ମେଲାନିଆଙ୍କ ହାପିନେସ୍ କ୍ଲାସରେ ଯୋଗଦେବେ ନାହିଁ କେଜରିଓ୍ବାଲ-ସିସୋଡିଆ
ନୂଆଦିଲ୍ଲୀ,୨୨।୨: ଆମେରିକାର ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ମିଶି ୨ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ଏହି ସମୟରେ ମେଲାନିଆ ରାଜଧାନୀ ଦିଲ୍ଲୀର ଏକ ସରକାରୀ ସ୍କୁଲରେ ଆୟୋଜିତ ‘ହାପିନେସ୍ କ୍ଲାସ’ରେ ଯୋଗ ଦେବାର କାର୍ଯ୍ୟକ୍ରମ…
ତାଲିବାନ ସହିତ ଆମେରିକା ଶାନ୍ତିଚୁକ୍ତି: ବଢ଼ିବ ଭାରତର ସମସ୍ୟା; ପାକିସ୍ତାନ ପାଇଁ ସୁଯୋଗ
ଓ୍ବାଶିଂଟନ,୨୨।୨: ଆମେରିକା ଆଫଗାନିସ୍ତାନ ଆତଙ୍କବାଦୀ ସଂଗଠନ ତାଲିବାନ ସହିତ ଶାନ୍ତିଚୁକ୍ତିି କରିବା ଲାଗି ଯୋଜନା କରିଛି। ଫେବୃୟାରୀ ୨୯ରେ ଏହି ଚୁକ୍ତି ହେବ ବୋଲି କୁହାଯାଉଛି। ଇତିମଧ୍ୟରେ ଫେବୃୟାରୀ ୨୨ଠାରୁ ସଙ୍ଘର୍ଷ ବିରାମ ଆରମ୍ଭ ହୋଇଥିବା ଆଫଗାନିସ୍ତାନ ରାଷ୍ଟ୍ରୀୟ ସୁରକ୍ଷା ସମିତି…
ନିର୍ଭୟା ମାମଲା: ନୂଆ ଓକିଲଙ୍କୁ ଭେଟିବାକୁ ମନାକଲେ ପବନ
ନୂଆଦିଲ୍ଲୀ,୨୨।୨: ନିର୍ଭୟା ଗଣବଳାତ୍କାର ମାମଲାର ଅନ୍ୟତମ ଦୋଷୀ ପବନ ଗୁପ୍ତା ନିଜ ଆଇନ ପରାମର୍ଶଦାତା ରବି କାଜିଙ୍କୁ ଭେଟିବାକୁ ମନା କରିଦେଇଛନ୍ତି। ପୁର୍ବରୁ ଏହି ମାମଲାରେ ପବନଙ୍କ ପାଇଁ ଲଢୁଥିବା ଓକିଲ ଏପି ସିଂ ଏହା ଛାଡିଦେବା ପରେ ଏବେ କୋର୍ଟ…
ଜାତି-ଧର୍ମର ସ୍ତମ୍ଭ ପୂରଣ ନ କରିବାରୁ ସ୍କୁଲରେ ହୋଇ ପାରିଲାନି ନାମଲେଖା
ଥିରୁଭାନନ୍ଥପୁରମ,୨୨।୨: କେରଳର ଏକ ସରକାରୀ ସ୍କୁଲରେ ଜଣେ ଛାତ୍ରଙ୍କ ଅଭିଭାବକ ଫର୍ମରେ ଜାତି-ଧର୍ମର ସ୍ତମ୍ଭ ପୂରଣ ନ କରି ଥିବାରୁ ପିଲାଟିର ନାମ ଲେଖିବାକୁ ମନା କରିଦେଲେ ସ୍କୁଲ କର୍ତ୍ତୁପକ୍ଷ। ଏମିତି ଏକ ଖବର ଏବେ ଚର୍ଚ୍ଚାର ପରିସରକୁ ଆସିଛି। ଏହି…
ସାମାଜିକ ଆର୍ଥିକ ପରିବର୍ତ୍ତନ ନ୍ୟାୟ ସଙ୍ଗତ-ତର୍କପୂର୍ଣ୍ଣ ହେବା ଆବଶ୍ୟକ: ମୋଦି
ନୂଆଦିଲ୍ଲୀ, ୨୨।୨: ଦେଶର ବିକାଶ ପାଇଁ ଜାରି ରହିଥିବା ସାମାଜିକ ଆର୍ଥିକ ପରିବର୍ତ୍ତନ ନ୍ୟାୟ ସଙ୍ଗତଏବଂ ତର୍କପୂର୍ଣ୍ଣ ହେବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ସୁପ୍ରିମ୍କୋର୍ଟରେ ଅନୁଷ୍ଠିତ ହୋଇଥିବା ଅନ୍ତର୍ଜାତୀୟ ନ୍ୟାୟପାଳିକା ସମ୍ମିଳନୀରେ ଯୋଗଦେଇ ସେ ଏଭଳି ପ୍ରକାଶ…
ବିଶ୍ୱ ସ୍କାଉଟ ଦିବସ: ଚିନ୍ତା ଓ ପ୍ରତିଜ୍ଞାର ସମୟ
ବିଶ୍ୱବ୍ୟାପୀ ଫେବୃୟାରୀ ୨୨କୁ ସ୍କାଉଟ ଦିବସ ଭାବେ ପାଳନ କରାଯାଇଥାଏ। କୋଟି କୋଟି ସ୍କାଉଟ ଏହି ଦିନଟିକୁ ବିଭିନ୍ନ ସ୍ଥାନରେ ପାଳନ କରିଥାନ୍ତି। ଏହି ଦିନ ବ୍ରିଟେନର ଲ୍ୟୁଟନାଣ୍ଟ ଜେନେରାଲ ବଡେନ୍ ପାଓ୍ବେଲ ଜନ୍ମଗ୍ରହଣ କରିଥିଲେ। ଜଣେ ସେନା ଅଧିକାରୀ, ଲେଖକ…
ଡାକ୍ତରଙ୍କ ଚେୟାରରେ ବସି ଅନ୍ୟ ରୋଗୀଙ୍କୁ ଚିକିତ୍ସା କଲେ ମାନସିକ ରୋଗୀ
ଭୋପାଳ,୨୨।୨: ମଧ୍ୟପ୍ରଦେଶର ଛତରପୁରରୁ ଏକ ଆଶ୍ଚର୍ଯ୍ୟ କଲାଭଳି ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମାନସିକ ରୋଗୀ ଡାକ୍ତରଙ୍କ ଚେୟାରରେ ବସିବା ସହ କେତେଜଣ ରୋଗୀଙ୍କୁ ଚେକ୍ଅପ୍ କରି ସେମାନଙ୍କୁ ଔଷଧ ଲେଖି ଦେଇଥିବା ଜଣାପଡିଛି। ଏହି ଘଟଣା ଛତରପୁରର ଜିଲା…
କରୋନା ଭୟରେ ଆତଙ୍କିତ ଭାରତୀୟ ନାଗରିକ: ବିମାନକୁ ଏୟାରଲିଫ୍ଟ ପାଇଁ ଅନୁମତି ଦେଉନି ଚାଇନା
ବେଜିଂ,୨୨।୨: ଚାଇନାରେ କରୋନା ମହାମାରୀ ଯୋଗୁ ଇତିମଧ୍ୟରେ ମୃତ୍ୟୁ ସଂଖ୍ୟା ୨୩୪୫ରେ ପହଞ୍ଚିଛି। ସେହିପରି ୭୬ ହଜାର ୨୮୮ ଲୋକ ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ଚାଇନାରେ ଥିବା ଭାରତୀୟ ଅବସ୍ଥା ମଧ୍ୟ ଖରାପ ହେବାରେ ଲାଗିଛି। ସେମାନଙ୍କୁ ସ୍ବଦେଶ…
ଟ୍ରମ୍ପଙ୍କୁ ସ୍ବାଗତ କରିବାକୁ ପ୍ରସ୍ତୁତ ତାଜମହଲ: ପ୍ରଥମଥର ହେଉଛି ମଡ୍ ଥେରାପି
ନୂଆଦିଲ୍ଲୀ,୨୨।୨: ବିଶ୍ୱର ଶକ୍ତିଶାଳୀ ଦେଶର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ଧର୍ମପତ୍ନୀ ମେଲାନିଆ ଟ୍ରମ୍ପ ଆସନ୍ତା ୨୪ ତାରିଖରେ ପ୍ରେମର ନିଦର୍ଶନ ତାଜମହଲ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହାକୁ ନେଇ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।…
ପରଲୋକରେ ଅନୁବାଦକ ଯୁଗଳ କିଶୋର
ଭୁବନେଶ୍ୱର,୨୨।୨(ବ୍ୟୁରୋ) : ବିଶିଷ୍ଟ ଅନୁବାଦକ ତଥା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ସାହିତି୍ୟକ ଯୁଗଳ କିଶୋର ଦତ୍ତଙ୍କର ଶୁକ୍ରବାର ତାଙ୍କ ବାସଭବନରେ ପରଲୋକ ଘଟିଛି। ୯୨ ବର୍ଷୀୟ ଯୁଗଳ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ୧୯୨୮ ଡିସେମ୍ବର ୨୪ରେ ଯାଜପୁର ଜିଲା…
୧୭ ସହରରୁ ଉତ୍ପାଦନ ହେବ ସବୁଜ ଶକ୍ତି
ଭୁବନେଶ୍ୱର,୨୨।୨(ବ୍ୟୁରୋ): ପାରମ୍ପରିକ ଶକ୍ତି ଉତ୍ସ ବେଳକୁ ବେଳ ହ୍ରାସ ପାଉଥିବାରୁ ଅଣପାରମ୍ପରିକ ଶକ୍ତି ଉପରେ ଆଗାମୀ ଦିନରେ ଅଧିକ ନିର୍ଭର କରିବାକୁ ପଡ଼ିବ। ସେଥିପାଇଁ ରାଜ୍ୟ ସରକାର ସବୁଜ ଶକ୍ତି ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି। ଏହି ଶକ୍ତି ଉତ୍ସକୁ ଅଧିକ…
ଆୟୁଷ୍ମାନ ଖୁରାନାଙ୍କ ‘ଶୁଭ ମଙ୍ଗଳ ଜ୍ୟାଦା ସାବଧାନ‘ର ତାରିଫ୍ କଲେ ଟ୍ରମ୍ପ୍
ଓ୍ବାଶିଂଟନ,୨୨।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଭାରତ ଗସ୍ତ ପୂର୍ବରୁ ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ‘ଶୁଭ ମଙ୍ଗଳ ଜ୍ୟାଦା ସାବଧାନ’ର ତାରିଫ୍ କରିଛନ୍ତି। ସେ ଟୁଇଟ୍ କରି ଫିଲ୍ମକୁ ପ୍ରଶଂସା କରିଛନ୍ତି। ଏହାକୁ ନେଇ ଆୟୁଷ୍ମାନଙ୍କ ଛାତି କୁଣ୍ଡେମୋଟ ହୋଇଯାଇଥିବା ପ୍ରଶଂସକ…

