ଓଡ଼ିଶାର କ୍ଷତି, ଆନ୍ଧ୍ର ବ୍ୟବସାୟୀ ମାଲାମାଲ

ପାରଳାଖେମୁଣ୍ଡି, ୧୪ା୪ (ଗିରିଧାରୀ ପରିଛା):ଗଜପତି ଜିଲା କାଶୀନଗର ସହରର ଆଖପାଖ ଅଞ୍ଚଳରେ ଥିବା ଜମିକୁ ଆନ୍ଧ୍ରର ମାଫିଆମାନେ କିଣି ସେଥିରେ ପ୍ଲଟିଂ କରି ବ୍ୟବସାୟ କରି ମାଲାମାଲ ହେଉଛନ୍ତି। କିନ୍ତୁ ବିଭିନ୍ନ ସ୍ଥାନରୁ ବେଆଇନ ମାଟି ଉଠାଇ ସେହି ଜମିରେ ଭର୍ତ୍ତି କରି ପ୍ଲଟିଂ କରିଥିବା ବେଳେ ଲକ୍ଷାଧିକ ଟଙ୍କାର ରାଜସ୍ବ ସରକାର ହରାଉଥିବା ଦେଖିବାକୁ ମିଳିଛି। କାଶୀନଗର ସହରର ଆଖପାଖ ବହୁ ସ୍ଥାନରେ ଏହିପରି ବେଆଇନ ମାଟି ଚାଲାଣ ହେଉଥିବା ବେଳେ ପ୍ରଶାସନ ନୀରବ ସାଜିଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ପ୍ରଶାସନ ଏଥିପ୍ରତି କୌଣସି ଦୃଷ୍ଟି ଦେଇ ନ ଥିବା ବେଳେ ଆନ୍ଧ୍ର ବ୍ୟବସାୟୀଙ୍କ ରାଜୁତି ଦିନକୁ ଦିନ ବଢିଚାଲିଛି। ବେଆଇନ ମାଟି ଚାଲାଣକାରୀମାନଙ୍କ ପ୍ରତି କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁନଥିବା ନେଇ ଜନସାଧାରଣଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବ୍ୟବସାୟୀମାନେ ଗୋଟିଏ ଗାଡ଼ିର ଫାଇନ ରସିଦରେ ୧୦ଟି ଗାଡ଼ିରେ ମାଟି ଚାଲାଣ କରିଥିବା ଜଣାପଡିଛି। ପୂର୍ବରୁ ତହସିଲ କାର୍ଯ୍ୟାଳୟ ପକ୍ଷରୁ ମାଟି ଉଠାଇବା ପାଇଁ ରାଜସ୍ବ ଅର୍ଥ ପୈଠ କରି ମାଟି ଉଠାଯାଇଥିଲା କିମ୍ବା ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ କରାଯାଉଥିଲା। କିନ୍ତୁ ବିଗତ କିଛି ଦିନ ହେଲା ବେଆଇନ ମାଟି ଚାଲାଣ ଦିନକୁ ଦିନ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ବିଭିନ୍ନ ସମୟରେ କାଶୀନଗର ଥାନା ତରଫରୁ ପାଟ୍ରୋଲିଂ ସମୟରେ ବେଆଇନ ଚୋରାଚାଲାଣ ଗାଡ଼ିକୁ ଜବତ କରି ସେଥିପ୍ରତି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉଥିବା ବେଳେ ବି ଚୋରାଚାଲାଣ ବନ୍ଦ ହେଉନଥିବା ଦେଖିବାକୁ ମିଳୁଛି। ବିଭାଗୀୟ ଅଫିସର ଓ ଚୋରାଚାଲାଣ କରିଥିବା ବ୍ୟକ୍ତିମାନଙ୍କ ମଧୁଚନ୍ଦ୍ରିକାରେ ବହୁ ମାଟି କାଶୀନଗର ଅଞ୍ଚଳରୁ ଚୋରାଚାଲାଣ କରାଯାଉଥିବା ନେଇ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। କିଛି ରାଜନୈତିକ ଦଳର ମୁଷ୍ଟିମେୟ ନେତା ଓ ଠିକାଦାରମାନେ ଏଥିରେ ସଂପୃକ୍ତ ଥିବା ସହ ଆନ୍ଧ୍ର ବ୍ୟବସାୟୀଙ୍କୁ ବେଆଇନ କାର୍ଯ୍ୟରେ ସାହାଯ୍ୟ କରୁଛନ୍ତି ବୋଲି ଆଲୋଚନା ହେଉଛି। ଫଳରେ ଓଡିଶା ସରକାର ବହୁ ରାଜସ୍ବ କ୍ଷତି ସହୁଛନ୍ତି। ଉକ୍ତ ବେଆଇନ ଚୋରାଚାଲାଣ ପ୍ରତି ଜିଲା ପ୍ରଶାସନ ଓ ଖଣି ବିଭାଗ ଦୃଢ ପଦକ୍ଷେପ ନେବା ସହ ଚାଲାଣକାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଯାହାଙ୍କ ପାଖରେ ଆଧାରକାର୍ଡ ଅଛି, ତାଙ୍କୁ ମିଳିବ ସୁନା’, ଘୋଷଣା କଲେ PM ମୋଦି? ଜାଣନ୍ତୁ ଭାଇରାଲ ଦାବି ପଛର ସତ୍ୟ

ନୂଆଦିଲ୍ଲୀ, ୧୭।୮: ସୋସିଆଲ ମିଡିଆରେ ପ୍ରତିଦିନ ସରକାରଙ୍କ ସହ ଜଡ଼ିତ ଅନେକ ଯୋଜନା ବିଷୟରେ ସୂଚନା ଦିଆଯାଉଛି। କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ଭାଇରାଲ ହେଉଛି, ତ…

ବୃହସ୍ପତି-ଶନିଙ୍କ ମଧ୍ୟରେ ହେବାକୁ ଯାଉଛି ଅଦ୍ଭୁତ ଯୋଗ: ପୂରା ସେପ୍ଟେମ୍ବରରେ ମାସରେ ଏହି ୫ ରାଶିଙ୍କର ବଲ୍ଲେ-ବଲ୍ଲେ

ସେପ୍ଟେମ୍ବର ୨୦୨୬ ମାସର ଆରମ୍ଭ ଏକ ଶୁଭ ଯୋଗରୁ ହେବାକୁ ଯାଉଛି। ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ, ସେପ୍ଟେମ୍ବର ୧ ତାରିଖରେ ଦେବଗୁରୁ ବୃହସ୍ପତି ଏବଂ ନ୍ୟାୟର ଦେବତା…

ସୁରଟରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ, ଗାଁରେ ଶୋକାକୁଳ ପରିବେଶ

ହିଞ୍ଜିଳିକାଟୁ,୧୭।୮(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ସୋମବାର…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଭାଜପାର ନୂଆ ଟିମ୍‌ରେ ଓଡ଼ିଶାର ଏହି ୨ ନେତା ସାମିଲ: ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

୨୨ ଅଗଷ୍ଟରୁ ତ୍ରିଗ୍ରହୀ ଯୋଗର ପ୍ରଭାବ: ଏହି ୪ ରାଶି ଲୋକଙ୍କ ଭାଗ୍ୟରେ ନୂଆ ମୋଡ଼, ଜାଣନ୍ତୁ କ’ଣ ଘଟିବ…

ଜ୍ୟୋତିଷୀୟ ଗଣନା ଅନୁଯାୟୀ, ଅଗଷ୍ଟ ୨୦୨୬ରେ ସିଂହ ରାଶିରେ ୩ଟି ଗ୍ରହର ଯୁତି ଗଠିତ ହେବାକୁ ଯାଉଛି। ପ୍ରଥମେ କେତୁ ସିଂହ ରାଶିରେ ଅବସ୍ଥିତ ରହିବେ। ଏହାପରେ…

ନୀତିନ ନବୀନଙ୍କ ନୂଆ ଟିମ୍‌ରେ କେଉଁ ରାଜ୍ୟରୁ କାହାକୁ ମିଳିଲା ଦାୟିତ୍ୱ: ଜାଣନ୍ତୁ

ନୂଆଦିଲ୍ଲୀ,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri