ଧିମେଇଯାଇଛି ଏକାମ୍ର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ

ପୁରୁଣା ଭୁବନେଶ୍ୱର,୧୮ା୧(ଡିଏନ୍‌ଏ): ଏକାମ୍ର ଶ୍ରୀ ଲିଙ୍ଗରାଜ କ୍ଷେତ୍ରର ବିକାଶ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ହଠାତ୍‌ ଧିମେଇ ଯାଇଛି। ମିଳିତ ଉଚ୍ଛେଦ ଟିମ୍‌ ଶ୍ରୀ ଲିଙ୍ଗରାଜ ମନ୍ଦିର ଓ ଦେବୀ ପାଦହରା ନିକଟରୁ ସରକାରୀ ଅବୈଧ ନିର୍ମାଣ ଉଚ୍ଛେଦ କରିବା ସହ ହାତଗଣତି ସ୍ଥିତିବାନ ଦୋକାନ ଘର ଓ ଉଠାଦୋକାନକୁ ଉଚ୍ଛେଦ କରିବା ପରେ ଏବେ ଏସବୁ କାର୍ଯ୍ୟ କେବଳ ମାପଚୁପରେ ସୀମିତ ରହିଛି। ଏଭଳି ସ୍ଥଳେ ପ୍ରଶାସନିକ ସ୍ତରରେ ମିଳିତ ଉଚ୍ଛେଦ ଟିମ୍‌ ପ୍ରାୟ ୭ଦିନରୁ ଅଧିକ ସମୟ ହେଲା ବିଭିନ୍ନ ସ୍ଥାନରେ ମାପଚୁପ କରିବା ସହ କ୍ଷତିପୂରଣ ଆକଳନ କରୁଛି। ସାମନ୍ତରାପୁରଠାରୁ ଶ୍ରୀ ଲିଙ୍ଗରାଜ ମନ୍ଦିରକୁ ଜ୍ଞାନୀ ଜୈଲ ସିଂ ରାସ୍ତାକୁ ସମ୍ପ୍ରସାରଣ କରିବା, ଗ୍ୟାରେଜ୍‌ ଛକଠାରୁ ଶ୍ରୀ ଲିଙ୍ଗରାଜ ମନ୍ଦିରକୁ ପ୍ରଶସ୍ତ ରାସ୍ତା ସଂଯୋଗୀକରଣ ହେଉ କିମ୍ବା ମାଉସୀ ମା’ ମନ୍ଦିରଠାରୁ ରଥଦାଣ୍ଡ ଦେଇ ଶ୍ରୀ ଲିଙ୍ଗରାଜ ମନ୍ଦିରକୁ ସଂଯୋଗୀକରଣ କରାଯିବା ପାଇଁ କ୍ଷୟକ୍ଷତି ଆକଳନ ନାମରେ ଏହି ଯୋଜନାର ଅବଧିକୁ ଗଡ଼ାଯାଉଛି। ପୁରୀ ଭଳି ସରକାରଙ୍କ ପକ୍ଷରୁ ଭୂମି ଅଧିଗ୍ରହଣ ନେଇ ଦେବୋତ୍ତର ସମ୍ପତ୍ତି କିମ୍ବା ଘରୋଇ ସମ୍ପତ୍ତିର ମୂଲ୍ୟାୟନ କରାଯିବା ସହ କ୍ଷତିପୂରଣ ଓ ଥଇଥାନ ପାଇଁ ବିଭିନ୍ନ ମହଲରେ ଦାବି ହେଉଛି। ଏ ନେଇ ବିଏମ୍‌ସି ଅତିରିକ୍ତ କମିଶନର ଅବନୀକାନ୍ତ ପଟ୍ଟନାୟକ କୁହନ୍ତି, ଗ୍ୟାରେଜ ଛକଠାରୁ ସାମନ୍ତରାପୁର ସମେତ ମାଉସୀ ମା’ ମନ୍ଦିର ନିକଟରୁ ଶ୍ରୀଲିଙ୍ଗରାଜ ମନ୍ଦିରକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାର ତର୍ଜମା କରାଯାଉଛି। ଅଳ୍ପ ବ୍ୟୟବରାଦ କରାଯାଇ ଉପଯୁକ୍ତ କ୍ଷତିପୂରଣ ଓ ଥଇଥାନ କରାଯିବ।  ପାର୍ଶ୍ୱ ଦେବପୀଠ ବିକାଶ ଓ ସଂଯୋଗୀକରଣ ଦାବି ଶ୍ରୀ ଲିଙ୍ଗରାଜଙ୍କ ଶ୍ୱଶୁରାଳୟ ତଥା କେଦାର ଗୌରୀ ମନ୍ଦିର, କୋଟି ତୀର୍ଥେଶ୍ୱର, ସ୍ବର୍ଣ୍ଣ ଜଳେଶ୍ୱର, ସୁବର୍ଣ୍ଣ ଜଳେଶ୍ୱର, ଚମ୍ପକେଶ୍ୱର, ମୁକ୍ତେଶ୍ୱର ଆଦି ମନ୍ଦିରକୁ ସାମିଲ କରାଯାଇଥିଲେ ମଧ୍ୟ ଏହା ନିକଟରୁ ଅବୈଧ ନିର୍ମାଣ ହଟାଯିବା ନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଏପର୍ଯ୍ୟନ୍ତ ମାପଚୁପ ହୋଇନାହିଁ। ସେହିଭଳି କେଦାରଗୌରୀ ମନ୍ଦିର ଭିତରେ ଓ ବାହାରେ ପର୍ଯ୍ୟଟନ ବିଭାଗ କୋଟି କୋଟି ଟଙ୍କାର ଦାମୀ ପଥର ଓ ଲାଇଟ ଲଗାଯାଇଛି। କିନ୍ତୁ ଜଳବନ୍ଦୀ ସମସ୍ୟା ଦୂର ହୋଇନାହିଁ । ଶ୍ରୀଲିଙ୍ଗରାଜଙ୍କ ରୀତିନୀତି ସହ ଜଡ଼ିତ ପାର୍ଶ୍ୱ ଦେବପୀଠ ନିକଟରୁ ଅବୈଧ ନିର୍ମାଣ ହଟାଯାଇ ସୌନ୍ଦର୍ଯ୍ୟକରଣ କରିବାକୁ ଦାବି ହୋଇଛି।
ଜାଣିପାରିଲେନି, ପୋତିଦେଲେ କୀର୍ତ୍ତିରାଜି ବିକାଶ ଓ ସୌନ୍ଦର୍ଯ୍ୟକରଣ ନେଇ ସଚିବ ସ୍ତରୀୟ ଅଧିକାରୀ ଯେତେ ତତ୍ପର ହେଲେ ମଧ୍ୟ ପୂର୍ତ୍ତ ବିଭାଗ କିମ୍ବା ବିଏମ୍‌ସିର ଅଧିକାରୀମାନେ ଏହାର ଗୁରୁତ୍ୱ ଅନୁଭବ କରୁ ନ ଥିବା ଆଲୋଚନା ହେଉଛି। ପ୍ରତ୍ନତତ୍ତ୍ୱ ଏବଂ କୀର୍ତ୍ତିରାଜି ଅଭିଜ୍ଞତା ନ ଥିବା ଅଧିକାରୀଙ୍କୁ ନିୟୋଜିତ କରାଯାଉଛି। ଏକାମ୍ରେଶ୍ୱର ଓ ଦେବୀ ପାଦହରା ନିକଟରୁ ଖନନ ସମୟରେ କେତେକ କୀର୍ତ୍ତିରାଜି ଓ ମନ୍ଦିର ଭଗ୍ନାବଶେଷ ଅନ୍ୟ ସାଧାରଣ ପଥର ଭଳି ଠିକାଦାର ଫିଙ୍ଗିଦେଉଛନ୍ତି। ଅନନ୍ତ ବାସୁଦେବ ମନ୍ଦିର ପଛପଟ ଓ ନୂତନ ମାର୍କେଟ ଅଞ୍ଚଳରେ ପୋତାଯାଉଥିବା ସ୍ଥାନରେ ମନ୍ଦିର ଚୂଡ଼ା ଓ କୀର୍ତ୍ତିରାଜି ରହିଥିବା କେତେକ ଭଗ୍ନାବଶେଷ ପଡ଼ିଥିବା ଯୋଗୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri