ପରଲୋକରେ ଅନୁବାଦକ ଯୁଗଳ କିଶୋର

ଭୁବନେଶ୍ୱର,୨୨।୨(ବ୍ୟୁରୋ) : ବିଶିଷ୍ଟ ଅନୁବାଦକ ତଥା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ସାହିତି୍ୟକ ଯୁଗଳ କିଶୋର ଦତ୍ତଙ୍କର ଶୁକ୍ରବାର ତାଙ୍କ ବାସଭବନରେ ପରଲୋକ ଘଟିଛି। ୯୨ ବର୍ଷୀୟ ଯୁଗଳ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ୧୯୨୮ ଡିସେମ୍ବର ୨୪ରେ ଯାଜପୁର ଜିଲା ମହେଶ୍ୱରପୁରରେ ଜନ୍ମିତ ଯୁଗଳ ସାରା ଦେଶରେ ଜଣେ ପରିଚିତ ସାହିତି୍ୟକ ଏବଂ ଅନୁବାଦକ ଭାବେ ଖ୍ୟାତି ଅର୍ଜନ କରିଛନ୍ତି।
ଭାରତୀୟ ସାହିତ୍ୟର ଅନେକ ଲୋକପ୍ରିୟ ଗ୍ରନ୍ଥକୁ ଓଡ଼ିଆରେ ଅନୁବାଦ କରି ଯୁଗଳ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଥିଲେ। ଅନୁବାଦ ବ୍ୟତୀତ ସେ ଅନେକ ମୌଳିକ ସାହିତ୍ୟ ମଧ୍ୟ ରଚନା କରିଥିଲେ। ୧୯୪୮ରୁ ଯୁଗଳ ଲେଖାଲେଖି ଆରମ୍ଭ କରିଥିବା ବେଳେ କଲେଜ ସମୟରେ ସେ ‘ଦିଗନ୍ତ’ ପତ୍ରିକା ସମ୍ପାଦକ ମଣ୍ଡଳୀରେ କାର୍ଯ୍ୟ କରିଥିଲେ। ୧୯୫୦ରେ ତାଙ୍କର ପ୍ରଥମ ପୁସ୍ତକ ‘ଶତାବ୍ଦୀର ପ୍ରେମ’ ପ୍ରକାଶ ପାଇଥିଲା। ‘ଡଗର’ ଭଳି ପତ୍ରିକାରେ ତାଙ୍କ ଲେଖା ନିୟମିତ ପ୍ରକାଶ ପାଉଥିଲା। ଭଦ୍ରକରେ ରହିବା ସମୟରେ ସେ ‘ସାହିତ୍ୟ ଆସର’ ନାମରେ ଏକ ସାହିତ୍ୟ ଚର୍ଚ୍ଚା ଗୋଷ୍ଠୀ ଆରମ୍ଭ କରିଥିଲେ। ବଙ୍ଗଳା ଡିଟେକ୍ଟିଭ ଉପନ୍ୟାସ ପଢ଼ିବା ତାଙ୍କ ସଉକ ଥିଲା। ତେବେ ଅନୁବାଦକ ଲକ୍ଷ୍ମୀକାନ୍ତ ମହାନ୍ତିଙ୍କଠାରୁ ପ୍ରୋତ୍ସାହନ ପାଇ ସେ ବଙ୍ଗଳା ଉପନ୍ୟାସର ଓଡ଼ିଆ ଅନୁବାଦ କରିବା ଆରମ୍ଭ କରିଥିଲେ। ବିମଲ ମିତ୍ରଙ୍କ ପୁସ୍ତକ ‘ଆମେରିକା’ ଥିଲା ତାଙ୍କ ଅନୁବାଦିତ ପ୍ରଥମ ପୁସ୍ତକ। କେବଳ ଏହି ଗୋଟିଏ ନୁହେଁ, ବିମଲ ମିତ୍ରଙ୍କ ପ୍ରାୟ ସବୁ ପୁସ୍ତକ ସେ ଓଡ଼ିଆରେ ଅନୁବାଦ କରିଛନ୍ତି। ଏହାବ୍ୟତୀତ ରବୀନ୍ଦ୍ରନାଥ ଟାଗୋର, ଶରତ ଚନ୍ଦ୍ର ଚଟ୍ଟୋପାଧ୍ୟାୟ, ସମରେଶ ମଜୁମଦାର, ଶଙ୍କର, ସୁନୀଲ ଗଙ୍ଗୋପାଧ୍ୟାୟ ଓ ତସ୍‌ଲିମା ନସରିନଙ୍କ ଭଳି ବହୁ ଖ୍ୟାତନାମା ବଙ୍ଗଳା ଲେଖକଙ୍କ ପୁସ୍ତକକୁ ସେ ଓଡ଼ିଆରେ ଅନୁବାଦ କରି ଚର୍ଚ୍ଚାକୁ ଆସିଥିଲେ। ସତ୍ୟନଗର ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।

ଦେଢଶହରୁ ଊର୍ଦ୍ଧ୍ୱ ପୁସ୍ତକର ଲେଖକ

କେବଳ ବଙ୍ଗଳାରୁ ଓଡ଼ିଆ ନୁହେଁ, ବହୁ ଓଡ଼ିଆ ଗଳ୍ପକୁ ବଙ୍ଗଳା ଭାଷାରେ ଅନୁବାଦ କରି ଓଡ଼ିଆ କଥା ସାହିତ୍ୟକୁ ପଡ଼ୋଶୀ ରାଜ୍ୟରେ ପରିଚିତ କରାଇଥିଲେ। ଏଥିପାଇଁ ପ୍ରଥମ ଓଡ଼ିଆ ସାହିତି୍ୟକ ଭାବେ ସେ ୧୯୯୭ରେ ଉଭୟ କେନ୍ଦ୍ର ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ୧୫୦ରୁ ଊର୍ଦ୍ଧ୍ୱ ପୁସ୍ତକ ରଚନା କରିଥିବା ଯୁଗଳ ‘ଆସାମୀ ହାଜିର’ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଏବଂ ଅନୁବାଦ ପୁସ୍ତକ ‘ଜନ ଗଣ ମନ’ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ତାଙ୍କ ରଚିତ ପୁସ୍ତକ ମଧ୍ୟରେ ‘ଜନ ଗଣ ମନ’, ‘ସେଇ ସମୟ-୧’, ‘ଶତାବ୍ଦୀର ପ୍ରେମ’, ‘ମାନସୀ’, ‘ଗାଁ ହସେ’, ‘ନିଶି ବିହଙ୍ଗୀ’, ‘ଏକାନ୍ତ ସତ୍ୟ’ ସମେତ ଅନେକ ଗଳ୍ପ ସଙ୍କଳନ ଓ ୧୧ଟି ଅନୁବାଦ ଗଳ୍ପ ଆଦି ରହିଛି। କେବଳ ସାହିତ୍ୟ ରଚନା ନୁହେଁ, ଜଣେ ସଂଗ୍ରାହକ ଭାବେ ମଧ୍ୟ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଜବାହରଲାଲ ନେହେରୁ ଏବଂ ଏସ୍‌. ରାଧାକ୍ରିଷ୍ଣନ୍‌ଙ୍କ ଭଳି ବହୁ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଦସ୍ତଖତ ସେ ସଂଗ୍ରହ କରିଥିଲେ। ଏହାସହ ୩୦୦ରୁ ଊର୍ଦ୍ଧ୍ୱ ଦିଆସିଲି ଖୋଳ ସେ ସଂଗ୍ରହ କରିଥିଲେ। ଭୁବନେଶ୍ୱର ପୁସ୍ତକମେଳାରେ ପ୍ରତିଷ୍ଠାତା ସଦସ୍ୟ ଥିବା ଯୁଗଳ ୧୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ ବିଜୟ

ଚେନ୍ନାଇ,୧୧।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର (ଅକ୍ଟୋବର ୧୧) ଚେନ୍ନାଇରେ ପହଞ୍ଚିଛନ୍ତି। ସେଠାରେ ସେ ୧୩,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ…

CJP ବର୍ତ୍ତମାନ ବିକ୍ଷୋଭ ପ୍ରଦର୍ଶନ କରିବ କି ନାହିଁ? ଅପଡେଟ ଦେଲେ ସୌରଭ ଦାସ

ନୂଆଦିଲ୍ଲୀ,୧୧।୧୦: ସିଜେପି (CJP) ମୁଖପାତ୍ର ସୌରଭ ଦାସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ କରିଛନ୍ତି। ‘ଏକ୍ସ’ (X) ରେ ଲେଖି ସେ…

‘କମବ୍ୟାକ କିଙ୍ଗ’ ହାର୍ଦ୍ଦିକ ପାଣ୍ଡ୍ୟା; ଯେତେବେଳେ ବି ସେ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିଛନ୍ତି, ସେତେବେଳେ ଅବିସ୍ମରଣୀୟ ପ୍ରତ୍ୟାବର୍ତ୍ତନ କରିଛନ୍ତି

ନୂଆଦିଲ୍ଲୀ,୧୧।୧୦: ହାର୍ଦ୍ଦିକ ପାଣ୍ଡ୍ୟା ବର୍ତ୍ତମାନ ବିଶ୍ୱର ଶ୍ରେଷ୍ଠ ଅଲ-ରାଉଣ୍ଡରମାନଙ୍କ ମଧ୍ୟରେ ଗଣାଯାଆନ୍ତି। ତାଙ୍କ କ୍ରିକେଟ କ୍ୟାରିୟରରେ ଅନେକ ଉତ୍ଥାନ-ପତନ ଦେଖିବାକୁ ମିଳିଛି; ସେ ନିଜର ବୃତ୍ତିଗତ ଏବଂ…

Chanakya Niti: କୌଣସି କଥାକୁ ନେଇ ଚିନ୍ତା କରୁଛନ୍ତି କି? ମାନନ୍ତୁ ଏହି ୪ କଥା, ସୁଖରେ କଟିବ ଜୀବନ

ଆଜିର ଦ୍ରୁତ ଗତିଶୀଳ ଜୀବନରେ ଛୋଟ ଛୋଟ ଜିନିଷ ମଧ୍ୟ ପ୍ରାୟତଃ ମାନସିକ ଚାପ ସୃଷ୍ଟି କରୁଛି। କେତେବେଳେ ଅତୀତର ଭୁଲ ଆମକୁ ହଇରାଣ କରେ, ତ…

ନାନା ପାଟେକରଙ୍କ ବିୟୋଗରେ କାହିଁକି ଭାଙ୍ଗି ପଡ଼ିଲେ ଶେଖର ସୁମନ? କ୍ୟାନସେଲ କଲେ ଶୋ’, କହିଲେ, ‘ତାଙ୍କ ସ୍ଥାନ କେହି…’

ମୁମ୍ବାଇ: ଶେଖର ସୁମନଙ୍କ ଶୋ’ ‘ଶେଖର ଟୁନାଇଟ’ (Shekhar Tonight) ଆରମ୍ଭ ହେବା ଦିନଠାରୁ ହିଁ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଶୋ’ରେ ସଞ୍ଜୟ ଦତ୍ତଙ୍କ ଉପସ୍ଥିତି…

କର୍ଲାମୁଣ୍ଡା ଉତ୍ସବମୁଖର: ଆରମ୍ଭ ହେଲା ମା’ ଦୁର୍ଗାଙ୍କ ଶାରଦୀୟ ନବରାତ୍ର ପୂଜା, ୨୨ରେ ଭସାଣି

କର୍ଲାମୁଣ୍ଡା,୧୧ା୧୦(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ମହକୁମାସ୍ଥିତ ଦୁର୍ଗା ମଣ୍ଡପଠାରେ ଡୁକେରମାଲ ଦୁର୍ଗାପୂଜା କମିଟି ପକ୍ଷରୁ ରବିବାରଠାରୁ ସାର୍ବଜନୀନ ଶାରଦୀୟ ନବରାତ୍ର ପୂଜା…

ହସାଇ ହସାଇ ବେଦମ କରୁଛି ବିକ୍ଷୋଭ ସମୟରେ ଆରଏଏଫ (RAF) ଯବାନ ଗୋଡ଼ାଇ ଗୋଡ଼ାଇ ଧରିଥିବା ସବୁଠାରୁ ଛୋଟ ‘କକରୋଚ’ର Video

ନୂଆଦିଲ୍ଲୀ,୧୧।୧୦: ଅକ୍ଟୋବର ୧୦ ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ‘କକରୋଚ ଜନତା ପାର୍ଟି’ (CJP)ର ଏକ ବିକ୍ଷୋଭ ପ୍ରଦର୍ଶନ ସମୟରେ ଏପରି ଏକ ଦୃଶ୍ୟ ଦେଖିବାକୁ…

ଭାରତ ବିପକ୍ଷରେ ନୂଆ ରୂପରେ ନଜର ଆସିବେ କିୱି ଖେଳାଳି

ନୂଆଦିଲ୍ଲୀ,୧୧।୧୦: ଭାରତ ବିପକ୍ଷ ODI ସିରିଜ ସମୟରେ ନ୍ୟୁଜିଲ୍ୟାଣ୍ଡ ଦଳ ଏକ ସ୍ବତନ୍ତ୍ର ଜର୍ସି ପିନ୍ଧିବ। ନ୍ୟୁଜିଲ୍ୟାଣ୍ଡ ନିକଟରେ ଏହି ODI ସିରିଜ ପାଇଁ ନିଜ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?