Home

ସେହ୍ବାଗଙ୍କ କେଶଠାରୁ ମୋ ପାଖରେ ଅଧିକ ଟଙ୍କା ଅଛି

ପାକିସ୍ତାନର ପୂର୍ବତନ କ୍ରିକେଟର ସୋଏବ ଅଖତର ଏବଂ ଭାରତୀୟ ଦଳର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବିରେନ୍ଦ୍ର ସେହ୍ବାଗଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ସୀମା ଟପିଛି। ସୋଏବ ବ୍ୟବସାୟ ପାଇଁ ଭାରତୀୟ ଦଳକୁ ସମର୍ଥନ କରୁଛନ୍ତି ବୋଲି ସେହ୍ବାଗ କହିବାର ଗୋଟିଏ ଦିନ ପରେ ପ୍ରତିକ୍ରିୟା…

ଜଙ୍ଗଲରେ ଯୁବତୀଙ୍କ ମୃତଦେହ ପଡ଼ିବା ଘଟଣା: ଘଟଣାସ୍ଥଳରେ ପହଞ୍ଚିଲା ପୋଲିସ

ମାଧପୁର,୨୩।୧(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକର ମାନଯୋର ଜଳସେଚନ ଉପରମୁଣ୍ଡ ଜଙ୍ଗଲରେ ଜଣେ ଯୁବତୀଙ୍କ ଗଳିତ ମୃତଦେହ ପଡ଼ିଥିବା ଖବର ବୁଧବାର ‘ଧରିତ୍ରୀ’ରେ ପ୍ରକାଶ ପାଇଥିଲା। ପରେ ଗୁରୁବାର ଆଠମଲ୍ଲିକ ପୋଲିସ ଘଟଣାସ୍ଥଳକୁ ଆସି ବହୁତ ଖୋଜାଖୋଜି ପରେ ମୃତଦେହର ସନ୍ଧାନ…

କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ଲକ୍ଷ ଲକ୍ଷ ପଦବୀ ଖାଲି

ନୂଆଦିଲ୍ଲୀ,୨୩।୧: ଦେଶରେ ବେକାରଙ୍କ ସଂଖ୍ୟା ଦିନ କୁ ଦିନ ବଢ଼ି ଚାଲିଛି। ଚାକିରି ପାଇଁ ଆଶାୟୀଙ୍କ ମଧ୍ୟରେ ହାହାକାର ଦେଖାଦେଇଛି। ତେବେ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ୬ ଲକ୍ଷ ୮୫ ହଜାର ଚାକିରି ଖାଲି ପଡ଼ିଛି। ଏନେଇ କେନ୍ଦ୍ର ସରକାରଙ୍କ…

ଗ୍ୟାସ୍‌ ଚୁଲାରୁ ନିଆଁ ଲାଗି ମହିଳା ଗୁରୁତର

ରାୟଗଡ଼ା ଅଫିସ,୨୩।୧: ରାୟଗଡ଼ା ଥେରୁବାଲି ଝୁପୁଡ଼ି ସାହିର ପରଦେଶୀ ନନ୍ଦଙ୍କ ସ୍ତ୍ରୀ ଲଳିତା ଲଳିତା ଗୁରୁବାର ସକାଳେ ରୋଷେଇ କରିବା ସମୟରେ ଗ୍ୟାସ ଚୁଲାର ପାଇପ ଅଲଗା ହୋଇଯାଇଥିଲା। ସେଥିରୁ ନିଆଁ ବାହାରି ଲଳିତାଙ୍କ ଶରୀରର ଅର୍ଦ୍ଧାଧିକ ଅଂଶ ପୋଡ଼ିଯାଇଛି। ପରିବାର…

ସାଧାରଣତନ୍ତ୍ର ଦିବସ ପାଇଁ ଫୁଲ୍‌ ଡ୍ରେସ୍‌ ରିହର୍ସାଲ

ନୂଆଦିଲ୍ଲୀ,୨୩।୧:ରାଜଧାନୀ ଦିଲ୍ଲୀର ରାଜପଥରେ ସାଧାରଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଗୁରୁବାର ଏଠାରେ ଫୁଲ୍‌ ଡ୍ରେସ୍‌ ରିହର୍ସାଲ କରାଯାଇଛି। ଏଥିପାଇଁ ଦିଲ୍ଲୀର କେତେଗୁଡିଏ ରାସ୍ତାକୁ ଯାତାୟତ ପାଇଁ ବନ୍ଦ କରି ଦିଆଯାଇଛି। ଟ୍ରାଫିକ ପୋଲିସ ପକ୍ଷରୁ ଯେଉଁସବୁ ରାସ୍ତା ବନ୍ଦ…

ପୋଖରୀରେ ପଶିଲା ଟ୍ରକ୍‌, ଡ୍ରାଇଭରଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି

ଭଣ୍ଡାରିପୋଖରୀ,୨୩।୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ୧୬ନଂ ଜାତୀୟ ରାଜପଥ ତୋରତ ନିକଟରେ ଗୁରୁବାର ପୂର୍ବାହ୍ନରେ ଏକ ଆଇରନ୍‌ ବୋଝେଇ ଟ୍ରକ୍‌ ପୋଖରୀରେ ପଶିଯାଇଛି। ଟ୍ରକ୍‌ଟି କଟକ ପଟୁ ଆସୁଥିବା ବେଳେ ଏକାଧିକ ଗାଡ଼ିକୁ ଧକ୍କା ଦେଇ ପୋଖରୀରେ ପଶିଯାଇଛି। ଫଳରେ…

୫୪ଟି କଷ୍ଟ୍ୟୁମ ପରେ…

ପ୍ରଯୋଜକ ୟଶ ଚୋପ୍ରା। ତାଙ୍କ ପ୍ରଯୋଜିତ ‘ଦିଲ୍‌ ତୋ ପାଗଲ ହେ’ ସୁପରହିଟ୍‌ ହୋଇଥିଲା। କେବଳ ଶାହରୁଖ, ଅକ୍ଷୟ କୁମାର, କରିସ୍ମା କପୁର ଏବଂ ମାଧୁରୀ ଦୀକ୍ଷିତଙ୍କ ବଳିଷ୍ଠ ଅଭିନୟ ନୁହେଁ, ଉତ୍ତମ ସିଂଙ୍କ ସ୍ବର ସଂଯୋଜିତ ଗୀତଗୁଡିକ ମଧ୍ୟ ଦର୍ଶକାଦୃତ…

କଙ୍ଗନାଙ୍କୁ ଧନ୍ୟବାଦ ଦେଲେ ଆଶା ଦେବୀ

ନୂଆଦିଲ୍ଲୀ,୨୩।୧: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାନାଓ୍ବତଙ୍କୁ ନିର୍ଭୟାଙ୍କ ମା’ ଆଶା ଦେବୀ ଧନ୍ୟବାଦ ଜଣାଇଛନ୍ତି। ଆହୁରି ମଧ୍ୟ ସେ କଙ୍ଗନାଙ୍କୁ ସମର୍ଥନ କରନ୍ତି ବୋଲି କହିଛନ୍ତି। ସେ କହିଛନ୍ତି ମୁଁ ଜଣେ ମା’, ଦୀର୍ଘ ୭ ବର୍ଷ ହେବ ମୁଁ ନ୍ୟାୟ…

କଟକରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ୬ ଲେନ୍‌ ହେବ ରିଂ ରୋଡ୍‌, ମାର୍ଚ୍ଚରୁ ଆରମ୍ଭ ହେବ ଏସ୍‌ସିବି ନବନିର୍ମାଣ କାର୍ଯ୍ୟ

କଟକ ଅଫିସ,୨୩।୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର କଟକ ଗସ୍ତ କରି ହାଡ଼ିଆପଠାରେ ବିଭିନ୍ନ ସମୀକ୍ଷା କରିଛନ୍ତି। ଏହାପରେ ମୁଖ୍ୟମନ୍ତ୍ରୀ ଘୋଷଣା କରି କହିଛନ୍ତି, କଟକ ଚତୁଃପାର୍ଶ୍ୱ ରିଂ ରୋଡ୍‌ ୬ ଲେନ୍‌ ହେବ। କଟକ ଏସ୍‌ସିବି ମେଡିକାଲ ବିଶ୍ୱସ୍ତରୀୟ ହେବ।…

ଚୁଜି ହେଲେଣି ଆଲିୟା

ଆଲିୟା ଭଟ୍ଟଙ୍କ ଖୁସି ଏବେ କହିଲେ ନ ସରେ। କାରଣ ତାଙ୍କର ନୂଆ ସିନେମା ‘ଗାଙ୍ଗୁବାଈ କାତଆଓ୍ବାଡି’ର ପ୍ରଥମ ଲୁକ୍‌ ରିଲିଜ ହେବା ପରେ ତାହା ଭାଇରାଲ ହୋଇଛି। ଏଥିରେ ତାଙ୍କର ଗେଟ୍‌ ଅପ୍‌କୁ ବେଶ୍‌ ପ୍ରଶଂସା କରାଯାଇଛି। ଏ ସମ୍ପର୍କରେ…

ନିର୍ଭୟା ଦୋଷୀଙ୍କ ସୁରକ୍ଷା ପାଇଁ ପ୍ରତିଦିନ ଖର୍ଚ୍ଚ ହେଉଛି ୫୦ ହଜାର ଟଙ୍କା

ନୂଆଦିଲ୍ଲୀ, ୨୩।୧: ନିର୍ଭୟା ଗଣବଳାତ୍କାର ଏବଂ ହତ୍ୟା ମାମଲାରେ ୪ ଦୋଷୀଙ୍କ ସୁରକ୍ଷା ପାଇଁ ଜେଲ୍‌ ପ୍ରଶାସନ ପ୍ରତିଦିନ ୫୦ ହଜାର ଟଙ୍କା ଖର୍ଚ୍ଚ କରୁଛି। ଯେଉଁ ଦିନଠାରୁ କୋର୍ଟ ଦୋଷୀଙ୍କୁ ଫାଶୀ ଦେବା ପାଇଁ ଘୋଷଣା କରିଥିଲେ। ସେବେଠାରୁ ଜେଲ୍‌ରେ…

ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କଲେ ୬୪୪ ସନ୍ତ୍ରାସବାଦୀ

ଗୁଆହାଟୀ,୨୩।୧: ଆସାମର ପ୍ରତିଷ୍ଠିତ ୮ସଙ୍ଗଠନର ୬୪୪ ସନ୍ତ୍ରାସବାଦୀ ୧୭୭ ମାରଣାସ୍ତ୍ର ସହ ଗୁରୁବାର ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି। ପୋଲିସ ମହାନିର୍ଦ୍ଦେଶକ ଭାସ୍କର ଜ୍ୟୋତି ମହାନ୍ତ କହିଛନ୍ତି ଏହା ରାଜ୍ୟ ପାଇଁ ଓ ପୋଲିସ ପାଇଁ ଏକ ମହତ୍ୱପୂର୍ଣ୍ଣ ଦିନ। ପୋଲିସର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?