ଚଣ୍ଡିଖୋଲ ଆରଟିଓ କାର୍ଯ୍ୟାଳୟରେ ଦଲାଲିରାଜ : ଦଲାଲ ମାଧ୍ୟମରେ ନ ଗଲେ ଫର୍ମରେ ହେଉନି ଦସ୍ତଖତ, ସାଧାରଣ ଲୋକ ଫର୍ମ ଡିପୋଜିଟ କଲେ ହେଉଛନ୍ତି ହଇରାଣ

ଚଣ୍ଡିଖୋଲ,୧୩।୯(ଡି.ଏନ.ଏ)- ସେପ୍ଟେମ୍ବର ପହିଲାରୁ ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଯାଞ୍ଚ ପ୍ରକ୍ରିୟାକୁ ପରିବହନ ବିଭାଗ ଓ ପୋଲିସ ତ୍ୱରାନ୍ବିତ କରିଥିଲେ। ଏହି ଆଇନରେ ଅଧିକ ପରିମାଣର ଜରିମାନା ଆଦାୟ କରାଯିବାକୁ ନିୟମ ରହିଥିବାରୁ ଏବେ ସମସ୍ତ ଆରଟିଓ କାର୍ଯ୍ୟାଳୟରେ ଡ୍ରାଇଭିଂ ଲାଇସେନ୍ସ ପାଇଁ ବ୍ୟାପକ ଭିଡ଼ ଲାଗି ରହୁଥିବା ଦେଖିବାକୁ ମିଳୁଛି। ଚଣ୍ଡିଖୋଲସ୍ଥିତ ଆରଟିଓ କାର୍ଯ୍ୟାଳୟରେ ଗତ ୧ସପ୍ତାହ ଧରି ବ୍ୟାପକ ଭିଡ଼ ଲାଗି ରହିଛି। ଦୈନିକ ଲାଇସେନ୍ସ ପାଇଁ ୩ଶହରୁ ୪ଶହ ଲୋକ କାର୍ଯ୍ୟାଳୟ ସମ୍ମୁଖରେ ଲମ୍ବା ଧାଡ଼ି ବାନ୍ଧୁଛନ୍ତି। ତେବେ ଡ୍ରାଇଭିଂ ଲାଇସେନ୍ସ ସହ ହାଲୁକା ଯାନର ଫିଟନେସ ଦାୟିତ୍ୱ ମୋଟରଯାନ ଇନ୍ସପେକ୍ଟର (ଏମଭିଆଇ) ଚନ୍ଦ୍ରା ବିଶ୍ୱାସ ନେଇଛନ୍ତି। ସାଧାରଣ ଲୋକଟିଏ ଲାଇସେନ୍ସ ଫର୍ମ ଡିପୋଜିଟ କରିବାକୁ ଗଲେ କିମ୍ବା ଗାଡ଼ି ଚାଳନା ପରୀକ୍ଷା ଦେବାକୁ ଗଲେ ଏମ୍‌ଭିଆଇ ସମ୍ପୃକ୍ତ ଫର୍ମରେ ଦସ୍ତଖତ କରୁ ନ ଥିବା ଅଭିଯୋଗ ହୋଇଛି। ଯଦି ଦଲାଲଙ୍କ ମାଧ୍ୟମରେ ଫର୍ମଗୁଡ଼ିକ ଯାଉଛି ସେଥିରେ ସହଜରେ ଓ ଅନାୟସରେ ଦସ୍ତଖତ କରାଯାଉଛି। ଫର୍ମଗୁଡ଼ିକ ଉପରେ ଦଲାଲଙ୍କ କୋଡ୍‌ ନମ୍ବର ଲେଖାଯାଉଛି। ସେଥିପାଇଁ ପ୍ରତ୍ୟେକ ଲାଇସେନ୍ସ ଫର୍ମ ଉପରେ ୧୦୦ଟଙ୍କା ଲେଖାଏଁ ଦଲାଲଙ୍କ ଜରିଆରେ ଏମ୍‌ଭିଆଇ ନେଉଥିବା ବହୁବ୍ୟକ୍ତି ଅଭିଯୋଗ କରିଛନ୍ତି। ଯେଉଁମାନେ ସିଧାସଳଖ ଯାଉଛନ୍ତି ତାଙ୍କୁ ବିଭିନ୍ନ ପ୍ରଶ୍ନ ପଚରାଯାଇ ହଇରାଣ କରାଯାଉଛି। ତିନି ଚକିଆ ଓ ଚାରି ଚକିଆ ହାଲୁକା ଯାନର ଫିଟନେସ ସାର୍ଟିଫିକେଟ କେବଳ ଦଲାଲଙ୍କ ମାଧ୍ୟମରେ କରାଯାଉଛି। ସେଥିପାଇଁ ଏହି ପରିବହନ କାର୍ଯ୍ୟାଳୟ ଚର୍ତୁଃପାର୍ଶ୍ୱରେ ୨ଶହରୁ ଅଧିକ ଦଲାଲ କାର୍ଯ୍ୟ କରୁଛନ୍ତି। ପରିବହନ ସଚିବ ଯେପରି କୌଣସି ଆରଟିଓ କାର୍ଯ୍ୟାଳୟରେ ଦଲାଲି ରାଜ ନ ଚାଲିବ ସେନେଇ ନିର୍ଦ୍ଦେଶନାମା ଜାରି କରିଥିଲାବେଳେ ଏଠାରେ ତାର ଖୋଲା ଉଲ୍ଲଂଘନ ହେଉଥିବା ଦେଖିବାକୁ ମିଳିଛି। ସେଥିପାଇଁ ଗୁରୁବାର ଆରଟିଓ କାର୍ଯ୍ୟାଳୟ ସମ୍ମୁଖରେ ଲମ୍ବା ଧାଡ଼ିରେ ଠିଆ ହୋଇଥିବା ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ଏହି ଘଟଣାକୁ ନେଇ କିଛି ବ୍ୟକ୍ତି ପାଟିତୁଣ୍ଡ କରୁଥିବା ଶୁଣିବାକୁ ମିଳିଥିଲା। ୨୦୧୬ରେ ଦଲାଲଙ୍କ ପାଇଁ ଚଣ୍ଡିଖୋଲ ଆରଟିଓ କାର୍ଯ୍ୟାଳୟ ବଦନାମ ହୋଇଥିଲା। ୨୭ଟି ଭୂତଗାଡ଼ିର ରେଜିଷ୍ଟ୍ରେଶନ ଦଲାଲଙ୍କ ମାଧ୍ୟମରେ କରି ଜଣେ ଜୁନିୟର ଏମ୍‌ଭିଆଇ ଓ ଷ୍ଟେନୋଙ୍କ ସମେତ ୬ଜଣ ଗିରଫ ହୋଇଥିଲେ। ଏବେ ମୋଟରଯାନ ଆଇନ ଲାଗୁ ହେବା ପରେ ପୁଣି ଦଲାଲମାନେ ସକ୍ରିୟ ହୋଇଉଠିଛନ୍ତି। ଏମାନଙ୍କୁ କିଛି ଅଧିକାରୀ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ଉଠିଛି। ଏ ସମ୍ପର୍କରେ ଏମ୍‌ଭିଆଇ ଚନ୍ଦ୍ରା ବିଶ୍ୱାସଙ୍କୁ ପଚାରିବାରେ, ଦଲାଲମାନେ ଯେତେବେଳେ ଫର୍ମ ଆଣି ଦେଉଛନ୍ତି ସେଠାରେ ଆମେ କିଛି କରିପାରିବୁ ନାହିଁ। ବୁଧବାର ୪୭ଟି ଡ୍ରାଇଭିଂ ଲାଇସେନ୍ସ ପରୀକ୍ଷା କରାଯାଇଥିବାବେଳେ ସେଥରେ ୪୦ଟି ଦଲାଲଙ୍କର ଥିଲା ଓ ୭ଜଣ ସିଧାସଳଖ ଭେଟି ଲାଇସେନ୍ସ ନେଇଛନ୍ତି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri