କମୁଛି ଏନ୍ଡିଏ ଶାସିତ ରାଜ୍ୟ ସଂଖ୍ୟା: ୧୧ ମାସରେ ହାତରୁ ଗଲାଣି ୪
ନୂଆଦିଲ୍ଲୀ,୨୭।୧୧: ଧୀରେଧୀରେ ଏନ୍ଡିଏ ଶାସିତ ରାଜ୍ୟ ସଂଖ୍ୟା କମିବାରେ ଲାଗିଛି। ୨୦୧୭ରେ ଏନ୍ଡିଏ ଦେଶର ୭୨ ପ୍ରତିଶତ ଅଞ୍ଚଳରେ ଶାସନରେ ଥିବାବେଳେ ନଭେମ୍ବର ୨୦୧୯ ସୁଦ୍ଧା ଏହା ୪୧ ପ୍ରତିଶତକୁ ଖସି ଆସିଛି। ଗତ ୧୧ ମାସ ମଧ୍ୟରେ ଏନ୍ଡିଏ ହାତରୁ…
ପ୍ରେମିକା ଧୋକା ଦେବାରୁ ଆତଙ୍କବାଦୀ ହେଲେ ଯୁବକ
ଗୁଆହାଟି,୨୭।୧୧: ଆସାମର ଗୋଲପାଡାରେ ୩ ସଂଦିଗ୍ଧ ଆତଙ୍କବାଦୀଙ୍କୁ ପୋଲିସ ଗିରଫ କରିଛି। ଏମାନେ ଆସାମ ଏବଂ ଦିଲ୍ଲୀରେ ଆକ୍ରମଣର ଯୋଜନା କରୁଥିଲେ ବୋଲି ପୋଲିସ କହିଛି। ତେବେ ଏହି ୩ ଆତଙ୍କବାଦୀଙ୍କ ମଧ୍ୟରେ ୨୪ ବର୍ଷୀୟ ଲୁଇତ୍ ଜମିଲ ଲୁଇନ୍ ଅଛନ୍ତି।…
ପୁଣି ଶପଥ ନେଲେ ଫଡ୍ନବିସ ଏବଂ ଅଜିତ୍ ପାଓ୍ବାର
ନୂଆଦିଲ୍ଲୀ,୨୭।୧୧: ମହାରାଷ୍ଟ୍ରରେ ଜାରି ରହିଥିବା ରାଜନୈତିକ ଡ୍ରାମାର ଅନ୍ତ ଘଟିବା ପରେ ବୁଧବାର ବିଧାନ ଭବନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନବିସ ଏବଂ ଅଜିତ୍ ପାଓ୍ବାର ପୁଣି ଶପଥ ନେଇଛନ୍ତି। ସେମାନେ ବିଧାୟକ ଭାବେ ଶପଥ ପାଠ କରିଛନ୍ତି। ସେମାନଙ୍କ ସହିତ…
ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନବିସଙ୍କ ଇସ୍ତଫା ପରେ ସ୍ତ୍ରୀ କହିଲେ ଏମିତି କଥା
ମୁମ୍ବାଇ,୨୭।୧୧: ଯେଉଁଭଳି ନାଟକୀୟ ଢଙ୍ଗରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ସେହିଭଳି ସୁପ୍ରିମକୋର୍ଟଙ୍କ ଆସ୍ଥା ଭୋଟ ନିର୍ଦ୍ଦେଶ ପରେ ଦେବେନ୍ଦ୍ର ଫଡ୍ନଭିସ୍ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏବେ ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ଶିବସେନା-ଏନସିପି ଓ କଂଗ୍ରେସ ସରକାର…
ଉତ୍ତେଜନାପୂର୍ଣ୍ଣ ବାତାବରଣରେ ଚାଲିଛି ପଞ୍ଚାୟତ ଉପନିର୍ବାଚନ
ଆରଡ଼ି,୨୭।୧୧(ଡି.ଏନ୍.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ତେନ୍ତୁଲିଡିହ ପଞ୍ଚାୟତରେ ଉପନିର୍ବାଚନ ବୁଧବାର ଅନୁଷ୍ଠିତ ହେଉଛି। ଏହି ନିର୍ବାଚନରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି କରିବାକୁ କିଛି ଯୁବକ ପ୍ରୟାସ କରୁଛନ୍ତି। ଥାନାଧିକାରୀ ପ୍ରଜ୍ଞା ମହାନ୍ତି ସେମାନଙ୍କୁ କଡ଼ା ଚେତାବନୀ ଦେବା ସହ…
ରାଜ୍ୟପାଳଙ୍କୁ ଭେଟିଲେ ଉଦ୍ଧବ: ଗୁରୁବାର ଶିବାଜୀ ପାର୍କରେ ଶପଥ ଗ୍ରହଣ
ମୁମ୍ବାଇ,୨୭।୧୧: ମହାରାଷ୍ଟ୍ରରେ ଜାରି ରହିଥିବା ସଙ୍କଟର ଅନ୍ତ ଘଟିଛି। ରାଜ୍ୟରେ ସରକାର ଗଠନ ପାଇଁ ଶିବସେନା-ଏନ୍ସିପି-କଂଗ୍ରେସ ଅଣ୍ଟା ଭିଡ଼ିଛନ୍ତି। ବୁଧବାର ମେଣ୍ଟର ନେତା ଶିବସେନା ମୁଖ୍ୟ ଉଦ୍ଧବ ଠାକ୍ରେ ରାଜ୍ୟପାଳ ଭଗତ ସିଂ କୋଶିୟାରୀଙ୍କୁ ରାଜଭବନରେ ଭେଟିଛନ୍ତି। ଦୁହିଁଙ୍କ ମଧ୍ୟରେ ୪୫…
ଗଞ୍ଜାମ ବସ୍ ବନ୍ଦ: ୫ ରୁ୍ଟ୍ରେ ଯାତ୍ରୀଙ୍କ ପାଇଁ ପ୍ରଶାସନର ସ୍ବତନ୍ତ୍ର ବସ୍
ବ୍ରହ୍ମପୁର ଅଫିସ, ୨୭।୧୧-ହଲଦିଆପଦର ବସଷ୍ଟାଣ୍ଡରୁ ଘରୋଇ ବସ୍ ଚଳାଚଳ ନେଇ ବିଡିଏର ନୋଟିସକୁ ବିରୋଧ କରି ବସ୍ ମାଲିକ ସଂଘ ବନ୍ଦ ଡାକରା ଦେଇଥିବାବେଳେ ପ୍ରଶାସନ ଏହାର ମୁକାବିଲା ତଥା ଯାତ୍ରୀଙ୍କ ସୁବିଧା ପାଇଁ ସୱତନ୍ତ୍ର ବସ୍ର ବ୍ୟବସ୍ଥା କରିଛି। ହଲାଦିଅପଦରରୁ…
ସମିତି ସଭ୍ୟ ଉପନିର୍ବାଚନ: ଶାନ୍ତିପୂର୍ଣ୍ଣ ଭାବରେ ମତଦାନ ଆରମ୍ଭ
ତୁଣ୍ଡଲା,୨୭।୧୧(ଡି.ଏନ.ଏ):କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ସିର୍ଜାପାଲି ଗ୍ରାମ ପଞ୍ଚାୟତରେ ବୁଧବାର ସମିତି ସଭ୍ୟ ଉପନିର୍ବାଚନ ମତଦାନ ଆରମ୍ଭ ହୋଇଯାଇଛି। ଏଥିରେ ପଞ୍ଚାୟତର ଦିଗଶିରା, ସିର୍ଜାପାଲି, ବାଦିପଡାଠାରେ ୯ଟି ୱାର୍ଡରେ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଦିଗସିରାରେ ୪ଟି ୱାର୍ଡ ପାଇଁ ୪ଟି…
ମୁମ୍ବାଇ ଭିଓ୍ବଣ୍ଡିରେ ଶିଳ୍ପ କେନ୍ଦ୍ର ଭଙ୍ଗା ଯୋଜନା: ୨୦ ଲକ୍ଷରୁ ଅଧିକ ବେରୋଜଗାର ହେବା ଆଶଙ୍କା
ମୁମ୍ବାଇ,୨୭।୧୧: ମୁମ୍ବାଇ ଭିଓ୍ବାଣ୍ଡି ଅଞ୍ଚଳରେ ଥିବା ବିଭିନ୍ନ ଶିଳ୍ପ କେନ୍ଦ୍ରକୁ ଭଙ୍ଗାଯିବା ପାଇଁ ସରକାର ଯୋଜନା କରିଛନ୍ତି। ଏହା ଦ୍ୱାରା ୨୦ ଲକ୍ଷରୁ ଅଧିକ ଲୋକ ବେରୋଜଗାର ହେବାର ଆଶଙ୍କା ଦେଖାଦେଇଛି। ଏଠାରେ ୬୨ଟି ଗାଁର ପ୍ରାୟ ୧୪ କୋଟି ବର୍ଗଫୁଟ…
ଦ୍ୱିତୀୟ ଦିନରେ ଘରୋଇ ବସ ମାଲିକ ସଂଘର ବନ୍ଦ ପାଳନ: ହନ୍ତସନ୍ତ ଯାତ୍ରୀ
ବ୍ରହ୍ମପୁର ଅଫିସ,୨୭।୧୧-ହଲାଦିଆପଦରରୁ ଘରୋଇବସ ଚଳାଚଳ ନେଇ ବିଡିଏର ନୋଟିସକୁ ବିରୋଧ କରି ଗଞ୍ଜାମ ଜିଲା ଘରୋଇ ବସ ମାଲିକ ସଂଘର ବନ୍ଦ ଡାକରା ବୁଧବାର ଦିତୀୟ ଦିନରେ ପହଞ୍ଚିଛି। ବସ୍ ବନ୍ଦ ଯୋଗୁ ଯାତ୍ରୀମାନଙ୍କୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ…
ଶେଷରେ ଘରକୁ ବାହୁଡିଲେ ଅଜିତ ପାଓ୍ବାର, କୋଳାଗ୍ରତ କଲେ ସୁପ୍ରିୟା
ମୁମ୍ବାଇ,୨୭।୧୧: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଏନସିପି ନେତା ଅଜିତ ପାଓ୍ବାର ମଙ୍ଗଳବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ବୁଧବାର ମହାରାଷ୍ଟ୍ର ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେଉଥିବା ବେଳେ ସବୁ ବିଧାୟକ ଗୃହରେ ପହଞ୍ଚିଛନ୍ତି। ଏନସିପି ସୁପ୍ରିମୋ ଶରଦ…
କାଟ୍ରୋସାଟ୍-୩ର ସଫଳ ଉତ୍କ୍ଷେପଣ: ମହାକାଶରୁ ସୀମା ଉପରେ ରଖିବ କଡ଼ା ନଜର
ଶ୍ରୀହରିକୋଟା,୨୭।୧୧: ଭାରତ ପୁଣି ରଚିଛି ଇତିହାସ। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାଠାରେ ଥିବା ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ଇସ୍ରୋ ଦ୍ୱାରା ବୁଧବାର ପୂର୍ବାହ୍ନ ୯ଟା ୨୮ରେ କାଟ୍ରୋସାଟ୍-୩ର ଉତ୍କ୍ଷେପଣ କରାଯାଇଛି। ଏହା ସହିତ ଆମେରିକାର ୧୩ଟି ବ୍ୟବସାୟିକ ଉପଗ୍ରହ ମଧ୍ୟ ଉତ୍କ୍ଷେପଣ ହୋଇଛି।…
Archives


