ଅବ୍ୟବସ୍ଥାରେ ଗୋଲଗାଁ ବିଦ୍ୟାଳୟ : ୯ ଶ୍ରେଣୀ ଗୃହରୁ ୭ ବିପଦସଙ୍କୁଳ

ନୟାଗଡ଼ ଅଫିସ,୧୩।୯ : ନୟାଗଡ଼ ଜିଲା ରଣପୁର ବ୍ଲକ  ସୁଆଁସିଆସାହି ଅଙ୍ଗନୱାଡ଼ି କେନ୍ଦ୍ରରେ ୨୦୧୨ ମସିହା ଜୁଲାଇ ୯ରେ କାନ୍ଥ ଭୁଶୁଡ଼ି ୭ ଜଣ କୋମଳମତି ଶିଶୁଙ୍କ ଜୀବନ ଚାଲିଯାଇଥିଲା। ଏହା ପରେ ପ୍ରଶାସନ ପକ୍ଷରୁ ଅଙ୍ଗନଓ୍ବାଡି କେନ୍ଦ୍ର ଓ ସ୍କୁଲ ଗୃହଗୁଡିକ ତଦାରଖ ପାଇଁ କିଛି ଦିନ ଧରି ତତ୍ପରତା ପ୍ରକାଶ ପାଇଥିଲା। କିନ୍ତୁ ତା’ ପରେ ଯଥା ପୂର୍ବଂ ତଥା ପରଂ ଅବସ୍ଥା। ଏ ଦିଗରେ ପ୍ରଶାସନ ସେଭଳି ତପତ୍ରତା ଦେଖାଉ ନାହିଁ। ଜିଲାର ଅନେକ ବିଦ୍ୟାଳୟର ଶ୍ରେଣୀଗୃହରେ ବିପଦସଙ୍କୁଳ ଅବସ୍ଥାରେ ଛାତ୍ରୀଛାତ୍ର ପାଠ ପଢ଼ୁଥିବାର ଦେଖିବାକୁ ମିଳୁଛି।
ଓଡ଼ଗାଁ ବ୍ଲକ ଅଧୀନରେ ଥିବା ଗୋଲଗାଁ ଅପଗ୍ରେଡ଼ ଏମ୍‌ଇ ସ୍କୁଲକୁ ଉଦାହହରଣ ଭାବେ ନିଆଯାଇପାରେ। ଉକ୍ତ ବିଦ୍ୟାଳୟର ୭ଟି ଶ୍ରେଣୀଗୃହ ବିପଦସଙ୍କୁଳ ଅବସ୍ଥାରେ ଥିବାବେଳେ ଏହାର ମରାମତି କରାଯାଉନାହିଁ। ବିଦ୍ୟାଳୟ ପରିଚାଳନା କମିଟି ଓ ପ୍ରଧାନ ଶିକ୍ଷକ ଏ ନେଇ ବିଡିଓ, ବିଇଓ, ଡିପିସି, ଡିଇଓ ଓ ଜିଲାପାଳଙ୍କଠାରେ ଅନେକ ସମୟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ। ଫଳରେ ବାଧ୍ୟ ହୋଇ ବିପଦସଙ୍କୁଳ ଗୃହରେ ଛାତ୍ରୀଛାତ୍ରମାନେ ପାଠ ପଢ଼ୁଥିବା ଦେଖିବାକୁ ମିଳୁଛି। ଯଦି କୌଣସି ଅଘଟଣ ଘଟିବ ତାହା ହେଲେ ଏଥିପାଇଁ କିଏ ଦାୟୀ ରହିବ ବୋଲି ଅଭିଭାବକମାନେ ପ୍ରଶ୍ନ କରିଛନ୍ତି।
ଯେ, ଗୋଲଗାଁ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୩୯ ଜଣ ଛାତ୍ରୀଛାତ୍ର ପାଠ ପଢ଼ୁଛନ୍ତି। ବିଦ୍ୟାଳୟରେ ଗୋଟିଏ କାର୍ଯ୍ୟାଳୟ ଓ ୯ଟି ଶ୍ରେଣୀଗୃହ ରହିଛି। ୯ ଶ୍ରେଣୀଗୃହରୁ ୪ଟିର ଛାତରୁ ପ୍ଲାଷ୍ଟର ଖସି ରଡ ବାହାରି ଝୁଲି ରହିଛି। କେତେବେଳେ ଯେ ଛାତ ଗଳି ପଡ଼ିବା ଆଶଙ୍କା ରହିଛି। ସେହିଭଳି ୩ଟି ଶ୍ରେଣୀଗୃହର କାନ୍ଥ ଫାଟି ଆଁ କରିି ରହିଛି। ଅବଶିଷ୍ଟ ୨ଟି ଶ୍ରେଣୀଗୃହ ଠିକ୍‌ଠାକ୍‌ ରହିଛି। ୮ଟି ଶ୍ରେଣୀର ପିଲାମାନଙ୍କୁ ଦୁଇଟି ଭଲ ଥିବା ଶ୍ରେଣୀଗୃହରେ ପଢ଼ାଯାଇ ପାରୁନାହିଁ। ଫଳରେ ବାଧ୍ୟ ହୋଇ ବିଦ୍ୟାଳୟ କର୍ତ୍ତୃପକ୍ଷ କାନ୍ଥ ଫାଟିଥିବା ୩ଟି ଶ୍ରେଣୀଗୃହରେ ପିଲାମାନଙ୍କୁ ପାଠପଢ଼ାଉଛନ୍ତି। ୫ଟି ଶ୍ରେଣୀ ଗୃହରେ ୮ ଶ୍ରେଣୀର ଛାତ୍ରୀଛାତ୍ର ପାଠ ପଢ଼ୁଛନ୍ତି। ଗୋଟିଏ ଶ୍ରେଣୀଗୃହରେ ଦୁଇଟି ଶ୍ରେଣୀର ପିଲାମାନେ ପାଠ ପଢୁଥିବାରୁ ପ୍ରଥମ ଶ୍ରେଣୀ ପିଲା ଦ୍ୱିତୀୟ ଶ୍ରେଣୀ ପାଠ ଓ ଦ୍ୱିତୀୟ ଶ୍ରେଣୀ ପିଲା ପ୍ରଥମ ଶ୍ରେଣୀ ପାଠ ପଢ଼ୁଥିବାର ଦେଖିବାକୁ ମିଳୁଛି। ଏ ନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ପ୍ରସାଦ ଖଟେଇଙ୍କୁ ପଚାରିବାରୁ ସେ କୁହନ୍ତି ବିଦ୍ୟାଳୟର ସମସ୍ୟା ନେଇ ବିଭିନ୍ନ ଆଡ଼େ ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ। ବିଦ୍ୟାଳୟରେ ଭଲ ଶ୍ରେଣୀଗୃହ ନ ଥିବାରୁ ବାଧ୍ୟ ହୋଇ ବିପଦସଙ୍କୁଳ ଘରେ ପାଠପଢ଼ା ଯାଉଥିବା ସେ ପ୍ରକାଶ କରିଥିଲେ। ଏ ଦିଗରେ ଜିଲା ପ୍ରଶାସନ ଧ୍ୟାନ ଦେଇ ତୁରନ୍ତ ବିଦ୍ୟାଳୟ ମରାମତି କରିବା ପାଇଁ ଅଭିଭାବକ ମହଲରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri