ରାସ୍ତା, ପାଣି ପାଇଁ ହୀନସ୍ତା

ବଅଁରପାଳ, ୨୭ା୨(ଡି.ଏନ.ଏ.) – ପାନୀୟଜଳଠାରୁ ଆରମ୍ଭ କରି ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ସୁବିଧାରୁ ବଞ୍ଚିତ ଅନୁଗୋଳ ଜିଲା ବଅଁରପାଳ ବ୍ଳକ ବଳରାମପ୍ରସାଦ ଆଶପଣ୍ଡ ନିକଟରେ ଥିବା ଲକ୍ଷ୍ମଣପୁର ଗ୍ରାମବାସୀ। ୬ ଶହରୁ ଊର୍ଦ୍ଧ୍ୱ ଲୋକ ବାସ କରୁଥିବା ଏହି ଗ୍ରାମ ସମସ୍ୟା ଘେରରେ ଥିଲେ ବି ପ୍ରଶାସନର ଦୃଷ୍ଟି ପଡୁ ନ ଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ସରକାରୀ ଯୋଜନା ତ ଦୂରର କଥା ମୌଳିକ ଆବଶ୍ୟକତା ମଧ୍ୟ ପୂରଣ ହେଉ ନ ଥିବାରୁ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।
ଗ୍ରାମବାସୀଙ୍କ କହିବା ମୁତାବକ, ପାନୀୟ ଜଳ ଗ୍ରାମର ପ୍ରମୁଖ ସମସ୍ୟା ହୋଇଥିବାବେଳେ ଲୋକଙ୍କୁ ପାଣି ଯୋଗାଇ ଦିଆଯାଉନାହିଁ। ୬ଟି ନଳକୂଅରୁ ୨ଟି ଅଚଳ ହୋଇପଡିଥିବାବେଳେ ଖୋଲାକୂଅରେ ସ୍ଥାନୀୟ ପ୍ରକଳ୍ପର ଆଶ୍‌ପଣ୍ଡ ପାଉଁଶ ଉଡି ମିଶୁଛି। ଫଳରେ ତାହା ବ୍ୟବହାର ଉପଯୋଗୀ ହୋଇପାରୁନାହିଁ। ଗ୍ରାମ୍ୟ ଜଳଯୋଗାଣ ବିଭାଗ ପକ୍ଷରୁ ଗ୍ରାମରେ ପ୍ରକଳ୍ପ ନିର୍ମାଣ ସହ ପାଇପ ଖଞ୍ଜା ଯାଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହେଉନାହିଁ। ତେଣୁ ବର୍ଷସାରା ଲୋକେ ପାଣି ପାଇଁ ବହୁ ହଇରାଣ ହେଉଛନ୍ତି। ସେହିପରି ଗ୍ରାମର ମୁଖ୍ୟରାସ୍ତାର ଅବସ୍ଥା ମଧ୍ୟ ଶୋଚନୀୟ। ଗାଡ଼ିମୋଟର ତ ଦୂର କଥା ସେଥିରେ ଚାଲିକରି ଯିବା ମଧ୍ୟ କଷ୍ଟକର। ସାମାନ୍ୟ ବର୍ଷା ହେଲେ ତାହା ପାଣି କାଦୁଅରେ ଭର୍ତ୍ତି ହୋଇଯାଉଛି। ଫଳରେ ଯାତାୟାତରେ ଲୋକେ ଅସୁବିଧା ଭୋଗୁଛନ୍ତି। ଶିକ୍ଷା ବ୍ୟବସ୍ଥାରେ ମଧ୍ୟ ସୁଧାର ଆସିପାରୁନାହିଁ। ଗ୍ରାମ ବିଦ୍ୟାଳୟରେ ୫ଟି ଶ୍ରେଣୀରେ ମାତ୍ର ୨ ଜଣ ଶିକ୍ଷୟିତ୍ରୀ ଶିକ୍ଷାଦାନ କରୁଛନ୍ତି। ସ୍କୁଲ ପାଚେରି ନ ଥିବାବେଳେ ଶ୍ରେଣୀଗୃହଗୁଡିକର ମଧ୍ୟ ମରାମତି କରାଯାଉନାହିଁ। ବିଦ୍ୟାଳୟ ପରିସରରେ ଥିବା ନଳକୂଅ ଅଚଳ ହୋଇପଡିଥିବାରୁ ପିଲାମାନେ ପାଣି ପାଇଁ ହଇରାଣ ହେଉଛନ୍ତି। ଗ୍ରାମରେ ଥିବା ଅଙ୍ଗନଓ୍ବାଡି କେନ୍ଦ୍ରର ସ୍ଥାୟୀ ଗୃହ ନ ଥିବାରୁ ପିଲାମାନେ ସ୍କୁଲ ବାରଣ୍ଡାରେ ବସୁଛନ୍ତି। ସେହିପରି କୌଣସି ସ୍ବାସ୍ଥ୍ୟ କର୍ମଚାରୀ ଗ୍ରାମବାସୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଆସୁ ନ ଥିବା ଗ୍ରାମର ନାଲଟୁ ସାହୁ, ଦୁଷ୍ମନ୍ତ ସାହୁଙ୍କ ସମେତ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ରମା ଦେବୀ କୁହନ୍ତି, ବିଦ୍ୟଳୟର ଶ୍ରେଣୀଗୃହ ଭଲ ଅବସ୍ଥାରେ ନାହିଁ। ପିଇବା ପାଣିର ମଧ୍ୟ କୌଣସି ବ୍ୟବସ୍ଥା ନାହିଁ। ସେହିପରି ସ୍କୁଲରେ ବିଦ୍ୟୁତ ସଂଯୋଗ ନ ଥିବାରୁ ଅନେକ ସମୟରେ ଅସୁବିଧା ଉପୁଜୁଛି। ଏ ସମ୍ପର୍କରେ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ରଶ୍ମିରେଖା ନାୟକ କୁହନ୍ତି, ଯଦି ଗ୍ରାମରେ କୌଣସି ସମସ୍ୟା ରହିଥାଏ ତେବେ ଲୋକେ ସିଧାସଳଖ ବ୍ଲକ କାର୍ଯ୍ୟାଳୟକୁ ଆସି ଅଭିଯୋଗ କରନ୍ତୁ। ନିଶ୍ଚିତ ଭାବେ ସେମାନଙ୍କ ସମସ୍ୟା ସମାଧାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri