Home

ଜାଲ୍‌ ଜାତିଗତ ପ୍ରମାଣପତ୍ର ଦେବା ଘଟଣା: କମ୍ପ୍ୟୁଟର ସେଣ୍ଟର ସିଲ୍‌, ମାଲିକ ଅଟକ

ବେଗୁନିଆପଡ଼ା,୮ା୧(ଡି.ଏନ.ଏ.): ଜଣେ ବ୍ୟକ୍ତିଙ୍କ ଚାକିରି ନିମନ୍ତେ ଜାଲ୍‌ ଜାତିଗତ ପ୍ରମାଣପତ୍ର ପ୍ରସ୍ତୁତ କରିଥିବା କମ୍ପ୍ୟୁଟର ସେଣ୍ଟର ମାଲିକଙ୍କୁ ମଙ୍ଗଳବାରଠାରୁ ଅଟକ ରଖାଯାଇଛି। କୋଦଳା ତହସିଲଦାର ପ୍ରଭାତ କୁମାର ପରିଡା ବେଗୁନିଆପଡ଼ା ବଜାର ଉପରେ ଥିବା ଉକ୍ତ କମ୍ପ୍ୟୁଟର ସେଣ୍ଟରକୁ ସିଜ୍‌ କରିଛନ୍ତି।…

ରେଳ ଚଳାଚଳ ଉପରେ ପଡ଼ିଲାନି ବିଶେଷ ପ୍ରଭାବ: ଅଧଘଣ୍ଟାରୁ ଦୁଇ ଘଣ୍ଟା ବିଳମ୍ବରେ ଚାଲିଲା ଟ୍ରେନ୍‌

ଭୁବନେଶ୍ୱର, ୮ା୧(ବ୍ୟୁରୋ): ବୁଧବାର ବାମପନ୍ଥୀ ଦଳ ଓ ଶ୍ରମିକ ସଂଗଠନ ପକ୍ଷରୁ ବନ୍ଦ ଡାକରା ରେଳ ଚଳାଚଳ ଉପରେ ବିଶେଷ ପ୍ରଭାବ ପକାଇନି। ପୂର୍ବତଟ ରେଳପଥରେ ମାତ୍ର ୩ଟି ପାସେଞ୍ଜର ଟ୍ରେନ ବାତିଲ୍‌ କରାଯାଇଥିବା ବେଳେ ଅନ୍ୟ ଟ୍ରେନ୍‌ ଗୁଡ଼ିକ ବିଳମ୍ବରେ…

ସ୍କୁଟି ଜାଳିଦେଲେ ଦୁର୍ବୃତ୍ତ

ପାଟପୁର,୮ା୧: ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପଟିଗୁଡ଼ା ଗ୍ରାମର ପୀତବାସ ଗୌଡ଼ଙ୍କ ସ୍କୁଟିକୁ ସୋମବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ପୋଡି ଦେଇଥିବା ଅଭିଯୋଗ ହୋଇଛି। ପୀତବାସଙ୍କ ଏତଲା କ୍ରମେ ନଂ. ୩/୨୦ରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଛି। ପୀତବାସ…

ଧାନ ଖଳାରେ ଦନ୍ତା ଦୌରାତ୍ମ୍ୟ: ଆକ୍ରମଣରେ ମାମୁଁ, ଭାଣିଜୀ ଗୁରୁତର

ପରଜଙ୍ଗ, ୮।୧(ଡି.ଏନ.ଏ.): ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନରେ ପୁଣିଥରେ ହାତୀ ଦୌରାତ୍ମ୍ୟ ଦେଖାଦେଇଛି। ଜନବସତିକୁ ପଶି ଆସିଥିବା ଏକ ଦନ୍ତା ହିଂସ୍ର ଆଚରଣ କରୁଛି। ଆମ୍ବପଳାସ ଗ୍ରାମ ଯୋଗୀସାହିରେ ବୁଧବାର ଭୋର୍‌ରେ ହାତୀ ଆକ୍ରମଣରେ ଟୁନା ନାଥ…

ବାଙ୍ଗାଲୋରରୁ ଗିରଫ ନାବାଳିକା ଅପହରଣକାରୀ

ତିହିଡ଼ି, ୮।୧(ଡ.ଏନ.ଏ.): ଭଦ୍ରକ ଜିଲା ତିହିଡ଼ି ଥାନା ବିଲଣା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ କରିଥିବା ଯୁବକଙ୍କୁ ବୁଧବାର ପୋଲିସ ବାଙ୍ଗାଲୋରରୁ ଗିରଫ କରିଛି। ଏଥିସହ ଅପହୃତା ନାବାଳିକାଙ୍କୁ ପୋଲିସ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଗିରଫ ଯୁବକ…

ଦେଶର କୌଣସି ସ୍ଥାନକୁ ଯିବା ପାଇଁ ଦୀପିକା ସ୍ବତନ୍ତ୍ର: ଜାଭଡେକର

ନୂଆଦିଲ୍ଲୀ,୮।୧: ଜବାହରଲାଲ ନେହେରୁ ୟୁନିଭର୍ସିଟି (ଜେଏନ୍‌ୟୁ) କ୍ୟାମ୍ପସ୍‌କୁ ମଙ୍ଗଳବାର ରାତିରେ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ଗସ୍ତ କରିଥିଲେ। ସେଠାରେ ବିରୋଧ ପ୍ରଦର୍ଶନ କରୁଥିବା ଛାତ୍ର ଓ ଛାତ୍ରସଂଘର ଅଧ୍ୟକ୍ଷ ଐଶ ଘୋଷଙ୍କୁ ସେ ଭେଟିଥିଲେ। ତେବେ ଦୀପିକାଙ୍କ ଏହି ଗସ୍ତକୁ…

ସୁରକ୍ଷାକର୍ମୀଙ୍କ ଉପରକୁ ଗ୍ରେନେଡ ଆକ୍ରମଣ

ଶ୍ରୀନଗର,୮।୧: ଜମ୍ମୁ-କଶ୍ମୀରରେ ଶାନ୍ତି ଭଙ୍ଗ କରିବା ପାଇଁ ପାକିସ୍ତାନ ସବୁବେଳେ ଉଦ୍ୟମ ଚଳାଇଛି। କେତେବେଳେ ସୀମାରେ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଉଛି ତ କେତେବେଳେ ଅସ୍ତ୍ରବିରତି ଉଲ୍ଲଂଘନ ଆଉ କେତେବେଳେ ଆତଙ୍କବାଦୀ ଆକ୍ରମଣ। ଇତିମଧ୍ୟରେ ବୁଧବାର ଶ୍ରୀନଗରର ହବାକ ଅଞ୍ଚଳରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କୁ…

ଲୁହାପଥର ବୋଝେଇ ହାଇଓ୍ବା ଜବତ: ମାଷ୍ଟରମାଇଣ୍ଡ ସମେତ ୬ କୋର୍ଟ ଚାଲାଣ

ବଡ଼ବିଲ,୮।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ପୋଲିସ ମଙ୍ଗଳବାର ବିଳମ୍ବିତ ରାତିରେ ଚୋରାଚାଲାଣ ହେଉଥିବା ୨୭ ମେଟ୍ରିକ ଟନ୍‌ ସାଇଜ ଲୁହାପଥର ବୋଝେଇ ହାଇଓ୍ବା ଜବତ କରିବା ସହ ଘଟଣାରେ ସଂପୃକ୍ତ ୬ ଜଣଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି।…

୧୨ ଦଫା ଦାବିରେ ବିଭିନ୍ନ ସଂଘ ପକ୍ଷରୁ ବନ୍ଦ ପାଳନ

ସିମୁଳିଆ,୮।୧(ଡି.ଏନ୍‌.ଏ.): ଲେବର ୟୁନିୟନ, ପାଚିକା ସହାୟିକା, ସିଟୁ, ଅଙ୍ଗନଓ୍ବାଡ଼ି କର୍ମୀ ଓ ସହାୟିକା, ଡ୍ରାଇଭର ୟୁନିୟନ ପକ୍ଷରୁ ମିଳିତ ଭାବେ ସିମୁଳିଆରେ ବନ୍ଦ ଡାକରା ଦିଆଯାଇଥିଲା। ସିଟୁର ସମ୍ପାଦକ ଜଳନ୍ଧର ଜେନାଙ୍କ ଅଧ୍ୟକ୍ଷତାରେ ସମସ୍ତ ସଂଘ ବ୍ଲକର ସଦରମହକୁମା ମାର୍କୋଣା ଛକର…

ପଶ୍ଚିମବଙ୍ଗରେ ବନ୍ଦ ସମୟରେ ହିଂସା: ବସ୍‌ରେ ପଥରମାଡ଼

କୋଲକାତା,୮।୧: କେନ୍ଦ୍ରରେ ମୋଦି ସରକାରଙ୍କ ବିଭିନ୍ନ ଆର୍ଥିକ ଏବଂ ଜନବିରୋଧୀ ନୀତି ବିରୋଧରେ ବୁଧବାର ଟ୍ରେଡ ୟୁନିୟନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ଉକ୍ତ ଆନ୍ଦୋଳନକୁ ବିଭିନ୍ନ ଶ୍ରମିକ ସଂଗଠନ, ବାମପନ୍ଥୀ ଦଳ ଓ କଂଗ୍ରେସ ସମର୍ଥନ କରିଛି। ପଶ୍ଚିମବଙ୍ଗରେ…

ଚାଇନା ଆକାଶରେ ଦେଖାଗଲା ଏକାଥରକେ ୩ ସୂର୍ଯ୍ୟ

କୁହାଯାଏ, ପ୍ରକୃତି ସୌନ୍ଦର୍ଯ୍ୟର ଉପମା ନାହିଁ। ଏହାର ଏକ ଝଲକ ଦେଖିବାକୁ ମିଳିଛି ଚାଇନାରେ। ଏକାଥରକେ ଚାଇନା ଆକାଶରେ ୩ଟି ସୂର୍ଯ୍ୟ ଦେଖିବାକୁ ମିଳିଥିଲା। ଅବିଶ୍ୱସନୀୟ ଲାଗୁଥିଲେ ମଧ୍ୟ ସତ। ଏହି ଅଦ୍ଭୁତ ଦୃଶ୍ୟ ଦେଖି ଲୋକେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।…

ଆମ୍ବୁଲାନ୍ସ ବନ୍ଦ କଲା ଭାଜପା ପ୍ରଦେଶ ଅଧ୍ୟକ୍ଷଙ୍କ ରାଲି

କୋଲକାତା,୮।୧: ପଶ୍ଚିମବଙ୍ଗର ଭାଜପା ପ୍ରଦେଶ ଅଧ୍ୟକ୍ଷଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ନେଇ ବରୋଧୀ ଏବେ ତାଙ୍କୁ ଟାର୍ଗେଟ କରିଛନ୍ତି। ସୂଚନାଯୋଗ୍ୟ, ନଦିଆ ଜିଲାରେ ମମତା ସରକାରଙ୍କ ବିରୋଧରେ ଭାଜପା ପ୍ରଦେଶ ଅଧ୍ୟକ୍ଷ ଦିଲୀପ ଘୋଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?