ମୋ ସରକାରରେ ଶ୍ରମ ଓ କର୍ମଚାରୀ ବୀମା ବିଭାଗ
ଭୁବନେଶ୍ୱର, ୩୦ା୧(ବ୍ୟୁରୋ): ମୋ ସରକାରରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗକୁ ସାମିଲ କରାଯାଇଛି। ବୁଧବାର ଲୋକସେବା ଭବନଠାରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଘୋଷଣା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,…
ବସନ୍ତ ପଞ୍ଚମୀ ଅବସରରେ ପ୍ରୟାଗରାଜରେ ବୁଡ ପକାଇଲେ ମୁଖ୍ୟମନ୍ତ୍ରୀ
ପ୍ରୟାଗରାଜ,୩୦।୧: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବସନ୍ତ ପଞ୍ଚମୀ ଅବସରରେ ଗୁରୁବାର ପ୍ରୟାଗରାଜରେ ପହଞ୍ଚିଥିଲେ। ସେଠାରେ ପହଞ୍ଚି ସେ ପ୍ରୟାଗରାଜର ସଙ୍ଗମ ଘାଟରେ ବୁଡ ପକାଇଥିଲେ। ଏହି ସମୟରେ ତାଙ୍କ ସହ ମନ୍ତ୍ରୀ ସିଦ୍ଧାର୍ଥ ନାଥ ସିଂ, ଭାଜପା ପ୍ରଦେଶ…
ବେଙ୍ଗାଲୁରୁ ବିଶ୍ୱର ସବୁଠୁ ଅଧିକ ଟ୍ରାଫିକ୍ ଥିବା ସହର
ବେଙ୍ଗଲୁରୁ,୩୦।୧: ବିଶ୍ୱର ୧୦ଟି ସବୁଠୁ ଅଧିକ ଟ୍ରାଫିକ୍ ଥିବା ସହର ମଧ୍ୟରେ ଭାରତର ୪ଟି ସହର ସ୍ଥାନ ପାଇଛି। ସେଗୁଡିକ ହେଲା ବେଙ୍ଗାଲୁରୁ, ମୁମ୍ବାଇ, ପୁନେ ଏବଂ ଦିଲ୍ଲୀ। ନିକଟରେ ନେଦରଲାଣ୍ଡର ଟ୍ରାଫିକ୍ ଇଣ୍ଡେକ୍ସ ସଂସ୍ଥା ‘ଟମଟମ୍’ ପକ୍ଷରୁ କରାଯାଇଥିବା ଏକ…
ମୁରୁଜରେ ବିଦ୍ୟାଦାତ୍ରୀ
ପୁରୁଣା ଭୁବନେଶ୍ୱର,୩୦ା୧(ଡି.ଏନ.ଏ.): ବିଦ୍ୟା, କଳା, ସାହିତ୍ୟ ଓ ସ୍ବର ବ୍ରହ୍ମର ଅଧିଷ୍ଠାତ୍ରୀ ଦେବୀ ମା’ ସରସ୍ବତୀଙ୍କ ଆବାହନ ପାଇଁ ପ୍ରସ୍ତୁତି ସରିଛି। ସ୍କୁଲ, କଲେଜ, ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ପୂଜା ପାଇବେ ମା’ ବାଗଦେବୀ ସରସ୍ବତୀ। ପରିବେଶ ସୁରକ୍ଷାର…
ମନେ ପଡନ୍ତି ବାପୁ
ନୂଆଦିଲ୍ଲୀ,୩୦।୧: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସରେ ଗୁରୁବାର ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଗାନ୍ଧିଜୀ ଏକମାତ୍ର ବ୍ୟକ୍ତିତ୍ୱ ଯାହାଙ୍କ କଥାରେ ବିଶ୍ୱକୁ ଏହ ନୂଆ ଦିଗ ମିଳିଥିଲା। ତାଙ୍କର ପ୍ରତିଟି…
ପାଉଁଶ ପ୍ରଦୂଷଣ
ଜିଲାରେ କୋଇଲାକୁ ଜାଳେଣି ଭାବେ ବ୍ୟବହାର କରୁଥିବା ଅନେକ ଶିଳ୍ପାନୁଷ୍ଠାନ ରହିଛି। ଏହି ଶିଳ୍ପାନୁଷ୍ଠାନରୁ ପ୍ରତିଦିନ ରାସାୟନିକ ମିଶ୍ରିତ ଶହ ଶହ ଟନ ପାଉଁଶ (ଫ୍ଲାଏଆଶ୍) ବାହାରୁଛି। ସେହି ପାଉଁଶ ଏବେ ଶିଳ୍ପାନୁଷ୍ଠାନଗୁଡ଼ିକ ପାଇଁ ବୋଝ ପାଲଟିଥିବା ବେଳେ ଜିଲାବାସୀ ପ୍ରଦୂଷଣର…
ସୂର୍ଯ୍ୟ ପାତ୍ର ହେଲେ ବାଚସ୍ପତି କ୍ଷମତା ସମୀକ୍ଷା କମିଟି ସଦସ୍ୟ
ଭୁବନେଶ୍ୱର,୩୦ା୧(ବ୍ୟୁରୋ): ଲୋକ ସଭା ବାଚସ୍ପତି ତଥା ଅଖିଳ ଭାରତ ବାଚସ୍ପତି ସମ୍ମିଳନୀର ଅଧ୍ୟକ୍ଷ ଓମ୍ପ୍ରକାଶ ବିର୍ଲା ବାଚସ୍ପତିମାନଙ୍କର ଏକ କ୍ଷମତା ସମୀକ୍ଷା କମିଟି ଗଠନ କରିଛନ୍ତି। ସମ୍ବିଧାନର ଦଶମ ଅନୁସୂଚୀ ଏବଂ ତତ୍ସମ୍ପର୍କିତ ନିୟମାବଳୀ ଅନ୍ତର୍ଗତ ବାଚସ୍ପତିମାନଙ୍କର କ୍ଷମତାର ସମୀକ୍ଷା କରିବାକୁ…
ଟ୍ରକ୍ ଧକ୍କାରେ ହାତୀର ଜୀବନଗଲା
ଢେଙ୍କାନାଳ ଅଫିସ୍, ୩୦।୧: ଢେଙ୍କାନାଳ ଜିଲା ଓଡପଡା ବ୍ଲକ ପୋଡାପଡା ଛକ ଏନଏଚ-୫୫ରେ ଗୁରୁବାର ଭୋରୁ ଟ୍ରକ ଧକ୍କାରେ ଏକ ହାତୀର ମୃତ୍ୟୁ ଘଟିଛି। ଟ୍ରକ ତଳେ ମୃତ ହାତୀଟି ଚାପି ହୋଇ ରହିଥିବାବେଳେ ତା’ ଦାନ୍ତଟି ଭାଙ୍ଗି ଅନ୍ୟ ଏକ…
ଜାତୀୟ ସାହସିକତା ପୁରସ୍କାର ପାଇଥିବା ୩ ଝିଅଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା: ଜଣଙ୍କ ପିଛା ଏକ ଲକ୍ଷ ଟଙ୍କା ଚେକ୍ ପ୍ରଦାନ
ଭୁବନେଶ୍ୱର,୩୦ା୧(ବ୍ୟୁରୋ): କେନ୍ଦ୍ରାପଡ଼ା ଜିଲା ମହାକାଳପଡା ବ୍ଲକ ନିପାଣିଆ ଗ୍ରାମ ନିକଟ ଖୋଳା ନଦୀରେ ଗତବର୍ଷ ଜାନୁୟାରୀ ୨ ତାରିଖରେ ଏକ ଯାତ୍ରୀବାହୀ ଡଙ୍ଗା ବୁଡିଯିବା କାରଣରୁ ୧୦ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣାରୁ ୩୦ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିଲେ। ଏହି…
ପାରାଦୀପରେ କାଉ ମଡ଼କ ଜାରି, ବାର୍ଡ ଫ୍ଲୁ ସନ୍ଦେହ
ପାରାଦୀପ, ୩୦ା୧(ସ୍ବ.ପ୍ର.): ପାରାଦୀପରେ ଗତ ଜାନୁୟାରୀ ୩ରୁ କାଉମଡ଼କ ଜାରି ରହିଥିଲେ ସୁଦ୍ଧା ଏ କ୍ଷେତ୍ରରେ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଉନାହିଁ। ଏପରି କି ପ୍ରାଣୀଧନ ଚିକିତ୍ସା ବିଭାଗ ପକ୍ଷରୁ ଗତ ୪ ତାରିଖରୁ କାଉର ଲାଳ ନମୁନା ପରୀକ୍ଷା ପାଇଁ…
୪ କିମି ଚାଲି ଚାଲି କନ୍ୟା ଘରେ ପହଞ୍ଚିଲେ ବର
ଡେରାଡୁନ,୩୦।୧: ଜାନୁୟାରୀ ମାସ ଶେଷ ହେବାକୁ ବସିଥିଲେ ମଧ୍ୟ ଉତ୍ତରାଖଣ୍ଡ, ଜମ୍ମୁ-କଶ୍ମୀର ଏବଂ ହିମାଚଳ ପ୍ରଦେଶରେ ପ୍ରବଳ ବରଫପାତ ଲାଗି ରହିଛି। ଲଗାତର ବରଫପାତ ଯୋଗୁ ସ୍ଥାନୀୟ ଲୋକଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡୁଛି। ଉତ୍ତରାଖଣ୍ଡର ଚମୋଲି ଜିଲାରେ ଜନଜୀବନ…
‘ସାମ୍ବାଦିକତାରେ ବିଘଟନ ସୃଷ୍ଟି ହୋଇଛି’
ବ୍ରହ୍ମପୁର ଅଫିସ,୩୦ା୧: ସାମ୍ବାଦିକତାରେ ବର୍ତ୍ତମାନ ବିଘଟନ ସୃଷ୍ଟି ହୋଇଛି। ଏହା ୨୦୨୦ ପରଠାରୁ ଅତ୍ୟନ୍ତ ଗୁରୁତର ରୂପ ନେବାକୁ ଯାଉଛି। ଏହି ପରିବର୍ତ୍ତିତ ପରିବେଶ ଓ ବିଘଟନ ସାମ୍ବାଦିକତାର ଗୁଣାମତ୍କ ବିକାଶରେ ଏକ ବଡ଼ ସମସ୍ୟା ସୃଷ୍ଟି କରିଛି। ତେଣୁ ଏନେଇ…
Archives


