Home

ଅଭିଭାବକ ଛାତ୍ରୀଛାତ୍ରଙ୍କ ବିକାଶର ମୂଳଦୁଆ

ଭୁବନ, ୧୪।୯(ଡି.ଏନ.ଏ.)- ଅଭିଭାବକ ହେଉଛନ୍ତି ଛାତ୍ରୀଛାତ୍ରଙ୍କ ବିକାଶର ମୂଳଦୁଆ। ଶିକ୍ଷାର ଅଭିବୃଦ୍ଧିରେ ପିଲାମାନଙ୍କ ଯେତିକି ଭୂମିକା ତା’ଠାରୁ ଢେର ବେଶି ମା’ବାପାଙ୍କର। ଶିକ୍ଷାର୍ଥୀ, ଅଭିଭାବକ ଏବଂ ଅଧ୍ୟାପକଙ୍କ ମିଳିତ ପ୍ରଚେଷ୍ଟାରେ ଶିକ୍ଷାନୁଷ୍ଠାନର ଗୌରବ ବଢ଼ିବ ବୋଲି କହିଛନ୍ତି ଭୁବନସ୍ଥିତ ବାଜି ରାଉତ…

୩ ବେଆଇନ ସ’ ମିଲରେ ଚଢ଼ାଉ : ୧୧ ଲକ୍ଷ ଟଙ୍କାର ଯନ୍ତ୍ରାଂଶ, କାଠ ଜବତ

ରୂପ୍‌ସା/ବସ୍ତା, ୧୪।୯(ସ୍ବ.ପ୍ର.)-ବାଲେଶ୍ୱର ଜିଲା ସଦର ଓ ବସ୍ତା ଥାନା ଅଞ୍ଚଳରେ ଚାଲିଥିବା ୩ଟି ବେଆଇନ୍‌ ସ’ ମିଲ ଉପରେ ଶନିବାର ବନବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢାଉ ବେଳେ ୧୧ଲକ୍ଷ ଟଙ୍କାର ମୂଲ୍ୟବାନ କାଠ ସହ ଯନ୍ତ୍ରାଂଶ ଜବତ ହୋଇଛି। ମିଲ…

ଏମ୍‌ଭିଆଇ ପରିଚୟ ଦେଇ ତୀର୍ଥଯାତ୍ରୀ ବସ୍‌ରୁ ଲୁଟ୍‌ପାଟ : ୫ଜଣଙ୍କୁ କାବୁ କଲେ ଯାତ୍ରୀ

ଜଳେଶ୍ୱର, ୧୪ା୯-ବାଲେଶ୍ୱର ଜିଲା ଜଳେଶ୍ୱର ନିକଟସ୍ଥ ୬୦ନଂ. ଜାତୀୟ ରାଜପଥର ଲକ୍ଷ୍ମଣନାଥ ଟୋଲଗେଟ୍‌ ନିକଟରେ ବେଆଇନ ଭାବେ ଚାନ୍ଦା ଆଦାୟ ଚାଲିଛି। ନକଲି ଏମ୍‌ଭିଆଇ, ଆରଟିଓ, ପୋଲିସ ନାମରେ କେତେକ ଯୁବକ ବିଳମ୍ବିତ ରାତିରେ ଆସୁଥିବା ଗୋରୁ ବୋଝେଇ ଟ୍ରକ୍‌, ମାଛ…

ମୁରିବାହାଲ ଜେଏମ୍‌ଏଫ୍‌ସି କୋର୍ଟ ଉଦ୍‌ଘାଟିତ

ମୁରିବାହାଲ, ୧୪।୯ (ଡି.ଏନ.ଏ) : ବଲାଙ୍ଗୀର ଜିଲା ମୁରିବାହାଲଠାରେ ଅନେକ ବର୍ଷର ପ୍ରତୀକ୍ଷା ପରେ ଜେଏମଏଫସି କୋର୍ଟ ଶନିବାର ଉଦ୍‌ଘାଟିତ ହୋଇଯାଇଛି। ବଲାଙ୍ଗୀର ଜିଲା ଓ ଦୌରାଜଜ ଶ୍ୟାମସୁନ୍ଦର ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ବ୍ଲକ ପରିସରସ୍ଥ ମାଡା କୋଠାରେ ହୋଇଥିବା…

ମୃତକଙ୍କ ନାଁରେ ଉଠାଯାଉଛି ଭତ୍ତା

ତିହିଡ଼ି, ୧୪।୯ (ଡି.ଏନ.ଏ.)- ଭଦ୍ରକ ଜିଲା ତିହିଡ଼ି ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତରେ ବିଭିନ୍ନ ଅନିୟମିତତା ନେଇ ଅଭିଯୋଗ ହୋଇଛି। ଏପରିକି ମୃତକଙ୍କ ନାଁରେ ୨ ବର୍ଷ ହେଲା ଭତ୍ତା ଟଙ୍କା ଉଠାଯାଉଛି ବୋଲି ପଞ୍ଚାୟତର କେତେକ ଅଧିବାସୀ ବିଡିଓଙ୍କୁ ଭେଟି ଅଭିଯୋଗ…

ଗ୍ରାମସଭାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ

ଯୋଡ଼ା,୧୪।୯(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ଅନ୍ତର୍ଗତ ଲହଣ୍ଡା ଗ୍ରାମରେ ଏକ ଶିଳ୍ପସଂସ୍ଥାର କାରଖାନା ନିର୍ମାଣ ପାଇଁ ହୋଇଥିବା ଗ୍ରାମସଭାକୁ କେନ୍ଦ୍ରକରି ଗ୍ରାମର ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଉପୁଜିଛି। ଏ ନେଇ ଗଣ୍ଡଗୋଳର ଆଶଙ୍କା କରି ପୋଲିସ ପାଟ୍ରୋଲିଂକୁ କଡ଼ାକଡ଼ି…

ହ୍ବାଟ୍‌ସ୍‌ଆପ୍‌ ମେସେଜ୍‌ରେ ବଢୁଛି ଶର୍ଟଫର୍ମର ବ୍ୟବହାର, କେଉଁଟି କ’ଣ ସୂଚାଏ ଜାଣନ୍ତୁ…

ଆଜିକାଲି ହ୍ବାଟ୍‌ସ୍‌ଆପ୍‌ର ବହୁଳ ବ୍ୟବହାର କରାଯାଉଛି। ଏଥିରେ ଇଂରାଜୀ ହେଉ କି ହିନ୍ଦୀ, ସବୁଥିରେ ଶର୍ଟଫର୍ମ ବ୍ୟବହାର କରାଯାଇ ମେସେଜ୍‌ ପଠାଯାଉଛି। ଯଦି କିଛି ମଜାଳିଆ କଥା କୁହାଯାଏ ତେବେ ପାଟିରୁ ସ୍ବତଃ ପ୍ରବୃତ୍ତ ଭାବେ LoL ବାହାରିପଡ଼େ। ସେମିତି ଆଉ…

ନିଦରେ ଚାଲନ୍ତି ଇଲିଆନା !

ମୁମ୍ବାଇ: ନିଦରେ ଚାଲନ୍ତି ଅଭିନେତ୍ରୀ ଇଲିଆନା ଡିକ୍ରୁଜ୍‌। କେବଳ ସେତିକି ନୁହେଁ ଏହାଦ୍ୱାରା ତାଙ୍କର ପାଦରେ ଦାଗ ଅଥବା ଖଣ୍ଡିଆ ମଧ୍ୟ ହୋଇଯାଏ। କଥାଟି ଆମେ କହୁନାହୁଁ ବରଂ ସେ ଏକ ଟୁଇଟ୍‌ କରି ଏଭଳି କିଛି କହିଛନ୍ତି, ଯାହାକି ତାଙ୍କ…

ହୃଦ୍‌ଘାତରେ କଏଦୀ ମୃତ

ବ୍ରହ୍ମପୁର ଅଫିସ,୧୪।୯: ପତ୍ନୀହନ୍ତା ମାମଲାରେ ଅଭିଯୁକ୍ତ ଭାବେ ଗଞ୍ଜାମ ଜିଲା ମଣ୍ଡଳକାରାଗାରରେ ଥିବା ଜଣେ କଏଦୀଙ୍କର ଶନିବାର ଭୋରରେ ମୃତ୍ୟୁ ଘଟିଛି। ସେ ହେଲେ ନିର୍ମଳ ସାହୁ (୩୫)। ତାଙ୍କ ଘର ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ଦୁର୍ବନ୍ଧ ଡେରା ସାହିରେ ବୋଲି…

ଡାକ୍ତର ହେବ ତ ଏମିତି: ରାସ୍ତାରେ ଛଟପଟ ହେଉଥିବା ରୋଗୀଙ୍କୁ ନେଲେ ଡାକ୍ତରଖାନା, ଛୁଟୁଛି ପ୍ରଶଂସାର ସୁଅ

ଭୁବନେଶ୍ୱର,୧୪।୯(ବ୍ୟୁରୋ): ଡାକ୍ତର ଭଗବାନଙ୍କ ସମତୂଲ୍ୟ ବୋଲି କୁହାଯାଏ। ତେବେ ଅନେକ ସମୟରେ ଡାକ୍ତରଙ୍କ ଅବହେଳା କାରଣରୁ ରୋଗୀର ଜୀବନ ମଧ୍ୟ ଚାଲିଯାଏ। ହେଲେ ଏହାର ଏକ ବ୍ୟତିକ୍ରମ ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି। ରାସ୍ତା ମଝିରେ ଜୀବନ ସହ ସଂଗ୍ରାମ କରୁଥିବା…

ବେଲପାହାଡ଼ ଏକ୍ସସିସ୍‌ ବ୍ୟାଙ୍କରୁ ସଶସ୍ତ୍ର ଡକାୟତି ଘଟଣା: ୧୦ ଦିନ ପରେ ଘଟଣାର ପର୍ଦ୍ଦାଫାସ, ବିହାରରୁ ଜଣେ ଗିରଫ, ବନ୍ଧୁକ ଜବତ

ଝାରସୁଗୁଡା ଅଫିସ/ଲଖନପୁର, ୧୪।୧୯(ଡି .ଏନ୍‌ .ଏ): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଏକ୍ସସିସ ବ୍ୟାଙ୍କରୁ ଗତ ୪ ତାରିଖରେ ସଶସ୍ତ୍ର ଡକାୟତି ହୋଇଥିଲା। ଡକାୟତମାନେ ବନ୍ଧୁକ ଦେଖାଇ ୧୧ ଲକ୍ଷ ଟଙ୍କା ଲୁଟି ନେଇଯାଇଥିଲେ। ଏହି ଘଟଣାରେ ପୋଲିସ ବେଲପାହାଡ଼ ଥାନାରେ କେସ୍‌…

ମୋଦିଙ୍କ ଉପହାରର ନିଲାମି ଆରମ୍ଭ

ନୂଆଦିଲ୍ଲୀ,୧୪।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିଭିନ୍ନ ଦେଶରୁ ମିଳିଥିବା ଉପହାର ଗୁଡିକର ନିଲାମି ଶନିବାର ଆରମ୍ଭ ହୋଇଛି। ନୂଆଦିଲ୍ଲୀର ଇଣ୍ଡିଆ ଗେଟ୍‌ସ୍ଥିତ ନ୍ୟାଶନାଲ ଗ୍ୟାଲେରୀ ଅଫ୍‌ ମର୍ଡନ ଆର୍ଟରେ ଏହା ଆରମ୍ଭ କରାଯାଇଥିବା ବେଳେ ଏହା ଆସନ୍ତା ଅକ୍ଟୋବର ୩ ପର୍ଯ୍ୟନ୍ତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri