ଏହି ମନ୍ଦିରରେ ତେଲ କି ଘିଅରେ ନୁହେଁ ବରଂ ନଦୀ ପାଣିରେ ଜଳିଥାଏ ଅଖଣ୍ଡ ଦୀପ

ଧର୍ମ ଓ ଆସ୍ଥାରେ ଏଭଳି ଚମତ୍କାରିତା ରହିଛି ଯାହା ଭଗବାନଙ୍କ ଉପରେ ଥିବା ଶ୍ରଦ୍ଧାକୁ ଆହୁରି ବଢ଼ାଇଦେଇଥାଏ। ଭାରତରେ ଦେବୀ ମା’ଙ୍କର ଅନେକ ଚମତ୍କାରୀ ମନ୍ଦିର ରହିଛି। ହେଲେ ଏଭଳି ଏକ ମନ୍ଦିର ରହିଛି, ଯେଉଁଠାରେ ତେଲ କି ଘିଅରେ ନୁହେଁ ବରଂ ନଦୀର ପାଣିରେ ଅଖଣ୍ଡ ଦୀପ ଜଳିଥାଏ। ଏଭଳି ବିରଳ ଦୃଶ୍ୟ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ଶାଜାପୁର ଜିଲାର ମାଲଓ୍ବାରେ। ଗାଡିଆଘାଟ ମା’ଙ୍କ ନାଁରେ ପ୍ରସିଦ୍ଧ ଥିବା ଏହି ମନ୍ଦିର କାଲିସିନ୍ଧ ନଦୀ କୂଳରେ ଥିବା ଆଗର-ମଲାଓ୍ବାର ନଲଖେଡା ଗଁ।ରୁ ପ୍ରାୟ୧୫ କିଲୋମିଟର ଦୂର ଗାଡ଼ିଆ ଗାଁରେ ଅବସ୍ଥିତ।

ଏଠାକାର ଚମତ୍କାରିତା ହେଉଛି, ଏହି ମନ୍ଦିରରେ ତେଲ ନୁହେଁ, ବରଂ ସେଠାରେ ବହିଯାଇଥିବା କାଲିସିନ୍ଧ ନଦୀର ପାଣିରେ ଅଖଣ୍ଡ ଜ୍ୟୋତି ଜଳିଥାଏ। କୁହାଯାଉଛି, ଦୀର୍ଘ ୫୦ ବର୍ଷ ଧରି ଏହି ଅଖଣ୍ଡ ଦୀପ ଜଳିଆସୁଛି। ପୂର୍ବରୁ ଏଠାରେ ତେଲର ଦୀପ ଜଳୁଥିଲା। ହେଲେ କିଛି କିଛି ବର୍ଷ ପୂର୍ବରୁ ପୂଜାରୀ ସିନ୍ଧୁସିଂହ ସୋନ୍ଧିଆଙ୍କୁ ମା’ ସ୍ବପ୍ନାଦେଶ ଦେଇଥିଲେ ଯେ, ଆଜିଠାରୁ ପାଣିରେ ଅଖଣ୍ଡ ଜ୍ୟୋତି ଜଳିବ। ପରଦିନ ଯେତେବେଳେ ପୂଜାରୀ ମା’ଙ୍କ ଦୀପରେ ପାଣି ଢାଳିଥିଲେ, ସେତେବେଳେ ଏହା ଜଳିବାକୁ ଲାଗିଥିଲା। ସେ ଏହି ଅଲୌକିକ ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପ୍ରଥମେ ଘଟଣାକୁ କିଛି ଗ୍ରାମବାସୀ ବିଶ୍ୱାସ କରୁ ନ ଥିଲେ। କିନ୍ତୁ ଯେବେ ସେମାନେ ନିଜେ ଦୀପରେ ପାଣି ଢାଳି ଦୀପ ଜଳାଇଥିଲେ, ତାହା ଜଳିଉଠିଥିଲା। ମା’ଙ୍କର ଏହି ଅଲୌକିକ ଘଟଣା ଦେଖିବା ପାଇଁ ଦୂର ଦୂରାନ୍ତରୁ ଅନେକ ଶ୍ରଦ୍ଧାଳୁ ଏଠାକୁ ଧାଇଁ ଆସିଥାନ୍ତି। ତେବେ ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ପାଣିରେ ଦୀପ ଜାଳିବା ପରମ୍ପରା ଚାଲିଆସୁଛି। ହେଲେ ପ୍ରତିବର୍ଷ ବର୍ଷା ଋତୁରେ ଦୀପ ଜଳିପାରି ନ ଥାଏ। କାରଣ, ବର୍ଷା ଦିନେ ନଦୀର ପାଣିରେ ଏହି ମନ୍ଦିର ସମ୍ପୁର୍ଣ୍ଣ ବୁଡ଼ିଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶରେ ସର୍ବପ୍ରଥମେ ହୋଇଥିଲା ଏକଜିଟ ପୋଲ, ଫଳାଫଳ ଏତେ ସଠିକ ଯେ ସମସ୍ତେ ହୋଇଥିଲେ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ/ନୂଆଦିଲ୍ଲୀ,୧।୧୨: ବର୍ତ୍ତମାନ ଦେଶର ୫ଟି ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନକୁ ନେଇ ଏକଜିଟ ପୋଲ ସମଗ୍ର ଦେଶରେ ଆଲୋଚନାର କେନ୍ଦ୍ର ପାଲଟିଛି। ସମସ୍ତେ ଏ ବିଷୟରେ...

ସୁପ୍ରିମ କୋର୍ଟରୁ ଆଜମଙ୍କୁ ଝଟକା

ନୂଆଦିଲ୍ଲୀ,୧।୧୨: ଆଜମ ଖାନଙ୍କୁ ସୁପ୍ରିମକୋର୍ଟଙ୍କଠାରୁ କୌଣସି ଆଶ୍ୱସ୍ତି ମିଳିନାହିଁ। ରାମପୁରର ଜୋହର ବିଶ୍ୱବିଦ୍ୟାଳୟକୁ ଦିଆଯାଇଥିବା ଜମି ପଟ୍ଟା ବାତିଲ କରିବା ମାମଲାରେ ଆଜମ ଖାନ ଉତ୍ତର...

ବିଦାୟ ନେଲା ବିଶ୍ୱର ସବୁଠାରୁ ଦୁଃଖି ହାତୀ

ମନିଲା,୧।୧୨: ଫିଲିପାଇନ୍ସର ମନିଲା ପ୍ରାଣୀ ଉଦ୍ୟାନରେ ରହୁଥିବା ବିଶ୍ୱର ସବୁଠାରୁ ଦୁଃଖି ହାତୀର ମଙ୍ଗଳବାର ମୃତ୍ୟୁ ହୋଇଛି। କୁହାଯାଉଛି ଯେ ବିଶ୍ୱ ମାଲି କିମ୍ବା ମାଲି...

ବିଶ୍ୱର ସବୁଠୁ ବଡ଼ ଗାଲଥିବା ମହିଳା କଲେ ଏମିତି କାରନାମା: ଲୋକେ ଆଶ୍ଚର୍ଯ୍ୟ, ଦେଖନ୍ତୁ ଭିଡିଓ

ଆଜିକାଲି ଲୋକମାନେ ସୋସିଆଲ ମିଡିଆ ପସିଦ୍ଧି ଅର୍ଜନ ପାଇଁ ଯେକୌଣସି ସ୍ତରକୁ ଯିବାକୁ ପଛାଉ ନାହାନ୍ତି। ନିଜର ପରିଚୟ ସୃଷ୍ଟି କରିବାକୁ ଲୋକେ ଏମିତି କିଛି...

୫ ରାଜ୍ୟର ଏକ୍‌ଜିଟ ପୋଲକୁ ନେଇ ବଡ଼ ଦାବି କଲା ଭାଜପା, କଂଗ୍ରେସ କହିଲା ସର୍ଭେ ଉପରେ ଭରସା ନାହିଁ

ନୂଆଦିଲ୍ଲୀ, ୧।୧୨: ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ, ତେଲଙ୍ଗାନା ଏବଂ ମିଜୋରାମରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ସରିଛି। ବର୍ତ୍ତମାନ ଡିସେମ୍ବର ୩ରେ ଭୋଟ ଗଣନାକୁ ଅପେକ୍ଷା...

ଜଙ୍ଗଲରେ ଦୁଇ ଦନ୍ତାଙ୍କ ଜୋରଦାର ଲଢ଼େଇ; ଭିଡିଓ ଦେଖିଲେ ଟାଙ୍କୁରି ଉଠୁଛି ଲୋମ 

ସୋସିଆଲ ମିଡିଆରେ ଦୈନିକ ଶହ ଶହ ଜୀବଜନ୍ତୁଙ୍କ ଭିଡିଓ ଶେୟାର କରାଯାଇଥାଏ। ସେଥିରୁ କିଛି ମଜାଦାର ହୋଇଥିବା ବେଳେ କିଛି ଚକିତ କରିଥାଏ। ଏହି କ୍ରମରେ...

ସବୁଠାରୁ ଲମ୍ବା କେଶ ପାଇଁ ଗିନିଜ ଓ୍ବାର୍ଲଡ ରେକର୍ଡରେ ସ୍ଥାନ ପାଇଲେ ଏହି ମହିଳା

ନୂଆଦିଲ୍ଲୀ,୩୦।୧୧: ଉତ୍ତରପ୍ରଦେଶର ବାସିନ୍ଦା ୪୬ ବର୍ଷୀୟ ସ୍ମିତା ଶ୍ରୀବାସ୍ତବ ଜୀବନ୍ତ ବ୍ୟକ୍ତିଙ୍କ ଲମ୍ବା କେଶ ଥିବା ମହିଳା ଭାବେ ଗିନିଜ ୱାଲର୍‌ଡ ରେକର୍ଡ ଟାଇଟଲ ଜିତିଛନ୍ତି।...

‘କେବଳ ମୁଖ୍ୟମନ୍ତ୍ରୀଙ୍କ ହସ୍ତାକ୍ଷର ପ୍ରମୋଶନ ପାଇଁ ଯଥେଷ୍ଟ ନୁହେଁ’, କର୍ନାଟକ ହାଇକୋର୍ଟ

ବେଙ୍ଗଲୁରୁ,୩୦।୧୧: କର୍ନାଟକ ହାଇକୋର୍ଟ ଗୁରୁତ୍ୱାରୋପ କରିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ହୋଇଥିବା ଟ୍ରାନ୍ସଫର ଅର୍ଡରର ବୈଧତା ନାହିଁ ଯଦି ଏହା ନିମ୍ନ କ୍ୟାଡର ଅଧିକାରୀଙ୍କୁ ଉଚ୍ଚ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri