ଗୌରବିହାର ଆଶ୍ରମରେ ବ୍ୟଞ୍ଜନ ଦ୍ୱାଦଶୀ: ରାଧାକୃଷ୍ଣଙ୍କୁ ଲାଗିହେଲା ୬୭୫ ପ୍ରକାର ବ୍ୟଞ୍ଜନ

ପୁରୀ ଅଫିସ, ୯ା୧୨: ମାର୍ଗଶୀର ମାସ ଶୁକ୍ଲ ପକ୍ଷ ଦ୍ୱାଦଶୀ ତିଥିରେ ସୋମବାର ଶ୍ରୀଗୌରବିହାର ଆଶ୍ରମ (ମାତା ମଠ)ରେ ବ୍ୟଞ୍ଜନ ଦ୍ୱାଦଶୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ପବିତ୍ର ତିଥିରେ ଶ୍ରୀଚୈତନ୍ୟ ମହାପ୍ରଭୁ ଏବଂ ଶ୍ରୀରାଧାକୃଷ୍ଣଙ୍କ ନିକଟରେ ୬୭୫ ପ୍ରକାର ବ୍ୟଞ୍ଜନ ନୈବେଦ୍ୟ ଅର୍ପଣ କରାଯାଇଛି। ମହନ୍ତ ସୁବଳ ଚରଣ ଦାସ ମହାରାଜଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆୟୋଜିତ ଏହି ଉତ୍ସବରେ ଓଡ଼ିଶାର ବିଭିନ୍ନ ଜିଲାରୁ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ। ଓଡ଼ିଶା ବାହାରୁ ବିଶେଷକରି ପଶ୍ଚିମବଙ୍ଗରୁ ବହୁ ଭକ୍ତ ବ୍ୟଞ୍ଜନ ପ୍ରସ୍ତୁତି ନିମନ୍ତେ ବିଭିନ୍ନ ପ୍ରକାର ସାମଗ୍ରୀ ଧରି ଆସିଥିଲେ। ଭୋରୁ ସମସ୍ତ ଦେବନୀତି ସମାପ୍ତ ପରେ ମଧ୍ୟାହ୍ନରେ ଶ୍ରୀଚୈତନ୍ୟ ଓ ଶ୍ରୀକୃଷ୍ଣଙ୍କୁ ନୈବେଦ୍ୟ ଅର୍ପଣ କରାଯାଇଥିଲା। ମଠ ମହନ୍ତ ସୁବଳ ଚରଣ ଦାସ ମହାରାଜ କହିଛନ୍ତି, ଆଶ୍ରମର ଆରାଧ୍ୟ ଶ୍ରୀରାଧାକୃଷ୍ଣ ଓ ଚୈତନ୍ୟ ମହାପ୍ରଭୁଙ୍କ ନିକଟରେ ୬୭୫ ପ୍ରକାର ବ୍ୟଞ୍ଜନ ସମର୍ପଣ କରାଯାଇଛି ା ଏହି ସବୁ ବ୍ୟଞ୍ଜନ ପ୍ରସ୍ତୁତି ପାଇଁ ଦୁଇଦିନ ଲାଗିଥିବାବେଳେ ପ୍ରାୟ ୫୦ ଜଣ ସେବିକା ସେବକ ଏଥିରେ ନିୟୋଜିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗ ବିଭାଗର ବଡ଼ ସୂଚନା, ଆଜି ୧୮ ଜିଲାରେ ଝଡ଼ବର୍ଷା

ଭୁବନେଶ୍ୱର,୧ା୯(ବନ୍ଦନା ସେଠୀ): ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ଉତ୍ତର ଉପକୂଳ ଓଡ଼ିଶା ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଅଞ୍ଚଳ ଉପରେ ଥିବା ସ୍ପଷ୍ଟ ଭାବେ ଚିହ୍ନିତ ଲଘୁଚାପ କ୍ଷେତ୍ରଟି…

୩ରେ ରାଜ୍ୟ କ୍ୟାବିନେଟ୍, ୯ରୁ ଊର୍ଦ୍ଧ୍ୱ ପ୍ରସ୍ତାବକୁ ମିଳିପାରେ ଅନୁମୋଦନ

ଭୁବନେଶ୍ୱର,୧ା୯(ରବିନାରାୟଣ ଜେନା): ରାଜ୍ୟର ବିକାଶକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ସେପ୍ଟେମ୍ବର ୩ରେ ରାଜ୍ୟ କ୍ୟାବିନେଟ୍‌ ଅନୁଷ୍ଠିତ ହେବ । ଲୋକସେବା ଭବନର ତୃତୀୟ ମହଲାରେ ସନ୍ଧ୍ୟା…

ମାସ ଆରମ୍ଭରୁ ଗ୍ରାହକଙ୍କୁ ଲାଗିଲା ବଡ଼ ଝଟକା, ବଢିଲା ଗ୍ୟାସ ଦର

ନୂଆଦିଲ୍ଲୀ,୧।୯: ସେପ୍ଟେମ୍ବର ଆରମ୍ଭରୁ ଏଲପିଜି ଗ୍ରାହକମାନେ ଏକ ବଡ଼ ଝଟକା ପାଇଛନ୍ତି। ସେପ୍ଟେମ୍ବର ୧ ରେ ଜାରି ହୋଇଥିବା ନୂତନ ଦର ଅନୁସାରେ, 19 କିଲୋଗ୍ରାମ ବାଣିଜ୍ୟିକ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଏସ୍‌ସି, ଏସ୍‌ଟି ଛାତ୍ରୀଛାତ୍ରଙ୍କୁ ଦେବାକୁ ପଡ଼ିବନି…

ଭୁବନେଶ୍ୱର,୧ା୯(ସୁନିତ୍‌ ମିଶ୍ର): ରାଜ୍ୟର ଅନୁସୂଚିତ ଜାତି (ଏସ୍‌ସି) ଓ ଅନୁସୂଚିତ ଜନଜାତି (ଏସ୍‌ଟି) ବର୍ଗର ମେଧାବୀ ଗରିବ ଛାତ୍ରୀଛାତ୍ରମାନଙ୍କ ପାଇଁ ବଡ଼ ଆଶ୍ୱସ୍ତି। ସରକାରୀ ମେଡିକାଲ ଓ…

ଆମେରିକା ସେନା ଘାଟି ଉପରେ ଇରାନ୍‌ର ଆକ୍ରମଣ

ଓ୍ବାଶିଂଟନ/ତେହରାନ୍‌,୧ା୯: କିଛିଦିନର ବିରତି ପରେ ଆମେରିକା ସେନା ରବିବାର ରାତିରେ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ରେ ଇରାନୀୟ ରକେଟ ଲଞ୍ଚରଗୁଡ଼ିକ ଉପରେ ଆକ୍ରମଣ କରିଛି। ଏହାର ଜବାବରେ ଇରାନ…

ଭାଙ୍ଗିଲା ପୁରୁଣା ରେକର୍ଡ, ୧୯୦୧ ପରେ ଚଳିତବର୍ଷର ଅଗଷ୍ଟ ସବୁଠୁ ଉତ୍ତପ୍ତ

ନୂଆଦିଲ୍ଲୀ,୧ା୯(ପି.ଟି.): ୧୯୦୧ ପରେ ଗତ ଅଗଷ୍ଟ ସବୁଠାରୁ ଅଧିକ ଉତ୍ତପ୍ତ ରହିଥିଲା ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ରେକର୍ଡରୁ ଜଣାପଡ଼ିଛି । ଆଇଏମ୍‌ଡି ପକ୍ଷରୁ ପ୍ରକାଶିତ ମାସିକ…

ପ୍ରଧାନମନ୍ତ୍ରୀ ମୋଦି-ପୁଟିନଙ୍କ କାର କୂଟନୀତି: ଚାହିଁ ରହିଗଲା ସାରା ବିଶ୍ୱ

ବିଶ୍କେକ୍‌,୧ା୯: ବିଶ୍କେକ୍‌ରେ ଅନୁଷ୍ଠିତ SCO ସମ୍ମିଳନୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଛନ୍ତି। ଦୁଇ ନେତା ବର୍ତ୍ତମାନର ବିଶ୍ୱ ପରିସ୍ଥିତି ଉପରେ…

ମିଳିମିଶି କାମ କରିବାରୁ ସଫଳତା: ରାଜ୍ୟସ୍ତରରେ ଗଞ୍ଜାମ ପୁରସ୍କୃତ

ଗଞ୍ଜାମ,୩୧।୮(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ମହା ସମାରୋହରେ ସୋମବାର ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ବ୍ରହ୍ମପୁର ଲୋକସଭା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri