ଦିନେ ଥିଲା ସବୁଜ ବନାନୀ, ଆଜି ଶ୍ରୀହୀନ: ବିତିଗଲା ୫ବର୍ଷ, ଲାଗିପାରିଲାନି ଗଛଟିଏ

ଖଇରା, ୧୩।୯-ବାଲେଶ୍ୱର ଜିଲାର ୨ ପ୍ରମୁଖ ବ୍ଲକ ଖଇରା ଓ ସୋରକୁ ସଂଯୋଗ କରୁଥିବା ସୋର-କୁପାରୀ ରାଜ୍ୟ ରାଜପଥର ଦୁଇ ପାର୍ଶ୍ୱରୁ ଗଛ କଟାଯିବାର ୫ ବର୍ଷ ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଗୋଟିଏ ବି ଗଛ ଲାଗି ପାରିଲାନି। ଦିନେ ସବୁଜ ବନାନୀରେ ଶୋଭା ପାଉଥିବା ରାସ୍ତାକଡ ଆଜି ଶ୍ରୀହୀନ ହୋଇପଡିଛି। ଯାତ୍ରୀଟିଏ ଖରା ସମୟରେ ଆଶ୍ରୟ ନେବାକୁ ଗଛଟିଏ ପାଉନାହିଁ ା ତୁରନ୍ତ ଗଛ ଲଗାଇବା ପ୍ରକ୍ରିୟା ଆରମ୍ଭ କରା ନ ଗଲେ ସ୍ଥାନୀୟ ଅଞ୍ଚଳର ଲୋକେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ା
ଅନନ୍ତପୁରରୁ ଭାୟା ସୋର ଦେଇ କୁପାରୀ ପର୍ଯ୍ୟନ୍ତ ରାସ୍ତା ରାଜ୍ୟ ରାଜପଥର ମାନ୍ୟତା ପାଇବା ପରେ ୨୦୧୩-୧୪ମସିହାରେ ରାସ୍ତା ନିର୍ମାଣ ଆରମ୍ଭ ହୋଇଥିଲା। ଏଥିପାଇଁ ୮୦କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇଥିଲା। ସମ୍ପ୍ରସାରଣ ସମୟରେ ରାସ୍ତା କଡରେ ଥିବା ୧୭୩ଟି ଗଛକୁ ବନ ଉନ୍ନୟନ ନିଗମ ଠିକା ସଂସ୍ଥା ମାଧ୍ୟମରେ ଗଛ କାଟିନେଇଥିଲା। ଏହି ଗଛ କାଟିବାକୁ ୩ମାସ ଲାଗିଥିଲା ା ନିୟମ ଅନୁଯାୟୀ ଗୋଟିଏ କଟା ଗଛ ବଦଳରେ ୧୦ଟି ନୂଆଗଛ ଲଗାଯିବା କଥା ଅର୍ଥାତ ୧୭୩୦ଟି ଗଛ ଲାଗିବା କଥା। ଏଥିସହ ପୂର୍ତ୍ତ ବିଭାଗ ପକ୍ଷରୁ ଗଛ କାଟିବାକୁ ୨୧ଲକ୍ଷ ୧୮ହଜାର ୮୩୭ଟଙ୍କା ପ୍ରଦାନ ଓ ନୂଆ ଗଛ ଲଗାଇବାକୁ ୨୫ଲକ୍ଷ ୭୭ହଜାର ୮୮୦ଟଙ୍କା ବନ ନିଗମ ପାଖରେ ଜମା କରାଯାଇଛି ା ୫ବର୍ଷ ଅତିକ୍ରାନ୍ତ ହୋଇଯାଇଥିଲେ ହେଁ ଏ ପର୍ଯ୍ୟନ୍ତ ଗଛ ଲଗାଯିବା କାର୍ଯ୍ୟ ଆରମ୍ଭ ହୋଇପାରିନ। ଏ କ୍ଷେତ୍ରରେ ଜଙ୍ଗଲ ବିଭାଗର କଚ୍ଛପ ଗତି ଦୁଃଖ ଦାୟକ ବୋଲି ବିଶିଷ୍ଟ ପରିବେଶବିତ୍‌ ପୂର୍ଣ୍ଣଚନ୍ଦ୍ର ସେଣ୍ଡ କହିଛନ୍ତି। ଏ ସମ୍ପର୍କରେ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ହରିଶ ଦ୍ୱାରିଙ୍କୁ ପଚରାଯିବାରୁ ସେ କହିଛନ୍ତି, ରାସ୍ତା କଡରେ କିଛି ଗଛ ଲାଗିଛି ା କାର୍ଯ୍ୟକୁ ତ୍ୱରାନ୍ବିତ ପାଇଁ ବନ ବିଭାଗକୁ ଜଣାଇବେ। ବନ ଉନ୍ନୟନ ନିଗମର ଉପଖଣ୍ଡ ପରିଚାଳକ ଆଦିତ୍ୟ କୁମାର ସେଠୀଙ୍କୁ ଯୋଗାଯୋଗ କରାଯିବାରୁ ଏ ବିଷୟରେ ବୁଝି ଜଣାଇବେ ବୋଲି କହିଛନ୍ତି ା

(ଉତ୍କଳବନ୍ଧୁ ପଣ୍ଡା)


Enter your email to get our daily news in your inbox.

All Right Reserved By Dharitri.Com

IPLରେ ଇତିହାସ ରଚିଲା RCB: ଦ୍ୱିତୀୟ ଥର ପାଇଁ ହାତେଇଲା ଟାଇଟଲ

ଅହମଦାବାଦ, ୩୧।୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ରେ ଇତିହାସ ରଚିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି)।…

ବିସ୍ଫୋରକ ଗଚ୍ଛିତ ଥିବା ଗୋଦାମରେ ଭୟଙ୍କର ବିସ୍ଫୋରଣ, ୫୦ରୁ ଅଧିକ ମୃତ

ମିଆଁମାରର ନମଖାମର ଏକ ଗୋଳାବାରୁଦ ଡିପୋରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ଅନୁମାନ କରାଯାଉଛି ।…

ବରଗଡ଼ ଆସୁଛନ୍ତି ଓଏସସିପିସିଆର୍‌ ସଭ୍ୟା, ଛତୁଆ କେନ୍ଦ୍ରରେ ତଦନ୍ତ କରିବ ଶିଶୁ ସୁରକ୍ଷା ଆୟୋଗ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ):  ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଓଏସସିପିସିଆର୍‌) ସଭ୍ୟା କଳ୍ପନା ଲେଙ୍କା ସୋମବାର ବରଗଡ଼ ଗସ୍ତରେ ଆସୁଥିବା ସୂଚନା ମିଳିଛି । ସେ…

ରାଜପଥରେ ଲୁଟ୍‌ପାଟ୍‌: ଡ୍ରାଇଭରଙ୍କଠାରୁ ଲୁଟି ବନ୍ଧାହେଲେ ୩ ଅଭିଯୁକ୍ତ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ): ଲୁହାପାତ୍ର(ଆଇରନ୍‌ ଭେସେଲ୍‌) ବୋଝେଇ କରି ଏକ ଗାଡ଼ି ରାୟପୁରରୁ ଅନୁଗୁଳ ଅଭିମୁଖେ ଯାଉଥିଲା । ଶନିବାର ରାତିରେ ୫୩ନମ୍ବର ଜାତୀୟ ରାଜପଥର ବରଗଡ଼ ଗ୍ରାମାଞ୍ଚଳ…

ମମତା ବାନାର୍ଜୀଙ୍କ ବୈଠକରେ ୮୦ରୁ ୬୦ ବିଧାୟକ ଗାୟବ, ଟିଏମସିରେ ହେବକି…..

କୋଲକାତା,୩୧ା୫: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ଏକ ବଡ଼ ପରାଜୟ ପରେ, ତୃଣମୂଳ କଂଗ୍ରେସ (ଟିଏମସି) ଏକ ନୂତନ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବା ପରି ମନେ ହେଉଛି…

ହରିଣ ମାରି ମାଂସ କାଟୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ, ଧନୁ ତୀର…

ପାଟଣା/କେନ୍ଦୁଝର,୩୧।୫(ବୀର କିଶୋର ଦାଶ/ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡୋବିଟ ଅଟେଇ ସଂରକ୍ଷିତ ବଣମହୁଲଡିହା ନିକଟରୁ ରବିବାର ସକାଳୁ ଏକ ଅଣ୍ଡିରା ହରିଣକୁ ଶିକାରୀ…

ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ; ଉଠା ଦୋକାନିଙ୍କୁ ସଚେତନ, ଭେଣ୍ଡିଂଜୋନକୁ ଯିବାକୁ ନିବେଦନ କଲେ…..

ଦାରିଙ୍ଗବାଡି,୩୧।୫(ଅରୁଣ ସାହୁ): ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି । ଏହି ରୌଦ୍ର ତାପରୁ ସୁରକ୍ଷିତ ରହିବା ପାଇଁ ରବିବାର ସାପ୍ତାହିକ ହାଟରେ…

ଆମପାଣି ଘାଟିରେ ଭୟଙ୍କର ସଡକ ଦୁର୍ଘଟଣା; ଜଳିଗଲା ଟ୍ରଲର୍, କୁକୁଡା ସବୁ

କୋକସରା,୩୧।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି – ନବରଙ୍ଗପୁର ଜିଲା ସୀମାନ୍ତ ଆମପାଣି ଘାଟିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । ୨୬ ନମ୍ବର ଜାତୀୟ ରାଜପଥର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri