Posted inଜାତୀୟ

ସିଏଏରୁ ସାମ୍ପ୍ରଦାୟିକ ହିଂସା

ନୂଆଦିଲ୍ଲୀ,୨୭ା୨: କେନ୍ଦ୍ରର ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ନେଇ ଆରମ୍ଭରୁ ବିବାଦ ଲାଗିରହିଛି। ବିବାଦୀୟ ଆଇନକୁ ନେଇ ବିରୋଧ ଏବେ ସାମ୍ପ୍ରଦାୟିକ ଦଙ୍ଗାରେ ପରିଣତ ହୋଇଛି। ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଏ ସଂକ୍ରାନ୍ତ ବିଲ୍‌କୁ ୨୦୧୯ ଡିସେମ୍ବର ୧୦ରେ ଲୋକ ସଭାରେ ଓ ଦିନକ ପରେ ରାଜ୍ୟ ସଭାରେ ଗୃହୀତ କରାଇଥିଲେ। ୧୨ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସ୍ବାକ୍ଷର ପଡ଼ିବା ପରେ ଆଇନର ରୂପ ନେଇଥିବା ବିବାଦୀୟ ବ୍ୟବସ୍ଥା ଦେଶରେ ୨୦୨୦ ଜାନୁୟାରୀରେ ଲାଗୁ ହେଲା। ଏହି ନବପ୍ରଣୀତ ସମ୍ବିଧାନ ସଂଶୋଧନ ଆଇନ ପଡ଼ୋଶୀ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନର ନିର୍ଯାତିତ ହୋଇ ଭାରତର ଶରଣ ନେଇଥିତ୍ବା ସଂଖ୍ୟାଲଘୁଙ୍କୁ ଏଦେଶର ନାଗରିକତ୍ୱ ପ୍ରଦାନ ପାଇଁ ଉଦ୍ଦିଷ୍ଟ ବୋଲି କୁହାଯାଉଛି। ଏହି ଆଇନକୁ ଧର୍ମ ଆଧାରରେ ଗଢ଼ାଯାଇଥିବା ବିରୋଧୀ ସମାଲୋଚନା କରୁଛନ୍ତି। କେବଳ ଏତିକି ନୁହେଁ, ଧର୍ମ ଚାଲିଯିବା ଭୟରେ ବହୁ ସମ୍ପ୍ରଦାୟର ଲୋକ ରାସ୍ତାକୁ ଓହ୍ଲାଇଛନ୍ତି। ପ୍ରାୟ ଦୁଇମାସ ତଳେ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରୁ ଆନ୍ଦୋଳନର ନିଆଁ ପଶ୍ଚିମବଙ୍ଗ ଦେଇ ୟୁପି ଏବଂ ପରେ ପରେ ଦିଲ୍ଲୀରେ ପହଞ୍ଚତ୍ଥିଲା। ଏଥିରେ ବହୁସଂଖ୍ୟକ ଲୋକଙ୍କ ମୃତ୍ୟୁ ଘଟିଥିଲା। ଇତିମଧ୍ୟରେ ଦିଲ୍ଲୀ ଶାହିନବାଗ ଅଞ୍ଚଳ ପାଲଟିଯାଇଥିଲା ସିଏଏ ବିରୋଧୀ ବିକ୍ଷୋଭର କେନ୍ଦ୍ରସ୍ଥଳ। ଏସବୁ ଭିତରେ ଆସିଥିଲା ଦିଲ୍ଲୀ ନିର୍ବାଚନ। ପ୍ରଚାର ଚାଲିଥିବାବେଳେ ଶାହିନବାଗ ପାଲଟିଯାଇଥିଲା ଏକ ପ୍ରତୀକ ଓ ପ୍ରସଙ୍ଗ। ଶାହିନବାଗକୁ ନେଇ ମଧ୍ୟ ଏକାଧିକ ଥର ଗୁଳି ଫୁଟିଛି। ଏସବୁ ଭିତରେ ବିକ୍ଷୋଭ କେତେବେଳେ ସଂଘର୍ଷର ରୂପ ନେଇ ଘାତକ ସାଜିଲା ଏବଂ ସାମ୍ପ୍ରଦାୟିକ ଦଙ୍ଗାରେ ପରିଣତ ହେଲା ତାହା କେହି ଜାଣିପାରିଲେ ନାହିଁ। ସୋମବାର ଥିଲା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଭାରତ ଗସ୍ତର ଦ୍ୱିତୀୟ ଦିନ। ଟ୍ରମ୍ପ୍‌ ପରିବାରକୁ ଆତିଥ୍ୟ ପ୍ରଦାନ କରାଯାଉଥିବା ସ୍ଥାନରୁ ମାତ୍ର ୧୫ କି.ମି. ଦୂର ଉତ୍ତର-ପୂର୍ବ ଦିଲ୍ଲୀରେ ଦଙ୍ଗାକାରୀମାନେ ଆତଙ୍କ ଖେଳାଇଲେ। ଯେଉଁଠି ପାରିଲେ ଗୁଳି ମାରିଲେ। ସଶସ୍ତ୍ର ଆକ୍ରମଣରେ ପ୍ରଥମ ଦିନ ୪ ଜଣଙ୍କ ଜୀବନ ଯାଇଥିବାବେଳେ ମଙ୍ଗଳବାର ମୃତ୍ୟୁସଂଖ୍ୟା ୧୩ ଛୁଇଁଥିଲା। ଇତିମଧ୍ୟରେ ହିଂସାର ନିଆଁ ପୂର୍ବ ଦିଲ୍ଲୀ ଓ ଶାହଦରା ଜିଲାରେ ପହଞ୍ଚତ୍ସାରିଥିଲା। ବୁଧବାର ଏହି ସଂଖ୍ୟା ୨୭କୁ ବଢ଼ିଛି। ମୌଜପୁର ଅଞ୍ଚଳରେ ସିଏଏ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କୁ ନେଇ ପୁଣି ହିଂସା ଘଟିଛି। ଅନେକ ସ୍ଥାନରେ ଦୋକାନ, ଗାଡ଼ି ଭଙ୍ଗାରୁଜା କରିଛନ୍ତି। ଅନ୍ୟପକ୍ଷରେ ଏହି ଦଙ୍ଗା ପାଇଁ ପୋଲିସର ନିଷ୍କ୍ରିୟତାକୁ ବହୁଳ ଭାବେ ଦାୟୀ କରାଯାଉଛି। ନେତାମାନେ ଲଗାତର ବିବାଦୀୟ ମନ୍ତବ୍ୟ ଦେଇଚାଲିଛନ୍ତି। ହେଲେ କୌଣସି ସମ୍ପ୍ରଦାୟର ନେତାଙ୍କୁ ଗିରଫ କରାଯାଉନାହିଁ। ରାଜନୀତିରେ ଥିବା ଲୋକେ ଘୃଣା ମନ୍ତବ୍ୟ ଦେଇ ଖସିଯାଉଥିବାବେଳେ ପେସି ହୋଉଛନ୍ତି ଦିଲ୍ଲୀବାସୀ।

 

୧୦୬ ଗିରଫ, ୧୮ ଏତଲା ଦାଏର

ଦିଲ୍ଲୀ ଦଙ୍ଗା ଘଟଣାରେ ପୋଲିସ ୧୦୬ ଜଣଙ୍କୁ ଗିରଫ କରିବା ସହ ୧୮ଟି ଏତଲା ଦାଏର କରିଥିବା କହିଛି। ବୁଧବାର ଉତ୍ତରପୂର୍ବ ଦିଲ୍ଲୀରେ କୌଣସି ହିଂସା ଘଟି ନ ଥିବା ଜଣେ ବAରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି। ପୋଲିସ ପକ୍ଷରୁ ଦୁଇଟି ହେଲ୍ପଲାଇନ ନମ୍ବର ୦୧୧-୨୨୮୨୯୩୩୪ ଏବଂ ୨୨୮୨୯୩୩୫ ଦିଆଯାଇଛି। କୌଣସି ଅପ୍ରୀତିକର ସ୍ଥିତି ସୃଷ୍ଟି ହେଲେ ଏହି ନମ୍ବରରେ ଯୋଗାଯୋଗ କରିବାକୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଥିବା ଏସିପି (କ୍ରାଇମ୍‌) ମନଦୀପ ସିଂ ରାନ୍ଧଓ୍ବା ଖବରଦାତାମାନଙ୍କୁ କହିଛନ୍ତି।

ଆଇବି କର୍ମଚାରୀଙ୍କ ମୃତଦେହ ଉଦ୍ଧାର

ଦଙ୍ଗାଗ୍ରସ୍ତ ଉତ୍ତରପୂର୍ବ ଦିଲ୍ଲୀର ଚାନ୍ଦବାଗ୍‌ ଅଞ୍ଚଳରେ ଥିବା ଏକ ଡ୍ରେନ୍‌ରୁ ଗୋଇନ୍ଦା ବ୍ୟୁରୋ (ଆଇବି)ର ଜଣେ କର୍ମଚାରୀଙ୍କ ମୃତଦେହ ମିଳିଛି। ଅଙ୍କିତ୍‌ ଶର୍ମା (୨୬) ନାମକ ଏହି କର୍ମଚାରୀ ଜଣକ ଚାନ୍ଦବାଗ୍‌ ଅଞ୍ଚଳରେ ରହୁଥିଲେ। ମଙ୍ଗଳବାରଠାରୁ ସେ ନିଖୋଜ ଥିଲେ। ଢେଲାମାଡ଼ରେ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଗୁରୁ ତେଗ୍‌ ବାହାଦୁର ହସ୍ପିଟାଲକୁ ନିଆଯାଇଛି। ଗୋଇନ୍ଦା ବ୍ୟୁରୋରେ କାର୍ଯ୍ୟ କରୁଥିବା ଅଙ୍କିତ୍‌ଙ୍କ ବାପା ଦେବେନ୍ଦ୍ର କହିଛନ୍ତି, ତାଙ୍କ ପୁଅ ମଙ୍ଗଳବାର ଅପରାହ୍ନରେ ଘରକୁ ଫେରୁଥିଲେ। ଦୀର୍ଘ ସମୟ ପରେ ମଧ୍ୟ ସେ ଘରେ ନ ପହଞ୍ଚତ୍ବାରୁ ପରିବାର ପକ୍ଷରୁ ଖୋଜାଖୋଜି କରାଯାଇଥିଲା। ଜିଟିବି ଏବଂ ଏଲ୍‌ଏନ୍‌ଜେପି ହସ୍ପିଟାଲରେ କାଳେ ସେ ଭର୍ତ୍ତି ହୋଇଥିବେ ସେଥିପାଇଁ ପରିବାର ଲୋକେ ସେଠାକୁ ଯାଇ ଖୋଜାଖୋଜି କରିଥିଲେ। ରାତି ୩ଟା ପର୍ଯ୍ୟନ୍ତ ଖୋଜାଖୋଜି କରି ନିରାଶ ହୋଇଥିଲେ। ଚାନ୍ଦବାଗ୍‌ର ଏକ ଡ୍ରେନ୍‌ରେ ସେ ପଡିଥିବା ସକାଳ ୧୦ରେ ଖବର ମିଳିଥିଲା। ପୁଅଙ୍କୁ ହତ୍ୟା କରାଯାଇଥିବ ଏହା ସେ କେବେ ବି ଭାବି ନ ଥିଲେ ବୋଲି ଦେବେନ୍ଦ୍ର କହିଛନ୍ତି।

‘ଗୁଜରାଟ ଦଙ୍ଗା ସ୍ମୃତି ଉଜ୍ଜୀବିତ’

ଦିଲ୍ଲୀ ହିଂସା ୨୦୦୨ ଗୁଜରାଟ ଦଙ୍ଗାର ସ୍ମୃତିକୁ ଉଜ୍ଜୀବିତ କରିଛି। କେବଳ ସେନାକୁ ଡାକି ଜାତୀୟ ରାଜଧାନୀରେ ଶାନ୍ତି ଓ ସ୍ବାଭାବିକ ସ୍ଥିତି ଫେରାଇ ଅଣାଯାଇ ପାରିବ ବୋଲି ସିପିଆଇଏମ୍‌ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ପ୍ରକାଶ କରିଛନ୍ତି। ସିପିଆଇ ସାଧାରଣ Aସମ୍ପାଦକ ଡି. ରାଜାଙ୍କ ସହ ଏକ ମିଳିତ ଖବରଦାତା ସମ୍ମିଳନୀରେ ୟେଚୁରୀ କହିଛନ୍ତି, ଦିଲ୍ଲୀ ହିଂସା ପଛରେ ପୋଲିସ ଓ ତାକୁ ଚଳାଉଥିବା କ୍ଷମତାର ସମ୍ମତି ଥିବା ସ୍ପଷ୍ଟ ହୋଇସାରିଛି। ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୦୨ରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବାବେଳେ ସେଠାରେ ଗଣହତ୍ୟା କରାଯାଇଥିଲା ବୋଲି ୟେଚୁରୀ କହିଛନ୍ତି। ଉଭୟ ୟେଚୁରୀ ଓ ରାଜା ସଦ୍ୟ ହିଂସା ପାଇଁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କ ପରିଚାଳନାଗତ
ଅକ୍ଷମତାକୁ ଦାୟୀ କରିଛନ୍ତି। ଯଦି ଏନ୍‌ଏସ୍‌ଏ ଅଜିତ ଡୋଭାଲଙ୍କୁ ଦିଲ୍ଲୀର ଦାୟିତ୍ୱ ଦିଆଯାଇଛି ତେବେ ସ୍ବରାଷ୍ଟ୍ରମନ୍ତ୍ରୀ କ’ଣ କରୁଛନ୍ତି ବୋଲି ବାମପନ୍ଥୀ ନେତାମାନେ ପ୍ରଶ୍ନ କରିଛନ୍ତି।

ସତର୍କତା ଜାରି କଲେ ଆମେରିକା, ଫ୍ରାନ୍ସ, ରୁଷିଆ

ଉତ୍ତରପୂର୍ବ ଦିଲ୍ଲୀରେ ଗତ ଦୁଇଦିନରେ ସିଏଏ ବିରୋଧୀ ଓ ସପକ୍ଷବାଦୀଙ୍କ ମଧ୍ୟରେ ଦଙ୍ଗା ହୋଇ ୨୭ ଲୋକଙ୍କ ଜୀବନ ଗଲାଣି। ରାଜଧାନୀରେ ରହୁଥିବା ନିଜ ନାଗରିକମାନଙ୍କୁ ସତର୍କ ରହିବା ଲାଗି ଆମେରିକା, ଫ୍ରାନ୍ସ ଓ ରୁଷିଆ ସରକାରଙ୍କ ପକ୍ଷରୁ ସୁରକ୍ଷା ସତର୍କ ସୂଚନା ଜାରି କରାଯାଇଛି। ବିକ୍ଷୋଭ ହେଉଥିବା ଅଞ୍ଚଳଠାରୁ ଦୂରେଇ ରହିବା ଲାଗି ନୂଆଦିଲ୍ଲୀରେ ଥିବା ଆମେରିକା ଦୂତାବାସ ପକ୍ଷରୁ ଏହାର ନାଗରିକମାନଙ୍କୁ ପରାମର୍ଶ ଦିଆଯାଇଛି। ଫ୍ରାନ୍ସ ଓ ରୁଷିଆ ଦୂତାବାସ ପକ୍ଷରୁ ମଧ୍ୟ ଅନୁରୂପ ସତର୍କ ସୂଚନା ଜାରି ହୋଇଛି।

ଜାତିସଂଘ ମହାସଚିବଙ୍କ ଦୁଃଖପ୍ରକାଶ

ଦିଲ୍ଲୀ ଦଙ୍ଗାକୁ ନେଇ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ ଦୁଃଖ ପ୍ରକାଶ କରିଛନ୍ତି। ଏଭଳି ସ୍ଥିତିରେ ଧୈର୍ଯ୍ୟର ସହ କାର୍ଯ୍ୟ କରିବା ଓ ହିଂସାଠାରୁ ଦୂରେଇ ରହିବା ପାଇଁ ସେ ଆହ୍ବାନ ଦେଇଛନ୍ତି। ଦିଲ୍ଲୀ ଦଙ୍ଗାରେ ୨୭ ଜଣଙ୍କ ମୃତ୍ୟୁ ହେବା ସହ ୨୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ବହୁ ଘରଦ୍ୱାର, ବ୍ୟବସାୟ ପ୍ରତିଷ୍ଠାନ ଓ ଗୋଟିଏ ମସ୍‌ଜିଦ କ୍ଷତିଗ୍ରସ୍ତ ହୋଇଛି।

 

ଅବସର ପୂର୍ବରୁ ୫ ଅଫିସରଙ୍କୁ ବଦଳି କଲେ ପୋଲିସ କମିଶନର

ଦିଲ୍ଲୀ ପୋଲିସ କମିଶନର ଅମୂଲ୍ୟ ପଟ୍ଟନାୟକ ଅବସର ଗ୍ରହଣ କରିବାର ୩ ଦିନ ପୂର୍ବରୁ ୫ ଜଣ ପୋଲିସ ଅଫିସରଙ୍କୁ ବଦଳି କରିଛନ୍ତି। ସିଏଏ ହିଂସାକୁ ନେଇ ଉତ୍ତରପୂର୍ବ ଦିଲ୍ଲୀର ବିଭିନ୍ନ ଭାଗ ଜଳୁଥିବାବେଳେ ଏଭଳି ବଦଳି ନିର୍ଦ୍ଦେଶନାମା ଜାରି ହୋଇଛି। ରୋହିଣୀ ଅଞ୍ଚଳର ଅତିରିକ୍ତ ପୋଲିସ କମିଶନର ଏସ୍‌.ଡି. ମିଶ୍ରଙ୍କୁ ଟ୍ରାଫିକ ବିଭାଗକୁ ବଦଳି କରାଯାଇଛି। ସେହିପରି ଦିଲ୍ଲୀ ପୋଲିସ ମୁଖପାତ୍ର ଭାବେ କାର୍ଯ୍ୟ କରୁଥିବା ଏମ୍‌.ଏସ୍‌. ରାନ୍ଧଓ୍ବାଙ୍କୁ ଅପରାଧ ବିଭାଗର ଅତିରିକ୍ତ ପୋଲିିସ କମିଶନର କରାଯାଇଛି। ଅର୍ଥନୈତିକ ଅପରାଧ ଶାଖା ଦାୟିତ୍ୱରେ ଥିବା ଡିସିପି ପି. ମିଶ୍ରାଙ୍କୁ ରୋହିଣୀ ଜିଲା ଡିସିପି ଭାବେ ବଦଳି କରାଯାଇଛି। ସେହିପରି ଆଇଜିଆଇ ବିମାନବନ୍ଦର ଦାୟିତ୍ୱରେ ଥିବା ସଞ୍ଜୟ ଭାଟିଆଙ୍କୁ କେନ୍ଦ୍ରୀୟ ଜିଲା ଡିଜିପି କରାଯାଇଛି। ପୋଲିସ କମିଶନର ପଟ୍ଟନାୟକ ତାଙ୍କ ଷ୍ଟାଫ୍‌ ଅଫିସର ରାଜୀବ ରଞ୍ଜନଙ୍କୁ ଆଇଜିଆଇ ବିମାନବନ୍ଦର ଡିସିପି ଭାବେ ନିଯୁକ୍ତି ଦେଇଛନ୍ତି। ଦିଲ୍ଲୀରେ ଆଇନଶୃଙ୍ଖଳା ନିୟନ୍ତ୍ରଣ କରିବାରେ ଅମୂଲ୍ୟ ପଟ୍ଟନାୟକ ବିଫଳ ହୋଇଥିବାବେଳେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଆଇପିଏସ୍‌ ଅଫିସର ଏସ୍‌.ଏନ୍‌. ଶ୍ରୀବାସ୍ତବଙ୍କୁ ସ୍ବତନ୍ତ୍ର ପୋଲିସ କମିଶନର (ଆଇନ ଶୃଙ୍ଖଳା) ଭାବେ ନିଯୁକ୍ତି ଦେବା ସହ ତାଙ୍କୁ ଦିଲ୍ଲୀ ସ୍ଥିତି ନିୟନ୍ତ୍ରଣ କରିବାକୁ କୁହାଯାଇଛି।

 

ସରକାର ନୁହେଁ, ଲୋକଙ୍କ ପାଇଁ ଶାନ୍ତି ଫେରିଛି: ସନ୍ଦୀପ୍‌

ଉତ୍ତରପୂର୍ବ ଦିଲ୍ଲୀରେ ଦୁଇଦିନର ହିଂସା ପରେ ବୁଧବାର ଶାନ୍ତି ଫେରିଛି। ଏହା ପରେ ହିଂସାକୁ ନେଇ ରାଜନୀତି ଜୋର୍‌ ଧରିବାରେ ଲାଗିଛି। ବିଭିନ୍ନ ଦଳର ନେତାମାନେ ହିଂସା କ୍ଷତିଗ୍ରସ୍ତ ଅଞ୍ଚଳ ଯାଇ ସ୍ଥିତି ସମୀକ୍ଷା କରୁଛନ୍ତି। ତେବେ ଶାନ୍ତି କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ଯୋଗୁ ଫେରିନାହିଁ, ବରଂ ଜନସାଧାରଣଙ୍କ ପାଇଁ ଫେରିଛି ବୋଲି ଚାନ୍ଦବାଗ୍‌ ଗସ୍ତରେ ଯାଇଥିବା ପୂର୍ବତନ କଂଗ୍ରେସ ଏମ୍‌ପି ସନ୍ଦୀପ୍‌ ଦୀକ୍ଷିତ କହିଛନ୍ତି। ଏକ ନିର୍ଦ୍ଦିଷ୍ଟ ବିଚାରଧାରାର ରାଜନୈତିକ ଗୋଷ୍ଠୀ ହିଂସା ସହ ସମ୍ପୃକ୍ତ ଥିବା ଜଣାପଡିଛି। କ୍ଷତିଗ୍ରସ୍ତ ଲୋକ ଓ ଦୋକାନୀମାନଙ୍କ ସହ ସନ୍ଦୀପ୍‌ କଥା ହୋଇ ସ୍ବାଭାବିକ ଅବସ୍ଥା ଫେରିଥିବାରୁ ଧନ୍ୟବାଦ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଙ୍ଗୋପସାଗରରେ ବଡ଼ ହଲଚଲ: ୨ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲ୍ଲାକୁ ରେଡ୍ ଆଲର୍ଟ

ନୂଆଦିଲ୍ଲୀ,୧୪ା୭: ପାଣିପାଗକୁ ନେଇ ବଡ଼ ଅପଡେଟ୍‌ । ରାଜ୍ୟରେ ବର୍ଷାର ପ୍ରକୋପ ଆହୁରି ବଢ଼ିବାକୁ ଯାଉଛି । ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଉତ୍ତର ଉପକୂଳ ଓଡ଼ିଶା…

ଟସ୍‌ ଜିତିଲା ଇଂଲଣ୍ଡ: ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ

ବର୍ମିଂହାମ,୧୪।୭: ବର୍ମିଂହାମର ଏଜବାଷ୍ଟନରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଇଂଲଣ୍ଡ ଅଧିନାୟକ ହ୍ୟାରି ବ୍ରୁକ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଟିମ ଇଣ୍ଡିଆ…

ତାଇୱାନରେ ଚମକିଲା ନୂଆଖାଇ ବାଲୁକା କଳା: ଓମପ୍ରକାଶ କଲେ ବଡ଼ କାରନାମା

କର୍ଲାମୁଣ୍ଡା:୧୪/୭(ପ୍ରଦୀପ କୁମାର ସାହୁ):ଚଳିତ ମାସ ୪ ତାରିଖ ରୁ ୧୦ ରିଖ ପର୍ଯନ୍ତ ତାଇୱାନ ରେ ଅନୁଷ୍ଠିତ ଟଙ୍ଗସାଇଓ ଆନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀରେ ଭାରତରୁ ପ୍ରତିନିଧିତ୍ୱ…

କେନ୍ଦୁପତ୍ର ଶ୍ରମିକଙ୍କୁ ବୋନସ ଘୋଷଣା: ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା କେନ୍ଦୁପତ୍ର କର୍ମଚାରୀ ସଂଘ

ବରଗଡ,୧୪।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ସରକାରଙ୍କ କ୍ୟାବିନେଟ ମିଟିଂରେ ରାଜ୍ୟରେ କାର୍ଯ୍ୟରତ ୧୨ ଲକ୍ଷ କେନ୍ଦୁପତ୍ର ଶ୍ରମିକମାନଙ୍କ ପାଇଁ କେନ୍ଦୁପତ୍ର ଦର ବୃଦ୍ଧି ଓ ବୋନସ ପ୍ରଦାନ ପାଇଁ…

ବଡ଼ଗୁଡା ନିକଟରେ ମୁହାଁମୁହିଁ ଧକ୍କା ହେଲେ ଦୁଇ ବାଇକ, ମୃତ୍ୟୁ ସଂଖ୍ୟା….

ଗୁଣପୁର,୧୪।୭(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଏବଂ ଗଜପତି ଜିଲe କାଶୀନଗର ରାସ୍ତାର ବଡଗୁଡ଼ା ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ…

ଜମନକିରାରେ ଅଭାବନୀୟ ଘଟଣା, ପୋଖରୀରେ ବୁଡି ଚାଲିଗଲା ଯୁବକଙ୍କ ଜୀବନ

ଜମନକିରା,୧୪।୭(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ଜମନକିରା ଥାନା ସଦର ମହକୁମା ଅନ୍ତର୍ଗତ ରାଧାକୃଷ୍ଣପଡ଼ା ଅଞ୍ଚଳରେ ଏକ ଦୁଃଖଦାୟକ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ପୋଖରୀରେ ବୁଡ଼ି…

ହର୍ମୁଜ ପ୍ରଣାଳୀରେ ଦୁଇ ଜାହାଜ ମଧ୍ୟରେ ଭୀଷଣ ଧକ୍କା: ଚୂରମାର ହେଲା…

ତେହରାନ,୧୪।୭: ହର୍ମୁଜ୍ ପ୍ରଣାଳୀରେ ମଙ୍ଗଳବାର ଏକ ବଡ଼ ଦୁର୍ଘଟଣା ହୋଇଛି । ​​ଏକ ବଲ୍କ କ୍ୟାରିଅର୍ ଅନ୍ୟ ଏକ ଜାହାଜ ସହିତ ଧକ୍କା ହୋଇଛି । ଧକ୍କା…

ମହିଳା ଶ୍ରମିକଙ୍କ ମୁଣ୍ଡ ଉପରେ ଚଢିଗଲା ଟ୍ରକ୍‌: ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ରାଉରକେଲା,୧୪।୭(ସଙ୍ଗୀତା ଜେନା) ବେଦବ୍ୟାସ ଅଞ୍ଚଳରେ ମଙ୍ଗଳବାର ଏକ ହୃଦୟ ବିଦାରକ ଦୁର୍ଘଟଣା ଘଟିଯାଇଛି। ସ’ମିଲ ଛକ ନିକଟରେ ଏକ ଦ୍ରୁତଗାମୀ ଟ୍ରକ ଚଢ଼ିଯିବାରୁ ଜଣେ ମହିଳା ଶ୍ରମିକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri