Posted inଫୁରସତ

ନିଲାମ ହେବ ଆଇନ୍‌ଷ୍ଟାଇନଙ୍କ ପିଲାଦିନର ଖେଳନା

ନ୍ୟୁୟର୍କ: ଆର୍ଲବଟ ଆଇନ୍‌ଷ୍ଟାଇନଙ୍କ ପିଲାଦିନର ପ୍ରିୟ ଖେଳନା ମୋଜାଇକ୍‌ ପର୍ଲ ଗେମ୍‌ ଆସନ୍ତା ମାସରେ ନିଲାମ ହେବ। ଏହା ୬୦ ହଜାର ଡଲାର ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୪୨.୯୨ ଲକ୍ଷ ଟଙ୍କାରେ ନିଲାମ ହେବ। ଏହି ଖେଳନାରେ ୫୨୦ଟି ରଙ୍ଗୀନ ମୋତି ଏବଂ ଛୋଟ ବଲ୍‌ ରହିଛି। ଯାହା ପାର୍ଟନ ତିଆରି କରିବାରେ ପାଞ୍ଚଟି ହୋଲ୍‌ ଫ୍ରେମ୍‌ରେ ରଖାଯାଇଛି। ବିକ୍ରେତା ବୋହ୍ନମ୍ସ ନ୍ୟୁୟର୍କରେ କହିଛନ୍ତି, ଆଇନ୍‌ଷ୍ଟାଇନଙ୍କ ଏହି ଖେଳନା ଦୁର୍ଲଭ ଅଟେ। ଏହା ଯୁବପିଢ଼ିଙ୍କ ପାଇଁ ବହୁ ଜରୁରୀ। ଏହାର ଆକାର ୭.୩ ମିଟର ଏବଂ ଚଉଡ଼ା ୧.୫ ମିଟର। ୬ ମାର୍ଚ୍ଚରେ ଏହା ବିକ୍ରି ହେବ।
ଏକ ରିପୋର୍ଟରୁ ପ୍ରକାଶ, ଏହାକୁ ଆଇନ୍‌ଷ୍ଟାଇନ୍‌ ନିଜ ପାଖରେ ଶେଷ ଜୀବନ ପର୍ଯ୍ୟନ୍ତ ରଖିଥିଲେ। ତାଙ୍କ ନିଧନ ସମୟରେ ଉପହାର ସଦୃଶ ଦିଆଯାଇଥିଲା। ପିଲାଦିନେ ଆଇନ୍‌ଷ୍ଟାଇନ ଏହି ଖେଳ ଖେଳିବାକୁ ବହୁ ପସନ୍ଦ କରୁଥିଲେ ବୋଲି ତାଙ୍କ ଭଉଣୀ ମେଜା ଏପ୍‌୍‌ସିଷ୍ଟିନ୍‌ ଏକ ସାକ୍ଷାତକାରରେ କହିଛନ୍ତି। ଏହି ଖେଳରେ ଅଧିକ ପଜଲ୍‌ ବା ପହଳିକା, ବିଲ୍ଡିଂ ବ୍ଲକ୍‌ସ ଆଦି ରହିଛି। ଏହି ଖେଳନା ଗୋଟିଏ ବର୍ଷ ସଂଗ୍ରାହାଳୟରେ ଥିଲା। ୧୯୫୫ ଏପ୍ରିଲ ୧୮ରେ ତାଙ୍କ ମୃତ୍ୟୁପରେ ଜଣେ ବନ୍ଧୁଙ୍କୁ ଉପହାର ସଦୃଶ ଦିଆଯାଇଥିଲା। ଆର୍ଲବଟ ଆଇନ୍‌ଷ୍ଟାଇନ ବିଶ୍ୱପ୍ରସିଦ୍ଧ ବୈଜ୍ଞାନିକଙ୍କ ମଧ୍ୟରୁ ଅନ୍ୟତମ। ୧୮୭୯ ମାର୍ଚ୍ଚ ୧୪ରେ ଜର୍ମାନରେ ତାଙ୍କର ଜନ୍ମ ହୋଇଥିଲା। ୧୯୧୬ରେ ଆଇନ୍‌ଷ୍ଟାଇନଙ୍କ ବହି ଜେନେରାଲ ଥିଓରୀ ଅଫ୍‌ ରିଲେଟିଭିଟିରେ ଏହା ପ୍ରକାଶ ପାଇଥିଲା। ମାତ୍ର ୨୬ ବର୍ଷ ବୟସରେ ଆଇନ୍‌ଷ୍ଟାଇନ ଏହି ବହି ଲେଖିଥିଲେ। ଏଥିପାଇଁ ତାଙ୍କୁ ୧୯୨୧ରେ ଗ୍ଲୋବାଲ ପୁରସ୍କାର ମିଳିଥିଲା। ପିଲାଦିନେ ଖେଳ ଏବଂ ସଂଗୀତରେ ଆଇନ୍‌ଷ୍ଟାଇନଙ୍କ ରୁଚି ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri