Home

ରିମାଣ୍ଡରେ ଆସିବେ ପୁରୀ ଗଣବଳାତ୍କାର ଅଭିଯୁକ୍ତ, ପୀଡ଼ିତାଙ୍କୁ ମିଳିବ ୫ଲକ୍ଷ ଟଙ୍କାର ସହାୟତା: ଏସ୍‌ପି

ପୁରୀ ଅଫିସ,୪।୧୨: ପୁରୀ ଗଣବଳାତ୍କାର ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଅଣାଯିବ। ଜେଲରେ ଥିବା ୨ ଅଭିଯୁକ୍ତଙ୍କୁ ୭ ଦିନ ରିମାଣ୍ଡ ପାଇଁ ଆବେଦନ କରାଯିବ ବୋଲି ବୁଧବାର ଏସ୍‌ପି ଉମାଶଙ୍କର ଦାସ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଘଟଣାର ତଦନ୍ତ…

ଅବୁଝା ବିଲେଇର ମନ ମାନଚିତ୍ର

ଓଣ୍ଟାରିଓ: ଗୃହପାଳିତ ପ୍ରାଣୀ ବିଲେଇଙ୍କୁ କିଏ ବା ନ ଜାଣେ। କେଉଁ ଆବହମାନ କାଳରୁ ଏହି ପୋଷା ଜୀବ ମଣିଷ ସହିତ ରହିଆସିଛି। ହେଲେ ବିଲେଇର ମନ କିପରି ଅଛି, ସେ ଖୁସି ଅଛି ନା ଦୁଃଖୀ ଏକଥା ଜାଣିବା ବହୁତ…

ପୁରୀ ଗଣବଳାତ୍କାର ପ୍ରସଙ୍ଗରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବି: ଛାତ୍ର କଂଗ୍ରେସ ପକ୍ଷରୁ ବାସଭବନ ଉପରକୁ ଟମାଟୋ ମାଡ଼

ଭୁବନେଶ୍ୱର,୪।୧୨(ବ୍ୟୁରୋ): ପୁରୀ ଗଣବଳାତ୍କାର ଘଟଣାକୁ ନେଇ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଭୁବନେଶ୍ୱର ସରକାରୀ ଘର ଉପରକୁ ଟମାଟୋ ମାଡ଼ କରିଛି ଛାତ୍ର କଂଗ୍ରେସ। ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଛାତ୍ର କଂଗ୍ରେସର ଟମାଟୋ ମାଡ଼ କରାଯାଇଥିବା ସୂଚନା ମିଳିଛି।…

ଟୋଲ୍‌ ଫ୍ରି ନମ୍ବରକୁ ୨୪ ହଜାର କଲ୍‌

ଟୋକିଓ: ଗ୍ରାହକଙ୍କ ଅଭିଯୋଗ ଶୁଣିବା ଓ ଏହାର ସମାଧାନ ଦିଗରେ ସୂଚନା ପ୍ରଦାନ ପାଇଁ କମ୍ପାନୀଗୁଡ଼ିକ ଟୋଲ୍‌ ଫ୍ରି ନମ୍ବରର ସୁବିଧା ଯୋଗାଇ ଦେଇଥାଆନ୍ତି। ଏହି ନମ୍ବରକୁ ଫୋନ୍‌ କଲେ ଗ୍ରାହକଙ୍କୁ କୌଣସି ଶୁଳ୍କ ଦେବାକୁ ପଡ଼ି ନ ଥାଏ। ହେଲେ…

ଜାଗ୍ରତ ପ୍ରହରୀ ନୌସେନା

ପ୍ରତିରକ୍ଷା କ୍ଷେତ୍ରରେ ଭାରତୀୟ ନୌସେନାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହାର ସଫଳତା ଓ ଉଲ୍ଲେଖନୀୟ କାର୍ଯ୍ୟକୁ ମନେ ପକାଇବା ଲାଗି ପ୍ରତିବର୍ଷ ୪ ଡିସେମ୍ବରରେ ନୌସେନା ଦିବସ ପାଳନ କରାଯାଉଛି। ଦେଶର ଉପକୂଳକୁ ବାହ୍ୟଶତ୍ରୁଙ୍କ ଆକ୍ରମଣରୁ ରକ୍ଷା କରିବାରେ ନୌସେନା ପ୍ରମୁଖ…

ଭାଜପା ମହିଳା ମୋର୍ଚ୍ଚାର ନବୀନ ନିବାସ ଘେରାଉ ଉଦ୍ୟମ: ହଡ଼ବଡେଇଲା ପୋଲିସ, ଅଟକାଇବାବେଳେ ରାସ୍ତାରେ ଶୋଇଲେ ମହିଳା କର୍ମୀ

ଭୁବନେଶ୍ୱର,୪।୧୨(ବ୍ୟୁରୋ): ପୁରୀ ଗଣବଳାତ୍କାର ଘଟଣାରେ ରାଜ୍ୟ ସରକାରଙ୍କ ବିରୋଧରେ ରଣହୁଙ୍କାର ଦେଇଛି ଭାଜପା ମହିଳା ମୋର୍ଚ୍ଚା। ମଙ୍ଗଳବାର ଉଭୟ କଂଗ୍ରେସ ଓ ଭାଜପା ପକ୍ଷରୁ ପୁରୀ ପୀଡ଼ିତାଙ୍କୁ ନ୍ୟାୟ ଏବଂ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିକ୍ଷୋଭ ଏବଂ ନବୀନ ନିବାସ ଘେରାଉ…

ଚାଇନା ମାଟି କାରଖାନାରେ ବିସ୍ଫୋରଣ: ୨୩ ଶ୍ରମିକ ମୃତ; ୧୩୦ରୁ ଅଧିକ ଆହତ

ଖାର୍ତୁମ୍‌,୪।୧୨: ସୁଦାନରେ ଏକ ଚାଇନା ମାଟି କାରଖାନାରେ ବିସ୍ଫୋରଣ ଘଟି ୨୩ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ରାଜଧାନୀ ଖାର୍ତୁମ ନିକଟରେ ଥିବା କାରଖାନାରେ ଏଭଳି ଘଟିଛି। ଏଥିରେ ୧୩୦ରୁ ଅଧିକ ଆହତ ହୋଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଆହତଙ୍କୁ…

ପୁଣି ବିଶ୍ୱର ନମ୍ବର ୧ ଟେଷ୍ଟ ବ୍ୟାଟ୍ସମ୍ୟାନ୍‌ ହେଲେ ବିରାଟ କୋହଲି

ନୂଆଦିଲ୍ଲୀ,୪।୧୨: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ପୁଣି ବିଶ୍ୱର ନମ୍ବର ୧ ଟେଷ୍ଟ ବ୍ୟାଟ୍ସମ୍ୟାନ୍‌ ହୋଇଛନ୍ତି। ସଦ୍ୟ ପ୍ରକାଶିତ ଆଇସିସିର ସଦ୍ୟତମ ପ୍ରକାଶିତ ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ରେ ସେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍‌ ଷ୍ଟିଭ ସ୍ମିଥ୍‌ଙ୍କୁ ପଛରେ ପକାଇଦେଇଛନ୍ତି। ୯୨୮ ଅଙ୍କ…

୪୦ ଫୁଟ ଉଚ୍ଚତାରୁ ଝୁଲି ରହି ମନ୍ତ୍ରୀ ଦେଲେ ଫିଟ୍‌ ରହିଥିବାର ସଙ୍କେତ

ଭୋପାଳ,୪।୧୨: ମଧ୍ୟପ୍ରଦେଶର ଖେଳ ଓ ଯୁବ କଲ୍ୟାଣ ମନ୍ତ୍ରୀ ଜିତୁ ପଟଓ୍ବାରୀ ନିଜେ ଫିଟ୍‌ ରହିଥିବା ନେଇ ଏକ ନିଆରା ଢ଼ଙ୍ଗରେ ସଙ୍କେତ ଦେଇଛନ୍ତି। ସେ ୪୦ ଫୁଟ ଉଚ୍ଚତାରୁ ଝୁଲି ରହି ଏଭଳି କରିଛନ୍ତି। ଏହା ସହିତ ସେ ହାତରେ…

ତିମି ମାଛ ପେଟରୁ ବାହାରିଲା ୧୦୦ କିଲୋ ପ୍ଲାଷ୍ଟିକ୍‌

ସ୍କଟଲାଣ୍ଡ,୪।୧୨: ଏକ ତିମି ମାଛ ପେଟରୁ ୧୦୦ କିଲୋ ପ୍ଲାଷ୍ଟିକ ବାହାରିଛି। ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ସ୍କଟଲାଣ୍ଡରେ ଏଭଳି ଘଟଣା ଘଟିଛି। ଲୁସକେନଟାୟାର ବିଚ୍‌ରୁ ଏହି ତିମି ମାଛଟିକୁ ମୃତ ଅବସ୍ଥାରେ ଧରାଯାଇଛି। ତିମି ମାଛ ପେଟରେ ଜାଲ,…

‘ଜୟେଶଭାଇ ଜୋରଦାର’ର ଫାଷ୍ଟ ଲୁକ୍‌ ରିଲିଜ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ରଣବୀର ସିଂ ନିଜର ଦମ୍‌ଦାର ଅଭିନୟ ଓ ଭିନ୍ନ ଭିନ୍ନ ଚରିତ୍ର ପାଇଁ ବେଶ୍‌ ଜଣାଶୁଣା। ତାଙ୍କ ପାଖରେ ବହୁ ନୂଆ ନୂଆ ପ୍ରୋଜେକ୍ଟ ରହିଥିବା ବେଳେ ଏବେ ଅପ୍‌ କମିଂ ଫିଲ୍ମ ‘ଜୟେଶଭାଇ ଜୋରଦାର’ର ଫାଷ୍ଟ…

କୁରାଳ ପଞ୍ଚମୀ ପାଳନ: ଜମିଲା ନୃତ୍ୟଗୀତର ଆସର

କେନ୍ଦୁଝର,୪।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ବଂଶପାଳ ବ୍ଲକ ତରମାକାନ୍ତ କୁରାଳସାହି ପକ୍ଷରୁ ବୁଧବାର କୁରାଳ ପଞ୍ଚମୀ ପୂଜା ଅନୁଷ୍ଠିତ ହୋଇଯାଇଛି। ୧ରୁ ୩ ତାରିଖ ପର୍ଯ୍ୟନ୍ତ ରୁଦ୍ରପାଳ ରତ୍ନଶାରୀଙ୍କ କୁରାଳ ପଞ୍ଚମୀ ଧୁମ୍‌ଧାମରେ ପାଳନ କରାଯାଇଥିଲା। ଏଥିରେ ରତ୍ନସାଗର ସଂକୀର୍ତ୍ତନ ମଣ୍ତଳୀ ଭଗତପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?