୧୭ ସହରରୁ ଉତ୍ପାଦନ ହେବ ସବୁଜ ଶକ୍ତି

ଭୁବନେଶ୍ୱର,୨୨।୨(ବ୍ୟୁରୋ): ପାରମ୍ପରିକ ଶକ୍ତି ଉତ୍ସ ବେଳକୁ ବେଳ ହ୍ରାସ ପାଉଥିବାରୁ ଅଣପାରମ୍ପରିକ ଶକ୍ତି ଉପରେ ଆଗାମୀ ଦିନରେ ଅଧିକ ନିର୍ଭର କରିବାକୁ ପଡ଼ିବ। ସେଥିପାଇଁ ରାଜ୍ୟ ସରକାର ସବୁଜ ଶକ୍ତି ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି। ଏହି ଶକ୍ତି ଉତ୍ସକୁ ଅଧିକ ପ୍ରୋତ୍ସାହନ ଦେବା ସକାଶେ ରାଜ୍ୟ ସରକାର ପୂର୍ବରୁ ଓଡ଼ିଶା ସବୁଜ ଶକ୍ତି ଉନ୍ନୟନ ନିଗମ (ଜେଡ୍‌କଲ) ନାମରେ ଏକ ସଂସ୍ଥା ଗଠନ କରିଛନ୍ତି। ଏହି ସଂସ୍ଥାଦ୍ୱାରା ଓଡ଼ିଶାର ୧୭ ସହରରେ ଯଥା-ବୁର୍ଲା, ହୀରାକୁଦ, ରାଉରକେଲା, ପୁରୀ, ଖୋର୍ଦ୍ଧା, ବ୍ରହ୍ମପୁର, କୋରାପୁଟ, ନବରଙ୍ଗପୁର, ସୁନାବେଡା, ବାଲେଶ୍ୱର, ଭଦ୍ରକ, ବାରିପଦା, ଭୁବନେଶ୍ୱର ଏବଂ ବଲାଙ୍ଗୀରଠାରେ ୬୧୨ ସରକାରୀ କୋଠା ଉପରେ ଅନୂ୍ୟନ ୧୯ ମେଗାଓ୍ବାଟ କ୍ଷମତା ସମ୍ପନ୍ନ ରୁଫ୍‌ଟପ ସୌର ପ୍ରକଳ୍ପ ସ୍ଥାପନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏ ନେଇ ସମ୍ପୂର୍ଣ୍ଣ ପ୍ରକଳ୍ପ ରିପୋର୍ଟ (ଡିପିଆର) ପ୍ରସ୍ତୁତ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ସମ୍ବଲପୁରରେ ୮୫ କୋଠାରେ ୨୨୮୫ କିଲୋଓ୍ବାଟ୍‌, ହୀରାକୁଦର ୭ କୋଠା ଉପରେ ୧୭୪, ବୁର୍ଲାର ୮୮ କୋଠାରେ ୩୦୭୯, ରାଉରକେଲାର ୯୨ କୋଠାରେ ୨୬୫୨, ଛତ୍ରପୁରର ୧୫ କୋଠାରେ ୫୨୦, ବାଲେଶ୍ୱରର ୩୧ କୋଠାରେ ୮୨୦, ବ୍ରହ୍ମପୁରର ୫୩ କୋଠାରେ ୨୧୬୨, ବାରିପଦାର ୪୪ କୋଠାରେ ୧୪୮୪, ଭଦ୍ରକର ୧୨ କୋଠାରେ ୧୭୫, ପୁରୀର ୨୯ କୋଠାରେ ୭୯୨, ଖୋର୍ଦ୍ଧାର ୪୨ କୋଠାରେ ୧,୦୪୧, କୋରାପୁଟର ୧୫ କୋଠାରେ ୪୬୪, ନବରଙ୍ଗପୁରର ୩୦ କୋଠାରେ ୯୭୨, ସୁନାବେଡ଼ାର ୧୪ କୋଠାରେ ୪୭୮, ଜୟପୁରର ୨୪ କୋଠାରେ ୭୦୪, ବଲାଙ୍ଗୀରର ୧ଟି କୋଠାରେ ୧୪୦ ଏବଂ ଭୁବନେଶ୍ୱରର ୩୦ ଛାତ ଉପରେ ୮୭୭ କିଲୋଓ୍ବାଟ ସୌର ଶକ୍ତି ଉତ୍ପାଦନ କରାଯିବ। ଏହାଛଡ଼ା ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ସଂସ୍ଥା ମାଧ୍ୟମରେ ୧୦୬୬ କୋଠା ଛାତ ଉପରେ ସୌରଶକ୍ତି ପ୍ଲାଣ୍ଟ ସ୍ଥାପନ କରାଯାଇଛି। ଜେଡ୍‌କଲ ମାଧ୍ୟମରେ କଟକ ଓ ଭୁବନେଶ୍ୱରର ୬ ସରକାରୀ କୋଠା ଉପରେ ୪ ମେଗାଓ୍ବାଟ କ୍ଷମତାସମ୍ପନ୍ନ ସୌରଶକ୍ତି ପ୍ରକଳ୍ପ ପ୍ଲାଣ୍ଟ ସ୍ଥାପନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ ବିଜୟ

ଚେନ୍ନାଇ,୧୧।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର (ଅକ୍ଟୋବର ୧୧) ଚେନ୍ନାଇରେ ପହଞ୍ଚିଛନ୍ତି। ସେଠାରେ ସେ ୧୩,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ…

CJP ବର୍ତ୍ତମାନ ବିକ୍ଷୋଭ ପ୍ରଦର୍ଶନ କରିବ କି ନାହିଁ? ଅପଡେଟ ଦେଲେ ସୌରଭ ଦାସ

ନୂଆଦିଲ୍ଲୀ,୧୧।୧୦: ସିଜେପି (CJP) ମୁଖପାତ୍ର ସୌରଭ ଦାସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ କରିଛନ୍ତି। ‘ଏକ୍ସ’ (X) ରେ ଲେଖି ସେ…

‘କମବ୍ୟାକ କିଙ୍ଗ’ ହାର୍ଦ୍ଦିକ ପାଣ୍ଡ୍ୟା; ଯେତେବେଳେ ବି ସେ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିଛନ୍ତି, ସେତେବେଳେ ଅବିସ୍ମରଣୀୟ ପ୍ରତ୍ୟାବର୍ତ୍ତନ କରିଛନ୍ତି

ନୂଆଦିଲ୍ଲୀ,୧୧।୧୦: ହାର୍ଦ୍ଦିକ ପାଣ୍ଡ୍ୟା ବର୍ତ୍ତମାନ ବିଶ୍ୱର ଶ୍ରେଷ୍ଠ ଅଲ-ରାଉଣ୍ଡରମାନଙ୍କ ମଧ୍ୟରେ ଗଣାଯାଆନ୍ତି। ତାଙ୍କ କ୍ରିକେଟ କ୍ୟାରିୟରରେ ଅନେକ ଉତ୍ଥାନ-ପତନ ଦେଖିବାକୁ ମିଳିଛି; ସେ ନିଜର ବୃତ୍ତିଗତ ଏବଂ…

Chanakya Niti: କୌଣସି କଥାକୁ ନେଇ ଚିନ୍ତା କରୁଛନ୍ତି କି? ମାନନ୍ତୁ ଏହି ୪ କଥା, ସୁଖରେ କଟିବ ଜୀବନ

ଆଜିର ଦ୍ରୁତ ଗତିଶୀଳ ଜୀବନରେ ଛୋଟ ଛୋଟ ଜିନିଷ ମଧ୍ୟ ପ୍ରାୟତଃ ମାନସିକ ଚାପ ସୃଷ୍ଟି କରୁଛି। କେତେବେଳେ ଅତୀତର ଭୁଲ ଆମକୁ ହଇରାଣ କରେ, ତ…

ନାନା ପାଟେକରଙ୍କ ବିୟୋଗରେ କାହିଁକି ଭାଙ୍ଗି ପଡ଼ିଲେ ଶେଖର ସୁମନ? କ୍ୟାନସେଲ କଲେ ଶୋ’, କହିଲେ, ‘ତାଙ୍କ ସ୍ଥାନ କେହି…’

ମୁମ୍ବାଇ: ଶେଖର ସୁମନଙ୍କ ଶୋ’ ‘ଶେଖର ଟୁନାଇଟ’ (Shekhar Tonight) ଆରମ୍ଭ ହେବା ଦିନଠାରୁ ହିଁ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଶୋ’ରେ ସଞ୍ଜୟ ଦତ୍ତଙ୍କ ଉପସ୍ଥିତି…

କର୍ଲାମୁଣ୍ଡା ଉତ୍ସବମୁଖର: ଆରମ୍ଭ ହେଲା ମା’ ଦୁର୍ଗାଙ୍କ ଶାରଦୀୟ ନବରାତ୍ର ପୂଜା, ୨୨ରେ ଭସାଣି

କର୍ଲାମୁଣ୍ଡା,୧୧ା୧୦(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ମହକୁମାସ୍ଥିତ ଦୁର୍ଗା ମଣ୍ଡପଠାରେ ଡୁକେରମାଲ ଦୁର୍ଗାପୂଜା କମିଟି ପକ୍ଷରୁ ରବିବାରଠାରୁ ସାର୍ବଜନୀନ ଶାରଦୀୟ ନବରାତ୍ର ପୂଜା…

ହସାଇ ହସାଇ ବେଦମ କରୁଛି ବିକ୍ଷୋଭ ସମୟରେ ଆରଏଏଫ (RAF) ଯବାନ ଗୋଡ଼ାଇ ଗୋଡ଼ାଇ ଧରିଥିବା ସବୁଠାରୁ ଛୋଟ ‘କକରୋଚ’ର Video

ନୂଆଦିଲ୍ଲୀ,୧୧।୧୦: ଅକ୍ଟୋବର ୧୦ ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ‘କକରୋଚ ଜନତା ପାର୍ଟି’ (CJP)ର ଏକ ବିକ୍ଷୋଭ ପ୍ରଦର୍ଶନ ସମୟରେ ଏପରି ଏକ ଦୃଶ୍ୟ ଦେଖିବାକୁ…

ଭାରତ ବିପକ୍ଷରେ ନୂଆ ରୂପରେ ନଜର ଆସିବେ କିୱି ଖେଳାଳି

ନୂଆଦିଲ୍ଲୀ,୧୧।୧୦: ଭାରତ ବିପକ୍ଷ ODI ସିରିଜ ସମୟରେ ନ୍ୟୁଜିଲ୍ୟାଣ୍ଡ ଦଳ ଏକ ସ୍ବତନ୍ତ୍ର ଜର୍ସି ପିନ୍ଧିବ। ନ୍ୟୁଜିଲ୍ୟାଣ୍ଡ ନିକଟରେ ଏହି ODI ସିରିଜ ପାଇଁ ନିଜ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?