ରୋଷେଇ ଘରେ ଥିବା ଏହି ଜିନିଷ ହୋଇଥାଏ କ୍ୟାନ୍‌ସରର କାରଣ

ବର୍ତ୍ତମାନ ସମୟରେ କ୍ୟାନ୍‌ସର ଏକ ସାଂଘାତିକ ରୋଗ। ଅଧିକାଂଶ ଲୋକଙ୍କ ମୃତ୍ୟୁ କ୍ୟାନ୍‌ସର ଦ୍ୱାରା ହୋଇଥାଏ। ତେଣୁ ଏହି ରୋଗରୁ ଦୂରେଇ ରହିବା ପାଇଁ ଖାଇବା ପିଇବା ଉପରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ। ଜାଣିବା ଏମିତି କିଛି ଖାଦ୍ୟ ବିଷୟରେ, ଯାହାକୁ ଖାଇବା ଦ୍ୱାରା କାନ୍‌ସର ହେବାର ଆଶଙ୍କା ଅଧିକ।

ପପ୍‌କର୍ନ: ପପ୍‌କର୍ନକୁ ମାଇକ୍ରୋଓଭେନରେ ତିଆରି କରିବା ସମୟରେ ଏଥିରେ ବଟର ଫ୍ଲେବର ଦିଆଯାଇଥାଏ। ଏହି କାରଣରୁ ଏଥିରେ ଏକ ଟକ୍ସିନ୍‌ ସୃଷ୍ଟି ହୋଇଥାଏ, ଯାହାକି କ୍ୟାନ୍‌ସର ସେଲ୍‌କୁ ଜନ୍ମ ଦେଇଥାଏ। ଏଥିରେ ପରଫ୍ଲୋରୋଟୋନିକ ଏସିଡ୍‌ ମଧ୍ୟ ବ୍ୟବହାର କରାଯାଏ। ଏହା ମଧ୍ୟ କ୍ୟାନ୍‌ସରର କାରଣ ହୋଇପାରେ। ତେଣୁ କେବଳ ନିଆଁରେ ସାମାନ୍ୟ ଲୁଣ ଦେଇ ଏହାକୁ ଭାଜି ଖାଇବା ସ୍ବାସ୍ଥ୍ୟପକ୍ଷେ ଲାଭଦାୟକ।

ଡବା ବନ୍ଦ ପରିବା: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଡବାରେ ବନ୍ଦ ହୋଇ ରହିଥିବା ପରିବା କିଣିବାକୁ ପସନ୍ଦ କରିଥାଆନ୍ତି। ତେବେ ଡବାରେ ବନ୍ଦ ଥିବା ଟମାଟୋ ଖାଉଥିଲେ ସାବଧାନ ହୋଇଯାଆନ୍ତୁ। କାରଣ ଟମାଟୋକୁ ଡବାରେ ବନ୍ଦକରି ରଖିବା ପାଇଁ ବିପିଏ ନାମକ ଏକ କେମିକାଲ ବ୍ୟବହାର କରାଯାଇଥାଏ। ଏହାକୁ ଖାଇବା ଦ୍ୱାରା କ୍ୟାନ୍‌ସର ହେବାର ଆଶଙ୍କା  ଅଧିକ ଥାଏ। ତେଣୁ ଡବା ବନ୍ଦ ବା ପ୍ୟାକେଟ୍‌ ଖାଦ୍ୟଠାରୁ ଦୂରେଇ ରହିବା ଭଲ।

ତେଲ: ବଜାରରେ ଅନେକ ପ୍ରକାରର ଖାଇବା ତେଲ ମିଳୁଛି। ଅଧିକାଂଶ ଖାଇବା ତେଲ ତିଆରି ବେଳେ ବିଭିନ୍ନ ପ୍ରକାର କେମିକାଲ ମିଶାଯାଇଥାଏ। ଭବିଷ୍ୟତରେ ଏହା କ୍ୟାନ୍‌ସରର କାରଣ ହୋଇଥାଏ। ତେଣୁ ତେଲ କିଣିବା ସମୟରେ ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ।

ସଲ୍‌ମୋନ ମାଛ: ମାଛ ଆମ ଶରୀର ପାଇଁ ଲାଭଦାୟକ। ମାତ୍ର ତାହା ଫାର୍ମ ମାଛ ହୋଇଥିଲେ ସାବଧାନ ହୋଇଯିବା ଆବଶ୍ୟକ। କାରଣ ମାଛ ଶୀଘ୍ର ବଢ଼ିବା ପାଇଁ ସେମାନଙ୍କଠାରେ କେମିକାଲର ପ୍ରୟୋଗ କରାଯାଇଥାଏ। ତେଣୁ ଏହାକୁ ଖାଇବା ଦ୍ୱାରା ଶରୀରରେ କ୍ୟାନ୍‌ସର ହେବାର ଆଶଙ୍କା ରହିଥାଏ। ତେଣୁ ସମୁଦ୍ର ଏବଂ ନଦୀମାଛ ଶରୀର ପାଇଁ ଲାଭଦାୟକ।


Enter your email to get our daily news in your inbox.

All Right Reserved By Dharitri.Com

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri