ପୂର୍ବତନ ପାଟଣା ବିଧାୟକ ଗୌରହରୀଙ୍କ ଦେହାନ୍ତ

ପାଟଣା,୨୩/୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଗୌରହରୀ ନାଏକଙ୍କ ପରଲୋକ ଘଟିଛି। ବୁଧବାର ରାତିରେ ସାହାରପଡା ବ୍ଲକ ହଲଦୀବଟା ଗାଁରେ ଥିବା ବାସଭବନରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ହୋଇଥିଲା। ସେ ଦୀର୍ଘ ଦିନ ଧରି ସ୍ନାୟୁ ରୋଗରେ ପୀଡିତ ଥିଲେ। ତାଙ୍କ ମୃତ୍ୟୁକୁ ନେଇ ପରିବାର ଓ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ଖେଳିଯାଇଛି। ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ଗୌରହରିଙ୍କ ପୁଅ କ୍ଷିତିଶ ନାଏକ ଓ ଝିଅ ସୁସ୍ମିତା ନାଏକ ଉପସ୍ଥିତ ଥିଲେ। ଗୁରୁବାର ସକାଳେ ଶେଷ ଦର୍ଶନ ପାଇଁ ତାଙ୍କ ବାସଭବନରେ ସଦରବିଧାୟକ ମୋହନ ଚରଣ ମାଝୀ, ଜିଲା ଭାଜପା ସଭାପତି ସବୁଜ ମହାନ୍ତ ବର୍ମା, ପୂର୍ବତନ କେନ୍ଦୁଝର ଏମ୍‌ପି ଅନନ୍ତ ଚରଣ ନାୟକ, ଅଖିଳ ଚନ୍ଦ୍ର ନାଏକ, ପୂର୍ବତନ ବିଧାୟକ ହୃଷିକେଶ ନାଏକ, ପୂର୍ବତନ ଜିଲା ପରିଷଦ ଅଧ୍ୟାକ୍ଷା ମମିତା ନାଏକ, ପୂର୍ବତନ ସାହାପଡା ବ୍ଲକ ଅଧକ୍ଷ ଗୌତମ ନାଏକ ପ୍ରମୁଖ ଯୋଗଦେଇ ଗୌରହରୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିବା ସହ ଭାଜପା ଦଳୀୟ ପତାକା ପ୍ରଦାନ କରିଥିଲେ। ଗୌରହରୀଙ୍କ ବିୟୋଗରେ ସଦର ବିଧାୟକ ମୋହନ ଚରଣ ମାଝୀ ଦଳ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି। ଗାଁ ନିକଟ ଶ୍ମଶାନରେ ଆଜି ଗୌରହରୀଙ୍କ ଅନ୍ତେଷ୍ଟିକ୍ରିୟା ସମ୍ପନ୍ନ ହେବ। ସୂଚନାଯୋଗ୍ୟ, ସେ ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ୨ଥର ଭାଜପା ଟିକଟରେ ପାଟଣା ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ। ତେବେ ବିଧାୟକ ହେବା ପୂର୍ବରୁ ସେ ବାୟୁସେନାରୁ ଅବସର ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ପାକିସ୍ତାନ ଫାଇନାଲରେ ମୁହାଁମୁହିଁ ହେବେ କି? ଜାଣନ୍ତୁ ଦୁଇ ଦେଶ ମଧ୍ୟରେ ମ୍ୟାଚ କେବେ ଅନୁଷ୍ଠିତ ହେବ

ନୂଆଦିଲ୍ଲୀ,୨୧।୯: କ୍ରିକେଟରେ ଯେତେବେଳେ ଭାରତ ଓ ପାକିସ୍ତାନ ଦଳ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଉତ୍ସାହ ଚରମ ସୀମାରେ ପହଞ୍ଚିଯାଏ। ବର୍ତ୍ତମାନ ସମୟରେ ଏହି ଦୁଇ ଦେଶ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ, ଏମ୍‌ଏମ୍‌ଡିଆର୍‌ ବିଲ୍‌ ପ୍ରତ୍ୟାହାର ପ୍ରସ୍ତାବ ନେଇ ଲୋଡ଼ିଲେ..

ଭୁବନେଶ୍ୱର,୨୧ା୯(ରବିନାରାୟଣ ଜେନା): ଖଣି, ଖଣିଜ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ ଆଇନ (ଏମ୍‌ଏମ୍‌ଡିଆର୍‌) ଆକ୍ଟ ପ୍ରତ୍ୟାହାର ଲାଗି ଗୃହରେ ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ ପାରିତ କରିବା ଲାଗି…

ଦେହ ବ୍ୟବସାୟରୁ ବର୍ତ୍ତିବା ପାଇଁ କରାଯାଏ ବାଲ୍ୟ ନିର୍ବନ୍ଧ

ଓ୍ବାଡିଆ,୨୧ା୯: ବାଲ୍ୟ ନିର୍ବନ୍ଧ ନା ଦେହ ବ୍ୟବସାୟ। ଗାଁର ବାଳିକାମାନଙ୍କୁ ଏଭଳି ଏକ କଠିନ ପସନ୍ଦର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଯେଉଁଠାରେ ଏହି ଅପମାନଜନକ ନାମକରଣ କୌଣସି…

ସ୍ମୃତିଶକ୍ତି ହ୍ରାସର ୬ ବର୍ଷ ପୂର୍ବରୁ ସୂଚନା ଦେବ ସାଧାରଣ ରକ୍ତ ପରୀକ୍ଷା

ୱାଶିଂଟନ,୨୧ା୯: ମାନସିକ ସ୍ମୃତିଶକ୍ତି ହ୍ରାସ ପାଇବା କିମ୍ବା ଆଲଜାଇମର୍ସ ରୋଗର ଲକ୍ଷଣ ପ୍ରକାଶ ପାଇବାର ବହୁ ବର୍ଷ କିମ୍ବା ଦଶନ୍ଧି ପୂର୍ବରୁ ମାନବ ଶରୀରରେ ଏହାର ଜୈବିକ…

ଆଜି ବିଶ୍ୱ ଆଲ୍‌ଜିମର୍ସ ଦିବସ: ଏହି ରୋଗ ହେଲେ ରୋଗୀର…

ଆମେ ସମ୍ମୁଖୀନ ହେଉଥିବା ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟରୁ ‘ଆଲ୍‌ଜିମର୍ସ’ ଅନ୍ୟତମ। ଉକ୍ତ ରୋଗରେ ସ୍ମରଣ ଶକ୍ତି ଲୋପ ପାଇଯିବା ହେଉଛି ପ୍ରଧାନ ଲକ୍ଷଣ। ଏହି ରୋଗ…

ଉତ୍ତର ପ୍ରଦେଶର ଆମରୋହାରୁ ନିର୍ବାଚନ ଲଢ଼ିବେ କ୍ରିକେଟର ମହମ୍ମଦ ସାମି? ଭାଇରାଲ ହେଉଛି…

ନୂଆଦିଲ୍ଲୀ,୨୧।୯: ଭାରତୀୟ କ୍ରିକେଟ ଦଳକୁ ପ୍ରତ୍ୟାବର୍ତ୍ତନ ପାଇଁ ଉଦ୍ୟମ କରୁଥିବା ଦ୍ରୁତ ବୋଲର ମହମ୍ମଦ ସାମି ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ତେବେ ଏଥର ଏହି ଚର୍ଚ୍ଚା…

ବୁମରାଙ୍କୁ ନେଇ BCCI ସହ ଅଗରକରଙ୍କ ମଧ୍ୟରେ ମତଭେଦ; ଗାଏକୱାଡ଼ଙ୍କୁ ନେଇ ମଧ୍ୟ ବିବାଦ

ନୂଆଦିଲ୍ଲୀ,୨୧।୯: ଅଜିତ ଅଗରକରଙ୍କୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ରୋହିତ ଶର୍ମାଙ୍କ ପ୍ରସଙ୍ଗରେ ବିସିସିଆଇ (BCCI)ର ବରିଷ୍ଠ ଅଧିକାରୀ ଏବଂ ଭିଭିଏସ ଲକ୍ଷ୍ମଣଙ୍କ ସହ ମତଭେଦକୁ…

ଧାନ ଫସଲରେ ବ୍ୟାପୁଛି ନଳିପୋକ, ଚକଡ଼ା ରୋଗ, ଚିନ୍ତାରେ ଚାଷୀ

ବରଗଡ଼,୨୧।୯(ପ୍ରେମାନନ୍ଦ ଖମାରୀ): ବର୍ଷା କମିଛି। ଗୁଳୁଗୁଳି ଆରମ୍ଭ ହୋଇଛି। ଏଭଳି ସ୍ଥିତିରେ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଧାନ ଫସଲରେ ନଲିପୋକ (ପତ୍ରପୋଡ଼ା), ଚକଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?