Home

ନେତାଙ୍କ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ପ୍ରସଙ୍ଗ:କାର୍ଯ୍ୟାନୁଷ୍ଠାନ ପାଇଁ ଡିଜିପିଙ୍କୁ ଏନ୍‌ଏଚ୍‌ଆର୍‌ସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୧୩।୧୧(ବ୍ୟୁରୋ):ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ଅଭିଯୋଗ ସଂକ୍ରାନ୍ତୀୟ ଏକ ମାମଲାରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜାତୀୟ ମାନବାଧିକାର କମିଶନ(ଏନ୍‌ଏଚ୍‌ଆରସି)ଙ୍କ ପକ୍ଷରୁ ଓଡ଼ିଶା ଡିଜିପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଗତ ସେପ୍ଟେମ୍ବର ୯ରେ ଭଦ୍ରକରେ ଶାସକ ଦଳ ପକ୍ଷରୁ କରାଯାଇଥିବା ବାଇକ୍‌ ରାଲିରେ ସାମିଲ…

ଆଜି ବିଜେଡି ବିଧାୟକ ଦଳ ବୈଠକ

ଭୁବନେଶ୍ୱର,୧୩।୧୧(ବ୍ୟୁରୋ): ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ ବୁଧବାରଠାରୁ ଆରମ୍ଭ ହେବ। ଚଳିତ ଆର୍ଥିକବର୍ଷ ପାଇଁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଅତିରିକ୍ତ ବଜେଟ ଆଣିବାକୁ ଯାଉଛନ୍ତି। ଏହି ବଜେଟର ଆକାର ପ୍ରାୟ ୮୩୦୦ କୋଟି ଟଙ୍କା ରହିଥିବା ଜଣାପଡ଼ିଛି। ସାଧାରଣ ନିର୍ବାଚନ ପରେ…

କୃଷି, ଆଇନଶୃଙ୍ଖଳା ପ୍ରସଙ୍ଗ ନେଇ ସରକାରଙ୍କୁ ଘେରିବ କଂଗ୍ରେସ

ଭୁବନେଶ୍ୱର,୧୩।୧୧(ବ୍ୟୁରୋ):କୃଷି, କୃଷକ ସମସ୍ୟା, ବେକାରି, ଆଇନଶୃଙ୍ଖଳା, ନାରୀ ସୁରକ୍ଷା, ଦୁର୍ନୀତି ଆଦି ପ୍ରସଙ୍ଗକୁ ନେଇ କଂଗ୍ରେସ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛି। ମଙ୍ଗଳବାର ଅପରାହ୍ନରେ ବିଧାନସଭା ପରିସରରେ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ବିଧାୟକ ଦଳ…

ମାଟିଆଗୁଣ୍ଡି ପୋକ ଫସଲ ଉଜାଡ଼ିଲା:ଧାନ କ୍ଷେତରେ ନିଆଁ ଲଗାଇଲେ ଚାଷୀ

କର୍ଲାମୁଣ୍ଡା,୧୩।୧୧(ଡି.ଏନ.ଏ.):ବର୍ଷକର ଧାନ ଅମଳ ହେବା ପୂର୍ବରୁ ଲାଗିଲା ରୋଗ ପୋକ। ବିପିଏଚ୍‌ ରୋଗ ଲାଗି ପ୍ରାୟ ୧ ଏକର ସ୍ବର୍ଣ୍ଣ ଧାନ ଚାଷ ସମ୍ପୂର୍ଣ୍ଣ ଉଜୁଡିଗଲା। ଏକାଧିକବାର କୀଟନାଶକ ସିଞ୍ଚନ କରିଥିଲେ ମଧ୍ୟ ତାହା କାମରେ ଆସିଲାନି। ଶେଷରେ ନିରୂପାୟ ହୋଇ…

ଆଜି ସନ୍ଧ୍ୟା ସୁଦ୍ଧା ସମସ୍ତଙ୍କୁ ବିଦ୍ୟୁତ୍‌ ସେବା ଲକ୍ଷ୍ୟ

ଭୁବନେଶ୍ୱର,୧୩।୧୧(ବ୍ୟୁରୋ):ବାତ୍ୟା ବୁଲ୍‌ବୁଲ୍‌ ଦ୍ୱାରା ପ୍ରାୟ ୧୬ ଲକ୍ଷ ବିଦ୍ୟୁତ୍‌ ଉପଭୋକ୍ତା ପ୍ରଭାବିତ ହୋଇଥିଲେ। ବାତ୍ୟା କମିବାର ଦିନକ ମଧ୍ୟରେ ପ୍ରାୟ ୧୫ ଲକ୍ଷ ଉପଭୋକ୍ତାଙ୍କୁ ପୂର୍ବବତ ସୁବିଧା ଯୋଗାଇ ଦିଆଯାଇଥିଲା। ବଳକା ୧ ଲକ୍ଷଙ୍କ ମଧ୍ୟରୁ ୮୦,୦୦୦ଙ୍କୁ ମଙ୍ଗଳବାର ସୁଦ୍ଧା ବିଦ୍ୟୁତ୍‌…

ଐତିହାସିକ କଟକ ବାଲିଯାତ୍ରା ଉଦ୍‌ଘାଟିତ:‘ଇଣ୍ଡୋନେସିଆ କ୍ୟାଲେଣ୍ଡରରେ ରହିବ ବାଲିଯାତ୍ରା’

କଟକ ଅଫିସ, ୧୩-୧୧:ଓଡ଼ିଶା ହେଉଛି ଇଣ୍ଡୋନେସିଆବାସୀଙ୍କ ଦ୍ୱିତୀୟ ଘର। ଓଡ଼ିଶା ସହିତ ଆମର ସମ୍ପର୍କ ଅତି ନିବିଡ଼। ବାଣିଜି୍ୟକ, ଆଧ୍ୟାତ୍ମିକ କ୍ଷେତ୍ରରେ ଓଡ଼ିଶା ସହିତ ଇଣ୍ଡୋନେସିଆର ଅନେକ ସାମଞ୍ଜସ୍ୟ ରହିଛି। ଇଣ୍ଡୋନେସିଆ କ୍ୟାଲେଣ୍ଡରରେ ସ୍ଥାନ ପାଇବ କଟକ ବାଲିଯାତ୍ରା। ଇଣ୍ଡୋନେସିଆର ବିଭିନ୍ନ…

ଜଗା-କାଳିଆ ଅସ୍ତ୍ରୋପଚାର:‘ଲିମ୍‌କା ବୁକ୍‌’ରେ ସ୍ଥାନ ପାଇଲା

ଭୁବନେଶ୍ୱର,୧୩-୧୧(ବ୍ୟୁରୋ):କନ୍ଧମାଳ ଜିଲାର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କଠାରେ ହୋଇଥିବା ଅସ୍ତ୍ରୋପଚାର ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡ୍‌ସର ୨୦୨୦ ସଂସ୍କରଣ ପାଇଁ ସ୍ଥାନ ପାଇଛି। ସ୍ନାୟୁଶଲ୍ୟ ବିଶେଷଜ୍ଞ ପ୍ରଫେସର ଡା. ଅଶୋକ କୁମାର ମହାପାତ୍ରଙ୍କ ନେତୃତ୍ୱରେ ୨୦୧୭ରେ ନୂଆଦିଲ୍ଲୀସ୍ଥିତ ଏମ୍‌ସଠାରେ ଏହି ବିରଳ ଅସ୍ତ୍ରୋପଚାର…

ଆଜିଠୁ ବିଧାନସଭା ଶୀତ ଅଧିବେଶନ

ଭୁବନେଶ୍ୱର,୧୩-୧୧(ବ୍ୟୁରୋ):ଷୋଡଶ ବିଧାନସଭାର ଦ୍ୱିତୀୟ ତଥା ଶୀତ ଅଧିବେଶନ ବୁଧବାରଠାରୁ ଆରମ୍ଭ ହେଉଛି। ଏହା ଡିସେମ୍ବର ୧୯ ଯାଏ ଚାଲିବ। ଏଥିରେ ମୋଟ ୩୦ଟି କାର୍ଯ୍ୟ ଦିବସ ରହିଛି। ସେଥିରୁ ୨୫ଟି ସରକାରୀ ଓ ୫ଟି ବେସରକାରୀ କାର୍ଯ୍ୟ ଦିବସ। ପ୍ରଥମ ଦିବସରେ…

ଗ୍ରାମାଞ୍ଚଳରେ ବହୁତଳ କୋଠା ନିର୍ମାଣ ପାଇଁ କଟକଣା:ପ୍ଲାନ୍‌ ଅନୁମୋଦନ ଜରୁରୀ

ଭୁବନେଶ୍ୱର,୧୩-୧୧(ବ୍ୟୁରୋ): ସହରତଳି ଅଞ୍ଚଳ କିମ୍ବା ଗ୍ରାମାଞ୍ଚଳରେ ମନଇଚ୍ଛା ବହୁତଳ କୋଠା, ବାସଗୃହ ପ୍ରକଳ୍ପ କିମ୍ବା ବ୍ୟବସାୟିକ ଗୃହ ନିର୍ମାଣ କରିହେବ ନାହିଁ। ଏଥିପାଇଁ ସହର ଯୋଜନା(ଟାଉନ ପ୍ଲାନିଂ) ନିର୍ଦ୍ଦେଶକଙ୍କ ଠାରୁ ଅନୁମତି ନେବାକୁ ପଡ଼ିବ। ଯଦି ଗ୍ରାମାଞ୍ଚଳରେ କୌଣସି ଆବାସିକ କିମ୍ବା…

ଆଖୁ ରସରେ ସ୍ନାନ କଲେ ଲଡୁବାବା

ନୟାଗଡ଼ ଅଫିସ,୧୩।୧୧-ନୟାଗଡ଼ ଜିଲା ଶରଣକୁଳ ଲଡୁବାବାଙ୍କ ପୀଠରେ ପାଞ୍ଚଦିନ ଧରି ଚାଲୁ ରହିଥିବା ପଞ୍ଚୁକ ଯାତ୍ରା ମଙ୍ଗଳବାର ଶେଷ ହୋଇଛି। ପବିତ୍ର ରାସପୂର୍ଣ୍ଣିମାରେ ଲଡ଼ୁବାବା କୈଳାସ ପର୍ବତ ଉପତ୍ାଟନ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ। ସେହିଭଳି ନିଆରା ପରମ୍ପରାକୁ ଭିତ୍ତିକରି ପ୍ରଭୁଙ୍କୁ…

ଦେଶର ୧ନଂ. ବନ୍ଦର ହେବ ପାରାଦୀପ

ପାରାଦୀପ,୧୩ା୧୧(ସ୍ବ.ପ୍ର.): ପାରାଦୀପ ବନ୍ଦର ଏବେ ନୂତନ ପ୍ରଯୁକ୍ତି ବିଦ୍ୟା ଓ ବୈଷୟିକ ବ୍ୟବସ୍ଥା ଆପଣାଇଛି। ଏପରି ପରିବର୍ତ୍ତନରେ ପଣ୍ୟ କାରବାର ପ୍ରକ୍ରିୟା ତ୍ୱରାନ୍ବିତ ହେଲାଣି। ଗତ ୫ ବର୍ଷ ମଧ୍ୟରେ ପଣ୍ୟ କାରବାର ୭୦% ବୃଦ୍ଧି ପାଇଛି। ଏବେ କ୍ୟାପସାଇଜ୍‌ ଜାହାଜ…

ଡାଇବେଟିସ୍‌ରୁ ଦୂରେଇ ରହିବା ପାଇଁ ଶୀତଦିନେ ଖାଆନ୍ତୁ ଏହି ଶାଗ…

ମୂଳା ଶାଗରେ ଅନେକ ପୋଷକ ତତ୍ତ୍ୱ ରହିଛି। ଏହା ଶରୀର ପାଇଁ ବେଶ୍‌ ଉପକାରୀ। ଶୀତ ଦିନେ ନିୟମିତ ମୂଳା ଶାଗ ଖାଇଲେ ବ୍ଲଡ୍‌ ସୁଗାର୍‌ ଲେଭଲ୍‌ ନିୟନ୍ତ୍ରିତ ହୋଇ ଡାଇବେଟିସ୍‌ ଆଶଙ୍କାରୁ ଦୂର ହୋଇଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri