ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଛି ପ୍ରାଣୀ ସହାୟକ କେନ୍ଦ୍ର :୪ ବର୍ଷ ଧରି ତାଲା ପଡିଛି କାର୍ଯ୍ୟାଳୟ

ଗଣିଆ,୨୮ା୧୧(ଡି.ଏନ.ଏ.): ଗଣିଆ ବ୍ଲକ ଛାମୁଣ୍ଡିଆଠାରେ ଥିବା ପ୍ରାଣୀ ସହାୟକ କେନ୍ଦ୍ରରେ ଗତ ୪ବର୍ଷ ଧରି କୌଣସି କର୍ମଚାରୀ ରହୁ ନ ଥିବା ଦେଖାଯାଇଛି। ପ୍ରାଣୀ ସହାୟକ କେନ୍ଦ୍ର ସହ ଏଠାରେ ନିଯୁକ୍ତି ପାଇଥିବା କର୍ମଚାରୀଙ୍କ ରହଣି ପାଇଁ ବାସଭବନ ନିର୍ମାଣ କରାଯାଇଛି। ହେଲେ ଗୃହ ନିର୍ମାଣ ପରଠାରୁ କର୍ମଚାରୀ ଜଣକ ରହିବା ତ ଦୂରର କଥା, ଦିନେହେଲେ ବି ଅଫିସ ଖୋଲାଯାଉ ନ ଥିବା ଅଭିଯୋଗ ହେଉଛି। ଏପରି କି ଏହି ସହାୟକ କେନ୍ଦ୍ର ଓ ବାସଭବନ ମରାମତି ଏବଂ ରଙ୍ଗ କରିବା ପାଇଁ ପ୍ରତିବର୍ଷ ଲକ୍ଷାଧିକ ଟଙ୍କା ସରକାରୀ ଅର୍ଥ ଖର୍ଚ୍ଚ କରାଯାଉଛି। ସମ୍ପୃକ୍ତ ପ୍ରାଣୀଧନ ନିରୀକ୍ଷକ ଅଫିସ ଖୋଲୁ ନ ଥିବାବେଳେ ନିଜେ ରହୁ ନ ଥିବାରୁ ପ୍ରାଣୀ ସହାୟକ କେନ୍ଦ୍ରଟି ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ବୁଲା ଗୋରୁଙ୍କର ମଧ୍ୟ ଏହା ଆଶ୍ରୟସ୍ଥଳୀ ପାଲଟିଛି। ସମ୍ପୃକ୍ତ ବ୍ୟକ୍ତିମାନେ ପ୍ରତ୍ୟହ ଏହା ପରିସରରେ ମାଦକ ଦ୍ରବ୍ୟ ସେବନ କରିବା ସହ ତାସ୍‌ ଖେଳୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏହି ପ୍ରାଣୀ ସହାୟକ କେନ୍ଦ୍ର ଉପରେ ଛାମୁଣ୍ଡିଆ ଓ ବଡଶିଲିଙ୍ଗା ପଞ୍ଚାୟତର ଲୋକମାନେ ଗୃହପାଳିତ ପ୍ରାଣୀଙ୍କ ଚିକିତ୍ସା ପାଇଁ ନିର୍ଭର କରିଥାନ୍ତି। ବିଶେଷକରି ଚଳିତ ଋତୁରେ ବିଭିନ୍ନ ଗୃହପାଳିତ ପ୍ରାଣୀ ଫାଟୁଆ, ବଜବଜିଆ ପରି ରୋଗର ଶିକାର ହେଉଥିଲେ ହେଁ କର୍ମଚାରୀଙ୍କ ଦେଖା ମିଳୁ ନ ଥିବା ଯୋଗୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ପ୍ରାଣୀ ସମ୍ପଦର ବିକାଶ ପାଇଁ ସରକାରଙ୍କ ପକ୍ଷରୁ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇ ଦରମା ବାବଦରେ ବହୁ ଅର୍ଥ ବ୍ୟୟ କରାଯାଉଛି। କିନ୍ତୁ ସ୍ଥାନୀୟ ଲୋକେ ଏଥିରୁ ଉପକୃତ ହୋଇପାରୁ ନ ଥିବାରୁ ନିଯୁକ୍ତି ଓ ଅର୍ଥବ୍ୟୟ କାହାପାଇଁ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପକ୍ଷେ ସରକାରଙ୍କ ୫-ଟିକୁ ନେଇ ସବୁଆଡେ ଚର୍ଚ୍ଚା ହେଉଥିବାବେଳେ ଏହାର ପ୍ରଭାବ କିଭଳି ପଡୁଛି ତାହା ଦେଖିବାକୁ ବାକି ରହିଛି। ଏ ନେଇ ସ୍ଥାନୀୟ ଲୋକେ ଜିଲାପାଳ ଓ ଜିଲା ପ୍ରାଣୀଧନ ଚିକିତ୍ସାଧିକାରୀଙ୍କୁ ଅବଗତ କରାଇବେ ବୋଲି ଛାମୁଣ୍ଡିଆ ଗ୍ରାମର ଅଚ୍ୟୁତ ଦଳେଇ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଗଣିଆ ପ୍ରାଣୀଧନ ଚିକିତ୍ସାଧିକାରୀ ନିଗମାନନ୍ଦ ପାଢୀଙ୍କୁ ପଚାରିବାରୁ ସେ କହିଥିଲେ, ସମ୍ପୃକ୍ତ ପ୍ରାଣୀଧନ ନିରୀକ୍ଷକଙ୍କୁ ଛାମୁଣ୍ଡିଆରେ ରହି ଡ୍ୟୁଟି କରିବା ପାଇଁ ତାଗିଦ୍‌ କରାଯାଇଛି। ଏଥିରେ ଖିଲାପ କଲେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

ଚାଷୀଙ୍କୁ ଆଶ୍ବସ୍ତି, ବିଧାୟକଙ୍କ ହସ୍ତକ୍ଷେପ ପରେ ପୋଡ଼ାପଦର ଚାଷଜମିରୁ ଜଳ ନିଷ୍କାସନ ଆରମ୍ଭ

ଛତ୍ରପୁର,୨୭।୯(ଦିଲ୍ଲୀପ ସାମଲ /ଦ୍ଵାରିକା ପଟନାୟକ): ଲଗାଣ ବର୍ଷା ଯୋଗୁଁ ଛତ୍ରପୁର ପୌର ପରିଷଦ ଅନ୍ତର୍ଗତ ପୋଡ଼ାପଦର ଅଞ୍ଚଳର ବ୍ୟାପକ ଚାଷଜମି ଜଳମଗ୍ନ ହୋଇପଡ଼ିଥିଲା। ଚାଷଜମିରେ ଦୀର୍ଘ ସମୟ…

ବନ୍ଧକ ସୁନା ମାଗିବାରୁ ମରଣାନ୍ତକ ଆକ୍ରମଣ, ୩ ମାସ ପରେ ତାମିଲନାଡୁରୁ ଅଭିଯୁକ୍ତ ଗିରଫ

କେନ୍ଦୁଝର/ହାଟଡିହୀ/ଛେନାପଦୀ,୨୭।୯(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ନୂଆରମ୍ପାସ ଗ୍ରାମରେ ଗତ ଜୁନ ୨୩ ମଙ୍ଗଳବାର ବନ୍ଧକ ସୁନା ଫେରସ୍ତ ମାଗି ମରଣାନ୍ତକ…

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?