Home

ତହସିଲର ୨ କିରାଣି ନିଲମ୍ବିତ

ତିହିଡ଼ି,୧୨।୨(ଡି.ଏନ.ଏ.): ଭଦ୍ରକ ଜିଲା ତିହିଡ଼ି ତହସିଲ କାର୍ଯ୍ୟାଳୟର କିରାଣି କମଳାକାନ୍ତ ଗିରି ଓ ଗଣେଶ୍ୱର ସିଂଙ୍କୁ ନିଲମ୍ବନ କରାଯାଇଛି। ଜିଲା ପ୍ରଶାସନ ଚିଠି ନଂ ୨୩୯୧ ଓ ୨୩୯୩/୨୦ରେ ସେମାନଙ୍କୁ ନିଲମ୍ବନ କରାଯାଇଥିବା ଜଣାଯାଇଛି। ସୂଚନା ଅନୁସାରେ, କାର୍ଯ୍ୟାଳୟରେ ଲୋକଙ୍କୁ ହଇରାଣ…

ଘରୋଇ ଛାତ୍ରୀନିବାସରେ ଅଗ୍ନିକାଣ୍ଡ

କଟକ ଅଫିସ୍‌,୧୨ା୨: କଟକ ସହର ମୁରାଦ୍‌ଘାଁପାଟଣା ଗଳିରେ ଥିବା ଏକ ଘରୋଇ ଛାତ୍ରୀନିବାସର ରୋଷେଇ ଶାଳ ଗ୍ୟାସ୍‌ଟାଙ୍କିରେ ବୁଧବାର ଅପରାହ୍ନରେ ନିଆଁ ଲାଗିଯାଇଥିଲା। ଟାଙ୍କିରୁ ଗ୍ୟାସ୍‌ ଲିକ୍‌ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିଲା। ଛାତ୍ରୀନିବାସର ପ୍ରଥମ ମହଲାରେ ଥିବା ରୋଷେଇ ଶାଳରେ…

ଦୋଷୀଙ୍କୁ କେବେ ମିଳିବ ଦଣ୍ଡ କହି କୋର୍ଟ ରୁମ୍‌ରେ କାନ୍ଦି ପକାଇଲେ ନିର୍ଭୟାଙ୍କ ମା’

ନୂଆଦିଲ୍ଲୀ,୧୨।୨: ନିର୍ଭୟା ଦୋଷୀଙ୍କ ପାଇଁ ୨ଥର ଡେଥ୍‌ ଓ୍ବାରେଣ୍ଟ ଜାରି ହେବା ସତ୍ତ୍ୱେ ମଧ୍ୟ ଏପର୍ଯ୍ୟନ୍ତ ସେମାନଙ୍କୁ ଫାଶୀ ମିଳିପାରିନାହିଁ। ଆଇନ ଆଳରେ ନିର୍ଭୟା ଦୋଷୀ ନିଜ ଫାଶୀ ଦଣ୍ଡାଦେଶକୁ ଘୁଞ୍ଚାଇବାରେ ସଫଳ ହେଉଛନ୍ତି। ଏଥିପାଇଁ ନିର୍ଭୟାଙ୍କ ମା’ବାପାଙ୍କ ସମେତ ସାଧାରଣ…

ଦିଲ୍ଲୀ ନିର୍ବାଚନ ପରାଜୟ ପରେ ଇସ୍ତଫା ପତ୍ର ପଠାଇଲେ ମନୋଜ

ନୂଆଦିଲ୍ଲୀ,୧୨।୨: ଦିଲ୍ଲୀରେ ୨୧ ବର୍ଷ ପରେ ଶାସନ କ୍ଷମତାକୁ ହାତେଇବାକୁ ଆଶା ରଖିଥିବା ଭାଜପାକୁ ବିଧାନସଭା ନିର୍ବାଚନରେ ବଡ଼ ଝଟକା ଲାଗିଛି। ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଦିଲ୍ଲୀର ଭାଜପା ପ୍ରଦେଶ ଅଧ୍ୟକ୍ଷ ମନୋଜ ତିଓ୍ବାରୀ ଦଳରୁ ଇସ୍ତଫା ଦେବା ପାଇଁ…

ସଂଖ୍ୟାଲଘୁ ଧର୍ମାନୁଷ୍ଠାନ ବିକାଶ ଲାଗି ୧୬ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୨।୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ରାଜ୍ୟର ବିଭିନ୍ନ ଜିଲାରେ ଥିବା ସଂଖ୍ୟାଲଘୁ ଧର୍ମାନୁଷ୍ଠାନଗୁଡ଼ିକର ବିକାଶ ନିମନ୍ତେ ୧୬ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ସ୍ବତନ୍ତ୍ର ସମସ୍ୟା ପାଣ୍ଠିରୁ ଏହି ଅର୍ଥ ଯୋଗାଇ ଦିଆଯିବ। ଘୋଷଣାନୁଯାୟୀ ସତ୍ୟନଗର ଯିଶୁଖ୍ରୀଷ୍ଟ ଏବଂ ମଦର…

ପଣ୍ଡିଗାଁରେ ମଦ ବିରୋଧରେ ତାତିଲେ ମହିଳା: ଜିଲାପାଳଙ୍କୁ ଅଭିଯୋଗ

ଭବାନୀପାଟଣା,୧୨।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କଲମପୁର ବ୍ଲକ ପଣ୍ଡିଗାଁ ପଞ୍ଚାୟତ ମଦମୁକ୍ତି ଲାଗି ଦାବି ହୋଇଛି। ଏ ନେଇ ସରପଞ୍ଚ ବନଜା ବାସିନୀ ମହାପାତ୍ରଙ୍କ ନେତୃତ୍ୱରେ ଶତାଧିକ ମହିଳା ଏକ ଶୋଭାଯାତ୍ରାରେ ଯାଇ ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ ସମ୍ମୁଖରେ ସ୍ଲୋଗାନ ଦେବା ସହ…

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜେଜେମା’ ନାତିଙ୍କ ଜୀବନ ଗଲା

ଭଞ୍ଜନଗର,୧୨।୨(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ବ୍ରହ୍ମପୁର ନିକଟସ୍ଥ ଗୋଳନ୍ଥରାଠାରେ ବିଦ୍ୟୁତ୍‌ ତାର ଲାଗି ବସ୍‌ ଅଘଟଣ ମନରୁ ନ ଲିଭୁଣୁ ପୁଣି କୋକଳୁଣ୍ଡା ଗ୍ରାମରେ ବିଦ୍ୟୁତ୍‌ ଆଘାତରେ ଦୁଇ ଜଣଙ୍କ ଜୀବନ ଯାଇଥିବା ଜଣାପଡ଼ିଛି । ସୂଚନାନୁଯାୟୀ, ବୁଧବାର ଅପରାହ୍ନରେ କୋକଳୁଣ୍ଡା…

‘ଅଂଗ୍ରେଜି ମିଡିୟମ’ର ଟ୍ରେଲର ରିଲିଜ ପୂର୍ବରୁ ମନକଥା କହିଲେ ଇର୍‌ଫାନ: କନ୍ଦାଇପାରେ କିଛି ସେକେଣ୍ଡର ବାର୍ତ୍ତା

ବମ୍ବେ: କ୍ୟାନ୍‌ସରରେ ପୀଡ଼ିତ ହେବା ପରେ ଏକରକମ ଫିଲ୍ମ ଜଗତଠାରୁ ଦୂରେଇ ଯାଇଛନ୍ତି ଅଭିନେତା ଇର୍‌ଫାନ ଖାଁ। ଚିକିତ୍ସା ଚାଲୁ ରହିଥିବାରୁ ସେ ଅଭିନୟକୁ ସମୟ ଦେଇପାରୁନାହାନ୍ତି। ହେଲେ ରୋଗରେ ଆକ୍ରାନ୍ତ ହେବା ପୂର୍ବରୁ ସେ ଫିଲ୍ମ ‘ଅଂଗ୍ରେଜି ମିଡିୟମ’ର ଶୁଟିଂ…

ପ୍ରାକୃତିକ ବିପର୍ଯ୍ୟୟ, ଐତିହ୍ୟ ଓ କୀର୍ତ୍ତିରାଜିର ସୁରକ୍ଷା ପାଇଁ ରାମଚଣ୍ଡୀରେ ବିଶ୍ୱସ୍ତରୀୟ ମକ୍‌ଡ୍ରିଲ୍‌: ସାମିଲ ହେଲେ ୭ ଦେଶର ପ୍ରତିନିଧି

କୋଣାର୍କ,୧୨।୨(ଡି.ଏନ୍‌.ଏ.)- ବୁଧବାର ଏନ୍‌ଡିଆର୍‌ଏଫ୍‌ ପକ୍ଷରୁ ବିଶ୍ୱସ୍ତରୀୟ ମକଡ୍ରିଲ କୋଣାର୍କ ରାମଚଣ୍ଡୀଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ଓ ଏନ୍‌ଡିଆର୍‌ଏଫ୍‌ ଡିଜି ଯୋଗଦେଇ ଉଦ୍‌ଘାଟନ କରିଥିଲେ। ବିଶ୍ୱ ତାପମାତ୍ରା ବଢିବା ଏବଂ ଜଳବାୟୁ ପରିବର୍ତ୍ତନ ଲାଗି ବିଭିନ୍ନ ସମୟରେ ବାତ୍ୟା, ବନ୍ୟା,…

ବିବାହ ପରେ ନିଖୋଜ ବରଙ୍କ ମିଳିଲା ମୃତଦେହ

ଲକ୍ଷ୍ନୌ,୧୨।୨: ବିବାହ ପରେ ବରକନ୍ୟା ଘରକୁ ଫେରୁଥିବା ବେଳେ ରାସ୍ତାରୁ ହଠାତ୍‌ ବର ନିଖୋଜ ହୋଇଯାଇଥିଲେ। ପରଦିନ ଏକ ଘଞ୍ଚ ଜଙ୍ଗଲରୁ ତାଙ୍କ ମୃତଦେହ ମିଳିଥିଲା। ଏହି ଘଟଣା ଏବେ ସମସ୍ତଙ୍କୁ ଚକିତ କରିଦେଇଛି। ସୂଚନାଯୋଗ୍ୟ, ଉତ୍ତରପ୍ରଦେଶର ମୁରଦାବାଦ ଜିଲାର କୁଆଣ୍ଢଲି…

ଆନ୍ଧ୍ର ବିଧାୟକଙ୍କୁ ହତ୍ୟା ଘଟଣା: ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ଆତ୍ମସମର୍ପଣ କଲେ ମାଓବାଦୀ

ମାଲକାନଗିରି,୧୨।୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ପୋଲିସକୁ ପୁଣି ଏକ ବଡ଼ ସଫଳତା ମିଳିଛି। ଜିଲା ପୋଲିସ କାର୍ଯ୍ୟାଳୟଠାରେ ଆରକ୍ଷୀ ଅଧୀକ୍ଷକ ରିଷିକେଶ ଡି. ଖିଲାରୀଙ୍କ ନିକଟରେ ବୁଧବାର ଜଣେ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀ ହେଲେ ଜିପ୍ରୋ ହବିକା…

ମିଥ୍ୟା ମାମଲାରେ ପୁଅକୁ ଫସାଇବା ଉଦ୍ୟମ: ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦେହରେ କିରୋସିନ ଢାଳି ନିଆଁ ଲଗାଇଲେ ମା’

ବ୍ରହ୍ମପୁର ଅଫିସ,୧୨।୨: ପୁଅକୁ ମିଥ୍ୟା ମାମଲାରେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପ୍ରତିବାଦରେ ବୁଧବାର ଏସ୍‌ପିଙ୍କୁ ଭେଟିବାକୁ ଆସି ଜଣେ ମା’ ଦେହରେ କିରୋସିନ ଢାଳି ନିଆଁ ଲଗାଇବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ବ୍ରହ୍ମପୁର ଏସ୍‌ପି କାର୍ଯ୍ୟାଳୟ ପରିସରରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri