Home

ଏକାଠି ଥିବା କଲେଜରୁ ଅଲଗା ହେବ ଯୁକ୍ତ ୨, ଯୁକ୍ତ ୩: ଅରୁଣ ସାହୁ

ଭୁବନେଶ୍ୱର,୨୨।୮(ବ୍ୟୁରୋ): ଶିକ୍ଷାର ଉନ୍ନତି ଆଣିବା ଲାଗି ରାଜ୍ୟ ସରକାର ନୂତନ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହା ଅନୁଯାୟୀ ଏଣିକି ଯୁକ୍ତ ୨ ଓ ଯୁକ୍ତ ୩କୁ ଅଲଗା କରାଯିବ। ଗୁରୁବାର ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗର ମିଳିତ ବୈଠକରେ ଏଭଳି ନିଷ୍ପତ୍ତି…

ରାଜ୍ୟରେ ସ୍ବାସ୍ଥ୍ୟସେବାରେ ଉନ୍ନତି ଲାଗି ଆଉ ଏକ ପଦକ୍ଷେପ: ଏଣିକି ରୋଗୀଙ୍କଠାରୁ ଫୋନ୍‌ ଯୋଗେ ମତାମତ ନେବ ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ୱର,୨୨ା୮(ବ୍ୟୁରୋ): ବିଗତ ଦିନରେ ରାଜ୍ୟ ସରକାର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତି ଆଣିବା ସକାଶେ ବିଭିନ୍ନ ଯୋଜନା ପ୍ରଣୟନ କରିଥିବା ବେଳେ ପୁଣି ଏଭଳି ଏକ ପଦକ୍ଷେପ ନେଇଛନ୍ତି। ଏଣିକି ସ୍ବାସ୍ଥ୍ୟସେବା ସମ୍ପର୍କରେ ଜାଣିବା ଲାଗି ରୋଗୀଙ୍କ ପାଖକୁ ସିଧାସଳଖ ଫୋନ ଯିବ।…

ଅନୁଚ୍ଛେଦ ୩୭୦: ଜନ୍ତର ମନ୍ତରରେ ବିରୋଧୀଙ୍କ ବିରୋଧ ପ୍ରଦର୍ଶନ

ନୂଆଦିଲ୍ଲୀ,୨୨।୮: ଜମ୍ମୁ-କଶ୍ମୀରରେ ଗୃହବନ୍ଦୀ ଥିବା ନେତାଙ୍କୁ ମୁକୁଳାଇବାକୁ ନେଇ ଗୁରୁବାର ଦିଲ୍ଲୀର ଜନ୍ତର ମନ୍ତରଠାରେ ବିରୋଧୀ ଦଳ ନେତାମାନେ ବିରୋଧ ପ୍ରଦର୍ଶନ କରିଛନ୍ତି। ଏଥିରେ କଂଗ୍ରେସ, ତ୍ରୁଣ ମୂଳ କଂଗ୍ରେସ ଓ ଡିଏମ୍‌କେ ସାମିଲ ହୋଇଛି। କଂଗ୍ରେସ ନେତା ପି.ଚିଦାମବରମଙ୍କ ପୁଅ…

ଶିକ୍ଷକ ନିଲମ୍ବନ ପ୍ରତିବାଦରେ ବିଦ୍ୟାଳୟ ଫାଟକରେ ତାଲା ପକାଇଲେ ଛାତ୍ରୀଛାତ୍ର

ନାଉଗାଁ,୨୨।୮(ସ୍ବ.ପ୍ର.): ଜଗତସିଂହପୁର ଜିଲା ଅନ୍ତର୍ଗତ ନାଉଗାଁ ବ୍ଲକ ଗଜରାଜପୁର ପଞ୍ଚାୟତର ଗୋପାଳଜିଉ ବିଦ୍ୟାଳୟର ସହକାରୀ ଶିକ୍ଷକ ଉମାକାନ୍ତ ଆଚାର୍ଯ୍ୟଙ୍କୁ ବୁଧବାର ନିଲମ୍ବନ କରାଯାଇଥିଲା। ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରିବା ପାଇଁ ଛାତ୍ରୀଛାତ୍ରୀ, ଅଭିଭାବକ ବିଦ୍ୟାଳୟ ଫାଟକ ସମ୍ମୁଖରେ ତାଲା ପକାଇ ରାସ୍ତା…

ଟିଭି ଉପସ୍ଥାପକ ହେଲେ କୋହଲି

ଆଣ୍ଟିଗୁଆ, ୨୨।୮: ଏକ ଭିନ୍ନ ଅନ୍ଦାଜ୍‌ରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି। କ୍ରିକେଟ ଛାଡି ତାଙ୍କୁ ଏବେ ଟିଭି ଉପସ୍ଥାପକ ଭୂମିକାରେ ଦେଖିବାକୁ ମିଳିଛି। ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଥିବା ଭାରତୀୟ ଦଳ ପ୍ରଥମ ଟେଷ୍ଟ ଖେଳିବା ପୂର୍ବରୁ କୋହଲି…

ସଙ୍କଟରେ ଭାରତୀୟ ଅର୍ଥବ୍ୟବସ୍ଥା: ଛଟେଇ, ବେକାରି ସମସ୍ୟା ଓ ଦରଦାମ୍‌ ବୃଦ୍ଧିରେ ଅସ୍ତବ୍ୟସ୍ତ ସାଧାରଣ ଲୋକେ

ନୂଆଦିଲ୍ଲୀ,୨୨।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱିତୀୟ ଇନିଂସ୍‌ର ପ୍ରଥମ ଭାଗରେ ଭାରତୀୟ ଅର୍ଥବ୍ୟବସ୍ଥା ସଙ୍କଟ ଦେଇ ଗତି କରୁଛି। ସରକାରଙ୍କ ଅଦୂରଦର୍ଶୀ ଯୋଜନା ଯୋଗୁ ଏବେ ବିଭିନ୍ନ କମ୍ପାନୀରେ ଛଟେଇ ଜାରି ରହିଛି। ଏହାଯୋଗୁ ବେକାରି ସମସ୍ୟା ବଢ଼ି ଚାଲିଛି।…

୬୩୦ ଲିଟର ଦେଶୀ ମଦ, ୯୭୦ ଲିଟର ମହୁଲ ପୋଚ ଜବତ : ୫ ଗିରଫ

ପାଟଣାଗଡ଼,୨୨।୮(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ପାଟଣାଗଡ଼ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ମଦ ଜବତ ସହ ୫ ଜଣଙ୍କୁ ଗିରଫ କରାଯାଇଛି। ଗୁରୁବାର ସକାଳେ ମାଜିଷ୍ଟ୍ରେଟ ଭାବେ ପାଟଣାଗଡ଼ ଅତିରିକ୍ତ ତହସିଲଦାର ଧୀରଜ କୁମାର ପାତ୍ରଙ୍କ ଉପସ୍ଥିତିରେ ପାଟଣାଗଡ଼ ଅବକାରୀ…

ଆର୍‌ଏଓ୍ବାଇ ଘର ପ୍ରଦାନ ପାଇଁ ଦାବିପତ୍ର

ବ୍ରହ୍ମପୁର ଅଫିସ,୨୨।୮: ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି) ୪ ନଂ ଓ୍ବାର୍ଡ ଅନ୍ତର୍ଗତ ପିଚିପିଚା ନଗରର ପ୍ରାୟ ୪୦ ପରିବାରଙ୍କୁ ରାଜୀବ ଆବାସ ଯୋଜନାରେ ଗୃହ ପ୍ରଦାନ ଦାବି ନେଇ ଗୁରୁବାର ହିତାଧିକାରୀମାନେ ନିଗମ କମିଶନର ଚକ୍ରବର୍ତ୍ତୀ ସିଂ ରାଠୋରଙ୍କୁ ଦାବିପତ୍ର ଦେଇଛନ୍ତି।…

କାର୍ଯ୍ୟସ୍ଥଳରେ ଶୋଇପଡ଼ିବା ପାଇଁ ୮୬ ପ୍ରତିଶତ ଭାରତୀୟ ଚାହିଁଥାନ୍ତି

ସାଧାରଣତଃ ଭାରତୀୟମାନେ ଶୋଇବାକୁ ପସନ୍ଦ କରିଥାନ୍ତି। ଏହା ଏକ ସର୍ଭେରୁ ଜଣାପଡ଼ିଛି। ଅନ୍‌ଲାଇନ୍‌ ରିସର୍ଚ୍ଚ ଷ୍ଟାର୍ଟଅପ୍‌ ବେକାଫିଟ୍‌ ଅନୁସାରେ, ପ୍ରାୟ ୮୬ ପ୍ରତିଶତ ଭାରତୀୟ ଚାହିଁଥାନ୍ତି କାର୍ଯ୍ୟକ୍ଷେତ୍ରରେ କିଛି ସମୟ ପାଇଁ ଶୋଇପଡ଼ିବେ। ସର୍ଭେ ‘ରାଇଟ୍‌ ଟୁ ଓ୍ବାର୍କ ନାପ୍‌ସ’ରେ ୧୫୦୦…

ରାଜ୍ୟରେ ପ୍ରଥମ: ଟ୍ରକ ଧକ୍କାରେ ୩ହାତୀଙ୍କ ମୃତ୍ୟୁ

ଢେଙ୍କିକୋଟ/କେନ୍ଦୁଝର,୨୨।୮(ଡି.ଏନ.ଏ./ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗାଁ ରେଞ୍ଜ ଉପରଡିହା ଗ୍ରାମପଞ୍ଚାୟତର ବାଲିଯୋଡି ଗ୍ରାମ ନିକଟ ୨୦ନଂ ଜାତୀୟ ରାଜପଥରେ ବୁଧବାର ବିଳମ୍ବିତ ରାତିରେ ଲୁହାପଥର ବୋଝେଇ ଟ୍ରକ ଧକ୍କାରେ ଦୁଇଟି ହାତୀର ମୃତ୍ୟୁ ହୋଇଥିବା ବେଳେ ଗୁରୁବାର ଆହତ ହାତୀର ମୃତ୍ୟୁ ଘଟିଥିବା…

କ୍ୟାନସର୍‌ ପୀଡ଼ିତ ସ୍ତ୍ରୀଙ୍କ ସହ ଫଟୋଶୁଟ୍‌ କରି ଚର୍ଚ୍ଚାରେ ସ୍ବାମୀ

କୁହାଯାଏ, ବିବାହ ବନ୍ଧନ ସାତ ଜନ୍ମ ପାଇଁ ହୋଇଥାଏ। କିନ୍ତୁ ଆଜିକାଲି ଗୋଟିଏ ଜନ୍ମ ସୁଖଶାନ୍ତିରେ କାଟିବା ଦମ୍ପତ୍ତିଙ୍କ ପାଇଁ କଷ୍ଟକର ହୋଇପଡିଛି। ମାତ୍ର ଲଣ୍ଡନର ଜଣେ ଦମ୍ପତ୍ତି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। କେଲ୍ସ ଜନସନ୍‌ ନାମକ ଜଣେ…

ଭିଜିଲାନ୍ସ ଜାଲରେ ଭଞ୍ଜନଗର ମେଡିକାଲ ଅଧୀକ୍ଷକ

ଭଞ୍ଜନଗର, ୨୨ା୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ମେଡିକାଲ ଅଧୀକ୍ଷକ ଡ. ପୀତାମ୍ବର ଦାସ ଗୁରୁବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେ ତାରସିଂ ଥାନା ଅନ୍ତର୍ଗତ ପଟାଙ୍ଗର ଭାନୁମତୀ ବାରିକଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି। ଅଧିକ ତଦନ୍ତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri