Home

ନୀଳାଚଳ ଇସ୍ପାତ ନିଗମ ଲିଃରୁ ପୁଞ୍ଜି ପ୍ରତ୍ୟାହାର ନିଷ୍ପତ୍ତି: ବିଜୁବାବୁଙ୍କ ଦ୍ୱିତୀୟ ଇସ୍ପାତ ସ୍ବପ୍ନ ହେବ ନିଲାମ

ଯାଜପୁର ଅଫିସ,୯ା୧: କଳିଙ୍ଗନଗରସ୍ଥିତ ନୀଳାଚଳ ଇସ୍ପାତ ନିଗମ ଲିଃ (ଏନ୍‌ଆଇଏନ୍‌ଏଲ୍‌)ରେ ଥିବା ୬ଟି ଅଂଶୀଦାରଙ୍କ ପୁଞ୍ଜି ପ୍ରତ୍ୟାହାର ହେବ। ଏନେଇ ବୁଧବାର କେନ୍ଦ୍ର କ୍ୟାବିନେଟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିବା କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ସୂଚନା ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀଙ୍କ ଏହି ସୂଚନା…

ଦାରିଙ୍ଗବାଡ଼ିରେ ଶୀତ ଉତ୍ସବ

ଦାରିଙ୍ଗବାଡ଼ି,୯ା୧(ଡି.ଏନ୍‌.ଏ.)-କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ଶୀତ ଉତ୍ସବ ବୁଧବାର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ ଜଙ୍ଗଲ ଓ ପରିବେଶ ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ଉତ୍ସବର ଆବାହକ ତଥା ଅଧ୍ୟକ୍ଷ ଜି.ଉଦୟଗିରି…

ନାଲ୍‌କୋର ୪୦ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର, ୯ା୧(ବ୍ୟୁରୋ): ନାଲ୍‌କୋର ୪୦ତମ ପ୍ରତିଷ୍ଠା ଦିବସ ଭୁବନେଶ୍ୱରସ୍ଥିତ ନାଲ୍‌କୋ ନଗରଠାରେ ପାଳିତ ହୋଇଯାଇଛି। ଏହି ଅବସରରେ ନାଲ୍‌କୋ ଅଧ୍ୟକ୍ଷ ଶ୍ରୀଧର ପାତ୍ର ଉଦ୍‌ବୋଧନ ଦେଇ କହିଥିଲେ ଯେ, ବିଗତ ୪ ଦଶନ୍ଧିରେ ନାଲ୍‌କୋ ଅନେକ ମାଇଲ୍‌ଖୁଣ୍ଟ ଅତିକ୍ରମ କରିଛି। ବ୍ୟବସାୟିକ…

ଟୁସୁ ପର୍ବରେ ଶତାଧିକ ଗାଁ ଉତ୍ସବମୁଖର

କେନ୍ଦୁଝର, ୯ା୧ (ସ୍ବ.ପ୍ର.)-କେନ୍ଦୁଝର ଜିଲାରେ କୁଡୁମୀ ସମ୍ପ୍ରଦାୟର ଲୋକେ ବସବାସ କରୁଥିବା ଶତାଧିକ ଗାଁ ପ୍ରସିଦ୍ଧ ଟୁସୁ ପର୍ବ ପାଇଁ ଉତ୍ସବମୁଖର ହୋଇଉଠିଛି। ଆସନ୍ତା ମକର ସଂକ୍ରାନ୍ତିରେ ପର୍ବ ଉଦ୍‌ଯାପିତ ହେବ। ଉକ୍ତ ସମ୍ପ୍ରଦାୟର ଲୋକେ, ବିଶେଷ କରି ମହିଳା ଓ…

ଇକୋ ଟୁରିଜମ୍‌ର ପ୍ରଚାର ପ୍ରସାର ଲକ୍ଷ୍ୟ: ଓଟିଡିସିର ସ୍ବତନ୍ତ୍ର ସାତକୋଶିଆ, ଭିତରକନିକା ପ୍ୟାକେଜ୍‌

ଭୁବନେଶ୍ୱର,୯ା୧(ବ୍ୟୁରୋ): ରାଜ୍ୟରେ ଇକୋ ଟୁରିଜମ୍‌ ବା ପରିବେଶ ପର୍ଯ୍ୟଟନର ବିକାଶକୁ ଦୃଷ୍ଟିରେ ରଖି ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ଏବଂ ଜଙ୍ଗଲ ଓ ପରିବେଶ ବିଭାଗ ମିଳିତ ଭାବେ ୨ଟି ସ୍ବତନ୍ତ୍ର ଟୁର୍‌ ପ୍ୟାକେଜ୍‌ର ଶୁଭାରମ୍ଭ କରିଛନ୍ତି। ଏଣିକି ଓଟିଡିସି ପକ୍ଷରୁ…

ଆଖିରେ କପଡା ବାନ୍ଧି ଏହିଭଳି ଖାଦ୍ୟ ଚିହ୍ନିଲେ ଇର୍ଫାନ, ହରଭଜନ

ଇନ୍ଦୋର,୮।୧: ଭାରତ-ଶ୍ରୀଲଙ୍କା ଭିତରେ ହେବାକୁ ଥିବା ଟି-୨୦ ମ୍ୟାଚ୍‌ ଇନ୍ଦୋରରେ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚ୍‌ରେ ଭାରତ ବିଜୟ ହାସଲ କରିଥିଲା। ତେବେ ଏହା ପୂର୍ବରୁ ଭାରତୀୟ ଖେଳାଳିଙ୍କ କିଛି ମଜାଳିଆ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମଙ୍ଗଳବାର…

ଦୁଇଦିନ ବର୍ଷା, ସତର୍କ ରହିବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ: ବଜ୍ରପାତ ନେଇ ଆଜି ୯ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୯ା୧(ବ୍ୟୁରୋ): ରାଜ୍ୟରେ ପୁଣି ବର୍ଷା ହେବାର ସମ୍ଭାବନା। ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏହାକୁ ନଜରରେ ରଖି ରାଜସ୍ବ ବିଭାଗ ସବୁ ଜିଲାପାଳଙ୍କୁ ଚିଠି…

ଟ୍ରେନ୍‌ରେ ମିଳିବ ଓଡ଼ିଶା ଏସ୍‌ଏଚ୍‌ଜି ସାମଗ୍ରୀ: ଆଇଆର୍‌ସିଟିସି ସହ ଏମ୍‌ଓୟୁ କରିବ ଓର୍‌ମାସ୍‌

ଭୁବନେଶ୍ୱର,୯ା୧(ବ୍ୟୁରୋ): ଚାନ୍ଦୁଆ, ତାରକସିରୁ ଆରମ୍ଭ କରି ଟସର, ମାଣିଆବନ୍ଧ ପର୍ଯ୍ୟନ୍ତ। ଏଣିକି ସବୁକିଛି ମିଳିବ ଆଇଆର୍‌ସିଟିସି ଓ୍ବେବ୍‌ସାଇଟ୍‌ରେ। ଓଡ଼ିଶା ମଧ୍ୟଦେଇ ଟ୍ରେନ୍‌ରେ ଯାତ୍ରା କରୁଥିବା ଲୋକ ଓଡ଼ିଶାର ହସ୍ତଶିଳ୍ପ, ହସ୍ତତନ୍ତ ସହ ପାରମ୍ପରିକ ଓଡ଼ିଆ ଖାଦ୍ୟର ମଜା ନେଇପାରିବେ। ତାହା ପୁଣି…

୩ୟ ଥର ସନ୍ତାନ ଜନ୍ମ ଦେବ ସ୍ନେହା

ବାରଙ୍ଗ, ୯ା୧(ଡି.ଏନ୍‌.ଏ.): ବାରଙ୍ଗସ୍ଥିତ ପ୍ରାଣୀଉଦ୍ୟାନ ନନ୍ଦନକାନନରେ ବାଘୁଣୀ ସ୍ନେହା ତୃତୀୟ ସନ୍ତାନକୁ ଜନ୍ମଦେବାକୁ ଯାଉଛି। ଯେପରି କୌଣସି ଅସୁବିଧା ନ ହୁଏ ସେ ନେଇ ନନ୍ଦନକାନନ କର୍ତ୍ତୃପକ୍ଷ ସଜାଗ ରହିଛନ୍ତି। ସ୍ନେହାର୨୧ବି ଏନକ୍ଲୋଜରରେ ୪ଟି ସିସି କ୍ୟାମେରା ଖଞ୍ଜାଯାଇଛି। ଏହି ଏନକ୍ଲୋଜରକୁ…

ଲୁହାପଥର ବୋଝେଇ ୨ଟ୍ରକ ଜବତ: ୧୫ ହଜାର ଟଙ୍କା, ୩ ମୋବାଇଲ ସହ ୩ ଗିରଫ

ବଡବିଲ, ୮।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ରୁଗୁଡି ପୋଲିସ ବୁଧବାର ସକାଳେ ଏହି ଥାନା ଅଞ୍ଚଳ ଦେଇ ଚୋରାଚାଲାଣ ହେଉଥିବା ସାଇଜ ଲୁହାପଥର ବୋଝେଇ ୨ଟି ଟ୍ରକକୁ ଜବତ କରିଛି। ଘଟଣାରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରି ପୋଲିସ ସେମାନଙ୍କ ନିକଟରୁ…

କୋହଲି ଶୀର୍ଷ ସ୍ଥାନ ବଜାୟ ରଖିଲେ

ଦୁବାଇ,୮।୧(ପି.ଟି.): ସଦ୍ୟ ପ୍ରକାଶିତ ଅନ୍ତର୍ଜାତୀୟ କ୍ରିକେଟ୍‌ କାଉନସିଲ (ଆଇସିସି) ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ଅଧିନାୟକ ବିରାଟ କୋହଲି ବ୍ୟାଟିଂ ତାଲିକାରେ ପୂର୍ବପରି ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ତେବେ ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟ ରାହାନେ ତଳକୁ ଖସିଛନ୍ତି।…

ମାଲେସିଆ ମାଷ୍ଟର୍ସ: ସିନ୍ଧୁ, ସାଇନା, ପ୍ରଣୟ ୨ୟ ରାଉଣ୍ଡରେ

କୁଆଲାଲୁମ୍ପୁର, ୮।୧(ପି.ଟି.): ଭାରତୀୟ ବ୍ୟାଡ୍‌ମିଣ୍ଟନ ତାରକା ପି.ଭି. ସିନ୍ଧୁ, ସାଇନା ନେହ୍ବାଲ ଓ ଏଚ୍‌.ଏସ୍‌. ପ୍ରଣୟ ବିଜୟରୁ ୨୦୨୦ ବର୍ଷ ଆରମ୍ଭ କରିଛନ୍ତି। ବୁଧବାର ଏଠାରେ ଖେଳାଯାଇଥିବା ମାଲେସିଆ ମାଷ୍ଟର୍ସ ପ୍ରଥମ ରାଉଣ୍ଡ ମୁକାବିଲାରେ ସିନ୍ଧୁ, ସାଇନା ଓ ପ୍ରଣୟ ବିଜୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?