ପିସିସି ସଭାପତି ପରିବର୍ତ୍ତନକୁ ନେଇ ଧାଁଦୌଡ଼

ଭୁବନେଶ୍ୱର, ୭।୧୨(ବ୍ୟୁରୋ): ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଦାୟିତ୍ୱଶୂନ୍ୟ କରିବା ଲାଗି ଦଳ ଭିତରେ କନ୍ଦଳ ଉଗ୍ରରୂପ ନେଲାଣି। ନିରଞ୍ଜନଙ୍କ ବିରୋଧରେ ଗୋଟିଏ ଗୋଷ୍ଠୀ ପୂରା ଦମ୍‌ରେ ଲାଗିପଡିଛନ୍ତି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଦଳଦଳ ହୋଇ ନେତାମାନେ ଭେଟିବାକୁ ଯିବା ଆରମ୍ଭ କଲେଣି। ଗୋଟିଏ ଗୋଷ୍ଠୀ ସୋନିଆଙ୍କୁ ଭେଟି ଫେରିବା କ୍ଷଣି ଆଉ ଗୋଟିଏ ଗୋଷ୍ଠୀ ଦିଲ୍ଲୀ ଗସ୍ତ କରି ସଭାପତି ପରିବର୍ତ୍ତନ କଥା କହିବାକୁ ଯାଇଛନ୍ତି। ଏହି କ୍ରମରେ ଛାତ୍ର କଂଗ୍ରେସ ମଧ୍ୟ ବିଭିନ୍ନ ଗୋଷ୍ଠୀରେ ବିଭକ୍ତ ହୋଇ ସଭାପତି ପରିବର୍ତ୍ତନ ପ୍ରକ୍ରିୟାରେ ଅଂଶଗ୍ରହଣ କରିଛି। ଏଭଳି ସ୍ଥିତିରେ ଦଳ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାରେ ମଧ୍ୟ ଫେଲ ମାରିଲାଣି। ସେପଟେ ବିଧାୟକ ଗୋଷ୍ଠୀରେ ମଧ୍ୟ ପିସିସି ସଭାପତି ପରିବର୍ତ୍ତନ କଥାକୁ ନେଇ ଭିନ୍ନମତ ପ୍ରକାଶ ପାଇବା ଆରମ୍ଭ ହୋଇଥିବା ବିଶେଷ ସୂତ୍ରରୁ ଜଣାପଡିଛି।
ଛାତ୍ର କଂଗ୍ରେସର ଗୋଟିଏ ଗୋଷ୍ଠୀ ଶୁକ୍ରବାର ୟୁନିଟ୍‌ ୯ସ୍ଥିତ ରେଡକ୍ରସ ଭବନଠାରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ କରିବା ସହ ଖବରଦାତା ସମ୍ମିଳନୀ ଜରିଆରେ ନିରଞ୍ଜନଙ୍କ ନେତୃତ୍ୱ ଉପରେ ଦୋଷ ଲଦିଛନ୍ତି। ଉପସ୍ଥିତ ଛାତ୍ର କଂଗ୍ରେସ ରାଜ୍ୟ ସଂଯୋଜକ ବିପ୍ଲବ କେଶରୀ ପରିଡା, ମୁଖପାତ୍ର ଅଖିଲେଶ ଯାଦବ, ସଂଯୋଜକ ମହମ୍ମଦ ଉମରଅଲିମ ପ୍ରମୁଖ କହିଛନ୍ତି, ଛାତ୍ରୀଛାତ୍ରମାନଙ୍କୁ ଏକାଠି କରି ରାଜ୍ୟର ବିଭିନ୍ନ ସମୟରେ ଆନ୍ଦୋଳନ କରିବାକୁ ଚାହିଁଲେ ମଧ୍ୟ ପିସିସି ସଭାପତିଙ୍କ ସହଯୋଗ ମିଳୁନାହିଁ। ଛାତ୍ର କଂଗ୍ରେସ ଆଗକୁ ଆଗେଇ ପାରୁନାହିଁ। ୧୯୯୦ରେ ଛାତ୍ର କଂଗ୍ରେସର ଦୃଢ କାର୍ଯ୍ୟକ୍ରମ ପାଇଁ ୧୯୯୫ରେ ଓଡ଼ିଶାରେ ଦଳ ସରକାରକୁ ଆସିଥିଲା। ବର୍ତ୍ତମାନ ସ୍ଥିତିରେ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ଯଦି ପିସିସି ସଭାପତି କରାଯାଏ ତେବେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ସେମାନେ ଯୁକ୍ତି ରଖିଛନ୍ତି। ମୋକିମଙ୍କ ଭଳି ଜଣେ ଯୁବ ନେତାଙ୍କୁ ଦାୟିତ୍ୱ ଦେଲେ ଦଳରେ ଛାତ୍ର, ଯୁବ ଓ ମହିଳାମାନେ ସକ୍ରିୟତାର ସହ କାର୍ଯ୍ୟ କରିବେ ବୋଲି ସେମାନେ କହିଛନ୍ତି।
ଅପରପକ୍ଷରେ କଂଗ୍ରେସ ରାଜ୍ୟ କାର୍ଯ୍ୟାଳୟଠାରେ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ଛାତ୍ର କଂଗ୍ରେସ ସଂଯୋଜକ ଆଦିତ୍ୟ ପ୍ରୀତମ ଦାସ, ସୌମ୍ୟ ପ୍ରକାଶ ମିଶ୍ର, ନିରଞ୍ଜନ ନାୟକ ପ୍ରମୁଖ କହିଛନ୍ତି, ଯେଉଁମାନେ ନିରଞ୍ଜନଙ୍କୁ ସଭାପତି ପଦରୁ ହଟାଇ ମୋକିମଙ୍କ ସପକ୍ଷରେ ଯୁକ୍ତି ରଖୁଛନ୍ତି ସେମାନେ ଦଳରେ ଅନାମଧେୟ। ନିକଟରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ଦର ବୃଦ୍ଧି, ଉକତ୍ଟ ବେକାରି ସମସ୍ୟା ଏବଂ ନାରୀ ନିର୍ଯାତନା ପ୍ରସଙ୍ଗରେ ଦଳ ଆନ୍ଦୋଳନ ଜାରି ରଖିଛି। ଏପରି ସ୍ଥିତିରେ ରେଡକ୍ରସ ଭବନରେ ଯେଉଁ ଛାତ୍ର ନେତା ପିସିସି ସଭାପତିଙ୍କ ବିରୋଧରେ ମତ ରଖୁଛନ୍ତି ସେମାନେ ଆନ୍ଦୋଳନ ସମୟରେ କୋଉଠି ଥିଲେ। ଏହି ଛାତ୍ର କଂଗ୍ରେସ ବୋଲାଉଥିବା ନେତାମାନେ ଦଳର ନୀତି, ଆଦର୍ଶକୁ ବିରୋଧ କରିବା ସହିତ ସମାନ। ସେମାନଙ୍କ ବିରୋଧରେ ଦୃଢ଼ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ରାଷ୍ଟ୍ରୀୟ ଛାତ୍ର କଂଗ୍ରେସ(ଏନ୍‌ଏସ୍‌ୟୁଆଇ) ଅଧ୍ୟକ୍ଷ ନୀରଜ କୁନ୍ଦନଙ୍କୁ ଦୃଢ଼ ଦାବି କରିବୁ ବୋଲି ସେମାନେ କହିଛନ୍ତି।
ଅପରପକ୍ଷରେ ଦିଲ୍ଲୀ ଗସ୍ତ କରିଥିବା ମହିଳା କଂଗ୍ରେସର ନେତ୍ରୀମାନେ ସୋନିଆଙ୍କୁ ଭେଟିବା ଲାଗି ସମୟ ନେଇଥିଲେ ସୁଦ୍ଧା ସଫଳ ହୋଇପାରିନାହାନ୍ତି। ଦିଲ୍ଲୀରେ ଥିବା ଜଣେ ବରିଷ୍ଠ ନେତ୍ରୀ କହିଛନ୍ତି, ଶନିବାର ସୁଦ୍ଧା ସୋନିଆଙ୍କୁ ନିଶ୍ଚୟ ଦେଖାହେବା ଲାଗି ସମୟ ମିଳିଯିବ। ଶୁକ୍ରବାର କେନ୍ଦ୍ରର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ, କେ.ସି. ଭେନୁଗୋପାଲ, ବି.କେ. ହରିପ୍ରସାଦଙ୍କ ସହ ସାକ୍ଷାତ କରିଛନ୍ତି। ଏହାସହିତ ସେମାନେ ଦିଲ୍ଲୀ ଯିବାପରେ ଅହମ୍ମଦ ପଟେଲ, ମୁକୁଲ ଓ୍ବାସନିକ, ଅହମ୍ମଦ ପଟେଲଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି। ଏହି ଟିମ୍‌ ମଧ୍ୟ ନିରଞ୍ଜନଙ୍କୁ ସଭାପତି ପଦରୁ ହଟାଇବା ପାଇଁ ବାରମ୍ବାର ଦାବି କରିଚାଲିଛି। ଏଭଳି ସ୍ଥିତିରେ ପିସିସି ସଭାପତି ପଟ୍ଟନାୟକ କୌଣସି ପ୍ରତିକ୍ରିୟା ଦେବା ପାଇଁ ମନା କରିଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?