ଶାଳଚୁଆ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ମୃତ୍ୟୁ ଘଟଣା: ନ୍ୟାୟ ଦାବିରେ ଥାନାରେ ହୋହଲ୍ଲା

କପ୍ତିପଦା,୧୩ା୯(ଡ଼ି.ଏନ୍‌.ଏ)- କପ୍ତିପଦା ବ୍ଲକ୍‌ ଅଧୀନ ଶାଳଚୁଆ ନୂତନ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ନିବାସରେ ରହୁଥିବା ଜଣେ ୧୦ମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ମୃତ ଛାତ୍ରୀଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅଭିଯୋଗ ରଖି ପୋଲିସ ମାମଲା ରୁଜୁ କରୁ ନ ଥିବା ପ୍ରତିବାଦରେ ଗୁରୁବାର ୫୦ରୁ ଉର୍ଦ୍ଧ୍ୱ ଗ୍ରାମବାସୀ କପ୍ତିପଦା ଥାନାରେ ପହଞ୍ଚି ହୋହଲ୍ଲା କରିଥିଲେ। ମୃତ ଛାତ୍ରୀଙ୍କ ପରିବାରକୁ ନ୍ୟାୟ ନ ମିଳିଲେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ମୃତ ଛାତ୍ରୀ ଜଣକ ହେଲେ ଶରତ ଥାନା ଅଧୀନ ଦେୱାନବାହାଳୀ ପଞ୍ଚାୟତ ବିଷ୍ଣୁଗାଁର ଉଦୟ ସିଂଙ୍କ ଝିଅ ଦୁର୍ଗାଦେବୀ ସିଂ(୧୬)। ଗତ ୨୯ ତାରିଖରେ କଟକ ବଡ ଡାକ୍ତରଖାନାରେ ଚିକିସତ୍ାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏଥିନେଇ କଟକ ମଙ୍ଗଳବାଗ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ମୃତ ଦୁର୍ଗାଙ୍କ ମାଉସୀ ଫୁଲେଶ୍ୱରୀ ସିଂ ସେହିଦିନ କପ୍ତିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ନେଇ କାୈଣସି ମାମଲା ରୁଜୁ ହୋଇ ନ ଥିବା ବେଳେ ତାଙ୍କୁ ଏତଲାର ନକଲ ମଧ୍ୟ ଅଦ୍ୟାବଧି ପ୍ରଦାନ କରାଯାଇ ନ ଥିବା ସେ ପ୍ରକାଶ କରିଛନ୍ତି ା ଗୁରୁବାର ପୁନଶ୍ଚ ଏକ ଏତଲା ମୃତ ଛାତ୍ରୀଙ୍କ ମାଉସୀ କପ୍ତିପଦା ଥାନାରେ ପ୍ରଦାନ କରିବା ସହିତ ଉଦଳା ଏସଡିପିଓ ସ୍ବପ୍ନରଞ୍ଜନ ମହାପାତ୍ରଙ୍କୁ ସାକ୍ଷାତ କରି ଉଚିତ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ମୃତ ଛାତ୍ରୀଙ୍କ ହାତଲେଖା ଚିଠି, ବ୍ୟବଚ୍ଛେଦ ରିପୋର୍ଟ ସମ୍ପର୍କରେ ପରିବାରବର୍ଗଙ୍କୁ ଅନ୍ଧାରରେ ରଖାଯାଉଥିବାରୁ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଗ୍ରାମବାସୀଙ୍କ ପକ୍ଷରୁ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରାଯାଇଛିି। ଉପଯୁକ୍ତ ନ୍ୟାୟ ନ ମିଳିଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଛାତ୍ରୀଙ୍କ ମୃତ୍ୟୁ ପରେ ଗତ ୩୦ ତାରିଖରେ ଅଞ୍ଚଳବାସୀ କପ୍ତିପଦା-ଶରତ ରାସ୍ତାର ହଦଗୁଠ ଛକ ନିକଟରେ ମୃତଦେହ ରାସ୍ତା ଉପରେ ରଖି କ୍ଷତିପୂରଣ ଦାବି କରିଥିଲେ। ଖବରପାଇ କପ୍ତିପଦା ପିଏ ଆଇଟିଡିଏ ବିଧାନଚନ୍ଦ୍ର ରାୟ, ଅତିରିକ୍ତ ଜିଲାପାଳ ଗାୈରହରି ମହାନ୍ତ, ଉପଖଣ୍ଡ ପୋଲିସ ଅଧିକାରୀ ସ୍ବପ୍ନରଞ୍ଜନ ମହାପାତ୍ର ଓ ମଙ୍ଗଳ ଅଧିକାରୀ ଉଦଳା ସୁରେଶ ଚନ୍ଦ୍ର ଜିତବାବୁ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ ସହିତ ଆଲୋଚନା କରିଥିଲେ। ମୃତ ଛାତ୍ରୀଙ୍କ ପରିବାର ବର୍ଗଙ୍କୁ ରେଡକ୍ରସ ପାଣ୍ଠିରୁ ୧୦ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଥିଲା। ମାତ୍ର ଅନ୍ୟାନ୍ୟ ବିଭାଗୀୟ ସହାୟତା ପ୍ରଦାନ କରାଯିବ ବୋଲି ପ୍ରତଶ୍ରୁୃତି ଦିଆଯାଇଥିଲେ ମଧ୍ୟ ଅଦ୍ୟାବଧି ମୃତ ଛାତ୍ରୀଙ୍କ ପରିବାର ଲୋକଙ୍କୁ ତାହା ଦିଆଯାଇ ନାହିଁ।
ଉଲ୍ଲେଖଯୋଗ୍ୟ ଯେ, ଗତ ଅଗଷ୍ଟ ୨୮ ତାରିଖ ପୂର୍ବାହ୍ନ ୯ଟାଠାରୁ ଦୁର୍ଗା କାୈଣସି କାରଣ ବଶତଃ ନ ଖାଇ ଓ କ୍ଲାସ ନ ଯାଇ ଛାତ୍ରୀନିବାସରେ ଶୋଇଥିଲେ। ପ୍ରଧାନ ଶିକ୍ଷକ ନିଜେ ଉକ୍ତ କ୍ଲାସର କ୍ଲାସ ଟିଚର ହୋଇଥିବା ସତ୍ତ୍ୱେ ଦୁର୍ଗା ଛାତ୍ରୀ ନିବାସରେ ରହି କ’ଣ ପାଇଁ ବିଦ୍ୟାଳୟକୁ ଆସି ନାହିଁ ସେ ସମ୍ପର୍କରେ କିଛି ବୁଝି ନ ଥିବା ତାଙ୍କ ପରିବାର ବର୍ଗ କହିଛନ୍ତି ା ସେ ଦିନ ତମାମ ଶୋଇ ରହିଥିବାବେଳେ ପ୍ରଧାନଶିକ୍ଷକ, ସୁପରିଣ୍ଟେଣ୍ଡଣ୍ଟ କିମ୍ବା ମାଟ୍ରନଙ୍କ ପକ୍ଷରୁ ତାଙ୍କ ସମ୍ପର୍କରେ କାୈଣସି ଖବର ରଖାଯାଇ ନ ଥିଲା ା ବୁଧବାର ରାତି ୮ଟା ସମୟରେ ଦୁର୍ଗାଙ୍କ ବାନ୍ତି ହେବା ପରେ ତାଙ୍କୁ ନେଇ ପ୍ରଥମେ କପ୍ତିପଦା ପରେ ଉଦଳା ଓ ତାପରେ ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଥିଲା। ପ୍ରଧାନ ଶିକ୍ଷକ ଓ ସୁପରିଣ୍ଟେଣ୍ଡଣ୍ଟଙ୍କ ଦାୟିତ୍ୱ ହୀନତା ପାଇଁ ଏପରି ଘଟଣା ଘଟିଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ। ଏ ସମ୍ପର୍କରେ କପ୍ତିପଦା ଥାନାଧିକାରିଣୀ ରୀନା ବେହେରାଙ୍କୁ ପଚାରିବାରୁ ପ୍ରଥମ ଏତଲା ଅନୁଯାୟୀ ଷ୍ଟେସନ ଡାଏରୀ ହୋଇ ତଦନ୍ତ ଜାରି ରହିଛି। ସମସ୍ତ ଘଟଣାକୁ ଭିଡିଓଗ୍ରାଫି କରାଯାଇଛି ା ବ୍ୟବଚ୍ଛେଦ ରିପୋର୍ଟକୁ ଅନୁଧ୍ୟାନ କରି ମାମଲା ରୁଜୁ ହେବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବାସୀ ଶ୍ରମିକଙ୍କ ଉପରେ ନେତାଙ୍କ ଆଖି

କେନ୍ଦ୍ରାପଡ଼ା,୨୬ା୪ (ଜଗନ୍ନାଥ ଧଳ): ଦାଦନ ସମସ୍ୟାରେ ପୀଡିତ କେନ୍ଦ୍ରାପଡ଼ା ଜିଲାର ଶ୍ରମିକଙ୍କ ଉପରେ ଚଳିତ ସାଧାରଣ ନିର୍ବାଚନର ପ୍ରର୍ଥୀଙ୍କ ଆଖିପଡିଛି। ଏଥିପାଇଁ ପରିବାର ଓ ଦଳୀୟ...

ମାପଚୁପ ରିପୋର୍ଟ ଦାଖଲରେ ବିଳମ୍ବ

ଯାଜପୁର,୨୬ା୪(ହର୍ଷବର୍ଦ୍ଧନ ବେହେରା): ଶିଳ୍ପାୟନ ନାମରେ ଯାଜପୁର ଜିଲାରେ ଶିଳ୍ପସଂସ୍ଥାଙ୍କ ମନମାନି ବଢିବାରେ ଲାଗିଛି। କାରଖାନା ପ୍ରତିଷ୍ଠା ପାଇଁ ଶିଳ୍ପପତିମାନେ ଭୂଅର୍ଜନ ସକାଶେ ଇଡ୍‌କୋ ଜରିଆରେ ଦରଖାସ୍ତ...

ଜାରକା ବସ୍‌ଷ୍ଟାଣ୍ଡରେ ନାହିଁ ବିଶ୍ରାମାଗାର

କାଏମା,୨୬ା୪(ଶିବପ୍ରସାଦ ମହାନ୍ତି): ଜାରକା ବସ୍‌ଷ୍ଟାଣ୍ଡରେ ଯାତ୍ରୀ ବିଶ୍ରାମଗୋର ନିର୍ମାଣ ହୋଇ ପାରୁନାହିଁ। ଫଳରେ ଯାତ୍ରୀମାନେ ଖରାରେ ଆଉଟୁପାଉଟୁ ହେଉଛନ୍ତି। ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଯୋଗୁ ଘରଠୁ...

ଅସନ୍ତୁଷ୍ଟଙ୍କ ପାଇଁ ବଢୁଛି ଅଡୁଆ

ବୈଶିଙ୍ଗା,୨୬ା୪(ରତନ ଦାଶ):ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ମୟୂରଭଞ୍ଜ ଜିଲା ବଡ଼ସାହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସବୁଦିନ କିଛି ନୂଆ କଥା ଦେଖିବାକୁ ମିଳୁଛି। ପ୍ରମୁଖ...

ମୋକିମ୍‌ଙ୍କୁ ଟାର୍ଗେଟ୍‌ କଲେ ପ୍ରକାଶ

କଟକ,୨୬ା୪(ଶିଳ୍ପା ପ୍ରିୟଦର୍ଶିନୀ):ଆପରାଧିକ ସାମ୍ରାଜ୍ୟକୁ ସୁରକ୍ଷା ଦେବା ପାଇଁ ମହିଳା କାର୍ଡ ଖେଳିବା ଲଜ୍ଜାଜନକ ବୋଲି କହି ମହମ୍ମଦ ମୋକିମଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ...

କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା: ଏହି ଦିନ ରାୟ ଶୁଣାଇବେ ହାଇକୋର୍ଟ

କଟକ,୨୬ା୪(କାର୍ତ୍ତିକ ସାହୁ):ରାଜ୍ୟର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ନେଇ ରୁଜୁ ହୋଇଥିବା ମାମଲାର ରାୟ ପ୍ରକାଶ କରି...

ଘରେ ପଶି ମା’- ଦେଢ଼ ବର୍ଷର ପୁଅଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର,୨୬ା୪: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ପଶି ମା’-ପୁଅଙ୍କୁ ହତ୍ୟା କରିଛନ୍ତି...

ପୁଅଙ୍କ ଲଢ଼େଇ, ବାପାଙ୍କ ଚିନ୍ତା

ବଲାଙ୍ଗୀର,୨୬ା୪(ବୀରେନ୍ଦ୍ର କୁମାର ଝାଙ୍କର):୨୦୨୪ ନିର୍ବାଚନରେ ନିଜ ପୁଅକୁ ପ୍ରାର୍ଥୀ କରି ରାଜ୍ୟର ଅନେକ ବରିଷ୍ଠ ଏବଂ ସଫଳ ରାଜନେତା ଏବେ ଷ୍ଟାର ପ୍ରଚାରକ ପାଲଟିଛନ୍ତି। ବିଶେଷକରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri