Home

୭ରେ ଦିବ୍ୟାଙ୍ଗ ନିଯୁକ୍ତି ମେଳା : ଅଂଶଗ୍ରହଣ କରିବେ ୩୦ ଆଇଟି କମ୍ପାନୀ

ଭୁବନେଶ୍ୱର,୪ା୧୧(ବ୍ୟୁରୋ) : ଦିବ୍ୟାଙ୍ଗମାନଙ୍କ ପାଇଁ ରାଜଧାନୀରେ ହେବ ନିଯୁକ୍ତି ମେଳା। ଶାନ୍ତିଧାମ ଫାଉଣ୍ଡେଶନ ପକ୍ଷରୁ ଆୟୋଜିତ ଏହି ମେଳାକୁ ଦେଶ ବିଦେଶର ୩୦ ଆଇଟି କମ୍ପାନୀ ଆସିବେ। ଏଥି ମଧ୍ୟରେ ଆମେରିକାର ଦୁଇଟି ଆଇଟି କମ୍ପାନୀ ମଧ୍ୟ ରହିଛି। କେନ୍ଦ୍ର ସରକାରଙ୍କ…

ସତ୍ୟପାଲ ଗୋଆ ରାଜ୍ୟପାଳ

ପଣଜୀ,୪ା୧୧(ପି.ଟି.): ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ ରବିବାର ଗୋଆ ରାଜ୍ୟପାଳ ଭାବେ ଶପଥ ନେଇଛନ୍ତି। ବମ୍ବେ ହାଇକୋର୍ଟ ମୁଖ୍ୟ ବିଚାରପତି ପ୍ରଦୀପ ନନ୍ଦରାଯୋଗ ରାଜଭବନରେ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଅଗଷ୍ଟ ୩୧ରେ ଅବସର ନେଇଥିବା ମୃଦଳା…

ଶପଥ ନେଲେ ମଧ୍ୟପ୍ରଦେଶ ହାଇକୋର୍ଟ ମୁଖ୍ୟ ବିଚାରପତି

ଭୋପାଳ,୪ା୧୧(ପି.ଟି.): ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍‌ ଏ.କେ. ମିତ୍ତଲ ରବିବାର ଶପଥ ନେଇଛନ୍ତି। ରାଜଭବନରେ ରାଜ୍ୟପାଳ ଲାଲ୍‌ଜୀ ଟଣ୍ଡନ ତାଙ୍କୁ ଶପଥ ପାଠ କରାଇଥିଲେ। ପୂର୍ବରୁ ଜଷ୍ଟିସ୍‌ ମିତ୍ତଲ ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ଥିଲେ। ଶପଥ ଗ୍ରହଣ…

ଥମୁନି ସ୍ମିତାରାଣୀ ମୃତ୍ୟୁ ରାଜନୀତି : ୫ରେ ସବୁ ଜିଲାପାଳଙ୍କ ଅଫିସ ଆଗରେ ଭାଜପାର ବିକ୍ଷୋଭ

ଭୁବନେଶ୍ୱର,୪ା୧୧(ବ୍ୟୁରୋ) : ଯାଜପୁର ଜିଲା ହରିଦାସପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁକୁ ୧୮ ଦିନ ବିତିଯାଇଛି। ସ୍ମିତାରାଣୀଙ୍କୁ ନ୍ୟାୟ ଦେବା ପାଇଁ ବାରମ୍ବାର ଦାବି କରାଯାଇଥିଲେ ମଧ୍ୟ ରାଜ୍ୟ ସରକାର ଓ ଜିଲା ପୋଲିସ ପ୍ରଶାସନ ଏ ପର୍ଯ୍ୟନ୍ତ…

୮ରୁ ବର୍ଷା ସମ୍ଭାବନା

ଭୁବନେଶ୍ୱର,୪ା୧୧(ବ୍ୟୁରୋ) : ରାଜ୍ୟରେ ପୁଣି ହୋଇପାରେ ବର୍ଷା। ଉତ୍ତର ଆଣ୍ଡାମାନ ସାଗର ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ବୋଲି ପୂର୍ବାନୁମାନ କରାଯାଉଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। କ୍ରମେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ…

ହ୍ବାଟ୍ସଆପ୍‌ ସ୍ପାଏଗେଟ୍‌ ଭାଜପା ବିରୋଧରେ କଂଗ୍ରେସର ଅଭିଯୋଗ: ତଦନ୍ତ କରିବେ ୨ ପାର୍ଲାମେଣ୍ଟ କମିଟି

ନୂଆଦିଲ୍ଲୀ,୪ା୧୧(ପି.ଟି.): କଂଗ୍ରେସ ନେତାମାନଙ୍କ ନେତୃତ୍ୱରେ ଦୁଇଟି ପାର୍ଲାମେଣ୍ଟ କମିଟି ହ୍ବାଟ୍ସଆପ୍‌ ଗୋଇନ୍ଦାଗିରି ନେଇ ତଦନ୍ତ କରିବେ। ଏହି ଦୁଇ କମିଟି ସ୍ବରାଷ୍ଟ୍ର ସଚିବଙ୍କ ସମେତ କେତେଜଣ ଶୀର୍ଷ ସରକାରୀ ଅଧିକାରୀଙ୍କଠାରୁ ଏ ସଂକ୍ରାନ୍ତ ତଥ୍ୟ ମାଗିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ସ୍ବରାଷ୍ଟ୍ର…

ବର୍ଷା ସାଜିଲା କାଳ : ପୁଣି ବଢ଼ିଲା ପିଆଜ ଦର

ଭୁବନେଶ୍ୱର,୪ା୧୧(ବ୍ୟୁରୋ) : କିଛିଦିନର ବ୍ୟବଧାନ ପରେ ପିଆଜ ଦର ଅହେତୁକ ବୃଦ୍ଧି ପାଇଛି। ଭୁବନେଶ୍ୱର, ପୁରୀ ସମେତ ରାଜ୍ୟର ବିଭିନ୍ନ ସହରରେ ରବିବାର ପିଆଜ ଦର କିଲୋ ପ୍ରତି ୬୦ରୁ ୬୫ ଟଙ୍କାରେ ବିକ୍ରି ହୋଇଛି। ଶନିବାର ଏହା କିଲୋ ପିଛା…

ହାଇକୋର୍ଟରେ ଓକିଲ-ପୋଲିସ ସଂଘର୍ଷ ମାମଲା: ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ,୪ା୧୧(ପି.ଟି.): ଦିଲ୍ଲୀର ତିସ୍‌ ହଜାରୀ ଜେଲ୍‌ ପରିସରରେ ଶନିବାର ଘଟିଥିବା ଓକିଲ-ପୋଲିସ ସଂଘର୍ଷ ଘଟଣାର ବିଚାର ବିଭାଗୀୟ ତଦନ୍ତ ଲାଗି ରବିବାର ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଏସ୍‌.ପି. ଗର୍ଗ ଏହି ମାମଲାର ତଦନ୍ତ କରିବେ ବୋଲି…

ଓକିଲଙ୍କ ଘରୁ ଡକାୟତି : ନେଇଗଲେ ୫୦ ହଜାର ଟଙ୍କା ସମେତ ସୁନାଗହଣା

ଅନୁଗୋଳ ଅଫିସ,୪।୧୧: ନାଲକୋ ଥାନା କୁଲାଡ଼ ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଏକ ବଡ଼ଧରଣର ଡକାୟତି ହୋଇଛି। ଦୁର୍ବୃତ୍ତମାନେ ଓକିଲ ବିଭୂତି ଭୂଷଣ ପଟ୍ଟନାୟକଙ୍କ ଘରେ ପଶି ପରିବାର ଲୋକଙ୍କୁ ମାରଣାସ୍ତ୍ର ଦେଖାଇ ନଗଦ ୫୦ ହଜାର ଟଙ୍କା ସହ ସୁନାଗହଣା…

ବଜାରକୁ ୫୦:୫୦ ବିସ୍କୁଟ ଆସିଛି କି’

ହାଇଦ୍ରାବାଦ,୪ା୧୧: ମହାରାଷ୍ଟ୍ରରେ ୫୦:୫୦ ସୂତ୍ରରେ କ୍ଷମତା ଭାଗବଣ୍ଟା ପାଇଁ ଶିବସେନା ଅଡ଼ିବସିଥିବାବେଳେ ଏହାକୁ ନେଇ ଏଆଇଏମ୍‌ଆଇଏମ୍‌ ଅଧ୍ୟକ୍ଷ ତଥା ହାଇଦ୍ରାବାଦ ଏମ୍‌ପି ଅସାଦୁଦ୍ଦିନ୍‌ ଓଓ୍ବାଇସି ତାଚ୍ଛଲ୍ୟ କରିଛନ୍ତି। ଲଗାଣ ବର୍ଷା ଯୋଗୁ ଫସଲହାନି ହୋଇଛି। କ୍ଷତିଗ୍ରସ୍ତ ଚାଷୀମାନେ ମୁଣ୍ଡରେ ହାତ ଦେଇ…

ଦିଲ୍ଲୀ ପ୍ରଦୂଷଣ ଅସମ୍ଭାଳ

ନୂଆଦିଲ୍ଲୀ,୪ା୧୧(ପି.ଟି.): ରାଜଧାନୀ ଦିଲ୍ଲୀର ବାୟୁ ବିପଜ୍ଜନକ ସ୍ଥିତିରେ ପହଞ୍ଚିଛି। ଶନିବାର ବାୟୁ ମାନ ସୂଚକାଙ୍କ (ଏକ୍ୟୁଆଇ) ୪୦୭ ଥିଲାବେଳେ ରବିବାର ଏହା ୬୨୫କୁ ବୃଦ୍ଧି ପାଇଛି। ଧୂଳି ଓ ଧୂଆଁର ବହଳ ଆସ୍ତରଣ ଦିଲ୍ଲୀ ଆକାଶକୁ ଆଚ୍ଛାଦିତ କରି ରଖିବା ଫଳରେ…

ଜଜାଙ୍ଗ ରଶ୍ମିରଞ୍ଜନ ହତ୍ୟା ମାମଲା : ମାଷ୍ଟର ମାଇଣ୍ଡଙ୍କୁ ମୁମ୍ବାଇରେ ଖୋଜୁଛି ପୋଲିସ

ଜଗତ୍‌ସିଂହପୁର ଅଫିସ,୪ା୧୧: ତିର୍ତ୍ତୋଲ ଥାନା ଅଧୀନ ବେଗୁଡିଆ ଜଜାଙ୍ଗ ଗ୍ରାମର ଦୀପା ଓରଫ ରଶ୍ମିରଞ୍ଜନ ସ୍ବାଇଁ ହତ୍ୟା ମାମଲାର ମାଷ୍ଟର ମାଇଣ୍ଡଙ୍କୁ ମୁମ୍ବାଇରେ ଖୋଜୁଛି ପୋଲିସ। ସମ୍ପୃକ୍ତ ଅଭିଯୁକ୍ତ ଚଞ୍ଚକତାପୂର୍ବକ ବାରମ୍ବାର ସ୍ଥାନ ପରିବର୍ତ୍ତନ କରୁଥିବାରୁ ପୋଲିସକୁ ଗିରଫ କରିବାରେ ବିଳମ୍ବ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri