କଟକଣାକୁ ବେଖାତିର: ନିତିଦିନିଆ ହେଲାଣି ଶ୍ରୀମନ୍ଦିରରେ ନୀତି ବିଳମ୍ବ

ପୁରୀ ଅଫିସ, ୮।୩: କୌଣସି ପରିସ୍ଥିତିରେ ମହାପ୍ରଭୁଙ୍କ ସେବାପୂଜାରେ ବିଳମ୍ବ କିମ୍ବା ବିଭ୍ରାଟକୁ ବରଦାସ୍ତ କରାଯିବ ନାହିଁ। ଯେଉଁ ପାଳିଆସେବକ ୩ଥର ନୀତିରେ ବିଳମ୍ବ କରିବେ ତାଙ୍କୁ ସେବାରୁ ବହିଷ୍କାର କରାଯିବ। ଏପରି କି ଜାଣିଶୁଣି ଯଦି କେହି ଥରେ ବି ବିଳମ୍ବ କରୁଥିବା ଜଣାପଡ଼ିିବ ତେବେ ଶାଢିବନ୍ଧା ରଦ୍ଦ ସହିତ ତାଙ୍କୁ ମଧ୍ୟ ସେବାରୁ ବିଦା କରାଯିବ। ଏକଦା ଶ୍ରୀମନ୍ଦିର ପ୍ରଶାସନ ଏଭଳି କଠୋର ଆଭିମୁଖ୍ୟ ଗ୍ରହଣ କରିଥିଲା। ଏହି ନିଷ୍ପତ୍ତି ପୂର୍ବରୁ ପାଳିଆ ପୁରସ୍କାର ଉପରେ ବି ସଂସ୍କାରର ଛାଟ ଲଗାଯାଇଥିଲା। କିନ୍ତୁ କେତେଜଣ ସେବକଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିନାହିଁ। ଏହି କଟକଣାକୁ ସେମାନେ ବେଖାତିର କରୁଛନ୍ତି। ଏପରି କି କେତେଜଣ ନିର୍ଦ୍ଦିଷ୍ଟ ସେବାୟତ ନୀତି ବିଳମ୍ବର କାରଣ ସାଜୁଥିଲେ ମଧ୍ୟ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ଶ୍ରୀମନ୍ଦିରରେ ନୀତି ବିଳମ୍ବ ଏକ ନିତିଦିନିଆ ଘଟଣା ହେଲାଣି।

ଶ୍ରୀମନ୍ଦିରକୁ ସାଧାରଣ ଦିନରେ ୬୦ରୁ ୭୦ହଜାର ଶ୍ରଦ୍ଧାଳୁ ଆସୁଥିବା ବେଳେ ପର୍ବପବର୍ବାଣି ତଥା ସ୍ବତନ୍ତ୍ର ଦିନରେ ଏହି ସଂଖ୍ୟା ଲକ୍ଷେ ଟପିଯାଏ। ତେଣୁ ନୀତି ବହୁଳ ଶ୍ରୀମନ୍ଦିରରେ କିପରି ନିର୍ଘଣ୍ଟ ସମୟରେ ନୀତି କରାଯାଇ ଭକ୍ତ ଦର୍ଶନ ସୁବିଧା ପାଇପାରିବେ ତାହା ଉପରେ ଗୁରତ୍ୱ ଦେଉଛି ମନ୍ଦିର ପ୍ରଶାସନ। ସୁପ୍ରିମକୋର୍ଟ ମଧ୍ୟ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ୱ ଦେଇଛନ୍ତି। କିନ୍ତୁ ଅନେକ ସମୟରେ ନୀତି ବିଳମ୍ବ ଯୋଗୁ ମନ୍ଦିରରେ ବିଶୃଙ୍ଖଳା ଓ ବିଭ୍ରାଟ ହେବାରୁ ଶ୍ରୀମନ୍ଦିର ପ୍ରଶାସନ ଏ ଦିଗରେ କଠୋର ହୋଇଥିଲା। ଏହାପରେ କେକେକାଂଶରେ ସୁଧାର ଆସିଥିଲା। ହେଲେ ପୁଣି ନୀତିରେ ବିଳମ୍ବ ହେବାରୁ ଗତବର୍ଷ ଜାନୁୟାରୀ ୨୯ ତାରିଖ ପରିଚାଳନା କମିଟି ବୈଠକରେ ଆହୁରି କଡା ନିଷ୍ପତ୍ତି ନିଆଯାଇଥିଲା। ତିନିଥର ନୀତିରେ ବିଳମ୍ବ ହେଲେ ସେବାରୁ ବହିଷ୍କାର କରାଯିବ। ଜାଣିଶୁଣି ଯଦି କେହି ଥରେ ବିଳମ୍ବ କରୁଥିବା ଜଣାପଡ଼ିବ ଶାଢିବନ୍ଧା ରଦ୍ଦ ସହିତ ତାଙ୍କୁ ସେବାରୁ ବିଦା କରାଯିବ। ଏପରି କଟକଣା ଜାରି କରାଯାଇଛି ସିନା ହେଲେ ଏହାକୁ କେତେଜଣ ସେବାୟତ ବେଖାତିର କରୁଛନ୍ତି। ଗତ ଗୁରୁବାର ଦୁଇ ସେବକଙ୍କ ମଧ୍ୟରେ ବିବାଦ ଯୋଗୁ ମହାପ୍ରଭୁଙ୍କ ନୀତି ୨ ଘଣ୍ଟା ନୀତି ବିଳମ୍ବ ହୋଇଥିଲା। ଜଣେ ସେବାୟତ ପରବର୍ତ୍ତୀ ନୀତି କରିବେ ନାହିଁ ବୋଲି ରୋକ୍‌ଠୋକ ମନା କରି ଚାଲିଗଲେ। ପରେ ଉଭୟଙ୍କୁ ଡାକି ବୁଝାଶୁଝା କରିଥିଲା ପ୍ରଶାସନ । ଶେଷରେ ନୀତି ସ୍ବାଭାବିକ ହୋଇଥିଲ। କିନ୍ତୁ ବହୁ ଭକ୍ତ ମହାପ୍ରସାଦ ନ ପାଇ ମନ ଦୁଃଖରେ ଫେରିଥିଲେ । ଏଠାରେ ପ୍ରଶ୍ନ ଉଠୁଛି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ଶୃଙ୍ଖଳା ପାଇଁ ଯେଉଁ କଟକଣା କରାଯାଉଛି ତାହାକୁ କେତେଜଣ ମାନୁନାହାନ୍ତି କାହିଁକି? ଏ ଦିଗରେ ଶ୍ରୀମନ୍ଦିର ପ୍ରଶାସନ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଛାଉଛି କ’ଣ ପାଇଁ । ଏମିତି ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କୁ ପଚାରିବାରେ କହିଛନ୍ତି, ଠାକୁରଙ୍କ ନୀତି ଧାର୍ଯ୍ୟ ସମୟରେ ସମ୍ପନ୍ନ ଲାଗି ଯେଉଁସବୁ କଟକଣା କରାଯାଇଛି ସେସବୁକୁ କଡ଼ାକଡ଼ି ଭାବେ ପାଳନ କରାଯିବ। ଯଦି କେହି ବି କିଛି ଭୁଲ କରନ୍ତି ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବ। ଗୁରୁବାର ନୀତି ବିଳମ୍ବ ନେଇ ଦୁଇଜଣ ସେବାୟତଙ୍କଠାରୁ ରିପୋର୍ଟ ମଗାଯାଇଥିଲା। ସେମାନଙ୍କ ରିପୋର୍ଟ ମିଳିଛି। ଏହାର ଅନୁସନ୍ଧାନ କରାଯାଇ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

ଋଷିକୁଲ୍ୟା ପାଇଁ ବିପଦ ସାଜିଛି କାଶତଣ୍ଡୀ

ଧରାକୋଟ,୮ା୯ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): କନ୍ଧମାଳ ଜିଲାର ଋଷୀମାଳ ପର୍ବତରୁ ଋଷିକୁଲ୍ୟା ନଦୀ ଜନ୍ମନେଇ ଗଞ୍ଜାମ ଜିଲାର ସୋରଡା, ଧାକୋଟ, ଆସିକା, ହିଞ୍ଜିଳି, ପୁରୁଷୋତ୍ତମପୁର ବ୍ଲକ୍‌ ପରେ…

ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍‌ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…

ଦୁର୍ଗମ ଜଙ୍ଗଲରେ ଚଢାଉ: ମଦ କାରଖାନା ଭାଙ୍ଗିଲା ଅବକାରୀ ବିଭାଗ, ୧୯ ହଜାର ଲିଟର ମଦ ପୋଚ * ୧୧ ଶହ ଲିଟର ଦେଶୀ ମଦ ଜବତ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଜନଜାତି ବହୁଳ ଦାମପୁର ଗାଁ ନିକଟ ଦୁର୍ଗମ ଜଙ୍ଗଲରେ ମଙ୍ଗଳବାର ସକାଳେ ସାନଖେମୁଣ୍ଡି…

ଭ୍ରମରପୁର ସ୍କୁଲରେ ଶିକ୍ଷକ ବଦଳି ବାତିଲ ଦାବିରେ ଜେନ୍ ଆଲଫାଙ୍କ ଆନ୍ଦୋଳନ, ସ୍କୁଲ ସମ୍ମୁଖରେ ଉତ୍ତେଜନା            

ଦିଗପହଣ୍ଡି,୮|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଭାଗବତ ପ୍ରସାଦ ନାୟକଙ୍କୁ ଚୌଧୁରୀ ଟିକରପଡ଼ା ଗ୍ରାମ ବିଦ୍ୟାଳୟକୁ…

ଘରେ କରୁଥିଲେ କାମ: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଦିନ ମଜୁରିଆଙ୍କ ଜୀବନ

କୁଆଁରମୁଣ୍ଡା,୮।୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଚୁଟିଆଟୋଲି ଗ୍ରାମ ରୀତା ତିର୍କୀଙ୍କ ଘର ସେଣ୍ଟ୍ରିଂ କାମ କରୁଥିବା ବେଳେ ମଙ୍ଗଳବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri