Posted inଜାତୀୟ

ଔଦ୍ୟୋଗିକ ଉତ୍ପାଦନ ହ୍ରାସ:ଖୁଚୁରା ମୁଦ୍ରାସ୍ଫୀତି ବୃଦ୍ଧି

ନୂଆଦିଲ୍ଲୀ,୧୩-୯:ଦେଶ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଥିବା ବେଳେ ଔଦ୍ୟୋଗିକ ଉତ୍ପାଦନ ଖୁସି ଆଣିନାହିଁ। ଜୁଲାଇରେ ଔଦ୍ୟୋଗିକ ଉତ୍ପାଦନ ସୂଚକାଙ୍କ(ଆଇଆଇପି) ଅଭିବୃଦ୍ଧି ହାର ୪.୩% ରହିଛି। ଗତବର୍ଷ ଏହି ସମୟରେ ଏହା ୬.୫% ରହିଥିଲା। ସରକାରଙ୍କ ପକ୍ଷରୁ ଜାରି ତଥ୍ୟ ଅନୁଯାୟୀ ଚଳିତବର୍ଷ ଏପ୍ରିଲ-ଜୁଲାଇ ମଧ୍ୟରେ ଔଦ୍ୟୋଗିକ ଉତ୍ପାଦନ ୩.୩% ରହିଛି, ଯାହା କି ବର୍ଷକ ପୂର୍ବରୁ ଏହି ସମୟରେ ୫.୪% ରହିଥିଲା। ଆଲୋଚ୍ୟ ମାସରେ ମାନୁଫାକ୍‌ଚରିଂ ସେକ୍ଟରରେ ଅଭିବୃଦ୍ଧି ୪.୨% ରହିଛି, ଯାହା କି ଗତବର୍ଷର ଏହି ସମୟରେ ୭% ରହିଥିଲା। ସେଣ୍ଟ୍ରାଲ ଷ୍ଟାଟିଷ୍ଟିକ୍ସ ଅଫିସ(ସିଏସ୍‌ଓ) ପକ୍ଷରୁ ଜାରି ତଥ୍ୟ ଅନୁଯାୟୀ, ଜୁଲାଇରେ ମାନୁଫାକ୍‌ଚରିଂ ଉତ୍ପାଦନ ହାର ୪.୨% ଥିଲା। ବର୍ଷକ ପୂର୍ବେ ଏହା ୭% ରହିଥିଲା। ଆଲୋଚ୍ୟ ମାସରେ ବିଜୁଳି ଉତ୍ପାଦନ ୪.୮%, ଖଣି ଖନନ କ୍ଷେତ୍ରରେ ଉତ୍ପାଦନ ୪.୯%କୁ ବୃଦ୍ଧି ପାଇଛି, ଯାହା କି ବର୍ଷକ ପୂର୍ବରୁ ୩.୪% ରହିଥିଲା। ପୁଞ୍ଜିଗତ ସାମଗ୍ରୀ ଉତ୍ପାଦନ ଜୁଲାଇରେ ୭.୧%କୁ ବୃଦ୍ଧି ପାଇଛି, ଯାହା କି ଗତବର୍ଷ ଏହି ସମୟରେ ୨.୩% ବୃଦ୍ଧି ଦେଖାଯାଇଥିଲା। ନିର୍ମାଣ କ୍ଷେତ୍ରରେ ୨.୧% ଅଭିବୃଦ୍ଧି ହୋଇଥିବା ବେଳେ ବିନିର୍ମାଣ କ୍ଷେତ୍ରର ୨୩ ମଧ୍ୟରୁ ୧୨ କ୍ଷେତ୍ରରେ ଜୁଲାଇରେ ଅଭିବୃଦ୍ଧି ହାସଲ ହୋଇଛି।
ଅନ୍ୟପକ୍ଷରେ ଖାଦ୍ୟପଦାର୍ଥ ଦରବୃଦ୍ଧି କାରଣରୁ ଅଗଷ୍ଟରେ ଖୁଚୁରା ମୁଦ୍ରାସ୍ଫୀତି ବୃଦ୍ଧି ପାଇ ୩.୨୧% ରହିଛି, ଯାହା କି ଗତବର୍ଷର ଏହି ସମୟରେ ୩.୧୫% ଥିଲା। ଏହା ୧୦ ମାସରେ ସର୍ବାଧିକ। ୨୦୧୮ ଅକ୍ଟୋବରରେ ଏହା ୩.୩୮% ରହିଥିଲା। ତେବେ ମୁଦ୍ରାସ୍ଫୀତି ହାର ରିଜର୍ଭ ବ୍ୟାଙ୍କ ଦ୍ୱାରା ନିର୍ଦ୍ଧାରିତ ୪%ର ଲକ୍ଷ୍ୟ ମଧ୍ୟରେ ରହିଛି। ଫୁଡ୍‌ ବାସ୍କେଟରେ ମୁଦ୍ରାସ୍ପୀତି ହାର ୨.୯୯%ରେ ପହଞ୍ଚତ୍ୟାଇଛି। ଜୁଲାଇରେ ଏହା ୨.୩୬% ଥିଲା ବୋଲି ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କ୍ରିୟାନ୍ବୟନ ମନ୍ତ୍ରଣାଳୟ ପକ୍ଷରୁ ଜାରି ତଥ୍ୟରୁ ଜଣାପଡିଛି। ମାଂସ ଓ ମାଛ ଦର ବୃଦ୍ଧି କ୍ଷେତ୍ରରେ ୮.୫୧%, ଡାଲି ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଦରବୃଦ୍ଧି ୬.୯୪%, ପନିପରିବା ଦର ୬.୯% ବଢ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?