ପଣାନିଶାରେ…

ଆଜି ହେଉଛି ପବିତ୍ର ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି। ଏହାକୁ ଆମେ ପାଳନ କରିଥାଉ ଓଡ଼ିଆ ନବବର୍ଷ ଭାବେ। ଏହିଦିନ ମନ୍ଦିରଠୁ ଆରମ୍ଭ କରି ଘରେ ଘରେ ପ୍ରସ୍ତୁତ ହୁଏ ସ୍ବାଦିଷ୍ଟ ବେଲପଣା। କେବେ କେବେ ଏଥିରେ ବି ମିଶାଯାଏ ଭାଙ୍ଗ। ଆଉ ଏହାକୁ ଅଜାଣତରେ ପିଇବା ପରେ ଏମିତି କିଛି ଘଟେ ଯାହାକି
ଥାଏ ସମ୍ପୂର୍ଣ୍ଣ କଳ୍ପନା ବାହାରେ…

ନିଜ ଉପରେ ହରାଇଥିଲି ନିୟନ୍ତ୍ରଣ
ସୁଶାନ୍ତ ମୋହନ ପଟ୍ଟନାୟକ (ଖୋର୍ଦ୍ଧା)- ପଣା ସଂକ୍ରାନ୍ତି ଆସିଲେ ପୁରୁଣା କଥା ମନେପଡ଼ିଯାଏ। କିଛି ବର୍ଷ ତଳେ ଏହିଦିନ ସାଙ୍ଗସାଥୀଙ୍କ ସହ ପୁରୀ ଯାଇଥିଲି। ମହାପ୍ରଭୁଙ୍କ ଦର୍ଶନ ସାରି ଫେରିବା ପରେ ବଡ଼ଦାଣ୍ଡରେ ଏକ ଲସି ଦୋକାନରେ ସ୍ପେଶାଲ ଛେନାପଣା ପିଇଲୁ। ହେଲେ ସାଙ୍ଗମାନେ କେତେବେଳେ ସେଥିରେ ଭାଙ୍ଗବଟା ମିଶାଇ ଦେଇଥିଲେ ମୋତେ ଆଦୌ ଜଣାନାହିଁ। ପ୍ରଥମେ କିଛି ଜାଣିପାରି ନ ଥିଲି। ପରବର୍ତ୍ତୀ ସମୟରେ ଧୀରେ ଧୀରେ ଏହାର ପ୍ରତିକ୍ରିୟା ଆରମ୍ଭ ହୋଇଥିଲା। ରାସ୍ତାଘାଟ ଘୂରିବା ଭଳି ଲାଗିଲା, ମୁଣ୍ଡ ଭାରି ଭାରି ଲାଗିବା ସହ ବାରମ୍ବାର ପଡ଼ିବା ଭୟରେ ସାଙ୍ଗମାନଙ୍କ ହାତ ଧରି ଚାଲିବାକୁ ପଡ଼ିଲା। ମୁଁ ପ୍ରାୟ ୨ଘଣ୍ଟା ପର୍ଯ୍ୟନ୍ତ ଅନିୟନ୍ତ୍ରିତ ହୋଇପଡ଼ିଥିଲି। ସ୍ଥିତି ସ୍ବାଭାବିକ ହେବା ପରେ ଜାଣିଲି ସେମାନେ ମୋତେ ପଣାରେ ଭାଙ୍ଗ ଦେଇଥିଲେ। ତା’ପରଠାରୁ ସେମାନଙ୍କ ସହ ଯେଉଁଆଡ଼େ ବୁଲିଗଲେ ବି ଆଉ କୌଣସି ପ୍ରକାର ପଣା ପିଏ ନାହିଁ। ଏବେବି କିଏ ଛେନାପଣା ଦେଲେ ଭାଙ୍ଗ ଡରରେ ଆଗେ ଭଲ ଭାବେ ଯାଞ୍ଚ କରିବା ପରେ ପିଇଥାଏ। ସେହିଦିନ ମୁଁ ଯେଉଁ ଅସୁବିଧାର ସମ୍ମୁଖୀନ ହୋଇଥିଲି କେବେ ଭୁଲିବି ନାହିଁ। ଏବେବି ପଣା ସଂକ୍ରାନ୍ତିରେ ବାହାରେ କୌଣସି ପ୍ରକାର ଲସି, ପଣା ଆଦୌ ପିଏ ନାହିଁ।

ନିଶାରେ ଘର ରାସ୍ତା ଭୁଲିଗଲି
ଗୌରୀଶଙ୍କର ଶତପଥୀ(ଭୁବନେଶ୍ୱର)- ଦୁଇବର୍ଷ ତଳର କଥା। ସେତେବେଳେ ଓଡ଼ିଶାର ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଦାମୋଦର ରାଉତଙ୍କ ପାଖରେ କାମ କରୁଥାଏ। ସାର୍‌ କହିଲେ, ଡ୍ରାଇଭରକୁ ଡାକ ଜଗତ୍‌ସିଂହପୁର ଯିବା। ସକାଳ ୧୦ଟାବେଳେ ଆମେ ବାହାରି ପଡ଼ିଲୁ। ସେଦିନ ଥିଲା ପଣା ସଂକ୍ରାନ୍ତି। ସାର୍‌ଙ୍କୁ ତାଙ୍କ କାର୍ଯ୍ୟସ୍ଥଳୀରେ ଛାଡ଼ି ନିକଟରେ ଥିବା ଏକ ହନୁମାନ ମନ୍ଦିରକୁ ଗଲି। ସେଠାରେ ପଣା ବଣ୍ଟାଯାଉଥିଲା। ଗୋଟିଏ ଗ୍ଲାସ୍‌ ପିଇବା ପରେ ଏତେ ଭଲ ଲାଗିଲା ସେମାନେ ଆଉ ଏକ ଗ୍ଲାସ୍‌ ବଢ଼ାଇବାରୁ ମନା ନ କରି ଖୁସିରେ ପିଇଦେଲି। କିଛି ସମୟ ପରେ ସାର୍‌ଙ୍କ କାମ ସରିଲା ଏବଂ ଆମେ ଫେରିଲୁ। କେତେବେଳେ ଭୁବନେଶ୍ୱରରେ ପହଞ୍ଚତ୍ଲୁ ଏବଂ ସାର୍‌ଙ୍କୁ ଫରେଷ୍ଟପାର୍କ କ୍ୱାର୍ଟର୍ସରେ ଛାଡ଼ି ନିଜ ବାଇକ୍‌ ନେଇ ଘରକୁ ବାହାରିଲି ଜାଣିନି ।
ବାଟରେ ମାଉସୀମା’ ମନ୍ଦିର ନିକଟରେ କେତେଜଣ ସାଙ୍ଗ ଭେଟ ହେଲେ। ସେମାନଙ୍କ ସହ କିଛି ସମୟ କଥା ହେଲି। ତା’ପରେ ମୋର ଆଉ କିଛି ମନେନାହିଁ। ସକାଳୁ ଉଠି ଦେଖେତ ମୁଁ କ୍ୱାର୍ଟର୍ସରେ ଶୋଇଛି। କେତେବେଳେ ଗାଡ଼ି ବୁଲାଇ ଘରକୁ ନ ଯାଇ ଏଠାକୁ ଫେରିଛି ଜାଣିପାରିନି। ପରେ ସାଙ୍ଗମାନଙ୍କ ସହ ବି ନିଶାରେ ଏଣୁତେଣୁ କ’ଣ ସବୁ ଗପିଛି ଶୁଣି ଖୁବ୍‌ ହସ ଲାଗିଲା। ସେଦିନର କଥା ପଣା ସଂକ୍ରାନ୍ତି ଆସଲେ ମନେପଡ଼ିଯାଏ।

ଲୋଭ ସମ୍ଭାଳି ନ ପାରି ପିଇଲି ପଣା
ଗୋପାଳ କୃଷ୍ଣ ଦାସ (ଖୋର୍ଦ୍ଧା)- ସେ ଦିନ କଥା ମନେପଡ଼ିଲେ ଆଜି ବି ବହୁତ ହସ ଲାଗେ। ପଣା ସଂକ୍ରାନ୍ତିରେ ଭାଙ୍ଗମିଶା ପଣା ଖାଇବା ମୋତେ ମହଙ୍ଗା ପଡ଼ିଥିଲା। ଘଟଣା ଥିଲା ଏମିତି। ପଣା ସଂକ୍ରାନ୍ତି ଦିନ ମହାବୀରଙ୍କ ଦର୍ଶନ ସାରି ଦୋକାନରେ ବସିଥାଏ। ସମୟ ପ୍ରାୟ ୧୦ଟା ହେବ। ପ୍ରଚଣ୍ଡ ଖରା ହେଉଥାଏ, ଏଣେ ଜୋରରେ ଭୋକ ବି ଲାଗୁଥାଏ। ହଠାତ୍‌ ଜଣେ ବନ୍ଧୁ ଆସି ଛେନା, ବେଲ ଓ ବିଭିନ୍ନ ଫଳରେ ପ୍ରସ୍ତୁତ ଥଣ୍ଡା ପଣା ଗ୍ଲାସ ହାତକୁ ବଢ଼ାଇଦେଲେ। ଏତେ ସୁନ୍ଦର ବାସ୍ନା ହେଉଥିଲା ଯେ, ଲୋଭ ସମ୍ଭାଳି ନ ପାରି ପିଇଦେଲି। ସେତେବେଳକୁ ଆଗପଛ ବିଚାର କରିବା ବିଷୟରେ ଚିନ୍ତା ବି କରି ନ ଥିଲି। ପଣାରେ ଯେ ଭାଙ୍ଗ ମିଶିଥିବ ସେ କଥା ମୋର ଆଦୌ ଧାରଣା ନ ଥିଲା। ପରେ ବନ୍ଧୁ ଜଣକ କାନରେ ଧୀରେ ଧୀରେ କହିଗଲେ, ଆରେ ପଣାରେ ଟିକିଏ ଭାଙ୍ଗ ମିଶିଥିଲା। ଟେନ୍‌ସନ ହେବୁନୁ। ମୋର ସେହି ସମୟରେ ହୋସ୍‌ ଉଡ଼ିଗଲା। ଆଗରୁ ଶୁଣିଥିଲି, ଜଲ୍‌ଦି ନିଶା ଧରେ। ମୁଁ ପୂରା ଡରି ଯାଇଥିଲି। ପରବର୍ତ୍ତୀ କଥା ନ କହିଲେ ଭଲ। ମୋର ଅଜବ କାର୍ଯ୍ୟକଳାପ ଦେଖି ସମସ୍ତେ ହସିଥିଲେ। ସେ ଦିନ ଯାହା ଅସୁବିଧା ହୋଇଥିଲା ଯେପରି ଆଉ କେବେ ସେମିତି ହଟହଟା ନ ହୁଏ, ସେଥିପାଇଁ ପଣା ସଂକ୍ରାନ୍ତିରେ ମନ୍ଦିର କି ବାହାରେ କେହି ବି ପଣା ଦେଲେ ଯାଞ୍ଚ ନ କରି ପିଏନାହିଁ।

ରାତିସାରା ବସିଥିଲୁ ବାହାରେ
କୃଷ୍ଣଚନ୍ଦ୍ର ସାମଲ (ପୁରୀ)- କଲେଜରେ ପଢ଼ିବା ସମୟର କଥା। କୌଣସି ପର୍ବପର୍ବାଣି ହେଲେ କେତେଜଣ ସାଙ୍ଗମିଶି ଭୋଜିଭାତ କରି ଖାଇବାର ମଜା ଥିଲା ନିଆରା। ସେଦିନ ଥିଲା ପଣା ସଂକ୍ରାନ୍ତି। ଆଉ ଦିନରେ ମନ୍ଦିର ଯିବା ପରେ ସଂଧ୍ୟାରେ ସାଙ୍ଗମାନେ ମିଶି ରୋଷେଇ କରି ଏକାଠି ଖାଇଲୁ। ଏହା ପରେ ଚାଲିଥିଲା ପଣା ସ୍ପେଶାଲ ପଣା ପ୍ରସ୍ତୁତି। ଜଣେ ସାଙ୍ଗ ସେଥିରେ ଭାଙ୍ଗ ମିଶାଇଦେଲା। ଯେହେତୁ ଆମେ କେହି ପୂର୍ବରୁ ଭାଙ୍ଗ ପିଇ ନ ଥିଲୁ, ସମସ୍ତଙ୍କ ପାଇଁ ଏହି ଅନୁଭବ ଥିଲା ସମ୍ପୂର୍ଣ୍ଣ ନୂଆ। ଖାଇବା ପିଇବା ସାରି ସମସ୍ତେ ଏକାଠି ବସି ତାସ୍‌ଖେଳରେ ମସ୍‌ଗୁଲ୍‌ ହୋଇଗଲୁ। ହେଲେ ଯେତେବେଳେ ନିଶା ଚଢ଼ିଲା, କାହା ପରେ କିଏ ତାସ୍‌ ପକାଇବ ଆଉ ଜଣା ପଡୁ ନ ଥିଲା। ଟିକେ ଟିକେ କଥାରେ ଖାଲି ହସୁଥିଲୁ। କାହାର ଯେପରି କୌଣସି ଚିନ୍ତା ନ ଥିଲା। ଏହି ନିଶାରେ କିଏ କ’ଣ ଗପୁଥିଲେ ଜାଣିପାରୁ ନ ଥିଲେ। ଖେଳ ବନ୍ଦ କରି ତାସ୍‌ମୁଠାକୁ ଏକାଠି ରଖିବା ବି ଆମପକ୍ଷେ କଷ୍ଟକର ହୋଇ ପଡ଼ିଥିଲା। ସବୁଠୁ ଆଶ୍ଚର୍ଯ୍ୟର କଥା, ଗପରେ ଗପରେ କେତେବେଳେ ବାହାରେ ସମୟ ଚାଲିଗଲା ଜଣାପଡ଼ିଲା ନାହିଁ। ନିଶା ଖସିବା ପରେ ଆମେ ସବୁ ରାତିସାରା ସେହି ମନ୍ଦିର ପାଖେ ବସି ରହିଥିଲୁ ଦେଖି ଖୁବ୍‌ ହସ ଲାଗିଥିଲା। ସେଦିନର ସେ ଅନୁଭୂତି ଥିଲା ସମ୍ପୂର୍ଣ୍ଣ ନିଆରା।

ହଠାତ୍‌ ବୁଲାଇଥିଲା ମୁଣ୍ଡ
ସରସ୍ବତୀ ସାମନ୍ତରାୟ (ଖୋର୍ଦ୍ଧା)- ଗଁା ପାଖରେ ଜରିପୁଟ ଗଁା ପାହାଡ଼ ଉପରେ ରହିଛି ହନୁମାନ ମନ୍ଦିର। ସେଠାରେ ପଣା ସଂକ୍ରାନ୍ତି ବେଶ୍‌ ଜାକଜମକରେ ପାଳନ ହୁଏ। ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହୁଏ। ଶତାଧିକ ଭକ୍ତଙ୍କ ପାଇଁ ପଣା ବ୍ୟବସ୍ଥା ହୋଇଥାଏ। ଗତବର୍ଷ ସେଠାକୁ ସାଙ୍ଗମାନଙ୍କ ସହ ଦର୍ଶନ ପାଇଁ ଯାଇଥିଲି। ମନ୍ଦିର ଦର୍ଶନ ପରେ ଆମେ ସମସ୍ତେ ପଣା ପିଇଲୁ। ସେଠାରେ ଏକ ଗାଈ ଅଛି। ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ଯିଏ ବି ତା ନାଁ ଧରି ଡାକେ, ସେ ବହୁଦିନରୁ ଚିହ୍ନିଲା ପରି ତା’ ପାଖକୁ ଧାଇଁଯାଏ। ସେହି ଗାଈକୁ ଡାକିବାରୁ ସେ ମୋ ପାଖକୁ ଧାଇଁ ଆସିଲା। ହେଲେ ହଠାତ୍‌ ମୋ ମୁଣ୍ଡ ବୁଲାଇଦେଲା ଏବଂ ସବୁ କିଛି ବଡ଼ ଦେଖାଦେଲା। ମୁଁ ଥକାମାରି ତଳେ ବସିଗଲି ଏବଂ ତା’ପରେ କିଛି ସମୟ ପର୍ଯ୍ୟନ୍ତ କିଛି ଜାଣି ପାରି ନ ଥିଲି। ସାଙ୍ଗମାନେ ମୋ ମୁହଁରେ ପାଣି ମାରିବାର କିଛି ସମୟ ପରେ ଭଲ ଲାଗିଲା। ସେହି ଗାଈଟି ବି ମୋ ମୁଣ୍ଡକୁ ମୁହଁ ଲଗାଇ ଆଉଁଶୁଥିବା କଥା ଶୁଣି ବହୁତ ଖୁସି ଲାଗିଲା। ମୋ ସ୍ବାସ୍ଥ୍ୟ ହଠାତ୍‌ ଖରାପ ହେବା ପାଇଁ ପଣାରେ ମିଶିଥିବା ଭାଙ୍ଗ ଦାୟୀ ବୋଲି ସମସ୍ତେ କହୁଥିଲେ। ହେଲେ ଖରା ପାଇଁ ଏମିତି ହେଲା ନା ସତରେ ଭାଙ୍ଗ ମିଶିଥିଲା ଏବେବି ମୁଁ ସନ୍ଦେହରେ।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?