ଦିଲ୍ଲୀରେ ଅଡ୍-ଇଭେନ ନିୟମ ଆରମ୍ଭ: ନଭେମ୍ବର ୧୫ ପର୍ଯ୍ୟନ୍ତ ଲାଗୁ
ନୂଆଦିଲ୍ଲୀ,୪।୧୧: ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ସ୍ଥିତି ସଙ୍କଟଜନକ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସୋମବାରଠାରୁ ଏଠାରେ ଅଡ୍-ଇଭେନ ନିୟମ ଲାଗୁ ହୋଇଛି। ନିୟମ ଅନ୍ତର୍ଗତ ଖିଲାପକାରୀଙ୍କୁ ୪ ହଜାର ଟଙ୍କାର ଜରିମାନା ଦେବାକୁ ପଡ଼ିବ। ସୋମବାର ନିୟମ ଲାଗୁ ହେବା…
ଦିଲ୍ଲୀ ବିମାନବନ୍ଦରରେ ପ୍ରଦୂଷଣ : ୪ ଏୟାର ଇଣ୍ଡିଆ ବିମାନ ବାତିଲ୍, ୧୨ଟିର ପଥ ପରିବର୍ତ୍ତନ
ଭୁବନେଶ୍ୱର,୪ା୧୧(ବ୍ୟୁରୋ) : ଦିଲ୍ଲୀ ବିମାନବନ୍ଦରରେ ପ୍ରଦୂଷଣଜନିତ ଖରାପ ପାଗ ଯୋଗୁ ଏୟାର ଇଣ୍ଡିଆ ରବିବାର ୪ଟି ବିମାନ ବାତିଲ୍ କରିଦେଇଛି। (ଏଆଇ୪୬୭/୪୬୮) ଦିଲ୍ଲୀ-ବିଜୟଓ୍ବାଡ଼ା-ଦିଲ୍ଲୀ, (ଏଆଇ୪୭୩/୪୭୪) ଦିଲ୍ଲୀ-ଭୁବନେଶ୍ୱର-ଦିଲ୍ଲୀ, (ଏଆଇ୮୫୩/୮୫୪) ଦିଲ୍ଲୀ-ପୁନେ-ଦିଲ୍ଲୀ, (ଏଆଇ୮୦୧/୮୦୨) ଦିଲ୍ଲୀ-ବେଙ୍ଗାଲୁରୁ-ଦିଲ୍ଲୀ ବିମାନକୁ ବାତିଲ୍ କରାଯାଇଛି। ପ୍ରଦୂଷଣ ଯୋଗୁ ଆକାଶରେ ଧୂଅଁା…
ଆଇଆର୍ସିଟିସି କମାଇବ ରେଳଭଡ଼ା : ମିଳିବ ଅନ୍ଲାଇନ ପେମେଣ୍ଟରେ ରିହାତି
ଭୁବନେଶ୍ୱର,୪ା୧୧(ବ୍ୟୁରୋ): ଆଇଆର୍ସିଟିସି କମାଇବାକୁ ଯାଉଛି ରେଳଭଡ଼ା। ପ୍ରତି ସଂରକ୍ଷିତ ଟିକେଟରେ ଆଦାୟ କରାଯାଉଥିବା ସେବା ଦେୟରେ ଏବେ ଯାତ୍ରୀଙ୍କୁ ରିହାତି ମିଳିବ। ଯାତ୍ରୀ ଟିକେଟ ବୁକିଂ କରିବା ସମୟରେ ଭୀମ୍ କିମ୍ବା ୟୁପିଆଇ ଜରିଆରେ ପେମେଣ୍ଟ କରିଲେ ଟିକେଟ ପିଛା ୫…
ଅଭୟାରଣ୍ୟ, ହାତୀ କରିଡର୍ ପାଇଁ ବିପଦ ପାଲଟିଛି ଖଣି ଖାଦାନ
ଭୁବନେଶ୍ୱର,୪ା୧୧୧(ବ୍ୟୁରୋ) : ରାଜ୍ୟରେ ଅଭୟାରଣ୍ୟ ଓ ହାତୀ କରିଡର୍ ପାଇଁ ବିପଦ ସୃଷ୍ଟି କରୁଛି ଖଣି ଖାଦାନ। ଏନେଇ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ(ଏନ୍ଜିଟି) ଉଦ୍ବେଗ ପ୍ରକାଶ କରିଛନ୍ତି। ଏ ପ୍ରସଙ୍ଗରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଓଡ଼ିଶା ସରକାରଙ୍କୁ ଏନ୍ଜିଟି ନିର୍ଦ୍ଦେଶ…
୭ରେ ଦିବ୍ୟାଙ୍ଗ ନିଯୁକ୍ତି ମେଳା : ଅଂଶଗ୍ରହଣ କରିବେ ୩୦ ଆଇଟି କମ୍ପାନୀ
ଭୁବନେଶ୍ୱର,୪ା୧୧(ବ୍ୟୁରୋ) : ଦିବ୍ୟାଙ୍ଗମାନଙ୍କ ପାଇଁ ରାଜଧାନୀରେ ହେବ ନିଯୁକ୍ତି ମେଳା। ଶାନ୍ତିଧାମ ଫାଉଣ୍ଡେଶନ ପକ୍ଷରୁ ଆୟୋଜିତ ଏହି ମେଳାକୁ ଦେଶ ବିଦେଶର ୩୦ ଆଇଟି କମ୍ପାନୀ ଆସିବେ। ଏଥି ମଧ୍ୟରେ ଆମେରିକାର ଦୁଇଟି ଆଇଟି କମ୍ପାନୀ ମଧ୍ୟ ରହିଛି। କେନ୍ଦ୍ର ସରକାରଙ୍କ…
ସତ୍ୟପାଲ ଗୋଆ ରାଜ୍ୟପାଳ
ପଣଜୀ,୪ା୧୧(ପି.ଟି.): ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ ରବିବାର ଗୋଆ ରାଜ୍ୟପାଳ ଭାବେ ଶପଥ ନେଇଛନ୍ତି। ବମ୍ବେ ହାଇକୋର୍ଟ ମୁଖ୍ୟ ବିଚାରପତି ପ୍ରଦୀପ ନନ୍ଦରାଯୋଗ ରାଜଭବନରେ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଅଗଷ୍ଟ ୩୧ରେ ଅବସର ନେଇଥିବା ମୃଦଳା…
ଶପଥ ନେଲେ ମଧ୍ୟପ୍ରଦେଶ ହାଇକୋର୍ଟ ମୁଖ୍ୟ ବିଚାରପତି
ଭୋପାଳ,୪ା୧୧(ପି.ଟି.): ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ଏ.କେ. ମିତ୍ତଲ ରବିବାର ଶପଥ ନେଇଛନ୍ତି। ରାଜଭବନରେ ରାଜ୍ୟପାଳ ଲାଲ୍ଜୀ ଟଣ୍ଡନ ତାଙ୍କୁ ଶପଥ ପାଠ କରାଇଥିଲେ। ପୂର୍ବରୁ ଜଷ୍ଟିସ୍ ମିତ୍ତଲ ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ଥିଲେ। ଶପଥ ଗ୍ରହଣ…
ଥମୁନି ସ୍ମିତାରାଣୀ ମୃତ୍ୟୁ ରାଜନୀତି : ୫ରେ ସବୁ ଜିଲାପାଳଙ୍କ ଅଫିସ ଆଗରେ ଭାଜପାର ବିକ୍ଷୋଭ
ଭୁବନେଶ୍ୱର,୪ା୧୧(ବ୍ୟୁରୋ) : ଯାଜପୁର ଜିଲା ହରିଦାସପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁକୁ ୧୮ ଦିନ ବିତିଯାଇଛି। ସ୍ମିତାରାଣୀଙ୍କୁ ନ୍ୟାୟ ଦେବା ପାଇଁ ବାରମ୍ବାର ଦାବି କରାଯାଇଥିଲେ ମଧ୍ୟ ରାଜ୍ୟ ସରକାର ଓ ଜିଲା ପୋଲିସ ପ୍ରଶାସନ ଏ ପର୍ଯ୍ୟନ୍ତ…
୮ରୁ ବର୍ଷା ସମ୍ଭାବନା
ଭୁବନେଶ୍ୱର,୪ା୧୧(ବ୍ୟୁରୋ) : ରାଜ୍ୟରେ ପୁଣି ହୋଇପାରେ ବର୍ଷା। ଉତ୍ତର ଆଣ୍ଡାମାନ ସାଗର ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ବୋଲି ପୂର୍ବାନୁମାନ କରାଯାଉଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। କ୍ରମେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ…
ହ୍ବାଟ୍ସଆପ୍ ସ୍ପାଏଗେଟ୍ ଭାଜପା ବିରୋଧରେ କଂଗ୍ରେସର ଅଭିଯୋଗ: ତଦନ୍ତ କରିବେ ୨ ପାର୍ଲାମେଣ୍ଟ କମିଟି
ନୂଆଦିଲ୍ଲୀ,୪ା୧୧(ପି.ଟି.): କଂଗ୍ରେସ ନେତାମାନଙ୍କ ନେତୃତ୍ୱରେ ଦୁଇଟି ପାର୍ଲାମେଣ୍ଟ କମିଟି ହ୍ବାଟ୍ସଆପ୍ ଗୋଇନ୍ଦାଗିରି ନେଇ ତଦନ୍ତ କରିବେ। ଏହି ଦୁଇ କମିଟି ସ୍ବରାଷ୍ଟ୍ର ସଚିବଙ୍କ ସମେତ କେତେଜଣ ଶୀର୍ଷ ସରକାରୀ ଅଧିକାରୀଙ୍କଠାରୁ ଏ ସଂକ୍ରାନ୍ତ ତଥ୍ୟ ମାଗିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ସ୍ବରାଷ୍ଟ୍ର…
ବର୍ଷା ସାଜିଲା କାଳ : ପୁଣି ବଢ଼ିଲା ପିଆଜ ଦର
ଭୁବନେଶ୍ୱର,୪ା୧୧(ବ୍ୟୁରୋ) : କିଛିଦିନର ବ୍ୟବଧାନ ପରେ ପିଆଜ ଦର ଅହେତୁକ ବୃଦ୍ଧି ପାଇଛି। ଭୁବନେଶ୍ୱର, ପୁରୀ ସମେତ ରାଜ୍ୟର ବିଭିନ୍ନ ସହରରେ ରବିବାର ପିଆଜ ଦର କିଲୋ ପ୍ରତି ୬୦ରୁ ୬୫ ଟଙ୍କାରେ ବିକ୍ରି ହୋଇଛି। ଶନିବାର ଏହା କିଲୋ ପିଛା…
ହାଇକୋର୍ଟରେ ଓକିଲ-ପୋଲିସ ସଂଘର୍ଷ ମାମଲା: ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
ନୂଆଦିଲ୍ଲୀ,୪ା୧୧(ପି.ଟି.): ଦିଲ୍ଲୀର ତିସ୍ ହଜାରୀ ଜେଲ୍ ପରିସରରେ ଶନିବାର ଘଟିଥିବା ଓକିଲ-ପୋଲିସ ସଂଘର୍ଷ ଘଟଣାର ବିଚାର ବିଭାଗୀୟ ତଦନ୍ତ ଲାଗି ରବିବାର ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଏସ୍.ପି. ଗର୍ଗ ଏହି ମାମଲାର ତଦନ୍ତ କରିବେ ବୋଲି…
Archives


