଣ୍ଣ ବା ମିଠାମକା ଚାଷ…
କଂଗ୍ରେସ ସାଧାରଣ ସମ୍ପାଦିକା ନିଯୁକ୍ତ
ଦେବଗଡ଼, ୧୪।୩ (ଶଶାଙ୍କ ଶେଖର ଝାଙ୍କର)ଦେବଗଡ଼ ଜିଲା ମହିଳା କଂଗ୍ରେସର ବରିଷ୍ଠ ନେତ୍ରୀ ମିନତୀ ନାଏକ ପ୍ରଦେଶ ମହିଳା କଂଗ୍ରେସର ସାଧାରଣ ସମ୍ପାଦିକା ଭାବେ ନିଯୁକ୍ତ ହୋଇଛନ୍ତି। ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତିଙ୍କ ପ୍ରସ୍ତାବର ଅନୁମୋଦନ ପୂର୍ବକ…
ମୋର ଟିକେଟ ଫାଇନାଲ
ଦେବଗଡ଼, ୧୪।୩ (ଶଶାଙ୍କ ଶେଖର ଝାଙ୍କର)ଦେବଗଡ଼ ଜିଲା ଗୋଟିଏ ବିଧାନସଭା ନିର୍ବାଚନମଣ୍ଡଳୀ। ଏଠାରେ ସବୁ ଦଳରେ ଅନେକ ଟିକେଟ ଆଶାୟୀ ଅଛନ୍ତି। ତେବେ ଟିକେଟ କିଏ ପାଇବ ତାହା ଭବିଷ୍ୟତ କହିବ। କିନ୍ତୁ ବିଭିନ୍ନ ଦଳର କେତେକ ନେତା ବାଟଘାଟରେ, ଚା…
ହିଂସ୍ର କୁକୁର ପାଳିବା ମନା, ନିଷେଧାଦେଶ ଲଗାଇବାକୁ ଯାଉଛନ୍ତି ସରକାର
ନୂଆଦିଲ୍ଲୀ, ୧୪।୩: ଗତ କିଛିଦିନ ଧରି ଭାରତରେ ମଣିଷଙ୍କ ଉପରକୁ କୁକୁରମାନଙ୍କର ଆକ୍ରମଣ ବଢ଼ିବାରେ ଲାଗିଛି। କୁକୁର କାମୁଡ଼ାରେ ଦେଶରେ ବହୁ ବ୍ୟକ୍ତି ଗମ୍ଭୀର ଭାବେ ଆହତ ହେଉଥିବା ବେଳେ କେତେକଙ୍କର ମୃତ୍ୟୁ ମଧ୍ୟ ଘଟୁଛି। ଏହିସବୁ ଘଟଣାକୁ ଗୁରୁତର ଭାବେ…
କଟକଣା ହେଲା ବାଟବଣା
ନୟାଗଡ଼,୧୪ା୩(ଲୋକନାଥ ମିଶ୍ର)ବିପର୍ଯ୍ୟସ୍ତ ଟ୍ରାଫିକ୍ ବ୍ୟବସ୍ଥା ଓ ଦୁର୍ଘଟଣାକୁ ଏଡାଇବା ପାଇଁ ଗୋରୁଙ୍କ ଉପରେ ନୟାଗଡ଼ ମ୍ୟୁନିସିପାଲିଟି ଲଗାଇଥିବା କଟକଣା ବାଟବଣା ହୋଇଛି । ଗୋରୁ କଟକଣା ନିଷ୍ପତ୍ତି ଶୀତଳଭଣ୍ଡାରରେ ରହିଯିବାରୁ ଏପରି ଦୁର୍ଘଟଣାରେ ଗତ ୨ମାସରେ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ…
ଦାବି ପୂରଣ ନ ହେଲେ ସରପଞ୍ଚ ଇସ୍ତଫା ଦେବେ
ରଘୁନାଥପୁର,୧୪ା୩(ରାଜେନ୍ଦ୍ର ନାରାୟଣ ସିଂହ)ରଘୁନାଥପୁର ବ୍ଲକ ଚିକିଣିଆ ପଞ୍ଚାୟତରେ ସରପଞ୍ଚ ନିର୍ବାଚନ ପରଠୁ ଉନ୍ନୟନମୂଳକ କାର୍ଯ୍ୟ ଠପ ହୋଇଯାଇଛି। ବିଭିନ୍ନ ପ୍ରକଳ୍ପ ବାବଦରେ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ପଡିରହିଛି। ସେହିପରି ଦୀର୍ଘଦିନ ତଳୁ କାର୍ଯ୍ୟ ଶେଷ ହୋଇଥିବା ୧୮ ଲକ୍ଷ ଟଙ୍କାର…
କାମରେ ଲାଗୁନି ସିପିସି
ଯାଜପୁର,୧୪ା୩(ହର୍ଷବର୍ଦ୍ଧନ ବେହେରା) :ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ସେଣ୍ଟ୍ରାଲ ପ୍ଲେସ୍ମେଣ୍ଟ ସେଲ୍(ସିପିସି) ଠିକ୍ ଭାବେ କାର୍ଯ୍ୟକାରୀ ହେଉ ନ ଥିବାରୁ ମହାବିଦ୍ୟାଳୟ ଏବଂ ସରକାରୀ/ବେସରକାରୀ ବୈଷୟିକ ଅନୁଷ୍ଠାନରୁ ଉତ୍ତୀର୍ଣ୍ଣ ହେଉଥିବା ଛାତ୍ରୀଛାତ୍ରମାନେ ଖଣି ଓ ଶିଳ୍ପାସଂସ୍ଥାରେ ନିଯୁକ୍ତି ପାଇବାରୁ ବଞ୍ଚିତ ହେଉଛନ୍ତି।…
Archives


