ଇକୋ ଟୁରିଜମ୍‌ର ପ୍ରଚାର ପ୍ରସାର ଲକ୍ଷ୍ୟ: ଓଟିଡିସିର ସ୍ବତନ୍ତ୍ର ସାତକୋଶିଆ, ଭିତରକନିକା ପ୍ୟାକେଜ୍‌

ଭୁବନେଶ୍ୱର,୯ା୧(ବ୍ୟୁରୋ): ରାଜ୍ୟରେ ଇକୋ ଟୁରିଜମ୍‌ ବା ପରିବେଶ ପର୍ଯ୍ୟଟନର ବିକାଶକୁ ଦୃଷ୍ଟିରେ ରଖି ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ଏବଂ ଜଙ୍ଗଲ ଓ ପରିବେଶ ବିଭାଗ ମିଳିତ ଭାବେ ୨ଟି ସ୍ବତନ୍ତ୍ର ଟୁର୍‌ ପ୍ୟାକେଜ୍‌ର ଶୁଭାରମ୍ଭ କରିଛନ୍ତି। ଏଣିକି ଓଟିଡିସି ପକ୍ଷରୁ ପ୍ରତି ଶନିବାର ଏବଂ ରବିବାର ଦୁଇଟି ସ୍ବତନ୍ତ୍ର ପ୍ୟାକେଜ୍‌ ଟୁର୍‌ର ବ୍ୟବସ୍ଥା ଯୋଗାଇ ଦିଆଯିବ। ଆସନ୍ତା ୧୧ ତାରିଖରୁ ଉଦ୍‌ଘାଟିତ ହେବାକୁ ଥିବା ଏହି ପ୍ୟାକେଜ୍‌ରେ ପର୍ଯ୍ୟଟକ ପ୍ରତି ଶନିବାର ଭିତରକନିକା ଏବଂ ରବିବାର ସାତକୋଶିଆ ପରିଦର୍ଶନରେ ଯାଇପାରିବେ। ଏହି ଦିନିକିଆ ପ୍ୟାକେଜ୍‌ରେ ୨ଟି ସ୍ବତନ୍ତ୍ର ବସ୍‌ ଯାତ୍ରୀମାନଙ୍କୁ ଭୁବନେଶ୍ୱର ପାନ୍ଥନିବାସରୁ ନେଇ ବାହାରିବ। ଭିତରକନିକା ପାଇଁ ପାନ୍ଥନିବାସରୁ ସକାଳ ୫ଟା ୩୦ରେ ବସ୍‌ ବାହାରି ରେଳଷ୍ଟେଶନ, ବାଣୀବିହାର ଛକ ଦେଇ ଭୁବନେଶ୍ୱର ଛାଡ଼ିବ ଏବଂ ରାତି ୯ଟାରେ ପ୍ରତ୍ୟାବର୍ତ୍ତନ କରିବ। ସେହିଭଳି ସାତକୋଶିଆ ପାଇଁ ରବିବାର ଭୁବନେଶ୍ୱର ପାନ୍ଥନିବାସରୁ ସକାଳ ୭ଟାରେ ବସ୍‌ ବାହାରି ସମାନ ରାସ୍ତାରେ ଖଣ୍ଡଗିରି ଛକ ଦେଇ ସାତକୋଶିଆ ଅଭିମୁଖେ ଯାତ୍ରା କରିବ। ସାତକୋଶିଆ ଭ୍ରମଣ ସହିତ ନୟାଗଡ଼ରେ ଥିବା ଲଡ଼ୁବାବାଙ୍କ ଦର୍ଶନ କରି ସନ୍ଧ୍ୟା ୬ଟାରେ ଭୁବନେଶ୍ୱରରେ ପହଞ୍ଚିବ। ଏହି ପ୍ୟାକେଜ୍‌ଗୁଡ଼ିକରେ ଶୀତତାପ ନିୟନ୍ତ୍ରିତ ଗାଡ଼ି ସହିତ ମଧ୍ୟାହ୍ନ ଭୋଜନ, ବୋଟିଂ ଆଦି ରହିବ। ଭିତରକନିକା ପାଇଁ ଜଣକ ପିଛା ପ୍ୟାକେଜ୍‌ର ଦାମ ୧୭୦୦ ଟଙ୍କା ରହିଥିବାବେଳେ ସାତକୋଶିଆ ପାଇଁ ୧୪୯୦ ଟଙ୍କା ରହିଛି। ପ୍ୟାକେଜ୍‌ ପାଇଁ ପର୍ଯ୍ୟଟକ ପାନ୍ଥନିବାସ ଓ୍ବେବ୍‌ସାଇଟ୍‌ www.panthanivas.comରେ ବୁକିଂ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri