୨ରୁ ଅଧିକ ସନ୍ତାନ ଥିବା ଦମ୍ପତିଙ୍କୁ ମିଳିବନି ସରକାରୀ ଚାକିରି
ଗୁଆହାଟୀ,୨୨।୧୦: ଏଣିକି ୨ରୁ ଅଧିକ ସନ୍ତାନ ଥିବା ଦମ୍ପତିଙ୍କୁ ସରକାରୀ ଚାକିରି ମିଳିବନି। ଆସାମ ସରକାର ୨୦୨୧ ଜାନୁୟାରୀ ୧ଠାରୁ ଏହି ନିୟମ ଲାଗୁ କରିବାକୁ ଯାଉଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବୋଲ ସରକାର ନିଷ୍ପତ୍ତି ନେଇଛନ୍ତି। ସେହିପରି ଭୂମିହୀନ ଶ୍ରମିକଙ୍କୁୁ…
ନୋବେଲ ବିଜେତା ଅଭିଜିତଙ୍କୁ ଭେଟିଲେ ମୋଦି
ନୂଆଦିଲ୍ଲୀ,୨୨।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ନୋବେଲ ବିଜେତା ଅଭିଜିତ ବାନାର୍ଜୀଙ୍କୁ ସାକ୍ଷାତ୍ କରିଛନ୍ତିି। ଏହାପରେ ମୋଦି କହିଛନ୍ତି ଏହା ଏକ ଭଲ ସାକ୍ଷାତ୍କାର ଥିଲା। ମାନବ ସଶକ୍ତିକରଣ ପ୍ରତି ଅଭିଜିତଙ୍କ ଯେଉଁ ଦୃଷ୍ଟିଭଙ୍ଗି ରହିଛି ତାହା ସ୍ପଷ୍ଟ ବାରିହୋଇ ପଡିଛି।…
ଡ୍ରେନ୍ କଡ଼ରୁ ନବଜାତ ଶିଶୁକନ୍ୟା ଉଦ୍ଧାର
କଟକ ଅଫିସ, ୨୨।୧୦: କଟକ ସୂତାହାଟ ଡ୍ରେନ୍ କଡ଼ରୁ ମଙ୍ଗଳବାର ଏକ ନବଜାତ ଶିଶୁକନ୍ୟା ଉଦ୍ଧାର କରାଯାଇଛି। ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି ଶିଶିକନ୍ୟାଙ୍କୁ ଉଦ୍ଧାରକରି ଚିକତ୍ସା ନିମନ୍ତେ ଶିଶୁ ଭବନରେ ଭର୍ତ୍ତି କରିଥିଲେ। ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ…
ନିଜକୁ କଳ୍କି ଭଗବାନ କହୁଥିବା ବିଜୟଙ୍କ ଆଶ୍ରମରେ ଚଢ଼ାଉ: ୫ଶହ କୋଟି ଟଙ୍କା ଜବତ
ଚେନ୍ନାଇ,୨୨।୧୦: ନିଜକୁ ବିଷ୍ଣୁଙ୍କ ଅବତାର କହି କଳକି ଭଗବାନ ନାଁରେ ବେଶ୍ ପରିଚିତ ଥିବା ୭୦ ବର୍ଷୀୟ ବିଜୟ କୁମାରଙ୍କ ଭିନ୍ନ ଭିନ୍ନ ଆଶ୍ରମରେ ଆୟକର ବିଭାଗ ଚଢ଼ାଉ କରିଛି। ଏହି ଚଢ଼ାଉରେ ପ୍ରାୟ ୫୦୦କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି।…
ଫସଲ ବିକି ୫୦ ହଜାର ଟଙ୍କା ସାଇତି ରଖିଥିଲେ କୃଷକ, ମୂଷା ଟିକି ଟିକି କରିଦେଲା
ଚେନ୍ନାଇ,୨୨।୧୦: ତାମିଲନାଡୁର କୋଏମ୍ବାଟୁର ଜିଲାରେ ଏକ ଅଜବ ଘଟଣା ଘଟିଛି। ଫସଲ ବିକି ୫୦ ହଜାର ଟଙ୍କା ଜଣେ କୃଷକ ବାକ୍ସରେ ସାଇତି ରଖିଥିବାବେଳେ ତାକୁ ମୂଷା ଟିକି ଟିକି କରିଦେଇଛି। ସୂଚନାଯୋଗ୍ୟ, କୋଏମ୍ବାଟୁର ଜିଲାର ଭେଲିଂଗାଡୁ ଗ୍ରାମରେ ରହୁଥିବା ରଙ୍ଗରାଜ…
ଜମ୍ମୁ-କଶ୍ମୀର ଓ ଲଦାଖ ସରକାରୀ କର୍ମଚାରୀଙ୍କୁ ମୋଦିଙ୍କ ଦୀପାବଳି ଉପହାର: ୭ମ ବେତନ କମିଶନ ଲାଗୁ
ନୂଆଦିଲ୍ଲୀ,୨୨।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଜମ୍ମୁ-କଶ୍ମୀର ଓ ଲଦାଖରେ କାମ କରୁଥିବା ସରକାରୀ କର୍ମଚାରୀଙ୍କୁ ଦୀପାବଳି ଉପହାର ଦେଇଛନ୍ତି। ଏଠାରେ ୭ମ ବେତନ କମିଶନ ଲାଗୁ କରାଯାଇଛି। କର୍ମଚାରୀଙ୍କୁ ୭ମ ବେତନ କମିଶନ ଲାଗୁ କରାଯିବା ପାଇଁ ସୁପାରିଶ୍ କରାଯାଇଥିଲା।…
ବିଭିନ୍ନ ଦାବିନେଇ ଚାଷୀଙ୍କ ରିଲେ ଅନଶନ
ସମ୍ବଲପୁର,୨୨ା୧୦(ବ୍ୟୁରୋ): ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ବୟ ସମିତି ଓ ଜିଲା କୃଷକ ସଂଗଠନର ମିଳିତ ଡାକରାରେ ମଙ୍ଗଳବାର ସମ୍ବଲପୁର ଜିଲାପାଳଙ୍କ ଅଫିସ ନିକଟରେ ଚାଷୀମାନେ ୨୪ଘଣ୍ଟିଆ ରିଲେ ଅନଶନ କରିଛନ୍ତି । ପ୍ରଧାନମନ୍ତ୍ରୀ ଫସଲ ବୀମାରେ ଘରୋଇ କମ୍ପାନୀକୁ ସାମିଲ…
ସୁରକ୍ଷାକର୍ମୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
ଯୋଡ଼ା, ୨୨।୧୦(ଡି.ଏନ୍.ଏ.): କେନ୍ଦୁଝର ଜିଲା ଯୋଡା ସହର ଓ୍ବାର୍ଡ ନଂ. ୩ ରେ ଥିବା ରାଉତ କମ୍ପ୍ଲେକ୍ସ ବିଲ୍ଡିଂର ଜଣେ ସୁରକ୍ଷାକର୍ମୀଙ୍କ ଝୁଲନ୍ତା ମୃତଦେହ ମଙ୍ଗଳବାର ସକାଳେ ଉଦ୍ଧାର ହୋଇଛି। ସେ ହେଲେ ଲକ୍ଷ୍ମଣ ପାତ୍ର (୫୦)। ପ୍ରକାଶ ଯେ, ଲକ୍ଷ୍ମଣ…
ଟ୍ରେନ୍ ଲାଇନ୍ରୁ ଯୁବକଙ୍କ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ
ଜୟପୁର, ୨୨।୧୦(ନି.ପ୍ର.): କୋରାପୁଟ ଜିଲା କୋଟପାଡ଼ ବବିୟା ଟ୍ରେନ୍ ଲାଇନ୍ରୁ ମଙ୍ଗଳବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ସେ ହେଲେ ରାୟଗଡ଼ା ଜିଲା ଚିଲିକାମର ରିଙ୍କୁ ବୋଲି ଜଣାପଡ଼ିଛି। ପ୍ରକାଶ ଯେ, ରିଙ୍କୁ ବବିୟାସ୍ଥିତ କାଜୁ ମିଲ୍ରେ ଦୀର୍ଘଦିନ…
୨୦୧୭ରେ ଭାରତରେ ୨୮ ହଜାର ଲୋକଙ୍କୁ ହତ୍ୟା, ନମ୍ବର-୧ରେ ରହିଛି ଯୋଗୀଙ୍କ ରାଜ୍ୟ: ରିପୋର୍ଟ
ନୂଆଦିଲ୍ଲୀ,୨୨।୧୦: ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ(ଏନ୍ସିଆର୍ବି)ପକ୍ଷରୁ ସୋମବାର ଅପରାଧିକ ମାମଲାର ଏକ ରିପୋର୍ଟ ପ୍ରକାଶ ପାଇଛି। ଏନ୍ସିଆର୍ବି ରିପୋର୍ଟ ଅନୁସାରେ ୨୦୧୭ରେ ଭାରତରେ ପ୍ରାୟ ୨୮ ହଜାର ଲୋକଙ୍କୁ ହତ୍ୟା କରାଯାଇଛି। ଏହି ତାଲିକାରେ ହତ୍ୟା, ବଳାତ୍କାର, ଯୌତୁକ ଜନିତ ହତ୍ୟା,…
ପ୍ରତିରକ୍ଷା କ୍ଷେତ୍ରରେ ସ୍ବଦେଶୀ ଜ୍ଞାନକୌଶଳକୁ ଗୁରୁତ୍ୱ: ୩୩ ଶହ କୋଟିର ପ୍ରସ୍ତାବକୁ ମଞ୍ଜୁରୀ
ନୂଆଦିଲ୍ଲୀ,୨୨।୧୦: ପ୍ରତିରକ୍ଷା କ୍ଷେତ୍ରରେ ସ୍ବଦେଶୀ ଜ୍ଞାନକୌଶଳକୁ ଗୁରୁତ୍ୱ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଯୋଜନା କରିଛନ୍ତି। ମେକ୍ ଇନ୍ ଇଣ୍ଡିଆ ଅନ୍ତର୍ଗତ ୩୩ ଶହ କୋଟି ଟଙ୍କାର ପ୍ରତିରକ୍ଷା ସରଞ୍ଜାମ କିଣା ପ୍ରସ୍ତାବକୁ ଇତିମଧ୍ୟରେ ସରକାର ମଞ୍ଜୁରୀ ଦେଇଛନ୍ତି। ପ୍ରତିରକ୍ଷା…
ମାଓବାଦୀ ପ୍ରବଣ ଅଞ୍ଚଳରେ ପୋଲିସ କୁକୁର ବେକରେ ବନ୍ଧାଯିବ କ୍ୟାମେରା
ରାୟପୁର,୨୨।୧୦: ଛତିଶଗଡ଼ ମାଓବାଦୀ ପ୍ରବଣ ଅଞ୍ଚଳରେ ପୋଲିସ କୁକୁର ବେକରେ କ୍ୟାମେରା ବନ୍ଧାଯିବ। ଏହାଦ୍ୱାରା ମାଓବାଦୀଙ୍କ ସମ୍ପର୍କରେ ସୂଚନା ମିଳିପାରିବ। ଏନେଇ ସିଆର୍ପିଏଫ୍ ପକ୍ଷରୁ ଯୋଜନା ଆରମ୍ଭ ହୋଇଛି। ଏହି ଶକ୍ତିଶାଳୀ କ୍ୟାମେରାରେ ହାଇ ରିଜୋଲ୍ୟୁଶନ୍ ରହିବ। ସେହିପରି ଏହା ଓ୍ବାଟର…
Archives


