Home

ବିହାର ବିଧାନସଭା ନିର୍ବାଚନ ପାଇଁ ଭାଜପାର ଶଙ୍ଖନାଦ: ମାସ ବି ଘୋଷଣା କଲେ ନଡ୍ଡା

ପାଟନା,୨୨।୨: ବିହାର ବିଧାନସଭା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଶନିବାର ଶଙ୍ଖନାଦ କରାଯାଇଛି। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା ଆୟୋଜିତ ଏକ ସଭାରେ ଏନେଇ ସୂଚନା ଦେଇଛନ୍ତି। ସେ ନିର୍ବାଚନ ମାସ ସମ୍ପର୍କରେ ମଧ୍ୟ ଘୋଷଣା କରିଛନ୍ତି। ନଡ୍ଡା କହିଛନ୍ତି ଆସନ୍ତା…

ମଧ୍ୟପ୍ରଦେଶ କଂଗ୍ରେସରେ ବଢୁଛି ଫାଟ: ଜ୍ୟୋତିରାଦିତ୍ୟ ଗଢ଼ିବେ କି ନୂଆ ଦଳ !

ଭୋପାଳ,୨୨।୨: ମଧ୍ୟପ୍ରଦେଶ କଂଗ୍ରେସରେ ଫାଟ ବଢିବାରେ ଲାଗିଛି। ମୁଖ୍ୟମନ୍ତ୍ରୀ କମଳନାଥ, ଦିଗବିଜୟ ସିଂ ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମଧ୍ୟରେ ସହମତି ପ୍ରକାଶ ନ ପାଇବାରୁ ଏଭଳି ହେଉଥିବା କୁହାଯାଉଛି। କ୍ଷମତାକୁ ନେଇ ଜ୍ୟୋତିରାଦିତ୍ୟ ହାଇକମାଣ୍ଡଙ୍କ ଉପରେ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଛି।…

‘ଗାନ୍ଧୀ ଶାନ୍ତିକେନ୍ଦ୍ର’କୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ: କହିଲେ ‘ଅହିଂସା ଭାରତୀୟତାର ପରିଚୟ’

ଭୁବନେଶ୍ୱର,୨୨।୨(ବ୍ୟୁରୋ): ଭୁବନେଶ୍ୱର ଖଣ୍ଡଗିରିଠାରେ ଶନିବାର ଗାନ୍ଧି ଶାନ୍ତିକେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରି ଓଡ଼ିଶାବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ୫ ଏକର ଜମିରେ ସ୍ଥାପିତ ଗାନ୍ଧି ଶାନ୍ତିକେନ୍ଦ୍ର ଆଦିତ୍ୟ ବିର୍ଲା ଓ ରାଜ୍ୟ ସରକାରଙ୍କ ମିଳିତ…

ଲହଣ୍ଡାବୁଡ଼ ଗ୍ରାମରେ ଟିଭି ବିସ୍ଫୋରଣ: ମହିଳା ମୃତ, ସ୍ବାମୀ ଓ ଶିଶୁକନ୍ୟା ଗୁରୁତର

ସୁନ୍ଦରଗଡ଼,୨୨।୨(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ଧୁରୁଆଡିହି ଥାନା ଅନ୍ତର୍ଗତ ଲହଣ୍ଡାବୁଡ଼ ଗ୍ରାମରେ ଶୁକ୍ରବାର ଅପରାହ୍ନରେ ଏକ ଅଘଟଣ ଘଟିଛି। ଟିଭି ବିସ୍ଫୋରଣ ହେବା ଯୋଗୁ ଗୋଟିଏ ପରିବାରର ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ବବି…

ମଦ୍ରାସାରେ ବିବାହ କଲେ ୭୬ ମୁସଲମାନ, ୨୫ ହିନ୍ଦୁ ଯୋଡି

ବେଲାଗଭି,୨୨।୨: ସାମ୍ପ୍ରଦାୟିକ ସଦ୍‌ଭାବର ଏକ ବଡ ଉଦାହରଣ ଦେଖିବାକୁ ମିଳିଛି କର୍ନାଟକ ବେଲାଗଭିରେ ଥିବା ଏକ ମଦ୍ରାସାରେ। ଶୁକ୍ରବାର ଏହି ମଦ୍ରାସା ପରିସରରେ ଏକ ସାମୁହିକ ବିବାହ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ୭୬ ମୁସଲମାନ ଓ ୨୫ ହିନ୍ଦୁ ଯୋଡି ବିବାହ…

ଭୁବନେଶ୍ୱର ଏମ୍ସରେ ହିନ୍ଦୀ ଭାଷାର ଗୁରୁତ୍ୱକୁ ସବୁ ମହଲରେ ବିରୋଧ

ଭୁବନେଶ୍ୱର,୨୨।୨(ବ୍ୟୁରୋ): ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ)ର ସମସ୍ତ କର୍ମଚାରୀ ଓ ଫାକଲ୍ଟି ହିନ୍ଦୀ ଭାଷାରେ ଦସ୍ତଖତ କରିବା ସହ ରେକର୍ଡ ପ୍ରସ୍ତୁତ କରିବେ। ଏହି ମର୍ମରେ ଗୁରୁବାର ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। କୌଣସି କାରଣ ନ ଥାଇ ହିନ୍ଦୀଭାଷାକୁ ଓଡ଼ିଶାରେ…

ସରକାରର ଶହେ ଦିନ ପୂରଣ ପରେ ଅଯୋଧ୍ୟା ଯିବେ ଉଦ୍ଧବ ଠାକରେ!

ମୁମ୍ବାଇ,୨୨।୨: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସରକାରଙ୍କୁ ଶହେ ଦିନ ପୂରଣ ପରେ ସେ ଅଯୋଧ୍ୟା ଗସ୍ତ କରିବେ ବୋଲି କୁହାଯାଉଛି। ତେବେ ଆସନ୍ତା ମାର୍ଚ୍ଚ ୭ରେ ଶହେ ଦିନ ପୂରଣ ହେଉଥିବାରୁ ସେହିଦିନ ଉଦ୍ଧବ ଅଯୋଧ୍ୟା ଗସ୍ତ କରି ରାମଲାଲାଙ୍କ…

ଟ୍ରମ୍ପଙ୍କ ସହ ମୋଦିଙ୍କ ଆଗ୍ରା ଗସ୍ତକୁ ନେଇ ଏବେବି ଲାଗି ରହିଛି ସନ୍ଦେହ

ନୂଆଦିଲ୍ଲୀ,୨୨।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ଧର୍ମପତ୍ନୀ ମେଲାନିଆ ଟ୍ରମ୍ପ ଭାରତ ଗସ୍ତ ସମୟରେ ତାଜମହଲ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ହେଲେ ଏମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗ୍ରା ଗସ୍ତ କରିବେ କି ନା ତାକୁ…

ରୋଷେଇ ଘରେ ଥିବା ଏହି ଜିନିଷ ହୋଇଥାଏ କ୍ୟାନ୍‌ସରର କାରଣ

ବର୍ତ୍ତମାନ ସମୟରେ କ୍ୟାନ୍‌ସର ଏକ ସାଂଘାତିକ ରୋଗ। ଅଧିକାଂଶ ଲୋକଙ୍କ ମୃତ୍ୟୁ କ୍ୟାନ୍‌ସର ଦ୍ୱାରା ହୋଇଥାଏ। ତେଣୁ ଏହି ରୋଗରୁ ଦୂରେଇ ରହିବା ପାଇଁ ଖାଇବା ପିଇବା ଉପରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ। ଜାଣିବା ଏମିତି କିଛି ଖାଦ୍ୟ ବିଷୟରେ,…

ଆଇସ୍‌ ଏଜ୍‌ ସମୟର ୪୬ ହଜାର ବର୍ଷ ତଳର ପକ୍ଷୀ ଅବଶେଷର ମିଳିଲା ସନ୍ଧାନ

ସାଇବେରିଆ,୨୨।୨: ସମ୍ପ୍ରତି ସାଇବେରିଆରୁ ଆଇସ୍‌ ଏଜ୍‌ ସମୟର ପକ୍ଷୀ ଅବଶେଷର ସନ୍ଧାନ ମିଳିଛି। ଏହା ୪୬ ହଜାର ବର୍ଷ ତଳର ବୋଲି ଗବେଷକ କହିଛନ୍ତି। ଏହା ଏକ ହୋର୍ଣ୍ଡ ଲାର୍କ ପକ୍ଷୀର ଅବଶେଷ ବୋଲି କୁହାଯାଉଛି। ଏନେଇ କମ୍ୟୁନିକେଶନ ବାୟୋଲୋଜି ପତ୍ରିକାରେ…

ମୋଦି-ଟ୍ରମ୍ପ୍‌ଙ୍କ ସମ୍ମୁଖରେ ‘ଜୟ-ଜୟ କାରା’ ଗାନ କରିବେ କୈଳାଶ

ଅହମଦାବାଦ୍‌,୨୨।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଫେବୃୟାରୀ ୨୪ରେ ମୋଟେରା ଷ୍ଟାଡିୟମ୍‌ରେ ନମସ୍ତେ ଟ୍ରମ୍ପ୍‌ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ସ୍ବାଗତ କରିବେ। ଦୁଇ ନେତାଙ୍କ ଉପସ୍ଥିତିରେ ଗାୟକ କୈଳାଶ ଖୈର ‘ ଜୟ ଜୟ…

ରହସ୍ୟମୟ ପଥର ହାଣ୍ଡି

ଭେଣ୍ଟିଆନେ,୨୨।୨: ପୃଥିବୀରେ ଏଭଳି ବହୁ ରହସ୍ୟ ରହିଛି ଯାହାର ସତ୍ୟ ଉନ୍ମୋଚନ କରିବାକୁ ବୈଜ୍ଞାନିକ ମଧ୍ୟ ଅସମର୍ଥ ରହିଛନ୍ତି। ଏଭଳି ଏକ ରହସ୍ୟ ଲାଓସ୍‌ରେ ରହିଛି। ଏଠାରେ ‘ପ୍ଲେନ୍‌ ଅଫ୍‌ ଜାର୍‌’ ବା ଜାର୍‌ ସମତଳ ଭୂମିରେ ହଜାର ହଜାର ପଥର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?