ସତ୍ୟ ଜାଣିବାର ଶକ୍ତି ରାଧାନାଥଙ୍କର ଥିଲା: ତଥାଗତ

କଟକ ଅଫିସ, ୭।୧୨: କେଉଁଟା ସତ କେଉଁଟା ମିଛ ତାହା ଜାଣିବାର ଶକ୍ତି ରାଧାନାଥ ରଥଙ୍କ ପାଖରେ ଥିଲା। ସେ ଜଣେ ବ୍ୟକ୍ତି ନ ଥିଲେ, ସେ ଥିଲେ ଏକ ଅନୁଷ୍ଠାନ। ସମାଜର ଚିନ୍ତାଧାରା ରାଧାନାଥଙ୍କଠାରୁ ହିଁ ଆରମ୍ଭ ହୋଇଥିଲା। ଏ ଜାତିର ମାନସିକତା ସମାଜ ସହିତ ରହିଛି। ସମାଜକୁ ସେ ନିଜର ସମ୍ପତ୍ତି ଭାବେ କେବେ ଦେଖି ନ ଥିଲେ। ସେ ଏହାକୁ ଅନୁଷ୍ଠାନ ବୋଲି କହୁଥିଲେ। ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୩ତମ ଜୟନ୍ତୀ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଧରିତ୍ରୀ ଏବଂ ଓଡିଶା ପୋଷ୍ଟର ସମ୍ପାଦକ ତଥାଗତ ସତପଥୀ ଏହି କଥା କହିଛନ୍ତି। ଶୁକ୍ରବାର ବକ୍ସିବଜାରସ୍ଥିତ ଗୋପବନ୍ଧୁ ଭବନରେ ଏହି ଅବସରରେ ଏକ ସଭାର ଆୟୋଜନ କରାଯାଇଥିଲା।
ଉଦ୍‌ବୋଧନ ଦେବାବେଳେ ତଥାଗତ କହିଥିଲେ ଯେ, ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଚିନ୍ତାଧାରା ଏ ଦେଶକୁ ଆସିଛି। ଚିନ୍ତାଧାରାକୁ ଗଢ଼ିଥିବା ଲୋକଙ୍କୁ ସମାଲୋଚନା ମଧ୍ୟ କରାଯାଉଛି। କିନ୍ତୁ ରାଧାନାଥ ସମସ୍ତ ସମାଲୋଚନାର ଊର୍ଦ୍ଧ୍ୱରେ। ତଥାଗତ ଦେଶପ୍ରେମ ଓ ଦେଶଭକ୍ତିକୁ ସୁନ୍ଦର ଭାବେ ବିଶ୍ଳେଷଣ କରିଥିଲେ। ଦେଶପ୍ରେମର କୌଣସି ଭୌଗୋଳିକ ସୀମା ନାହିଁ। ଏହା କୌଣସି ଏକ ନିର୍ଦ୍ଦିଷ୍ଟ ସୀମା ମଧ୍ୟରେ ଆବଦ୍ଧ ନୁହେଁ, ଯାହା ରାଧାନାଥଙ୍କ ବ୍ୟକ୍ତିତ୍ୱରୁ ଜଣାପଡ଼େ। ସେ ଥିଲେ ସମାଜ (ସୋସାଇଟି)ର ମୁରବି। ରାଜନେତାଙ୍କଠାରୁ ଆରମ୍ଭ କରି ବିଭିନ୍ନ ପଦପଦବୀଧାରୀ ରାଧାନାଥଙ୍କଠାରୁ ଆଶୀର୍ବାଦ ନେବାକୁ ଆସୁଥିଲେ। କାରଣ ରାଧାନାଥ ସେମାନଙ୍କୁ ଉଚିତ ମାର୍ଗରେ ଯିବାକୁ ଦିଗ୍‌ଦର୍ଶନ ଦେବେ ବୋଲି ସେମାନଙ୍କ ମଧ୍ୟରେ ଦୃଢ ଆଶା ଓ ଭରସା ଥିଲା। ଗଣତନ୍ତ୍ର ଉପରେ ମତଦେଇ ତଥାଗତ କହିଥିଲେ, ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ନାଗରିକ ହିଁ ସବୁଠୁ ବଡ଼। ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଇତ୍ୟାଦି ପାଣି ସ୍ରୋତର ଅସ୍ଥାୟୀ ଫୋଟକା ଭଳି। କିନ୍ତୁ ନାଗରିକ ହେଉଛନ୍ତି ସ୍ଥାୟୀ। ଆମେ ଆଜି ଯାହା କରୁଛେ ତା’ର ବିଚାର ଆସନ୍ତାକାଲିର ଯୁବପିଢି କରିବେ। ବର୍ତ୍ତମାନ ଭବିଷ୍ୟତଠାରୁ ଧାର ଆଣୁଛି। ତେଣୁ ବର୍ତ୍ତମାନର ଯୁବପିଢି ରାଧାନାଥଙ୍କ ଭଳି ହେବାକୁ ଚେଷ୍ଟା କରିବା ଉଚିତ ବୋଲି ତଥାଗତ କହିଥିଲେ। ଏହି ଅବସରରେ ରାଧାନାଥଙ୍କ ସହିତ ପ୍ରଥମ ଭେଟ ସମୟର କଥାକୁ ତଥାଗତ ସ୍ମରଣ କରିଥିଲେ।
ସଭାରେ ମୁଖ୍ୟବକ୍ତା ଭାବେ କିସ୍‌ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ. ହରେକୃଷ୍ଣ ଶତପଥୀ ରାଧାନାଥଙ୍କ ସ୍ମୃତିଚାରଣ କରିବା ସହିତ ନିଜ ଅନୁଭୂତିକୁ ବାଖ୍ୟା କରିଥିଲେ। ସେ ନିଜ ବକ୍ତବ୍ୟରେ ବିବେକାନନ୍ଦ-ରାମକୃଷ୍ଣ ପରମହଂସଙ୍କ ଭଳି ରାଧାନାଥ-ଗୋପବନ୍ଧୁଙ୍କୁ ତୁଳନା କରିଥିଲେ। ଶତପଥୀ କହିଥିଲେ ଯେ, ରାଧାନାଥ ଥିଲେ ସାଧୁତା, ସଚ୍ଚୋଟତାର ମୂର୍ତ୍ତିମନ୍ତ ପ୍ରତୀକ। ଶିକ୍ଷା, ସଂସ୍କୃତି ଓ ବ୍ୟକ୍ତି ଚରିତ୍ରରେ ପରିବର୍ତ୍ତନ ଆଣିବା ସହିତ ଚରିତ୍ର ନିର୍ମାଣ ପାଇଁ ରାଧାନାଥ ଉଦ୍ୟମ କରୁଥିଲେ ବୋଲି ସେ କହିଥିଲେ। ସମାଜର ପ୍ରକାଶକ ଓ ମୁଦ୍ରାକର ନିରଞ୍ଜନ ରଥ ସଭାରେ ଅଧ୍ୟକ୍ଷତା କରି ରାଧାନାଥଙ୍କୁ ଯୁଗସ୍ରଷ୍ଟା ଭାବେ ଅଭିହିତ କରିଥିଲେ। ସେ କହିଥିଲେ ଯେ, ରାଧାନାଥଙ୍କ ନିକଟରେ ନିଭର୍ର୍ୀକତା ଓ ଉଦାରତା ଭରି ରହିଥିଲା। ସମୟ ବଦଳିବା ସହିତ ସମାଜ ମଧ୍ୟ ବଦଳିଛି। ସମାଜ ପୂର୍ବରୁ ବେତ ଥିଲା। ମାତ୍ର ଏବେ ଛତା ପାଲଟିଛି ବୋଲି ରଥ କହିଥିଲେ। ସମାଜ ସମ୍ପାଦକ ବାମାପଦ ତ୍ରିପାଠୀ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ଦେଇଥିଲେ। ଏହି ଅବସରରେ କଟକ ମହାନଗର ଶାନ୍ତି କମିଟିର ସଭାପତି ଦେବେନ୍ଦ୍ର ସାହୁ ଓ ସମ୍ପାଦକ ଭିକାରି ଦାସଙ୍କୁ ମୁଖ୍ୟଅତିଥି ଓ ମୁଖ୍ୟବକ୍ତା ସମ୍ମାନିତ କରିଥିଲେ। ସେହିପରି ସମାଜ ପକ୍ଷରୁ ମୁଖ୍ୟଅତିଥି ଏବଂ ମୁଖ୍ୟବକ୍ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମାଜ ରିଲିଫ୍‌ କମିଟିର ସମ୍ପାଦକ ଡ. ପ୍ରଭାସ ଆଚାର୍ଯ୍ୟ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସମାଜ ସଂଯୋଜକ ସୁରେଶ ଚନ୍ଦ୍ର ମନ୍ତ୍ରୀ ଧନ୍ୟବାଦ ଦେଇଥିଲେ। ପ୍ରାରମ୍ଭରେ ଅତିଥିମାନେ ବକ୍ସିବଜାର ଛକରେ ଥିବା ରାଧାନାଥଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ଗୋପବନ୍ଧୁ ଭବନ ପରିସରରେ ଥିବା ରାଧାନାଥ ଓ ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ବିଶ୍ୱନାଥ ଦାଶଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌

ଭୁବନେଶ୍ୱର,୨୫।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌। ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପରିସରରେ ଡ୍ରୋନ୍‌ ପଡିଥିବା ସୂଚନା...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri