Home

ମହାରାଷ୍ଟ୍ରରେ କୃଷିଋଣ ସମ୍ପୂର୍ଣ୍ଣ ଛାଡ଼ ହେବ

ପୁଣେ,୨୬ା୧୨(ଏଏଫ୍‌ପି): ମହାରାଷ୍ଟ୍ରରେ ଚାଷୀଙ୍କ କୃଷିଋଣ ସମ୍ପୂର୍ଣ୍ଣ ଛାଡ଼ ହେବ ବୋଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ବୁଧବାର ପ୍ରତିଶ୍ରୁତି ଦେଇଛନ୍ତି। ୨୦୧୫ ଏପ୍ରିଲ ୧ରୁ ୨୦୧୯ ମାର୍ଚ୍ଚ ୩୧ ମଧ୍ୟରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବଳ୍ପ ମିଆଦୀ କୃଷିଋଣ ଛାଡ଼ କରିବ…

‘ଚାଇନାର ବନ୍ଧୁକ ଶକ୍ତି ସହ ସତ୍ୟର ଲଢ଼େଇ ଜାରି ରହିବ’

ଗୟା,୨୬ା୧୨(ଏଏଫ୍‌ପି): ତିବ୍ବତ୍‌ର ବୌଦ୍ଧ ଧର୍ମାବଲମ୍ବୀମାନେ ସତ୍ୟର ଶକ୍ତି ବଳରେ ଚାଇନାର ବନ୍ଧୁକ ଶକ୍ତି ସହ ଲଢ଼େଇ ଜାରି ରଖିତ୍ବା ଲାଗି ପ୍ରତିବଦ୍ଧ ବୋଲି ଧର୍ମଗୁରୁ ଦଲାଇଲାମା କହିଛନ୍ତି। ବିହାରର ବୋଧଗୟାଠାରେ ଥିବା ମହାବୋଧି ମନ୍ଦିରରେ ଉଦ୍‌ବୋଧନ ଦେଇ ତିବ୍ବତୀୟ ଧର୍ମଗୁରୁ କହିଥିଲେ,ଚାଇନାରେ…

ବଅଁରପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅଜବ ବ୍ୟବସ୍ଥା: ଚିକିତ୍ସା ଗୃହରେ ହେଉଛି ସଭା ସମିତି

ବଅଁରପାଳ, ୨୬।୧୨ (ଡି.ଏନ୍‌.ଏ.) – ଅନୁଗୋଳ ଜିଲା ବଅଁରପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ନାନା ଅବ୍ୟବସ୍ଥା ମଧ୍ୟରେ ଚାଲିଛି ଚିକିତ୍ସା। ଡାକ୍ତରଖାନାର ପୁରୁଣା ଘରଗୁଡ଼ିକ ଶୋଚନୀୟ ଅବସ୍ଥାରେ ଥିବାରୁ କାର୍ଯ୍ୟାଳୟ ଗୃହରେ ବର୍ଷା ଦିନେ ପାଣି ଗଳୁଛି। ସେହିପରି ଆବଶ୍ୟକ ଡାକ୍ତର ଓ…

ଜେଜେପିରେ ବିଦ୍ରୋହ: ଉପାଧ୍ୟକ୍ଷ ପଦରୁ ରାମକୁମାରଙ୍କ ଇସ୍ତଫା

ଚଣ୍ଡିଗଡ଼,୨୬ା୧୨(ପି.ଟି.): ଦୁଷ୍ୟନ୍ତ ଚୌତାଲାଙ୍କ ଜନନାୟକ ଜନତା ପାର୍ଟି (ଜେଜେପି)ରେ ବିଦ୍ରୋହ ଦେଖାଦେଇଛି। ଦଳର ଉପାଧ୍ୟକ୍ଷ ପଦରୁ ବିଧାୟକ ରାମକୁମାର ଗୌତମ ବୁଧବାର ଇସ୍ତଫା ଦେଇଛନ୍ତି। ଦଳର କାର୍ଯ୍ୟକୁ ନେଇ ସେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଦଳୀୟ ବିଧାୟକମାନଙ୍କ ସମର୍ଥନରେ ଦୁଷ୍ୟନ୍ତ ଉପମୁଖ୍ୟମନ୍ତ୍ରୀ…

ବଡ଼ଦିନରେ ଜମିଲା ବଣଭୋଜି: ନାଚ, ଗୀତରେ ସପ୍ତଶଯ୍ୟା ଉତ୍ସବମୁଖର

ଢେଙ୍କାନାଳ ଅଫିସ,୨୬ା୧୨ – ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଢେଙ୍କାନାଳର ପର୍ଯ୍ୟଟନସ୍ଥଳୀ ସବୁଜିମାମୟ ସପ୍ତଶଯ୍ୟାରେ ବୁଧବାର ବଡ଼ଦିନ ଅବସରରେ ବଣଭୋଜି ବେଶ୍‌ ଜମିଥିଲା। ଚଳିତବର୍ଷ ବହୁ ସଂଖ୍ୟକ ପର୍ଯ୍ୟଟକ ସପ୍ତଶଯ୍ୟାରେ ଭିଡ଼ ଜମାଇଥିଲେ। ବଣଭୋଜି ସାଙ୍ଗକୁ ସେମାନଙ୍କ ନାଚ, ଗୀତରେ ସପ୍ତଶଯ୍ୟାର ପରିବେଶ…

ଓଡ଼ିଆ ସାହିତ୍ୟର ପ୍ରସାରରେ ଇଣ୍ଟରନେଟ୍‌ ବାଧକ

ବ୍ରହ୍ମପୁର ଅଫିସ,୨୬ା୧୨- ଗଞ୍ଜାମ ଜିଲା ଲେଖକ ସାମ୍ମୁଖ୍ୟର ସପ୍ତଦଶତମ ସ୍ବନକ୍ଷତ୍ର ସମାରୋହ ବୁଧବାର ବ୍ରହ୍ମପୁର ଉତ୍କଳ ଆଶ୍ରମ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବର୍ତ୍ତମାନର ଡିଜିଟାଲ ଓ ଇଣ୍ଟରନେଟ ବ୍ୟବସ୍ଥାରେ ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାରରେ ବାଧକ ସାଜିଥିବା ଦର୍ଶାଇ…

ଚିଲିକା ଉତ୍ତରନାଶୀରେ ପକ୍ଷୀ ସୁରକ୍ଷା ଢିଲା

କଣାସ, ୨୬ା୧୨(ସ୍ବ.ପ୍ର.): ଶୀତ ପଡିଲେ ବିଦେଶାଗତ ପକ୍ଷୀଙ୍କ କଳରାବରେ ମୁଖରିତ ହୋଇଉଠେ ଚିଲିକା। କିନ୍ତୁ ନଳବଣରେ ଖାଦ୍ୟ ଅଭାବ ଯୋଗୁ ପକ୍ଷୀମାନେ ଉତ୍ତରନାଶୀ ଦୟା ଓ ମକରା ନଦୀର ମୁହାଣ ଆଡ଼କୁ ମୁହାଁଉଛନ୍ତି।ସେଠାରେ ବନ ବିଭାଗ ପକ୍ଷରୁ ପକ୍ଷୀ ସୁରକ୍ଷା ପାଇଁ…

ଏସ୍‌ସିବି ମେଡିକାଲ ଆଉଟଡୋର କୋଠା ମରାମତି: ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଦୁର୍ନୀତି

କଟକ ଅଫିସ, ୨୬ା୧୨: ଏସ୍‌ସିବି ମେଡିକାଲରେ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଦୁର୍ନୀତି ଅଭିଯୋଗ ହୋଇଥିବାବେଳେ ଏହାର ତଦନ୍ତ ଦାବିରେ ୧ହଜାର ଲୋକଙ୍କ ଦସ୍ତଖତ ସମ୍ବଳିତ ପତ୍ର ଭିଜିଲାନ୍ସ ବିଭାଗକୁ ଦିଆଯାଇଥିଲା। ଇତିମଧ୍ୟରେ ୩ବର୍ଷ ବିତିଗଲାଣି। ମାତ୍ର କାର୍ଯ୍ୟାନୁଷ୍ଠାନ ତ ଦୂରର…

ତଡ଼ପ ଲାଗିହୋଇ ରହିଲେ ସାକ୍ଷୀଗୋପାଳ

ସାକ୍ଷୀଗୋପାଳ,୨୬ା୧୨(ଡି.ଏନ୍‌.ଏ.): ସୂର୍ଯ୍ୟୋପରାଗ ପାଇଁ ବୁଧବାର ସାକ୍ଷୀଗୋପାଳ ମନ୍ଦିରରେ ସଅଳ ଦେବନୀତି ସମ୍ପନ୍ନ କରାଯାଇଛି। ସନ୍ଧ୍ୟା ସୁଧା ବଡସିଂହାର ଧୂପ ସମାପନ କରାଯିବା ପରେ ଠାକୁରଙ୍କୁ ଗ୍ରହଣ ବେଶ କରାଯାଇଥିଲା। ଧଳା ଧୋତି ଓ ଉତ୍ତରୀୟ ପରିଧାନ କରି ଠାକୁରଙ୍କ ତଡ଼ପ ଲାଗି…

ତ୍ରୟୋଦଶ ଚଉଷଠି ଯୋଗିନୀ ମହୋତ୍ସବ ଉଦ୍‌ଯାପିତ: ପଦ୍ମଶ୍ରୀ ଅରୁଣା ମହାନ୍ତିଙ୍କୁ ନୃତ୍ୟ ପ୍ରତିଭା ସମ୍ମାନ

ବାଳକାଟୀ,୨୬ା୧୨(ଡି.ଏନ୍‌.ଏ.): ବାଲିଅନ୍ତା ବ୍ଲକ ଅନ୍ତର୍ଗତ ହୀରାପୁରସ୍ଥିତ ତନ୍ତ୍ରପୀଠ ଚଉଷଠି ଯୋଗିନୀଙ୍କ ପୀଠରେ ଆୟୋଜିତ ତ୍ରୟୋଦଶ ଅନ୍ତର୍ଜାତୀୟ ଯୋଗିନୀ ମହୋତ୍ସବ ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି। ଭୁବନେଶ୍ୱରର ନୃତ୍ୟ ପ୍ରତିଭା ଅନୁଷ୍ଠାନ ଓ ବାଲିଅନ୍ତା ପଞ୍ଚାୟତ ସମିତି ଆନୁକୂଲ୍ୟରେ ଆୟୋଜିତ ଏହି ମହୋତ୍ସବର ମୁଖ୍ୟଅତିଥି…

ଶ୍ରୀମନ୍ଦିର ପାଇଁ ଜରୁରିକାଳୀନ ପାଣ୍ଠିରୁ ୩୦୦କୋଟି ଖର୍ଚ୍ଚ

ଭୁବନେଶ୍ୱର,୨୬ା୧୨(ବ୍ୟୁରୋ): ରାଜ୍ୟ ସରକାର ପୁରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ୭୫ମିଟର ପର୍ଯ୍ୟନ୍ତ ନିର୍ମାଣ ଉଚ୍ଛେଦ କରି ଆକର୍ଷଣୀୟ ଢଙ୍ଗରେ ଐତିହ୍ୟ ସୁରକ୍ଷାବଳୟ ତିଆରି କରୁଛନ୍ତି। ଏହି କାର୍ଯ୍ୟ ପ୍ରାୟ ୭୦ ପ୍ରତିଶତ ସରିବାକୁ ବସିଥିବାବେଳେ ସରକାର ଓଡ଼ିଶା ଜରୁରିକାଳୀନ ପାଣ୍ଠି(ଓସିଏଫ୍‌)ରୁ ୩୦୦ କୋଟି…

ଏନ୍‌ପିଆର୍‌ ବିରୋଧରେ କେସିଆର୍‌

ନୂଆଦିଲ୍ଲୀ/ ହାଇଦ୍ରାବାଦ, ୨୬ା୧୨(ଆଇଏଏନ୍‌ଏସ୍‌): ସିଏଏ ଏବଂ ଏନ୍‌ଆର୍‌ସି ପରେ ଏବେ ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍‌ପିଆର୍‌)କୁ ନେଇ ରାଜନୀତି ଜୋର୍‌ ଧରିବା ଆରମ୍ଭ କରିଛି। ଏନ୍‌ପିଆର୍‌ ଏବଂ ଏନ୍‌ଆର୍‌ସି ପ୍ରସଙ୍ଗରେ ସମସ୍ତ ସମଭାବାପନ୍ନ ଦଳଗୁଡ଼ିକୁ ଏକାଠି କରିବା ଲାଗି ତେଲଙ୍ଗାନା ମୁଖ୍ୟମନ୍ତ୍ରୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri