ପାଠ୍ୟପୁସ୍ତକରେ ବାଲୁକା ଶିଳ୍ପୀ ସୁଦର୍ଶନ

ପୁରୀ ଅଫିସ, ୯ା୧୨:ବାଲୁକା କଳାକୁ ନେଇ ଓଡ଼ିଶାର ଯେଉଁ କେତେଜଣ ବେଶ୍‌ ପ୍ରସିଦ୍ଧି ଲାଭ କରିଛନ୍ତି ସେମାନଙ୍କ ମଧ୍ୟରୁ ପ୍ରମୁଖ ହେଉଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ତାଙ୍କ ବାଲୁକା କଳା କେବଳ ଓଡ଼ିଶା କି ଭାରତ ନୁହେଁ ବିଦେଶକୁ ମଧ୍ୟ ଛୁଇଁଯାଇଛି। ଜଣେ ଶିଳ୍ପୀ ବାଲିକୁ ବି ଜୀବନ୍ତ ଭଳି ରୂପ ଦେଇପାରେ ତାହା ସୁଦର୍ଶନଙ୍କ କଳାରୁ ହିଁ ବାରି ହୋଇଯାଏ। ବାଲିକୁ ନେଇ ସର୍ବଦା ନୂଆ କିଛି କରିବାର ସ୍ବପ୍ନ ଦେଖୁଥିବା ଏହି ବିଶିଷ୍ଟ ବ୍ୟକ୍ତି ଜଣକ ଏବେ ପାଠ୍ୟ ପୁସ୍ତକରେ ସ୍ଥାନ ପାଇଛନ୍ତି। ସିବିଏସ୍‌ଇ ଷ୍ଟାଣ୍ଡାର୍ଡ-୪ର ଇଂଲିଶ ବହି ବଜ୍‌ୱାର୍ଡରେ ସୁଦର୍ଶନଙ୍କ ଉପରେ ଏକ ବିଷୟ ‘ଦି ଗ୍ରେଟ୍‌ ସ୍ୟାଣ୍ଡ୍‌ ଆର୍ଟିଷ୍ଟ’ ରହିଛି।
ସିବିଏସ୍‌ଇ ପାଠ୍ୟକ୍ରମରେ ସୁଦର୍ଶନଙ୍କ ଉପରେ ପିଲାଙ୍କୁ ପଢାଯାଉଥିବା ଏହି ବିଷୟରେ ତାଙ୍କ ସଂଘର୍ଷମୟ ଜୀବନୀ, କେମିତି ବାଲୁକା କଳା ଆରମ୍ଭ କଲେ, ଧୀରେ ଧୀରେ ତାଙ୍କ ବାଲୁକା କଳା କିପରି ଦେଶ ବିଦେଶକୁ ବ୍ୟାପିଲା, କେଉଁ କେଉଁ ପ୍ରତିଯୋଗିତାରେ ଭାଗ ନେଇ କ’ଣ ସଫଳତା ପାଇଁଛନ୍ତି ଏବଂ ଦେଶ ବିଦେଶରୁ କ’ଣ କ’ଣ ପୁରସ୍କାର ଏବଂ ସମ୍ମାନ ପାଇଛନ୍ତି ତାହା ସ୍ଥାନିତ ହୋଇଛି। କେବଳ ଏତିକି ନୁହେଁ, ସୁଦର୍ଶନ ଓ ତାଙ୍କ ବାଲୁକା କଳା ଉପରେ ଆଲିଗଡ଼ ମୁସ୍‌ଲିମ ବିଶ୍ୱବିଦ୍ୟାଳୟର ଶୁଭାଙ୍ଗୀ ଅଗ୍ରୱାଲଙ୍କ ସମେତ ଅନେକ ପିଏଚ୍‌ଡି ରିସର୍ଚ୍ଚ ସ୍କଲାର ଗବେଷଣା କରୁଛନ୍ତି। ନିକଟରେ ଶୁଭାଙ୍ଗୀ ପୁରୀ ଆସି ସୁଦର୍ଶନଙ୍କଠାରୁ ତାଙ୍କ ଜୀବନୀ, ବାଲୁକା କଳା ଏବଂ ସଫଳତା ସମ୍ପର୍କରେ ସବିଶେଷ ତଥ୍ୟ ସଂଗ୍ରହ କରିଛନ୍ତି। ସେହିପରି ଏ ନେଇ ରାଜସ୍ଥାନର ଜଣେ ପିଏଚ୍‌ଡି ସ୍କଲାର ମଧ୍ୟ ଗବେଷଣା ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦି-ପୁଟିନଙ୍କ କାର କୂଟନୀତି: ଚାହିଁ ରହିଗଲା ସାରା ବିଶ୍ୱ

ବିଶ୍କେକ୍‌,୧ା୯: ବିଶ୍କେକ୍‌ରେ ଅନୁଷ୍ଠିତ SCO ସମ୍ମିଳନୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଛନ୍ତି। ଦୁଇ ନେତା ବର୍ତ୍ତମାନର ବିଶ୍ୱ ପରିସ୍ଥିତି ଉପରେ…

ମିଳିମିଶି କାମ କରିବାରୁ ସଫଳତା: ରାଜ୍ୟସ୍ତରରେ ଗଞ୍ଜାମ ପୁରସ୍କୃତ

ଗଞ୍ଜାମ,୩୧।୮(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ମହା ସମାରୋହରେ ସୋମବାର ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ବ୍ରହ୍ମପୁର ଲୋକସଭା…

ICUରେ ଆନ୍ନା ହଜାରେ: ଗୁରୁତର ଭାଇରାଲ ସଂକ୍ରମଣ ପରେ…

ନୂଆଦିଲ୍ଲୀ,୩୧।୮: ସାମାଜିକ କର୍ମୀ ଆନ୍ନା ହଜାରେଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ମୁମ୍ବାଇର ବମ୍ବେ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ଗୁରୁତର ଭାଇରାଲ ସଂକ୍ରମଣ ଏବଂ…

ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣା: ମନ୍ଥର ଗତିରେ ଚାଲିଛି କାର୍ଯ୍ୟ, ତାଗିଦ କଲେ ଉପଜିଲାପାଳ

ଛତ୍ରପୁର, ୩୧।୮ (ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣାର ସୋମବାର ସମୀକ୍ଷା କରିଛନ୍ତି ଛତ୍ରପୁର ଉପଜିଲାପାଳ…

ଚାଷୀଙ୍କ ରଣହୁଙ୍କାର: ୮ଦଫା ଦାବିରେ ତାତିଲେ ଚାଷୀ

ବରଗଡ଼,୩୧।୮(ପ୍ରେମାନନ୍ଦ ଖମାରୀ)-:ବରଗଡ଼ ଜିଲାରେ ସର୍ବାଧିକ ଧାନ ଉତ୍ପାଦନ ଯୋଗୁ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଓ ଚାଷୀଙ୍କ ସମସ୍ୟା ମଧ୍ୟ ଅଧିକ ଏବଂ…

ବିଧାୟକ ସିଦ୍ଧାନ୍ତ ମହାପାତ୍ର ଦେଲେ ବଡ଼ ପ୍ରତିଶ୍ରୁତି: ଦିଗପହଣ୍ଡିକୁ ମ୍ୟୁନିସିପାଲଟିର ମାନ୍ୟତା ପାଇଁ…

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନଏସି ପକ୍ଷରୁ ୫୩ତମ ପବିତ୍ର ନିଖିଳ ଭାରତ ସ୍ବାୟତ୍ତ ଶାସନ ସପ୍ତାହ ପାଳନ ସମାରୋହ ସୋମବାର ବିଳମ୍ବିତ ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି।…

ଅମରନାଥଙ୍କୁ ପିଟିଲା କାର୍‌, ଚାଲିଗଲା ଜୀବନ

ଗୁଣପୁର,୩୧।୮ ( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ସହର ବଳରାମ ନଗର ପୋଲାକି ଅମରନାଥ ପାତ୍ର(୨୭) (ପିତା- ମୋହନ ରାଓ ପାତ୍ର)ଙ୍କ ଏକ ମର୍ମନ୍ତୁଦ ସଡ଼କ…

ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ଘୋଷଣା କଲେ ଲିଓନେଲ ମେସି: କହିଲେ- ଏହି କାରଣ ପାଇଁ…

ନୂଆଦିଲ୍ଲୀ, ୩୧।୮: ଫୁଟବଲ ଜଗତର ପ୍ରଶଂସକଙ୍କ ପାଇଁ ଆସିଛି ବଡ଼ ଖବର। ଆର୍ଜେଣ୍ଟିନାର ମହାନ ଫୁଟବଲର୍‌ ଲିଓନେଲ ମେସି ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ଘୋଷଣା କରିଛନ୍ତି। ଏଣିକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri