Posted inଖେଳ

ଏନ୍‌ବିଏ: ସାକ୍ରାମେଣ୍ଟୋକୁ ହରାଇଲା ଇଣ୍ଡିଆନା

ମୁମ୍ବାଇ,୫।୧୦(ପି.ଟି.)- ଆମେରିକାର ଜଣାଶୁଣା ବାସ୍କେଟବଲ୍‌ ଲିଗ୍‌ ଏନ୍‌ବିଏ ଭାରତରେ ପଦାର୍ପଣ କରିଛି। ଶୁକ୍ରବାର ଏଠାରେ ପ୍ରଥମ ଏନ୍‌ବିଏ ମ୍ୟାଚ୍‌ ଅନୁଷ୍ଠିତ ହୋଇଛି। ଏହି ଐତିହାସିକ ମ୍ୟାଚ୍‌ରେ ଇଣ୍ଡିଆନା ପେସର୍ସ ୧୩୨-୧୩୧ ବ୍ୟବଧାନରେ ସାକ୍ରାମେଣ୍ଟୋ କିଙ୍ଗ୍ସକୁ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ଜବରଦସ୍ତ ସଂଘର୍ଷ ଦେଖିବାକୁ ମିଳିଥିଲା। ଆଗାମୀ ସେସନ ପୂର୍ବରୁ ଏନ୍‌ବିଏର ଏହା ପ୍ରି ସେସନ ମ୍ୟାଚ୍‌ ଥିଲା।
ନିର୍ଦ୍ଧାରିତ ସମୟ ଶେଷ ହେବା ବେଳକୁ ମ୍ୟାଚ୍‌ ୧୧୯-୧୧୮ ସମାନସ୍ତରରେ ଥିଲା। ଅତିରକ୍ତ ୫ ମିନିଟ୍‌ରେ ମ୍ୟାଚ୍‌ର ଫଳାଫଳ ନିରୂପଣ ହୋଇଥିଲା। ସାରା ମ୍ୟାଚ୍‌ରେ ପଛରେ ପଡିଥିବା ପେସର୍ସ ପ୍ରଥମଥର ପାଇଁ ଅଗ୍ରଣୀ ହାସଲ କରିବା ସହ ଶେଷରେ ବାଜି ମାରିଥିଲା। ମ୍ୟାଚ୍‌ ଅନ୍ତିମ ମୁହୂର୍ତ୍ତରେ କିଙ୍ଗ୍ସର ମାର୍ଭିନ ବାଗ୍‌ଲି ୨ ପଏଣ୍ଟ ହାସଲ କରିଥିଲେ ମଧ୍ୟ ଦଳକୁ ଜିତାଇପାରି ନ ଥିଲେ। ବାଗ୍‌ଲି ମୋଟ୍‌ ଉପରେ ୧୨ ପଏଣ୍ଟ ହାସଲ କରିଥିଲେ। ଅତିରିକ୍ତ ସମୟରେ ପେସର୍ସର ଟି ଓ୍ବାରେନ୍‌ ଦଳକୁ ଅଗ୍ରଣୀ କରାଇଥିଲେ। ସେ ଥ୍ରୀ- ପଏଣ୍ଟର ସ୍କୋର କରି ଦଳକୁ ୧୨୧-୧୧୮ରେ ଅଗ୍ରଣୀ କରାଇଥିଲେ। ତେବେ ଏହା ପରେ କିଙ୍ଗ୍ସ ପ୍ରତ୍ୟାବର୍ତ୍ତନ କରିଥିଲା। କିଙ୍ଗ୍ସର ହାରିସନ ବାର୍ନେସ ଦୁଇ ପଏଣ୍ଟ ସ୍କୋର କରିଥିଲେ। ଏହି ଭଳି ମ୍ୟାଚ୍‌ରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ଦେଖିମାକୁ ମିଳିଥିଲା ଓ ଶେଷରେ ପେସର୍ସ ବାଜି ମାରିଥିଲା।
ପ୍ରଥମ କ୍ୱାର୍ଟରରେ କିଙ୍ଗ୍ସ ୫୧- ୩୮ରେ ଅଗ୍ରଣୀ ହୋଇଥିଲା। ସେହିପରି ଦ୍ୱିତୀୟ କ୍ୱାର୍ଟରରେ କିଙ୍ଗ୍ସ ୭୨-୫୯ରେ ଆଗୁଆ ହୋଇଥିଲା। ତୃତୀୟ କ୍ୱାର୍ଟରରେ ପେସର୍ସ ପ୍ରତ୍ୟାବର୍ତ୍ତନ କରି ମ୍ୟାଚ୍‌କୁ ୭୬-୭୭ ସ୍ତରକୁ ଆଣିଥିଲା। ତୃତୀୟ କ୍ୱାର୍ଟର ଶେଷ ବେଳକୁ କିଙ୍ଗ୍ସ ୯୭-୯୨ରେ ଅଗ୍ରଣୀ ହୋଇଥିଲା। ନିର୍ଦ୍ଧାରିତ ସମୟ ବେଳକୁ ମ୍ୟାଚ୍‌ ୧୧୮-୧୧୮ ସ୍ଥିତିରେ ରହିଥିଲା। ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ର ଜବରଦସ୍ତ ମଜା ନେଇଥିଲେ ଷ୍ଟାଡିୟମରେ ଉପସ୍ଥିତ ଥିବା ବାଳକ ଓ ବାଳିକା ମାନେ। ଶନିବାର ଦ୍ୱିତୀୟ ପ୍ରି ସେସନ ମ୍ୟାଚ୍‌ ଖେଳାଯିବ। ଆସନ୍ତା ୨୨ ତାରିଖରେ ରେଗୁଲାର ସେସନ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହମ୍ମଦ ଶାମିଙ୍କୁ ନେଇ ଆସିଲା ବଡ଼ ଖବର, ଚୟନକର୍ତ୍ତାଙ୍କ ନଜର ଦୁଲୀପ ଟ୍ରଫି ଫାଇନାଲ ଉପରେ

ନୂଆଦିଲ୍ଲୀ,୬।୯: ଅଭିଜ୍ଞ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ODI ଦଳକୁ ଫେରିବା ପାଇଁ ପଥ ଖୋଲିପାରେ। ଭାରତ ସେପ୍ଟେମ୍ବର 27 ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ…

ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ, ପରିବାର ପକ୍ଷରୁ କ୍ଷତିପୂରଣ ଦାବି କରି…

ପାରଳାଖେମୁଣ୍ଡି,୬ା୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ସବ୍‌ଜେଲ୍‌ରେ ଜଣେ ବିଚାରାଧୀନ କଏଦୀଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି। ମୃତକ ହେଲେ ରାୟଗଡ଼ ବ୍ଲକ ଜିରାଙ୍ଗ…

ଭାଜପାରେ ଯୋଗଦେଲେ ଅନେକ କର୍ମୀ, ପ୍ରଧାନମନ୍ତ୍ରୀଙ୍କ ଶାସନରେ…

ରିଷିଡ଼ା,୬ା୯(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହାସ୍ଥିତ ସୁବିଧା କେନ୍ଦ୍ରଠାରେ ଭାଜପାର ମାସିକ ବୈଠକ ଓ ମିଶ୍ରଣ ପର୍ବ ଶନିବାର ଭାଜପାର କର୍ଲାମୁଣ୍ଡା ମଣ୍ଡଳ ସଭାପତି ଡୋଳାମଣି…

ISRO ଘରୋଇକରଣକୁ ନେଇ କର୍ମଚାରୀଙ୍କ ମଧ୍ୟରେ ବଢିଲା ଚିନ୍ତା, ମୁଖ୍ୟଙ୍କଠାରୁ ସ୍ପଷ୍ଟୀକରଣ ଲୋଡିଲେ

ବେଙ୍ଗାଲୁରୁ,୬।୯: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO)ର କର୍ମଚାରୀମାନେ ଘରୋଇ କମ୍ପାନୀଗୁଡ଼ିକ ପାଇଁ ମହାକାଶ କ୍ଷେତ୍ର ଖୋଲାଯିବା ନେଇ ଚିନ୍ତିତ ହେଉଛନ୍ତି। ହଜାର ହଜାର ISRO କର୍ମଚାରୀଙ୍କ…

ବିଷାକ୍ତ ମଦ ପିଇ ଚାଲିଗଲା ୧୦ ଜୀବନ, ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା

ଭୋପାଳ,୬ା୯: ମଧ୍ୟପ୍ରଦେଶର ସାଗରରେ ବିଷାକ୍ତ ମଦ ପିଇ ୧୦ ଜଣଙ୍କ ଜୀବନ ଚାଲିଯାଇଛି। ଆଉ ୩ ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛି। ତେବେ ମୃତ୍ୟୁସଂଖ୍ୟା…

ଗାଜଲବାଡ଼ି ଘାଟିରେ ଦୁର୍ଘଟଣା: ଗୁଗୁଲ୍‌ ମ୍ୟାପ୍‌’ ଦେଖି ଫସିଲା ଟ୍ରକ୍‌, ଅଟକି ରହିଛି ଶହ ଶହ…

ଦାରିଙ୍ଗବାଡ଼ି, ୬/୯ (ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ସୀମାରେ ରହିଥିବା ଗାଜଲବାଡ଼ି ଘାଟିରେ ଏକ ୧୬ ଚକିଆ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା…

ପାଣି ଫ୍ୟାକ୍ଟେରୀରେ କରେଣ୍ଟ ଝଟକା, ଜୀବନ ସହ ଲଢ଼ୁଛନ୍ତି ଶ୍ରମିକ: ଗେଟ୍‌ରେ ଗଣଧାରଣା

କେସିଙ୍ଗା, ୬।୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଚାଞ୍ଚେର ପଞ୍ଚାୟତ ଅଧୀନ ଏନ୍‌ଏଚ୍‌-୨୬ ପାର୍ଶ୍ୱରେ ଅବସ୍ଥିତ ଏକ ପାଣି ପାଉଚ୍‌ ଫ୍ୟାକ୍ଟେରୀରେ ଅଭାବନୀୟ ଘଟଣା…

କିଏ ପିନ୍ଧିପାରିବେ କଣ୍ଠି ମାଳା? ଜାଣିରଖନ୍ତୁ ତୁଳସୀ ମାଳା ପିନ୍ଧିବାର ନିୟମ, ନହେଲେ ଭୋଗିବେ…

ସନାତନ ଧର୍ମରେ ତୁଳସୀ ଗଛକୁ କେବଳ ଏକ ସାଧାରଣ ଉଦ୍ଭିଦ ନୁହେଁ ବରଂ ପବିତ୍ର ଓ ପୂଜନୀୟ ଦେବୀର ଆଖ୍ୟା ଦିଆଯାଇଛି । ଶାସ୍ତ୍ର ଅନୁସାରେ ତୁଳସୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri