ଦୋଳ, ହୋଲି ପାଇଁ ଉତ୍ସବମୁଖର ଗାଁଠୁ ସହର: ଏକାଠି ହୋଇ ଫଗୁ ଖେଳିଲେଣି ଠାକୁର

ଭୁବନେଶ୍ୱର, ୮।୩(ବ୍ୟୁରୋ): ସୋମବାର ଦୋଳ, ମଙ୍ଗଳବାର ହୋଲି। ହେଲେ ଏବେଠୁ ଉତ୍ସବମୁଖର ହୋଇଉଠିଲାଣି ଗାଁଠୁ ସହର। ଇତିମଧ୍ୟରେ ଭୁବନେଶ୍ୱର ଓ ଉପକଣ୍ଠରେ କେତେକ ସ୍ଥାନରେ ମେଳଣ ଓ ଫଗୁ ଆରମ୍ଭ ହୋଇଯାଇଥିବାବେଳେ ଏକାଧିକ ସ୍ଥାନରେ ଭିନ୍ନ ଭିନ୍ନ ଦିନରେ ରଙ୍ଗଖେଳ ହେବ। ତେବେ ଅଧିକାଂଶ ସ୍ଥାନରେ ଠାକୁର ଏବେ ଘରକୁ ଘର ବୁଲି ଭୋଗ ଖାଉଥିବାବେଳେ ଦୋଳ ଓ ହୋଲିକୁ ନେଇ ଲୋକଙ୍କ ମନରେ ଉତ୍କଣ୍ଠା ପ୍ରକାଶ ପାଇଛି। ଉତ୍ସବକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଆୟୋଜକଙ୍କ ପକ୍ଷରୁ ଭଜନକୀର୍ତ୍ତନ ସହ ସାଂସ୍କୃତିକ କାର୍ଯ୍ୟକ୍ରମ, ଯାତ୍ରା ଓ ମିନାବଜାରର ଆୟୋଜନ କରାଯାଇଛି।

ପଟିଆରେ ମେଳଣ ସହ ଅପେରା ପରିବେଷଣ
ଉତ୍ତର ଭୁବନେଶ୍ବର ଅଞ୍ଚଳର ପଟିଆଠାରେ ଗୁରୁବାରଠାରୁ ଫଗୁ ଦଶମୀ ଆରମ୍ଭ ହୋଇଛି। ସୋମବାର ଗ୍ରାମର ମେଳଣ ପଡ଼ିଆରେ ମେଲଣ ଉତ୍ସବ ଅନୁଷ୍ଠିତ ହେବ। ଠାକୁର ରାଧାମାଧବ ମେଳଣ ପଡ଼ିଆରେ ଭୋଗ ଖାଇବେ। ଲୋକଙ୍କ ମନୋରଞ୍ଜନ ପାଇଁ ମେଳଣ ପଡ଼ିଆରେ ଅପେରା ପାର୍ଟି ନାଟକ ମଞ୍ଚସ୍ଥ କରିବ। ଯାତ୍ରା ପଡ଼ିଆରେ ମିନାବଜାର ସହ ପିଲାଙ୍କ ପାଇଁ ଭଳିକି ଭଳି ଖେଳ ଭିନ୍ନ ଆକର୍ଷଣ ପାଲଟିବ।

ନୟାପଲ୍ଲୀରେ ହୋଲି ଦିନ ଲଉଡ଼ି ଖେଳ
ନୟାପଲ୍ଲୀ ବେହେରା ସାହିରେ ବେହେରା ପରିବାର ପକ୍ଷରୁ ଦୋଳ ଉତ୍ସବକୁ ପାରମ୍ପରିକ ଭାବେ ପାଳନ କରାଯିବ। ଲଉଡ଼ି ଖେଳ, ଶିଙ୍ଗା, ଘାଗୁଡ଼ି ଖେଳ ମଧ୍ୟରେ ବାଲୁଙ୍କେଶ୍ବର ମନ୍ଦିର ପୁଷ୍କରିଣୀରୁ କଳସରେ ପବିତ୍ର ଜଳ ଆସିବ। ଦୋଳପୂର୍ଣ୍ଣିମାରେ ଗାଈ ପୂଜନ କରାଯିବା ସହ ଗ୍ରାମର ରାଧାମୋହନ, ହରିଶଙ୍କରଙ୍କୁ ପାଲିଙ୍କିରେ ବସାଇ ଗ୍ରାମ ପରିକ୍ରମା କରାଯିବ। ଶେଷରେ ହୋଲି ଦିନ ଲଉଡ଼ି ଖେଳ, ଅବିର ପର୍ବ ଅନୁଷ୍ଠିତ ହେବ।

ଲକ୍ଷ୍ମୀସାଗରରେ ୬ ଗ୍ରାମର ବିଗ୍ରହ
ଲକ୍ଷ୍ମୀସାଗର ମେଳଣ ପଡ଼ିଆରେ ଲକ୍ଷ୍ମୀସାଗର ଗ୍ରାମ ସହ ପଡ଼ୋଶୀ ଗ୍ରାମ ବଡ଼ଗଡ଼, ଝାରପଡ଼ା, ରସୁଲଗଡ଼, ବମିଖାଲ, କୋରଡ଼କଣ୍ଟାର ବିଗ୍ରହ ଏକାଠି ହେବେ। ଆସନ୍ତା ୧୪ ତାରିଖରେ ମେଳଣ ସହ ୬ ବିମାନରେ ଫଗୁ ଖେଳିବେ। ଏହି ଅବସରରେ ମେଳଣ ପଡ଼ିଆରେ ସଙ୍କୀର୍ତ୍ତନ ସଭା କରାଯିବ।

ଜାଗମରା, ଶ୍ୟାମପୁରରେ ଯାତ୍ରା ସହ ହରିହର ଭେଟ
ଜାଗମରା ଓ ଶ୍ୟାମପୁର ଅଞ୍ଚଳରେ ଠାକୁର ଗ୍ରାମ ପରିକ୍ରମା କରିବା ସହ ଭୋଗ ଖାଇଛନ୍ତି। ଏହି ଅବସରରେ ଉଭୟ ଅଞ୍ଚଳରେ ହରିହର ଭେଟ୍‌ ଅନୁଷ୍ଠିତ ହେଉଥିବାବେଳେ ଅପେରା ପାର୍ଟି ଯାତ୍ରା ପରିବେଷଣ କରିବେ। ଶନିବାର ଜାଗମରା ଓ ଆଖପାଖ ଗ୍ରାମ ସରକନ୍ତରା, ଆଇଗିଣିଆ, କୋଳଥିଆ, ଘାଟିକିଆ, ପୋଖରୀପୁଟ, ଡୁମଡୁମାର ଠାକୁରମାନେ ବିମାନରେ ଜାଗମରା ମେଳଣ ପଡିଆକୁ ଆସିବା ଆରମ୍ଭ କରିଛନ୍ତି। ରବିବାର ହରିହର ଭେଟ ଅନୁଷ୍ଠିତ ହେବ। ସେହିପରି ଶ୍ୟାମପୁରରେ ମେଳଣ ସହ ଫଗୁ ଖେଳ ଆରମ୍ଭ ହୋଇଛି। ଦଶମୀରୁ ଠାକୁର ଚାଚେରି ଭୋଗ ଖାଇବା ଆରମ୍ଭ କରିଥିବାବେଳେ ଏହା ପୂର୍ଣ୍ଣମୀ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ମେଳଣ ପଡ଼ିଆରେ ବିଗ୍ରହଙ୍କୁ ଭୋଗ ଲାଗି ସହ ହରିହର ଭେଟ କରାଯିବ। ପରେ ଗାଁ ଦାଣ୍ତରେ ପୁଣି ସବୁ ଠାକୁରଙ୍କୁ ଭୋଗ ହାଣ୍ଡି ସମର୍ପଣ କରାଯିବ। ସେହିଭଳି ତମାଣ୍ଡୋରେ ହୋଲି ଦିନ ଅବିର ଖେଳ ନ ଥିବାରୁ ସେଠାରେ ଦୋଳ ଉତ୍ସବରେ ଠାକୁରଙ୍କ ମେଳଣ ଓ ଅବିର ଖେଳ ସମ୍ପନ୍ନ ହେବ। ରାତିରେ ମେଳଣ ପଡ଼ିଆରେ ଅପେରା ପାର୍ଟିମାନେ ଯାତ୍ରା ପରିବେଷଣ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୯ ଷ୍ଟେସନରେ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୨୪ା୪: କମ୍ ଖର୍ଚ୍ଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

ଓଡ଼ିଶା ରାଜନୀତିରେ ରାଜପରିବାର: ଜାଣନ୍ତୁ କେଉଁ ଆସନରୁ ଲଢ଼ୁଛନ୍ତି କେଉଁ ରାଜପରିବାର

ଭୁବନେଶ୍ୱର,୨୨ା୪: ଭାରତ ସ୍ୱାଧୀନ ହେବା ପରେ ଦେଶରେ ରାଜତନ୍ତ୍ର ଶେଷ ହୋଇଥିଲା। ଏହାପରେ ରାଜା ପରିବାର ସଦସ୍ୟମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ମଧ୍ୟ ଲୋକଙ୍କ ଦ୍ୱାରା ନିର୍ବାଚିତ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୨୪।୪: ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଚନ୍ଦକା ଅଞ୍ଚଳରେ। ଗତକାଲି ରାତିରେ...

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୪ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri