ଚଣ୍ଡିଖୋଲ ଆରଟିଓ କାର୍ଯ୍ୟାଳୟରେ ଦଲାଲିରାଜ : ଦଲାଲ ମାଧ୍ୟମରେ ନ ଗଲେ ଫର୍ମରେ ହେଉନି ଦସ୍ତଖତ, ସାଧାରଣ ଲୋକ ଫର୍ମ ଡିପୋଜିଟ କଲେ ହେଉଛନ୍ତି ହଇରାଣ

ଚଣ୍ଡିଖୋଲ,୧୩।୯(ଡି.ଏନ.ଏ)- ସେପ୍ଟେମ୍ବର ପହିଲାରୁ ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଯାଞ୍ଚ ପ୍ରକ୍ରିୟାକୁ ପରିବହନ ବିଭାଗ ଓ ପୋଲିସ ତ୍ୱରାନ୍ବିତ କରିଥିଲେ। ଏହି ଆଇନରେ ଅଧିକ ପରିମାଣର ଜରିମାନା ଆଦାୟ କରାଯିବାକୁ ନିୟମ ରହିଥିବାରୁ ଏବେ ସମସ୍ତ ଆରଟିଓ କାର୍ଯ୍ୟାଳୟରେ ଡ୍ରାଇଭିଂ ଲାଇସେନ୍ସ ପାଇଁ ବ୍ୟାପକ ଭିଡ଼ ଲାଗି ରହୁଥିବା ଦେଖିବାକୁ ମିଳୁଛି। ଚଣ୍ଡିଖୋଲସ୍ଥିତ ଆରଟିଓ କାର୍ଯ୍ୟାଳୟରେ ଗତ ୧ସପ୍ତାହ ଧରି ବ୍ୟାପକ ଭିଡ଼ ଲାଗି ରହିଛି। ଦୈନିକ ଲାଇସେନ୍ସ ପାଇଁ ୩ଶହରୁ ୪ଶହ ଲୋକ କାର୍ଯ୍ୟାଳୟ ସମ୍ମୁଖରେ ଲମ୍ବା ଧାଡ଼ି ବାନ୍ଧୁଛନ୍ତି। ତେବେ ଡ୍ରାଇଭିଂ ଲାଇସେନ୍ସ ସହ ହାଲୁକା ଯାନର ଫିଟନେସ ଦାୟିତ୍ୱ ମୋଟରଯାନ ଇନ୍ସପେକ୍ଟର (ଏମଭିଆଇ) ଚନ୍ଦ୍ରା ବିଶ୍ୱାସ ନେଇଛନ୍ତି। ସାଧାରଣ ଲୋକଟିଏ ଲାଇସେନ୍ସ ଫର୍ମ ଡିପୋଜିଟ କରିବାକୁ ଗଲେ କିମ୍ବା ଗାଡ଼ି ଚାଳନା ପରୀକ୍ଷା ଦେବାକୁ ଗଲେ ଏମ୍‌ଭିଆଇ ସମ୍ପୃକ୍ତ ଫର୍ମରେ ଦସ୍ତଖତ କରୁ ନ ଥିବା ଅଭିଯୋଗ ହୋଇଛି। ଯଦି ଦଲାଲଙ୍କ ମାଧ୍ୟମରେ ଫର୍ମଗୁଡ଼ିକ ଯାଉଛି ସେଥିରେ ସହଜରେ ଓ ଅନାୟସରେ ଦସ୍ତଖତ କରାଯାଉଛି। ଫର୍ମଗୁଡ଼ିକ ଉପରେ ଦଲାଲଙ୍କ କୋଡ୍‌ ନମ୍ବର ଲେଖାଯାଉଛି। ସେଥିପାଇଁ ପ୍ରତ୍ୟେକ ଲାଇସେନ୍ସ ଫର୍ମ ଉପରେ ୧୦୦ଟଙ୍କା ଲେଖାଏଁ ଦଲାଲଙ୍କ ଜରିଆରେ ଏମ୍‌ଭିଆଇ ନେଉଥିବା ବହୁବ୍ୟକ୍ତି ଅଭିଯୋଗ କରିଛନ୍ତି। ଯେଉଁମାନେ ସିଧାସଳଖ ଯାଉଛନ୍ତି ତାଙ୍କୁ ବିଭିନ୍ନ ପ୍ରଶ୍ନ ପଚରାଯାଇ ହଇରାଣ କରାଯାଉଛି। ତିନି ଚକିଆ ଓ ଚାରି ଚକିଆ ହାଲୁକା ଯାନର ଫିଟନେସ ସାର୍ଟିଫିକେଟ କେବଳ ଦଲାଲଙ୍କ ମାଧ୍ୟମରେ କରାଯାଉଛି। ସେଥିପାଇଁ ଏହି ପରିବହନ କାର୍ଯ୍ୟାଳୟ ଚର୍ତୁଃପାର୍ଶ୍ୱରେ ୨ଶହରୁ ଅଧିକ ଦଲାଲ କାର୍ଯ୍ୟ କରୁଛନ୍ତି। ପରିବହନ ସଚିବ ଯେପରି କୌଣସି ଆରଟିଓ କାର୍ଯ୍ୟାଳୟରେ ଦଲାଲି ରାଜ ନ ଚାଲିବ ସେନେଇ ନିର୍ଦ୍ଦେଶନାମା ଜାରି କରିଥିଲାବେଳେ ଏଠାରେ ତାର ଖୋଲା ଉଲ୍ଲଂଘନ ହେଉଥିବା ଦେଖିବାକୁ ମିଳିଛି। ସେଥିପାଇଁ ଗୁରୁବାର ଆରଟିଓ କାର୍ଯ୍ୟାଳୟ ସମ୍ମୁଖରେ ଲମ୍ବା ଧାଡ଼ିରେ ଠିଆ ହୋଇଥିବା ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ଏହି ଘଟଣାକୁ ନେଇ କିଛି ବ୍ୟକ୍ତି ପାଟିତୁଣ୍ଡ କରୁଥିବା ଶୁଣିବାକୁ ମିଳିଥିଲା। ୨୦୧୬ରେ ଦଲାଲଙ୍କ ପାଇଁ ଚଣ୍ଡିଖୋଲ ଆରଟିଓ କାର୍ଯ୍ୟାଳୟ ବଦନାମ ହୋଇଥିଲା। ୨୭ଟି ଭୂତଗାଡ଼ିର ରେଜିଷ୍ଟ୍ରେଶନ ଦଲାଲଙ୍କ ମାଧ୍ୟମରେ କରି ଜଣେ ଜୁନିୟର ଏମ୍‌ଭିଆଇ ଓ ଷ୍ଟେନୋଙ୍କ ସମେତ ୬ଜଣ ଗିରଫ ହୋଇଥିଲେ। ଏବେ ମୋଟରଯାନ ଆଇନ ଲାଗୁ ହେବା ପରେ ପୁଣି ଦଲାଲମାନେ ସକ୍ରିୟ ହୋଇଉଠିଛନ୍ତି। ଏମାନଙ୍କୁ କିଛି ଅଧିକାରୀ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ଉଠିଛି। ଏ ସମ୍ପର୍କରେ ଏମ୍‌ଭିଆଇ ଚନ୍ଦ୍ରା ବିଶ୍ୱାସଙ୍କୁ ପଚାରିବାରେ, ଦଲାଲମାନେ ଯେତେବେଳେ ଫର୍ମ ଆଣି ଦେଉଛନ୍ତି ସେଠାରେ ଆମେ କିଛି କରିପାରିବୁ ନାହିଁ। ବୁଧବାର ୪୭ଟି ଡ୍ରାଇଭିଂ ଲାଇସେନ୍ସ ପରୀକ୍ଷା କରାଯାଇଥିବାବେଳେ ସେଥରେ ୪୦ଟି ଦଲାଲଙ୍କର ଥିଲା ଓ ୭ଜଣ ସିଧାସଳଖ ଭେଟି ଲାଇସେନ୍ସ ନେଇଛନ୍ତି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁରରେ ଜିଲାସ୍ତରୀୟ ସ୍ୱାଧୀନତା ଦିବସ, ଗଞ୍ଜାମର ଉନ୍ନତି ପାଇଁ ସରକାର ପ୍ରତିବଦ୍ଧ: ଆଇନ ମନ୍ତ୍ରୀ

ଛତ୍ରପୁର, ୧୫`୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁରଠାରେ ଜିଲାସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହ ଆଡ଼ମ୍ବର ଓ ଉତ୍ସାହର ସହ ପାଳିତ…

ସିଂହ ରାଶିରେ ଏକାଠି ହେବେ ସୂର୍ଯ୍ୟ-ବୁଧ; ଧନ ଓ ସଫଳତାରେ ମିଳିବ ବଡ଼ ଲାଭ, ଏହି ୩ ରାଶିର ଗୋଲ୍ଡେନ୍ ଟାଇମ୍ ଆରମ୍ଭ…

ବୈଦିକ ଜ୍ୟୋତିଷ ଅନୁସାରେ, ଗ୍ରହମାନଙ୍କର ଗତି ଆମ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ । ଗ୍ରହମାନଙ୍କର ରାଜକୁମାର ବୁଧ, ଆସନ୍ତା ଅଗଷ୍ଟ ୨୨ ତାରିଖରେ ସନ୍ଧ୍ୟା…

ବଲାଙ୍ଗୀରରେ ପତାକା ଉତ୍ତୋଳନ କଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, କହିଲେ ଏ ମାଟିର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ…

ବଲାଙ୍ଗୀର,୧୫ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ମନୋହରପୁର ରିଜର୍ଭ ପୋଲିସ ପଡ଼ିଆରେ ଶନିବାର ୮୦ ତମ ଜିଲା ସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଉଚ୍ଚଶିକ୍ଷା, କ୍ରୀଡ଼ା ଓ…

ତେଲ ବଜାରରେ ବଡ଼ ହଲଚଲ, ଅଗଷ୍ଟ ୧୫ରେ କମିଲା ପେଟ୍ରୋଲ ଦର? ଜାରି ହେଲା ନୂଆ ଦର…

ନୂଆଦିଲ୍ଲୀ,୧୫।୮: ପେଟ୍ରୋଲ-ଡିଜେଲ ଦରକୁ ନେଇ ଶନିବାର ଏକ ନୂଆ ଅପଡେଟ୍ ଆସିଛି। କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ସମେତ ପେଟ୍ରୋଲିୟମ୍ ରପ୍ତାନି ଉପରେ ଲାଗୁଥିବା ‘ୱିଣ୍ଡଫଲ୍…

ପ୍ରଧାନମନ୍ତ୍ରୀଙ୍କ ସହିତ ଲାଲକିଲ୍ଲାରେ ତ୍ରିରଙ୍ଗା ଉତ୍ତୋଳନ କରିଥିବା କ୍ୟାପଟେନ ସୋନିଆ ସିଂହ ଚୌହାନ କିଏ? ଜାଣନ୍ତୁ ତାଙ୍କ ବିଷୟରେ

ନୂଆଦିଲ୍ଲୀ,୧୫।୮: ସ୍ବାଧୀନତା ଦିବସରେ, ପ୍ରଧାନମନ୍ତ୍ରୀ ଲାଲକିଲ୍ଲାର ପ୍ରାଚୀରରୁ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି, ଏହି ଐତିହାସିକ ମୁହୂର୍ତ୍ତ ଉପରେ ସମଗ୍ର ଦେଶର ନଜର ରହିଥିଲା। 21 ତୋପ…

ସୁନ୍ଦରଗଡ଼ରେ ଜାତୀୟ ପତାକା ଉତ୍ତୋଳନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ସୁନ୍ଦରଗଡ଼,୧୫ା୮(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ସଦରମହକୁମାରେ ୮୦ତମ ସ୍ବାଧୀନତା ଦିବସ ସମାରୋହ ପାଳିତ ହୋଇଯାଇଛି। ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ ସମ୍ମୁଖ ଯାତ୍ରାପଡ଼ିଆଠାରେ ଆୟୋଜିତ ଜିଲାସ୍ତରୀୟ ସମାରୋହରେ ଉପମୁଖ୍ୟମନ୍ତ୍ରୀ…

ଲାଲ୍‌କିଲ୍ଲାରେ ସ୍ୱାଧୀନତା ଦିବସ ସମାରୋହକୁ ଆସିଲେନି ରାହୁଲ ଗାନ୍ଧୀ, ଦିଲ୍ଲୀରେ ପଡିଲା ଚହଳ!

ନୂଆଦିଲ୍ଲୀ,୧୫।୮: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଏବଂ ରାହୁଲ ଗାନ୍ଧୀ, କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ, ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଅନୁଷ୍ଠିତ ୮୦ତମ ସ୍ୱାଧୀନତା…

ଲାଇଭ୍‌ ମ୍ୟାଚ୍‌ରେ ଗର୍ଲଫ୍ରେଣ୍ଡଙ୍କ ସହ ଚାଟିଂ କରୁଥିଲେ କ୍ରିକେଟର୍‌: BCCI ନେଲା ବଡ଼ ଆକ୍ସନ

ଚେନ୍ନାଇ,୧୫।୮: ୨୦୨୬ ତାମିଲନାଡୁ ପ୍ରିମିୟର ଲିଗ (TNPL) ସମୟରେ ଜଣେ କ୍ରିକେଟର ଏକ ବଡ଼ ଭୁଲ କରିଥିଲେ। ପୂର୍ବରୁ ରଣଜୀ ଟ୍ରଫିରେ ତାମିଲନାଡୁର ପ୍ରତିନିଧିତ୍ୱ କରିଥିବା ଖେଳାଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri